ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ କୋଟିପତି ପିଇଓ

The Sakala Picture
Published On

ଢେଙ୍କାନାଳ/କଙ୍କଡାହାଡ: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ କେରେଜୋଳି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ସାହୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। କଟକର ଏକ ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍‍ ଆସି ଏକ କାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉରେ ପ୍ରାୟ ୧କୋଟି ୨୭ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି। ପିଇଓ ସନ୍ତୋଷଙ୍କର ଭୁବନ ବ୍ଲକ ଅନ୍ତର୍ଗତ ଦିଘୀ, ମଠକରଗୋଳା ପଞ୍ଚାୟତରେ ନିର୍ବାହୀ ଅଧିକାରୀ ଥିବା ବେଳେ ଆୟ […]

ଢେଙ୍କାନାଳ/କଙ୍କଡାହାଡ: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ କେରେଜୋଳି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ସାହୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। କଟକର ଏକ ସ୍ୱତନ୍ତ୍ର ଭିଜିଲାନ୍ସ ଟିମ୍‍ ଆସି ଏକ କାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉରେ ପ୍ରାୟ ୧କୋଟି ୨୭ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି। ପିଇଓ ସନ୍ତୋଷଙ୍କର ଭୁବନ ବ୍ଲକ ଅନ୍ତର୍ଗତ ଦିଘୀ, ମଠକରଗୋଳା ପଞ୍ଚାୟତରେ ନିର୍ବାହୀ ଅଧିକାରୀ ଥିବା ବେଳେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା।

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ସୁନ୍ଦରଗଡ଼ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ୮ଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ

arrested-peo

ଆହୁରି ପଢ଼ନ୍ତୁ: ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ରେଡ୍

କାମାକ୍ଷାନଗରର ଜିରିଡାମାଳି ଓ କନ୍ତିଓକାଟେଣୀସ୍ଥିତ ନିଜ ପୈତୃକ ଘର ଉପରେ ଚଢ଼ାଉ କରାଯାଇଥିଲା। ସନ୍ତୋଷଙ୍କର ଜିରିଡାମାଳିଠାରେ ୮୪ଲକ୍ଷ ଟଙ୍କାର ୩ମହଲା କୋଠା, ୯ଲକ୍ଷ ଟଙ୍କାର ଭଡାଘର, କାମାକ୍ଷାନଗର ମୁଖ୍ୟ ରାସ୍ତାରେ ୮ଲକ୍ଷ ଟଙ୍କାର ଦୋକନଗୃହ ନିର୍ମାଣ କରିଥିଲେ। ଏହା ସହିତ ୪ଲକ୍ଷ ୨୭ହଜାର ଟଙ୍କାର ଆସବାବପତ୍ର ଓ ବୈଦ୍ୟୁତିକ ସାମଗ୍ରିକ, ପ୍ରାୟ ୩ଲକ୍ଷ ଟଙ୍କାର ସୁନା ଓ ରୂପା ଗହଣା, ୧୪ଲକ୍ଷ ଟଙ୍କାର ଜୀବନ ବୀମା ପିଲିସ୍‍, ୨ଟି ଦାମୀ ବାଇକ୍‍, ୨୫ହଜାର ଟଙ୍କାର ବ୍ୟାଙ୍କ ଆକାଉଣ୍ଟ ଥିବାର ସୂଚନା ମିଳିଛି। ଏହି ଚଢ଼ାଉରେ ଜଣେ ଡିଏସ୍‍ପିଙ୍କ ସମେତ ୭ଜଣ ଇନ୍‍ସପେକ୍ଟର ଓ କର୍ମଚାରୀମାନେ ସାମିଲ ରହିଥିଲେ। କଟକ ଭିଜିଲାନ୍ସ ଡିଏସ୍‍ପି ସୁରେନ୍ଦ୍ର ନାଥ ରାୟଗୁରୁଙ୍କ ନେତୃତ୍ୱରେ ଢେଙ୍କାନାଳ ଭିଜିଲାନ୍ସ ଡିଏସ୍‍ପି ଅନୁରୁଦ୍ଧ ନାୟକ, ଇନ୍‍ସପେକ୍ଟର ଅନୁପମା ସାହୁ ଏ ଚଢ଼ାଉରେ ସାମିଲ ହୋଇଥିଲେ। ସନ୍ତେଷକୁ ଗିରଫ କରାଯାଇ କଟକସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ପଚରାଉଚରା ନିମନ୍ତେ ନିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର