୭୯ ବର୍ଷରେ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା: ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପୂଜା ପାଳିତ

The Sakala Picture
Published On

ଢେଙ୍କାନାଳ: ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କୁମାର ପୂର୍ଣ୍ଣମୀଠାରୁ ଆରମ୍ଭ ହୋଇ ଥିବା ବେଳେ ଚଳିତ ବର୍ଷ ଏହି ପୂଜା ୭୯ ବର୍ଷରେ ପଦାର୍ପଣ କରିଛି । ଗତ ୨ବର୍ଷ ଧରି କରୋନା ମହାମାରୀ ଯୋଗୁ ପୂଜା ନରାଡମ୍ବରରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ମହାସମାରୋହ ସହ ପୂଜା ଅନୁଷ୍ଠିତ ହେବାକୁ ଯାଉଛି । ସହରର ସମସ୍ତ ପୂଜା ପ୍ରତିଷ୍ଠାନ ତୋରଣ ସହ ନୂତନ ରୂପରେ ସଜାଇଛନ୍ତି । ଲକ୍ଷ୍ମୀପୂଜା ପାର୍ବଣ ବାମନ ଜନ୍ମ ସୁନିଆଁ […]

ଢେଙ୍କାନାଳ: ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କୁମାର ପୂର୍ଣ୍ଣମୀଠାରୁ ଆରମ୍ଭ ହୋଇ ଥିବା ବେଳେ ଚଳିତ ବର୍ଷ ଏହି ପୂଜା ୭୯ ବର୍ଷରେ ପଦାର୍ପଣ କରିଛି । ଗତ ୨ବର୍ଷ ଧରି କରୋନା ମହାମାରୀ ଯୋଗୁ ପୂଜା ନରାଡମ୍ବରରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ମହାସମାରୋହ ସହ ପୂଜା ଅନୁଷ୍ଠିତ ହେବାକୁ ଯାଉଛି । ସହରର ସମସ୍ତ ପୂଜା ପ୍ରତିଷ୍ଠାନ ତୋରଣ ସହ ନୂତନ ରୂପରେ ସଜାଇଛନ୍ତି ।

ଆହୁରି ପଢ଼ନ୍ତୁ: କେବଳ ଅନ୍ତର୍ଜାତୀୟ ମହିଳା ଦିବସ ନୁହେଁ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଦିଆଯିବା ଦରକାର: ଶୁଭାଶିଷ୍‌

ଲକ୍ଷ୍ମୀପୂଜା ପାର୍ବଣ ବାମନ ଜନ୍ମ ସୁନିଆଁ ତିଥିରୁ ମାଟି ଅନୁକଳ ହୋଇଥିବା ବେଳେ କୁମାର ପୂର୍ଣ୍ଣମୀ ଅବସରରେ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ଆରମ୍ଭ ହୋଇଛି । ଚଳିତ ବର୍ଷ ମୋଟ ସହରରେ ୩୮ଟି ପୂଜା ମଣ୍ଡପରେ ମା’ଲକ୍ଷ୍ମୀ ଶୋଭା ପାଉଛି । ଜିଲ୍ଲାରେ ୧୯୨୩ ମସିହାରୁ ଢେଙ୍କାନାଳର ମୀନା ବଜାରର ସ୍ୱର୍ଗତ ଗତିକୃଷ୍ଣ ପଟ୍ଟନାୟକ ଉଦ୍ୟମରେ ଲକ୍ଷ୍ମୀ ପୂଜା ୧୯୩୩ ମସିହା ପର୍ଯ୍ୟନ୍ତ ପାଳିତ ହୋଇଥିଲା । ପରବର୍ତ୍ତି ପର୍ଯ୍ୟାୟରେ ପ୍ରଜା ଆନ୍ଦୋଳନ ଯୋଗୁଁ ପୂଜା ବନ୍ଦ ହୋଇଯାଇଥିଲା ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

୧୯୪୩ ମସିହାରୁ ଏହି ପର୍ବ ପୁନରାୟ ମୀନାବଜାରରୁ ଆରମ୍ଭ ହୋଇଆସୁଥିବା ଏହି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆଜି ଗଣଉତ୍ସବରେ ପରିଣତ ହୋଇଛି । ୧୯୪୩ରେ ମୀନା ବଜାର,୧୯୪୮ରେ ଜବାହର ଚୌକ,୧୯୪୯ରେ ଲକ୍ଷ୍ମୀବଜାର,୧୯୫୦ ଗଣେଷ ବଜାର, ୧୯୫୧ କାଞ୍ଚନ ବଜାର,୧୯୫୨ରେ ଆନନ୍ଦବଜାର,୧୯୫୫ରେ କାରିଗର ସାହି,୧୯୫୭ରେ ଗୁଡିଆନାଳୀ,୧୯୫୮ରେ ରାଧାକୃଷ୍ଣବଜାର,ପଦ୍ମବଜାର,କୁଞ୍ଜକାନ୍ତ,୧୯୫୯ରେ କୈବଲ୍ୟ ବଜାର,୧୯୬୦ରେ ଜୁବୁଲି ଟାଉନ-୨, ୧୯୬୩ରେ ଅନ୍ନପୂର୍ଣ୍ଣା ପୂଜା ସଂସ୍ଥାନ ଷ୍ଟେସନ ବଜାର,୧୯୬୫ରେ ରତ୍ନବଜାର,୧୯୬୭ରେ ଚନ୍ଦନ ବଜାର,୧୯୬୯ରେ ଗାନ୍ଧୀବଜାର ଓ ବସଷ୍ଟାଣ୍ଡ,୧୯୭୧ରେ କୋରିଆଁ,୧୯୭୫ରେ ଦୁର୍ଗବଜାର,୧୯୭୬ରେ ଦକ୍ଷିଣକାଳୀରେ ପୂଜା ଆରମ୍ଭ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଚଳିତ ବର୍ଷ କୋରିଆଁ, ଜୁବୁଲି ଟାଉନ୨, ରତନ ବଜାର ପ୍‌ଦ୍ମ ବଜାର, କାରିଗର ସାହି, ଚନ୍ଦନବଜାର, ବାଜିଚୌକ, ଆନନ୍ଦ ବଜାର, କାଞ୍ଚନ ବଜାର, ମୀନା ବଜାର, ଜବାହର ଚୌକ, ଲକ୍ଷ୍ମୀବଜାର, ମହାବୀର ବଜାର, ଗଣେଷ ବଜାର, ବସଷ୍ଟାଣ୍ଡ,ଗୁଡିଆ ନାଳୀ,କୁ ଞ୍ଜକାନ୍ତ,କଲେଜ ପଡା ସହିତ ଅନ୍ୟ ସ୍ଥାନରେ ପୂଜା ମଣ୍ଡପରେ ପୂଜା ଅନୁଷ୍ଠିତ ହୋଇଛି।

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଐତିହ୍ୟ, ସଂସ୍କୃତି ଓ ଭାଇଚାରାକୁ ପାଥେୟ କରି ସହରବାସୀ ଦୀର୍ଘ ୧୦ ଦିନ ଧରି ମା’ଙ୍କ ପାଦପଦ୍ମରେ ଗୋଟିଏ ମନ ଓ ଗୋଟିଏ ପ୍ରାଣରେ ସମର୍ପିତ ହୋଇଯାଆନ୍ତି । ଦୀର୍ଘ ୭୯ ବର୍ଷରୁ ଉର୍ଦ୍ଧ୍ବ ଏହି ଗଜଲକ୍ଷ୍ମୀ ପୂଜା ୭ କି.ମି. ପରିବ୍ୟାପ୍ତ ସହରକୁ ଆଚ୍ଛାଦିତ କରିରଖିଛି । କୁମାରପୂର୍ଣ୍ଣମୀ ଅବସରରେ ଘଟସ୍ଥାପନ କରାଯିବା ସହ ବୈଦିକ ରୀତିନୀତି ଅନୁଯାୟୀ ଘଣ୍ଟ, ଶଙ୍ଖ, ଖୋଳ, କୀର୍ତନ ଏବଂ ବ୍ରାହ୍ମଣର ମନ୍ତ୍ର ଧ୍ୱନିରେ ମା’ ମହାଲକ୍ଷ୍ମୀଙ୍କ ମୃଣ୍ମୟୀ ପ୍ରତିମାକୁ ଜୀବନ୍ୟାସ ଦିଆଯାଇ ପୂଜା ଅନୁଷ୍ଠିତ ହୋଇଥଆଏ ।

ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ପବିତ୍ର କୁମାର ପୂର୍ଣ୍ଣିମା ୯ ତାରିଖ ଠାରୁ ଆରମ୍ଭ ହୋଇ ୧୯ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୦ ଦିନ ଧରି ଏହି ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୁଏ । ସହରର ପ୍ରବେଶ ପଥରୁ ପ୍ରସ୍ଥାନ ପଥ ପର୍ଯ୍ୟନ୍ତ ଦୀର୍ଘ ୭କି.ମି. ବ୍ୟାପି ରାସ୍ତା ପାଶ୍ୱର୍ରେ ଚଳିତ ବର୍ଷ ୩୮ଟି ପୂଜା ମଣ୍ଡପରେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଅଛି ।ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ମହିଷାପାଟଠାରେ ପଲ୍ଲିଶ୍ରୀ ମେଳାର ଆୟୋଜନ କରାଯାଉଛି । ଏହି ମେଳାରେ ୩ଶହରୁ ଅଧିକ ଷ୍ଟଲ ଖୋଲାଯିବା ସହିତ ଖାଦ୍ୟ ପାଇଁ ମଧ୍ୟ ସ୍ୱତନ୍ତ୍ର ଷ୍ଟଲ କରାଯିବ ବୋଲି ଜଣାପଡିଛି । ଗଣେଷ ବଜାରରେ ବାଉଁଶ ପାତିଆରେ କୁଲା,ଡାଲା ଏବଂ ଚାଙ୍ଗୁଡି ମାଧ୍ୟମରେ କୋଲାକୋତାରୁ ଆସିଥିବା ଶିଳ୍ପୀମାନେ ଭିନ୍ନ ଢଙ୍ଗରେ ପୂଜା ମଣ୍ଡପ କରିଥିବାର ଜଣାପଡିଛି । ଦୀର୍ଘ ଦୁଇ ବର୍ଷ ପରେ ପୂଜା ସାଧାରଣ ଭାବରେ ହେଉଥିବାରୁ ଚଳିତ ବର୍ଷ ପ୍ରବଳ ଜନସମାଗମ ହୋଇଛି । ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ କରିବା ପାଇଁ ପ୍ରଶାସନ,ପୋଲିସ ଏବଂ ପୂଜା କମିଟି ତରଫରୁ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଲକ୍ଷ୍ମୀ ବଜାର ହୀରକ ଜୟନ୍ତୀ ମହାସମାରୋହରେ ପାଳନ କରିଥିବା ବେଳେ କାଳିକା ବଜାର ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଛି । ପୂଜାକୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ପାଇଁ ଜିଲ୍ଲାପାଳ ସରୋଜ କୁମାର ସେଠୀ ଡେଙ୍କାନାଳବାସୀଙ୍କୁ ନିବେଦନ କରିଛନ୍ତି ।

10 Oct 2022 By The Sakala

୭୯ ବର୍ଷରେ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା: ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପୂଜା ପାଳିତ

ଢେଙ୍କାନାଳ: ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା କୁମାର ପୂର୍ଣ୍ଣମୀଠାରୁ ଆରମ୍ଭ ହୋଇ ଥିବା ବେଳେ ଚଳିତ ବର୍ଷ ଏହି ପୂଜା ୭୯ ବର୍ଷରେ ପଦାର୍ପଣ କରିଛି । ଗତ ୨ବର୍ଷ ଧରି କରୋନା ମହାମାରୀ ଯୋଗୁ ପୂଜା ନରାଡମ୍ବରରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ମହାସମାରୋହ ସହ ପୂଜା ଅନୁଷ୍ଠିତ ହେବାକୁ ଯାଉଛି । ସହରର ସମସ୍ତ ପୂଜା ପ୍ରତିଷ୍ଠାନ ତୋରଣ ସହ ନୂତନ ରୂପରେ ସଜାଇଛନ୍ତି ।

ଲକ୍ଷ୍ମୀପୂଜା ପାର୍ବଣ ବାମନ ଜନ୍ମ ସୁନିଆଁ ତିଥିରୁ ମାଟି ଅନୁକଳ ହୋଇଥିବା ବେଳେ କୁମାର ପୂର୍ଣ୍ଣମୀ ଅବସରରେ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାର ଆରମ୍ଭ ହୋଇଛି । ଚଳିତ ବର୍ଷ ମୋଟ ସହରରେ ୩୮ଟି ପୂଜା ମଣ୍ଡପରେ ମା’ଲକ୍ଷ୍ମୀ ଶୋଭା ପାଉଛି । ଜିଲ୍ଲାରେ ୧୯୨୩ ମସିହାରୁ ଢେଙ୍କାନାଳର ମୀନା ବଜାରର ସ୍ୱର୍ଗତ ଗତିକୃଷ୍ଣ ପଟ୍ଟନାୟକ ଉଦ୍ୟମରେ ଲକ୍ଷ୍ମୀ ପୂଜା ୧୯୩୩ ମସିହା ପର୍ଯ୍ୟନ୍ତ ପାଳିତ ହୋଇଥିଲା । ପରବର୍ତ୍ତି ପର୍ଯ୍ୟାୟରେ ପ୍ରଜା ଆନ୍ଦୋଳନ ଯୋଗୁଁ ପୂଜା ବନ୍ଦ ହୋଇଯାଇଥିଲା ।

୧୯୪୩ ମସିହାରୁ ଏହି ପର୍ବ ପୁନରାୟ ମୀନାବଜାରରୁ ଆରମ୍ଭ ହୋଇଆସୁଥିବା ଏହି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆଜି ଗଣଉତ୍ସବରେ ପରିଣତ ହୋଇଛି । ୧୯୪୩ରେ ମୀନା ବଜାର,୧୯୪୮ରେ ଜବାହର ଚୌକ,୧୯୪୯ରେ ଲକ୍ଷ୍ମୀବଜାର,୧୯୫୦ ଗଣେଷ ବଜାର, ୧୯୫୧ କାଞ୍ଚନ ବଜାର,୧୯୫୨ରେ ଆନନ୍ଦବଜାର,୧୯୫୫ରେ କାରିଗର ସାହି,୧୯୫୭ରେ ଗୁଡିଆନାଳୀ,୧୯୫୮ରେ ରାଧାକୃଷ୍ଣବଜାର,ପଦ୍ମବଜାର,କୁଞ୍ଜକାନ୍ତ,୧୯୫୯ରେ କୈବଲ୍ୟ ବଜାର,୧୯୬୦ରେ ଜୁବୁଲି ଟାଉନ-୨, ୧୯୬୩ରେ ଅନ୍ନପୂର୍ଣ୍ଣା ପୂଜା ସଂସ୍ଥାନ ଷ୍ଟେସନ ବଜାର,୧୯୬୫ରେ ରତ୍ନବଜାର,୧୯୬୭ରେ ଚନ୍ଦନ ବଜାର,୧୯୬୯ରେ ଗାନ୍ଧୀବଜାର ଓ ବସଷ୍ଟାଣ୍ଡ,୧୯୭୧ରେ କୋରିଆଁ,୧୯୭୫ରେ ଦୁର୍ଗବଜାର,୧୯୭୬ରେ ଦକ୍ଷିଣକାଳୀରେ ପୂଜା ଆରମ୍ଭ ହୋଇଥିଲା ।

ଚଳିତ ବର୍ଷ କୋରିଆଁ, ଜୁବୁଲି ଟାଉନ୨, ରତନ ବଜାର ପ୍‌ଦ୍ମ ବଜାର, କାରିଗର ସାହି, ଚନ୍ଦନବଜାର, ବାଜିଚୌକ, ଆନନ୍ଦ ବଜାର, କାଞ୍ଚନ ବଜାର, ମୀନା ବଜାର, ଜବାହର ଚୌକ, ଲକ୍ଷ୍ମୀବଜାର, ମହାବୀର ବଜାର, ଗଣେଷ ବଜାର, ବସଷ୍ଟାଣ୍ଡ,ଗୁଡିଆ ନାଳୀ,କୁ ଞ୍ଜକାନ୍ତ,କଲେଜ ପଡା ସହିତ ଅନ୍ୟ ସ୍ଥାନରେ ପୂଜା ମଣ୍ଡପରେ ପୂଜା ଅନୁଷ୍ଠିତ ହୋଇଛି।

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଐତିହ୍ୟ, ସଂସ୍କୃତି ଓ ଭାଇଚାରାକୁ ପାଥେୟ କରି ସହରବାସୀ ଦୀର୍ଘ ୧୦ ଦିନ ଧରି ମା’ଙ୍କ ପାଦପଦ୍ମରେ ଗୋଟିଏ ମନ ଓ ଗୋଟିଏ ପ୍ରାଣରେ ସମର୍ପିତ ହୋଇଯାଆନ୍ତି । ଦୀର୍ଘ ୭୯ ବର୍ଷରୁ ଉର୍ଦ୍ଧ୍ବ ଏହି ଗଜଲକ୍ଷ୍ମୀ ପୂଜା ୭ କି.ମି. ପରିବ୍ୟାପ୍ତ ସହରକୁ ଆଚ୍ଛାଦିତ କରିରଖିଛି । କୁମାରପୂର୍ଣ୍ଣମୀ ଅବସରରେ ଘଟସ୍ଥାପନ କରାଯିବା ସହ ବୈଦିକ ରୀତିନୀତି ଅନୁଯାୟୀ ଘଣ୍ଟ, ଶଙ୍ଖ, ଖୋଳ, କୀର୍ତନ ଏବଂ ବ୍ରାହ୍ମଣର ମନ୍ତ୍ର ଧ୍ୱନିରେ ମା’ ମହାଲକ୍ଷ୍ମୀଙ୍କ ମୃଣ୍ମୟୀ ପ୍ରତିମାକୁ ଜୀବନ୍ୟାସ ଦିଆଯାଇ ପୂଜା ଅନୁଷ୍ଠିତ ହୋଇଥଆଏ ।

ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ପବିତ୍ର କୁମାର ପୂର୍ଣ୍ଣିମା ୯ ତାରିଖ ଠାରୁ ଆରମ୍ଭ ହୋଇ ୧୯ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୦ ଦିନ ଧରି ଏହି ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୁଏ । ସହରର ପ୍ରବେଶ ପଥରୁ ପ୍ରସ୍ଥାନ ପଥ ପର୍ଯ୍ୟନ୍ତ ଦୀର୍ଘ ୭କି.ମି. ବ୍ୟାପି ରାସ୍ତା ପାଶ୍ୱର୍ରେ ଚଳିତ ବର୍ଷ ୩୮ଟି ପୂଜା ମଣ୍ଡପରେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଅଛି ।ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ମହିଷାପାଟଠାରେ ପଲ୍ଲିଶ୍ରୀ ମେଳାର ଆୟୋଜନ କରାଯାଉଛି । ଏହି ମେଳାରେ ୩ଶହରୁ ଅଧିକ ଷ୍ଟଲ ଖୋଲାଯିବା ସହିତ ଖାଦ୍ୟ ପାଇଁ ମଧ୍ୟ ସ୍ୱତନ୍ତ୍ର ଷ୍ଟଲ କରାଯିବ ବୋଲି ଜଣାପଡିଛି । ଗଣେଷ ବଜାରରେ ବାଉଁଶ ପାତିଆରେ କୁଲା,ଡାଲା ଏବଂ ଚାଙ୍ଗୁଡି ମାଧ୍ୟମରେ କୋଲାକୋତାରୁ ଆସିଥିବା ଶିଳ୍ପୀମାନେ ଭିନ୍ନ ଢଙ୍ଗରେ ପୂଜା ମଣ୍ଡପ କରିଥିବାର ଜଣାପଡିଛି । ଦୀର୍ଘ ଦୁଇ ବର୍ଷ ପରେ ପୂଜା ସାଧାରଣ ଭାବରେ ହେଉଥିବାରୁ ଚଳିତ ବର୍ଷ ପ୍ରବଳ ଜନସମାଗମ ହୋଇଛି । ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ କରିବା ପାଇଁ ପ୍ରଶାସନ,ପୋଲିସ ଏବଂ ପୂଜା କମିଟି ତରଫରୁ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ଲକ୍ଷ୍ମୀ ବଜାର ହୀରକ ଜୟନ୍ତୀ ମହାସମାରୋହରେ ପାଳନ କରିଥିବା ବେଳେ କାଳିକା ବଜାର ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଛି । ପୂଜାକୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ପାଇଁ ଜିଲ୍ଲାପାଳ ସରୋଜ କୁମାର ସେଠୀ ଡେଙ୍କାନାଳବାସୀଙ୍କୁ ନିବେଦନ କରିଛନ୍ତି ।

https://www.thesakala.in/latest-odisha-news/dhenkanal/dhenkanal-gaja-lakshmi-puja-at-79/article-15612
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର