ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼, ପୋଲିସର ତଦନ୍ତ ଜାରି

Madhusudan Das Picture
Published On

କାମାକ୍ଷାନଗର: ପୂର୍ବ ଶତ୍ରୁତାରୁ ଛୁରା ମାଡ଼ । ବିଳମ୍ବିତ ରାତିରେ ଉଦ୍ଧାର କରିଲେ ଗ୍ରାମବାସୀ । ଘରକୁ ରାସନ୍ ସାମଗ୍ରୀ ନେଇ ଫେରୁଥିବା ବେଳେ ଭୁବନ ଥାନା ଅନ୍ତର୍ଗତ ଏକତାଳି ପଞ୍ଚାୟତର ରୋଡଙ୍ଗ ଗ୍ରାମର ଯୁବକ ଚନ୍ଦନ ମଳିକଙ୍କୁ ସେହି ଗ୍ରାମର କିଛି ଯୁବକ ସଙ୍ଘବଦ୍ଧ ଭାବରେ ଧାରୁଆ ଛୁରୀ ଏବଂ ଠେଙ୍ଗାରେ  ଆକ୍ରମଣ କରିଥିଲେ। ଜୀବନ ବିକଳରେ ଗ୍ରାମ ନାଳ ପାର ହୋଇ ଗୁରୁତର ଅବସ୍ଥାରେ ପୁରୁଷୋତ୍ତମପୁର ଓଡିଶା ଆଦର୍ଶ ବିଦ୍ୟାଳୟ ନିକଟରେ ପଡିରହିଥିଲେ । ବିଳମ୍ବିତ ରାତିରେ ଶୌଚ ହେବାକୁ ଯାଇଥିବା କିଛି ଗ୍ରାମବାସୀ ତାଙ୍କୁ ସେଠାରୁ ଉଦ୍ଧାର କରି ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ଚନ୍ଦନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନନ୍ତର କରାଯାଇଛି । ତେବେ ଏହା ପୂର୍ବ ଶତ୍ରୁତାକୁ ନେଇ ଏଭଳି ଘଟିଥିବା ପୀଡିତଙ୍କ ବାପା କୈଳାସ ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ଭୁବନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର