ରାଜ୍ୟରେ ସଂକ୍ରମଣ ତଳମୁହାଁ ହୋଇଛି ସତ କିନ୍ତୁ ସ୍ଥାନୀୟ ଅଞ୍ଚଳରେ ବଢିଛି ଓମିକ୍ରନ ମାମଲା, ଲକ୍ଷଣ ଥିଲେ ହେଳା ନକରି ଟେଷ୍ଟ କରନ୍ତୁ : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ଦୈନିକ ସଂକ୍ରମଣ ମାମଲା କିଛି ମାତ୍ରାରେ ହ୍ରାସ ପାଇଛି ସତ କିନ୍ତୁ ଏହା ପୁଣି ବଢିବନି ବୋଲି କିଛି କହି ହେବନି। ବର୍ତ୍ତମାନ ଦେଶର ମେଟ୍ରୋ ସହରରେ ଗୋଷ୍ଠୀ ସଂକ୍ରମଣ ଚାଲିଛି, ହେଲେ ଆମ ରାଜ୍ୟରେ ନାହିଁ । କିନ୍ତୁ ଓଡିଶା ଗୋଷ୍ଠୀ ସଂକ୍ରମଣ ମୁହାଁ ହୋଇଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ସେ କହିଛନ୍ତି ଗୋଷ୍ଠୀ ସଂକ୍ରମଣର ଅର୍ଥ ସ୍ଥାନୀୟ ଅଞ୍ଚଳରେ ଓମିକ୍ରନ୍ ସଂଖ୍ୟା ବଢିବା । […]

ଭୁବନେଶ୍ବର : ରାଜ୍ୟରେ ଦୈନିକ ସଂକ୍ରମଣ ମାମଲା କିଛି ମାତ୍ରାରେ ହ୍ରାସ ପାଇଛି ସତ କିନ୍ତୁ ଏହା ପୁଣି ବଢିବନି ବୋଲି କିଛି କହି ହେବନି। ବର୍ତ୍ତମାନ ଦେଶର ମେଟ୍ରୋ ସହରରେ ଗୋଷ୍ଠୀ ସଂକ୍ରମଣ ଚାଲିଛି, ହେଲେ ଆମ ରାଜ୍ୟରେ ନାହିଁ । କିନ୍ତୁ ଓଡିଶା ଗୋଷ୍ଠୀ ସଂକ୍ରମଣ ମୁହାଁ ହୋଇଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

ଆହୁରି ପଢ଼ନ୍ତୁ: କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା: ଗର୍ଭଗୃହକୁ ଟନେଲ୍‌ ନିର୍ମାଣ ଆରମ୍ଭ, ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅନୁଧ୍ୟାନ ପରେ କଢ଼ାଯିବ ବାଲି

ସେ କହିଛନ୍ତି ଗୋଷ୍ଠୀ ସଂକ୍ରମଣର ଅର୍ଥ ସ୍ଥାନୀୟ ଅଞ୍ଚଳରେ ଓମିକ୍ରନ୍ ସଂଖ୍ୟା ବଢିବା । ଆମ ରାଜ୍ୟରେ ସ୍ଥାନୀୟ ସଂକ୍ରମଣ ବଢିଛି କିନ୍ତୁ ତାହା କେତେ ପ୍ରତିଶତ ସଂକ୍ରମଣ ହେଲାଣି ତାହା ଜାଣିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ । କିଛି ଦିନ ତଳେ ହୋଇଥିବା ଜିନମ୍ ସିକ୍ୱେନସିଂ ଅନୁସାରେ ୬୦ ପ୍ରତିଶତ ଥିଲା । ବାହାର ଦେଶର ଯାତ୍ରା ବିନା ଯଦି ଗୋଟିଏ ସ୍ଥାନରେ ରୋଗ ଓ ରୋଗୀ ସଂଖ୍ୟା ବଢିବାର ଅର୍ଥ ଗୋଷ୍ଠୀ ସଂକ୍ରମଣ ହୋଇଛି ।ଅନ୍ୟ ଦେଶରେ ଏହା ହେବା ଆମେ ଦେଖଛେ । ଆଉ କିଛି ଦିନରେ ସମଗ୍ର ଭାରତରେ ବି ଗୋଷ୍ଠୀ ସଂକ୍ରମଣ ହୋଇଯିବ।

ଆହୁରି ପଢ଼ନ୍ତୁ: ଚାକିରି ଲୋଭ ଦେଖାଇ ଆଦିବାସୀ ଯୁବତୀଙ୍କୁ ଦିଲ୍ଲୀରେ ବିକ୍ରି; ୫ ବର୍ଷ ପରେ ଘରକୁ ଯୋଗାଯୋଗ କଲେ

ଅନ୍ୟପଟେ ସୁବୁଠୁ ବଡ କଥା ହେଉଛି ଏବେ ରାଜ୍ୟରେ ବହୁତ କମ ଆକ୍ରାନ୍ତ ମେଡିକାଲରେ ଆଡ଼ମିଟ ହେଉଛନ୍ତି। ମାତ୍ର ୨ ପ୍ରତିଶତରୁ କମ ଆଡ଼ମିଟ ହୋଇଛନ୍ତି। ଯଦି ସାମାନ୍ୟ ଲକ୍ଷଣ ରହୁଛି ତାହେଲେ ଟେଷ୍ଟ କରନ୍ତୁ, ଟେଷ୍ଟ ନ କଲେ ଅସୁବିଧା ଅଛି, ଘରେ ସମସ୍ତଙ୍କୁ ହୋଇ ଯିବ । ଏଯାଏଁ ରାଜ୍ୟରେ ଜଣେ ବି ଓମିକ୍ରନ ରୋଗୀଙ୍କର ମୃତ୍ୟୁ ହୋଇନି । ରାଜ୍ୟରେ ଏବେ ସଂକ୍ରମଣ ତଳ ମୁହାଁ ହୋଇଛି ବୋଲି କହି ହେବନାହିଁ, ଆମକୁ ଆହୁରି କିଛିଦିନ ଅପେକ୍ଷା କରିବାକୁ ହେବ ବୋଲି ଜନସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି।

ଆହୁରି ପଢ଼ନ୍ତୁ: ଅନୁଗୁଳରେ ମହିଳା ହାବିଲଦାରଙ୍କୁ ନିର୍ଯାତନା ମାମଲା: ବଦଳିଲେ RI ଗୋବିନ୍ଦ ମାହାରୀ

24 Jan 2022 By The Sakala

ରାଜ୍ୟରେ ସଂକ୍ରମଣ ତଳମୁହାଁ ହୋଇଛି ସତ କିନ୍ତୁ ସ୍ଥାନୀୟ ଅଞ୍ଚଳରେ ବଢିଛି ଓମିକ୍ରନ ମାମଲା, ଲକ୍ଷଣ ଥିଲେ ହେଳା ନକରି ଟେଷ୍ଟ କରନ୍ତୁ : ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : ରାଜ୍ୟରେ ଦୈନିକ ସଂକ୍ରମଣ ମାମଲା କିଛି ମାତ୍ରାରେ ହ୍ରାସ ପାଇଛି ସତ କିନ୍ତୁ ଏହା ପୁଣି ବଢିବନି ବୋଲି କିଛି କହି ହେବନି। ବର୍ତ୍ତମାନ ଦେଶର ମେଟ୍ରୋ ସହରରେ ଗୋଷ୍ଠୀ ସଂକ୍ରମଣ ଚାଲିଛି, ହେଲେ ଆମ ରାଜ୍ୟରେ ନାହିଁ । କିନ୍ତୁ ଓଡିଶା ଗୋଷ୍ଠୀ ସଂକ୍ରମଣ ମୁହାଁ ହୋଇଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର।

ସେ କହିଛନ୍ତି ଗୋଷ୍ଠୀ ସଂକ୍ରମଣର ଅର୍ଥ ସ୍ଥାନୀୟ ଅଞ୍ଚଳରେ ଓମିକ୍ରନ୍ ସଂଖ୍ୟା ବଢିବା । ଆମ ରାଜ୍ୟରେ ସ୍ଥାନୀୟ ସଂକ୍ରମଣ ବଢିଛି କିନ୍ତୁ ତାହା କେତେ ପ୍ରତିଶତ ସଂକ୍ରମଣ ହେଲାଣି ତାହା ଜାଣିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ । କିଛି ଦିନ ତଳେ ହୋଇଥିବା ଜିନମ୍ ସିକ୍ୱେନସିଂ ଅନୁସାରେ ୬୦ ପ୍ରତିଶତ ଥିଲା । ବାହାର ଦେଶର ଯାତ୍ରା ବିନା ଯଦି ଗୋଟିଏ ସ୍ଥାନରେ ରୋଗ ଓ ରୋଗୀ ସଂଖ୍ୟା ବଢିବାର ଅର୍ଥ ଗୋଷ୍ଠୀ ସଂକ୍ରମଣ ହୋଇଛି ।ଅନ୍ୟ ଦେଶରେ ଏହା ହେବା ଆମେ ଦେଖଛେ । ଆଉ କିଛି ଦିନରେ ସମଗ୍ର ଭାରତରେ ବି ଗୋଷ୍ଠୀ ସଂକ୍ରମଣ ହୋଇଯିବ।

ଅନ୍ୟପଟେ ସୁବୁଠୁ ବଡ କଥା ହେଉଛି ଏବେ ରାଜ୍ୟରେ ବହୁତ କମ ଆକ୍ରାନ୍ତ ମେଡିକାଲରେ ଆଡ଼ମିଟ ହେଉଛନ୍ତି। ମାତ୍ର ୨ ପ୍ରତିଶତରୁ କମ ଆଡ଼ମିଟ ହୋଇଛନ୍ତି। ଯଦି ସାମାନ୍ୟ ଲକ୍ଷଣ ରହୁଛି ତାହେଲେ ଟେଷ୍ଟ କରନ୍ତୁ, ଟେଷ୍ଟ ନ କଲେ ଅସୁବିଧା ଅଛି, ଘରେ ସମସ୍ତଙ୍କୁ ହୋଇ ଯିବ । ଏଯାଏଁ ରାଜ୍ୟରେ ଜଣେ ବି ଓମିକ୍ରନ ରୋଗୀଙ୍କର ମୃତ୍ୟୁ ହୋଇନି । ରାଜ୍ୟରେ ଏବେ ସଂକ୍ରମଣ ତଳ ମୁହାଁ ହୋଇଛି ବୋଲି କହି ହେବନାହିଁ, ଆମକୁ ଆହୁରି କିଛିଦିନ ଅପେକ୍ଷା କରିବାକୁ ହେବ ବୋଲି ଜନସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର