ମନୋରଞ୍ଜନ
ଓଡ଼ିଶା
ଗଣେଷ ପୂଜା ଭସାଣୀରେ ପୁଲିସକୁ ଆକ୍ରମଣ ଘଟଣାରେ ୧୬ଗିରଫ
ଢେଙ୍କାନାଳ : ଢେଙ୍କାନାଳ ସହର ଉପକଣ୍ଠ କୋରିଆଁ ଛକର ହରିଜନ ସାହିରେ ଗଣେଷ ପୁଜା ଭସାଣୀରେ ପୁଲିସକୁ ଆକ୍ରମଣ ଘଟଣାରେ ୨ପୁଲିସ ଅଧିକାରୀ ଆହତ ହୋଇଥିବା ବେଳେ ୧୬ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଶୁକ୍ରବାର ବିଳମ୍ବିତ ରାତ୍ରୀରେ କୋରିଆଁ ହରିଜନ ସାହିରେ ଗଣେଷ ପୁଜା ଭସାଣୀ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଚାଲିବା ସହ ଡିଜେ ସାଉଣ୍ଡ ବ୍ୟବହାରକୁ ନେଇ ପୁଲିସ ଭସାଣୀ ଶୋଭାଯାତ୍ରାକୁ ବନ୍ଦ କରିଥିଲା । ଏଥିରେ ଉତକ୍ଷିପ୍ତ ହୋଇ […]
ଢେଙ୍କାନାଳ : ଢେଙ୍କାନାଳ ସହର ଉପକଣ୍ଠ କୋରିଆଁ ଛକର ହରିଜନ ସାହିରେ ଗଣେଷ ପୁଜା ଭସାଣୀରେ ପୁଲିସକୁ ଆକ୍ରମଣ ଘଟଣାରେ ୨ପୁଲିସ ଅଧିକାରୀ ଆହତ ହୋଇଥିବା ବେଳେ ୧୬ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଶୁକ୍ରବାର ବିଳମ୍ବିତ ରାତ୍ରୀରେ କୋରିଆଁ ହରିଜନ ସାହିରେ ଗଣେଷ ପୁଜା ଭସାଣୀ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଚାଲିବା ସହ ଡିଜେ ସାଉଣ୍ଡ ବ୍ୟବହାରକୁ ନେଇ ପୁଲିସ ଭସାଣୀ ଶୋଭାଯାତ୍ରାକୁ ବନ୍ଦ କରିଥିଲା । ଏଥିରେ ଉତକ୍ଷିପ୍ତ ହୋଇ କୋରିଆଁ ହରିଜନ ସାହିର ଯୁବକ ମାନେ ପୁଲିସ ଉପରକୁ ଆକ୍ରମଣ କରିବା ସହିତ ଢେଲା ପଥର ମାଡ କରିଥିଲେ ।
ଏଥିରେ ପୁଲିସ ସବଇନିସପେ୍କ୍ଟର ସୌଭାଗ୍ୟ ପାଣିଙ୍କ ସମେତ ୪ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ । ଖବରପାଇ ଟାଉନ ସଦର ଏସଡିପିଓ ବିଭୁତି ଭୁଷଣ ମହାପାତ୍ର, ଟାଉନ ଥାନା ଅଧିକାରୀ ରାଜେନ୍ଦ୍ର କୁମାର ମହାପାତ୍ରଙ୍କ ସମେତ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ହରିଜନ ସାହିର ବିଶ୍ୱଜିତ ମଲ୍ଲିକ, ସଂଜିତ ମଲ୍ଲିକ, ଅଜୟ ମଲ୍ଲିକ, ସୁମନ୍ତ ମଲ୍ଲିକ, ସିପୁ ମଲ୍ଲିକ, ଦେବାଶିଷ ମ୍ଳଲିକ, ତପନ ମଲ୍ଲିକ, ଟୁନିଆ ମଲ୍ଲିକ, ମାନସ ମଲ୍ଳିକ, ଲମ୍ବୋଦର ମଲ୍ଲିକ, ରାକେଶ ମଲ୍ଲିକ, ବଳଭଦ୍ର ମଲ୍ଲିକ, ନିଶିକାନ୍ତ ଦାଶ, ବାବୁଲ ନାଏକ, ଦିପ୍ତିମୟ ମଲ୍ଳିକ, ରୁଦ୍ର ମଲ୍ଲିକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ୩୦ଜଣ ଫେରାର ଅଛନ୍ତି । ଏ ସଂକ୍ରାନ୍ତରେ କେସ ନଂ ୬୩୫/୨୩ରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଛି । ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ ଗଣେଷ ପୂଜା ମିଳିତ ଭସାଣୀ ଥିବା ବେଳେ ଏଭଳି ଅଘଟଣକୁ ନେଇ ପୁଲିସ କଡା ଆଭିମୁଖ୍ୟ ଗ୍ରହଣ କରିବ ବୋଲି ଜଣାପଡିଛି ।





