ଗାଁ ଦାଣ୍ଡରେ ଶ୍ୱଶୁରଙ୍କୁ ବିଭତ୍ସ ଭାବେ ହତ୍ୟା କଲା ପିଶାଚ ଜ୍ୱାଇଁ

The Sakala Picture
Published On

କାମାକ୍ଷାନଗର: ମୃତ୍ୟୁର ଫାଶରେ ସ୍ତ୍ରୀକୁ ମାରିବା ପାଇଁ ସ୍ୱାମୀ ରଚିଥିଲା ଷଡଯନ୍ତ୍ର । କିନ୍ତୁ ଚକ୍ରବ୍ୟୁହରେ ଫସିଗଲା ନିରୀହ ଶ୍ୱଶୁର । ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ । ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପଙ୍ଗାତିରା ଗାଁରେ । ସୂଚନା ଅନୁସାରେ, ଗତ କାଲି ବିଳମ୍ବିତ ରାତିରେ ଗାଁ ଦାଣ୍ଡରେ କିଟି ମିଟି ଅନ୍ଧାର ଭିତରେ ଶ୍ୱଶୁରକୁ ଅତି ବିଭତ୍ସ ଭାବେ ଟାଙ୍ଗିଆରେ ହାଣିଦେଇଛି ପିଶାଚ ଜ୍ୱାଇଁ । ମୃତ […]

କାମାକ୍ଷାନଗର: ମୃତ୍ୟୁର ଫାଶରେ ସ୍ତ୍ରୀକୁ ମାରିବା ପାଇଁ ସ୍ୱାମୀ ରଚିଥିଲା ଷଡଯନ୍ତ୍ର । କିନ୍ତୁ ଚକ୍ରବ୍ୟୁହରେ ଫସିଗଲା ନିରୀହ ଶ୍ୱଶୁର । ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ । ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପଙ୍ଗାତିରା ଗାଁରେ । ସୂଚନା ଅନୁସାରେ, ଗତ କାଲି ବିଳମ୍ବିତ ରାତିରେ ଗାଁ ଦାଣ୍ଡରେ କିଟି ମିଟି ଅନ୍ଧାର ଭିତରେ ଶ୍ୱଶୁରକୁ ଅତି ବିଭତ୍ସ ଭାବେ ଟାଙ୍ଗିଆରେ ହାଣିଦେଇଛି ପିଶାଚ ଜ୍ୱାଇଁ । ମୃତ ଶ୍ୱଶୁର ଜଣଙ୍କ ପରଜଙ୍ଗ ଥାନା ପଙ୍ଗାତିରା ଗାଁର ପର୍ଶୁରାମ ବାରିକ । ଜ୍ୱାଇଁ ରମଣ ବେହେରା ହତ୍ୟାକାଣ୍ଡ ଘଟାଇବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ସୂଚନା ଅନୁଯାୟୀ, ୧୦ ବର୍ଷ ତଳେ ମୃତ ପର୍ଶୁରାମଙ୍କ ଝିଅ ସେହି ଗାଁର ରମଣ ବେହେରାଙ୍କୁ ପ୍ରେମ ବିବାହ କରିଥିଲେ । ପର୍ଶୁରାମ ଜ୍ୱାଇଁକୁ ଯୌତୁକ ବାବଦକୁ ୩୦ ହଜାର ଟଙ୍କା ଦେଇଥିଲେ । ତେବେ ବିବାହ ପରଠାରୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଚାଲି ଆସୁଥିଲା । ଯାହାକୁ ନେଇ ପର୍ଶୁରାମ ଝିଅ ଜ୍ୱାଇଁକୁ ବୁଝାଇ ଆସୁଥିଲେ । ତେବେ ଗତ କାଲି ରାତିର ଘଟଣା ଥିଲା ଭିନ୍ନ । ନିଜ ସ୍ତ୍ରୀକୁ ହତ୍ୟାକାରିବା ପାଇଁ ରମଣ ରଚିଥିଲା ଏକ ବଡ଼ ଯୋଜନା । ମାତ୍ର ଏସବୁ ସୁରାକ ପାଇ ବାପା ଘର ଲୋକଙ୍କୁ ଖବର ଦେଇଥିଲା ଝିଅ । ଏକ ଫାଶିର ଦଉଡି ଝୁଲାଇ ନିଜ ସ୍ତ୍ରୀକୁ ହତ୍ୟାକାରିବା ପାଇଁ ଜଗି ବସିଥିଲା ପିଶାଚ ଜ୍ୱାଇଁ ରମଣ । ଯାହାକୁ ନେଇ ଶ୍ୱଶୁର ଓ ଜ୍ୱାଇଁଙ୍କ ମଧ୍ୟରେ ବଚସା ଓ ପରେ ଅର୍ଥାତ ବିଳମ୍ବିତ ରାତିରେ ରକ୍ତପାତର ରୂପ ନେଇଥିଲା । ରମଣର ଟାଙ୍ଗିଆ ଚୋଟରେ ଶ୍ୱଶୁର ପର୍ଶୁରାମ ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇଗଲେ । ଏ ନେଇ ମହାବିରୋଡ଼ ଫାଣ୍ଡିରେ ଅଭିଯୋଗ ପରେ ପୋଲିସ ତନାଘନା ଆରମ୍ଭ କରିଦେଇଛି ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

23 Jul 2022 By The Sakala

ଗାଁ ଦାଣ୍ଡରେ ଶ୍ୱଶୁରଙ୍କୁ ବିଭତ୍ସ ଭାବେ ହତ୍ୟା କଲା ପିଶାଚ ଜ୍ୱାଇଁ

କାମାକ୍ଷାନଗର: ମୃତ୍ୟୁର ଫାଶରେ ସ୍ତ୍ରୀକୁ ମାରିବା ପାଇଁ ସ୍ୱାମୀ ରଚିଥିଲା ଷଡଯନ୍ତ୍ର । କିନ୍ତୁ ଚକ୍ରବ୍ୟୁହରେ ଫସିଗଲା ନିରୀହ ଶ୍ୱଶୁର । ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ । ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପଙ୍ଗାତିରା ଗାଁରେ । ସୂଚନା ଅନୁସାରେ, ଗତ କାଲି ବିଳମ୍ବିତ ରାତିରେ ଗାଁ ଦାଣ୍ଡରେ କିଟି ମିଟି ଅନ୍ଧାର ଭିତରେ ଶ୍ୱଶୁରକୁ ଅତି ବିଭତ୍ସ ଭାବେ ଟାଙ୍ଗିଆରେ ହାଣିଦେଇଛି ପିଶାଚ ଜ୍ୱାଇଁ । ମୃତ ଶ୍ୱଶୁର ଜଣଙ୍କ ପରଜଙ୍ଗ ଥାନା ପଙ୍ଗାତିରା ଗାଁର ପର୍ଶୁରାମ ବାରିକ । ଜ୍ୱାଇଁ ରମଣ ବେହେରା ହତ୍ୟାକାଣ୍ଡ ଘଟାଇବା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ।

ସୂଚନା ଅନୁଯାୟୀ, ୧୦ ବର୍ଷ ତଳେ ମୃତ ପର୍ଶୁରାମଙ୍କ ଝିଅ ସେହି ଗାଁର ରମଣ ବେହେରାଙ୍କୁ ପ୍ରେମ ବିବାହ କରିଥିଲେ । ପର୍ଶୁରାମ ଜ୍ୱାଇଁକୁ ଯୌତୁକ ବାବଦକୁ ୩୦ ହଜାର ଟଙ୍କା ଦେଇଥିଲେ । ତେବେ ବିବାହ ପରଠାରୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଚାଲି ଆସୁଥିଲା । ଯାହାକୁ ନେଇ ପର୍ଶୁରାମ ଝିଅ ଜ୍ୱାଇଁକୁ ବୁଝାଇ ଆସୁଥିଲେ । ତେବେ ଗତ କାଲି ରାତିର ଘଟଣା ଥିଲା ଭିନ୍ନ । ନିଜ ସ୍ତ୍ରୀକୁ ହତ୍ୟାକାରିବା ପାଇଁ ରମଣ ରଚିଥିଲା ଏକ ବଡ଼ ଯୋଜନା । ମାତ୍ର ଏସବୁ ସୁରାକ ପାଇ ବାପା ଘର ଲୋକଙ୍କୁ ଖବର ଦେଇଥିଲା ଝିଅ । ଏକ ଫାଶିର ଦଉଡି ଝୁଲାଇ ନିଜ ସ୍ତ୍ରୀକୁ ହତ୍ୟାକାରିବା ପାଇଁ ଜଗି ବସିଥିଲା ପିଶାଚ ଜ୍ୱାଇଁ ରମଣ । ଯାହାକୁ ନେଇ ଶ୍ୱଶୁର ଓ ଜ୍ୱାଇଁଙ୍କ ମଧ୍ୟରେ ବଚସା ଓ ପରେ ଅର୍ଥାତ ବିଳମ୍ବିତ ରାତିରେ ରକ୍ତପାତର ରୂପ ନେଇଥିଲା । ରମଣର ଟାଙ୍ଗିଆ ଚୋଟରେ ଶ୍ୱଶୁର ପର୍ଶୁରାମ ସବୁଦିନ ପାଇଁ ଚିର ନିଦ୍ରାରେ ଶୋଇଗଲେ । ଏ ନେଇ ମହାବିରୋଡ଼ ଫାଣ୍ଡିରେ ଅଭିଯୋଗ ପରେ ପୋଲିସ ତନାଘନା ଆରମ୍ଭ କରିଦେଇଛି ।

https://www.thesakala.in/latest-odisha-news/dhenkanal/father-in-law-was-brutally-killed-by-son-in-law-in-denkanal/article-13536
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର