ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ରାଜନୈତିକ ଆକ୍ରୋଶ: ନିର୍ବାଚିତ ପୌରାଧ୍ୟକ୍ଷାଙ୍କୁ ବିଦାକଲେ ସରକାର

The Sakala Picture
Published On

ଦେବଗଡ଼: ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇଙ୍କୁ ରାଜ୍ୟ ସରକାର ବହିଷ୍କାର କରିଛନ୍ତି। ଗତ ପୌର ନିର୍ବାଚନରେ ବିଜେଡି ଟିକଟରେ ନିର୍ବାଚିତ ହୋଇଥିବା ଶାନ୍ତି ମଞ୍ଜରୀଙ୍କ ବିରୋଧରେ ପୌର ପରିଷଦ ଉପାଧ୍ୟକ୍ଷ ତଥା ବିଜେପି ନେତା ପ୍ରଜିତ କୁମାରଙ୍କ ଅଭିଯୋଗ ଆଧାରରେ ଏଭଳି କାର୍ଯ୍ୟାନୁଷ୍ଠାନ ଉପେର ବିରୋଧୀ ଦଳ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ ପୌର ପରିଷଦ ଅଧ୍ୟକ୍ଷା ନିର୍ବାଚନରେ ଶାନ୍ତି ମଞ୍ଜରୀ ବିପୁଳ େଭାଟ ବ୍ୟବଧାନରେ ନିର୍ବାଚିତ ହୋଇଥିେଲ […]

ଦେବଗଡ଼: ଦେବଗଡ଼ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇଙ୍କୁ ରାଜ୍ୟ ସରକାର ବହିଷ୍କାର କରିଛନ୍ତି। ଗତ ପୌର ନିର୍ବାଚନରେ ବିଜେଡି ଟିକଟରେ ନିର୍ବାଚିତ ହୋଇଥିବା ଶାନ୍ତି ମଞ୍ଜରୀଙ୍କ ବିରୋଧରେ ପୌର ପରିଷଦ ଉପାଧ୍ୟକ୍ଷ ତଥା ବିଜେପି ନେତା ପ୍ରଜିତ କୁମାରଙ୍କ ଅଭିଯୋଗ ଆଧାରରେ ଏଭଳି କାର୍ଯ୍ୟାନୁଷ୍ଠାନ ଉପେର ବିରୋଧୀ ଦଳ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ଯେ ପୌର ପରିଷଦ ଅଧ୍ୟକ୍ଷା ନିର୍ବାଚନରେ ଶାନ୍ତି ମଞ୍ଜରୀ ବିପୁଳ େଭାଟ ବ୍ୟବଧାନରେ ନିର୍ବାଚିତ ହୋଇଥିେଲ ହେଁ ୧୧ ୱାର୍ଡ ବିଶିଷ୍ଟ ପୌର ପରିଷଦରେ ବିଜେପି ୬, ବିଜେଡି ୪ ଏବଂ ଗୋଟିଏ ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ। ତେବେ ପୌର ପରିଷଦ ଗଠନ ଦିନଠାରୁ ବିଜେଡିର ପୌରାଧ୍ୟକ୍ଷା ଓ ବିଜେପିର ଉପାଧ୍ୟକ୍ଷଙ୍କ ମଧ୍ୟରେ କୌଣସି ନା କୌଣସି କାରଣକୁ ନେଇ ମତାନ୍ତର ଲାଗି ରହିଛି। ରାଜ୍ୟରେ ସରକାର ପରିବର୍ତ୍ତନ ହେବା ଦିନଠାରୁ ଦେବଗଡ଼ ପୌରାଧ୍ୟକ୍ଷାଙ୍କୁ ଗାଦିଚ୍ୟୁତ କରିବାକୁ ପ୍ରତିପକ୍ଷ ଯୋଜନା କରୁଥିଲେ। ଇତିମଧ୍ୟରେ ଶାନ୍ତି ମଞ୍ଜରୀଙ୍କ ବିରୁଦ୍ଧରେ ପୌର ଉପାଧ୍ୟକ୍ଷ ପ୍ରଜିତ କୁମାର ଭୋଜ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ରାଜ୍ୟ ଗୃହ ଓ ଉନ୍ନୟନ ବିଭାଗ ପକ୍ଷରୁ ଗତ ନଭେମ୍ବର ୧୧ ତାରିଖରେ ନୋଟିସ ଜାରି କରାଯାଇ ତାଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ, ସେନେଇ କାରଣ ଦର୍ଶାଅ ନୋଟିସ ଜାରି କରି ଜିଲ୍ଲାପାଳଙ୍କୁ ଅଭିଯୋଗର ତଦନ୍ତ ରିପୋର୍ଟ ପ୍ରଦାନ ପାଇଁ ଆଦେଶ ଦେଇଥିଲେl ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଆଧାରରେ ଗତକାଲି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପୌରାଧ୍ୟକ୍ଷାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି।

ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତିି ଶାନ୍ତି ମଞ୍ଜରୀ। ସେ କହିଛନ୍ତି, ଏହି ମାମଲା କୋର୍ଟଙ୍କ ବିଚାରାଧୀନ ଥିବା ବେଳେ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିନ୍ଦନୀୟ। ସେ କୋର୍ଟଙ୍କ ଦ୍ବାରସ୍ଥ ହେବେ।

30 Jan 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର