ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଶ୍ବପ୍ରସିଦ୍ଧ ଜୋରନ୍ଦା ମେଳା

The Sakala Picture
Published On

ଢେଙ୍କାନାଳ: ଆସନ୍ତାକାଲି  ଠାରୁ ଆରମ୍ଭ ହେବ ବିଶ୍ବପ୍ରସିଦ୍ଧ ଜୋରନ୍ଦା ମାଘ ମେଳା ।  ଚଳଚଞ୍ଚଳ ହୋଇଉଠିଛି ମହିମା ଧର୍ମର ମୁଖ୍ୟ ପୀଠ । ପ୍ରତିବର୍ଷ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ରେ ଏହି ମେଳା ଅନୁଷ୍ଠିତ ହୋଇଥାଏ । ଆସନ୍ତା ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ପାଳିତ ହେବ ଏହି ମେଳା । ମହିମା ଧର୍ମର ପରମ୍ପରା ମୁତାବକ ଚଳିତ ବର୍ଷ ସେମାନଙ୍କର ୧୫୧ତମ ବାର୍ଷିକ ଉତ୍ସବ ପାଳିବେ ମାହିମା ସାଧୁ । ମହିମା […]

ଢେଙ୍କାନାଳ: ଆସନ୍ତାକାଲି  ଠାରୁ ଆରମ୍ଭ ହେବ ବିଶ୍ବପ୍ରସିଦ୍ଧ ଜୋରନ୍ଦା ମାଘ ମେଳା ।  ଚଳଚଞ୍ଚଳ ହୋଇଉଠିଛି ମହିମା ଧର୍ମର ମୁଖ୍ୟ ପୀଠ । ପ୍ରତିବର୍ଷ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ରେ ଏହି ମେଳା ଅନୁଷ୍ଠିତ ହୋଇଥାଏ । ଆସନ୍ତା ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ପାଳିତ ହେବ ଏହି ମେଳା । ମହିମା ଧର୍ମର ପରମ୍ପରା ମୁତାବକ ଚଳିତ ବର୍ଷ ସେମାନଙ୍କର ୧୫୧ତମ ବାର୍ଷିକ ଉତ୍ସବ ପାଳିବେ ମାହିମା ସାଧୁ । ମହିମା ସାଧୁଙ୍କ ମନ୍ତ୍ରରେ ପ୍ରକମ୍ପିତ ହେବ ମହିମା ପୀଠ । ବିଭିନ୍ନ ନୀତିକାନ୍ତିର ସହିତ ଗାଦୀ ମନ୍ଦିର ପରିସରର ଚାରିଦ୍ୱାରରେ ଅଖଣ୍ଡ ଧୁନୀ ଜାଳିବେ ମହିମା ସାଧୁ । ସାରାବିଶ୍ୱର କଲ୍ୟାଣ ନିମନ୍ତେ ଦୁଇ ଦିନ ଧରି ଜାଳିବ ବିଶାଳକାୟ ଝ।ଡବତୀ ।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ବ୍ୟବସାୟକୁ ଦୃଷ୍ଟିରେ ରଖି ବିଭିନ୍ନ କିସମର ଦୋକାନୀମାନେ ବ୍ୟବସାୟର ପସରା ପାଇଁ ପ୍ରସ୍ତୁତିରେ ଲାଗିପଡିଛନ୍ତି। ଅପରପକ୍ଷରେ ଚଳିତ ବର୍ଷ ମେଳାରେ ଦର୍ଶକମାନଙ୍କର ମନୋରଞ୍ଜନ ପାଇଁ ଯାତ୍ରା, ମୀନା ବଜାର ଓ ବିଭିନ୍ନ ଦୋଳି ଆଦି ପ୍ରସ୍ତୁତି ମେଳାକୁ ଆହୁରି ସରଗରମ କରିବ। ଏହି ଯୋରନ୍ଦା ମେଳାରେ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାବେଳେ, ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେପଟେ ଟ୍ରାଫିକ୍ ପରିଚାଳନା, ସ୍ୱାସ୍ଥ୍ୟ ପରିମଳ ଓ ପାନୀୟ ଜଳ ଯୋଗାଣ ଆଦି ପ୍ରସ୍ତୁତି ଚାଲିଛି।
21 Feb 2024 By The Sakala

ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଶ୍ବପ୍ରସିଦ୍ଧ ଜୋରନ୍ଦା ମେଳା

ଢେଙ୍କାନାଳ: ଆସନ୍ତାକାଲି  ଠାରୁ ଆରମ୍ଭ ହେବ ବିଶ୍ବପ୍ରସିଦ୍ଧ ଜୋରନ୍ଦା ମାଘ ମେଳା ।  ଚଳଚଞ୍ଚଳ ହୋଇଉଠିଛି ମହିମା ଧର୍ମର ମୁଖ୍ୟ ପୀଠ । ପ୍ରତିବର୍ଷ ମାଘ ଶୁକ୍ଳ ଚତୁର୍ଦ୍ଦଶୀ ରେ ଏହି ମେଳା ଅନୁଷ୍ଠିତ ହୋଇଥାଏ । ଆସନ୍ତା ୨୨ ରୁ ୨୪ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ପାଳିତ ହେବ ଏହି ମେଳା । ମହିମା ଧର୍ମର ପରମ୍ପରା ମୁତାବକ ଚଳିତ ବର୍ଷ ସେମାନଙ୍କର ୧୫୧ତମ ବାର୍ଷିକ ଉତ୍ସବ ପାଳିବେ ମାହିମା ସାଧୁ । ମହିମା ସାଧୁଙ୍କ ମନ୍ତ୍ରରେ ପ୍ରକମ୍ପିତ ହେବ ମହିମା ପୀଠ । ବିଭିନ୍ନ ନୀତିକାନ୍ତିର ସହିତ ଗାଦୀ ମନ୍ଦିର ପରିସରର ଚାରିଦ୍ୱାରରେ ଅଖଣ୍ଡ ଧୁନୀ ଜାଳିବେ ମହିମା ସାଧୁ । ସାରାବିଶ୍ୱର କଲ୍ୟାଣ ନିମନ୍ତେ ଦୁଇ ଦିନ ଧରି ଜାଳିବ ବିଶାଳକାୟ ଝ।ଡବତୀ ।

ବ୍ୟବସାୟକୁ ଦୃଷ୍ଟିରେ ରଖି ବିଭିନ୍ନ କିସମର ଦୋକାନୀମାନେ ବ୍ୟବସାୟର ପସରା ପାଇଁ ପ୍ରସ୍ତୁତିରେ ଲାଗିପଡିଛନ୍ତି। ଅପରପକ୍ଷରେ ଚଳିତ ବର୍ଷ ମେଳାରେ ଦର୍ଶକମାନଙ୍କର ମନୋରଞ୍ଜନ ପାଇଁ ଯାତ୍ରା, ମୀନା ବଜାର ଓ ବିଭିନ୍ନ ଦୋଳି ଆଦି ପ୍ରସ୍ତୁତି ମେଳାକୁ ଆହୁରି ସରଗରମ କରିବ। ଏହି ଯୋରନ୍ଦା ମେଳାରେ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବାକୁ ଥିବାବେଳେ, ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେପଟେ ଟ୍ରାଫିକ୍ ପରିଚାଳନା, ସ୍ୱାସ୍ଥ୍ୟ ପରିମଳ ଓ ପାନୀୟ ଜଳ ଯୋଗାଣ ଆଦି ପ୍ରସ୍ତୁତି ଚାଲିଛି।
https://www.thesakala.in/latest-odisha-news/dhenkanal/famous-joranda-mela-starts-from-tomorrow/article-30092
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର