ଡ଼େଙ୍ଗୁର ବାହକ ସାଜିଛି ନୂଆ ପ୍ରଜାତିର ଘାତକ ‘ଆଲ୍ବୋପିକ୍ଟସ’, ଏଡିସ୍ ମଶା ସହ ମିଶି ସାଜିଛି ବିପଦ
ଭୁବନେଶ୍ୱର: ରୂପ ବଦଳାଉଛି ଡେଙ୍ଗୁ ସୃଷ୍ଟିକାରୀ ମଶା। ପୂର୍ବରୁ କେବଳ ଏଡ଼ିସ୍ ମଶା ଡ଼େଙ୍ଗୁ ସଂକ୍ରମଣର ପ୍ରମୁଖ ବାହକ ହେଉଥିବାବେଳେ ଏବେ ନୂଆ ପ୍ରଜାତିର ‘ଆଲ୍ବୋପିକ୍ଟସ’ ଏଡିସ୍ ମଶା ସହ ମିଶି ଲୋକଙ୍କ ପାଇଁ ବିପଦ ସାଜିଛି। ଏକ ନୂଆ ଅଧ୍ୟୟନ ଅନୁସାରେ, ଏଡିସ୍ ଆଲ୍ବୋପିକ୍ଟସ୍ ମଶା ବଂଶ ବୃଦ୍ଧି ଯୋଗୁଁ ଚଳିତ ବର୍ଷ ଓଡ଼ିଶାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା କୁହାଯାଇଛି। ଆର୍ଏମ୍ଆର୍ସି ପକ୍ଷରୁ ହୋଇଥିବା ଏହି ଅଧ୍ୟୟନରେ କୁହାଯାଇଛି ଯେ ପୂର୍ବରୁ ଡେଙ୍ଗୁ […]
ଭୁବନେଶ୍ୱର: ରୂପ ବଦଳାଉଛି ଡେଙ୍ଗୁ ସୃଷ୍ଟିକାରୀ ମଶା। ପୂର୍ବରୁ କେବଳ ଏଡ଼ିସ୍ ମଶା ଡ଼େଙ୍ଗୁ ସଂକ୍ରମଣର ପ୍ରମୁଖ ବାହକ ହେଉଥିବାବେଳେ ଏବେ ନୂଆ ପ୍ରଜାତିର ‘ଆଲ୍ବୋପିକ୍ଟସ’ ଏଡିସ୍ ମଶା ସହ ମିଶି ଲୋକଙ୍କ ପାଇଁ ବିପଦ ସାଜିଛି। ଏକ ନୂଆ ଅଧ୍ୟୟନ ଅନୁସାରେ, ଏଡିସ୍ ଆଲ୍ବୋପିକ୍ଟସ୍ ମଶା ବଂଶ ବୃଦ୍ଧି ଯୋଗୁଁ ଚଳିତ ବର୍ଷ ଓଡ଼ିଶାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବା କୁହାଯାଇଛି।
ଆର୍ଏମ୍ଆର୍ସି ପକ୍ଷରୁ ହୋଇଥିବା ଏହି ଅଧ୍ୟୟନରେ କୁହାଯାଇଛି ଯେ ପୂର୍ବରୁ ଡେଙ୍ଗୁ ଜ୍ୱର ପଛରେ ମୁଖ୍ୟତଃ ଏଡିସ୍ ଏଜିପ୍ଟି ମଶା ରହିଥିଲା। ମାତ୍ର ସମ୍ପ୍ରତି ଏଡିସ୍ ଆଲବୋପିକ୍ଟସ୍ ମଶା ଡ଼େଙ୍ଗୁ ପାଇଁ ପ୍ରମୁଖ କାରଣ ପାଲଟିଛି। ପୂର୍ବରୁ ଡେଙ୍ଗୁ ସୃଷ୍ଟି କରୁଥିବା ଏଡିସ୍ ମଶା ମଣିଷ ବାସସ୍ଥାନ ନିକଟରେ ମିଳୁଥିଲା; କିନ୍ତୁ ନୂଆ ପ୍ରଜାତିର ମଶା ବାସଗୃହ ଠାରୁ ଦୂରରେ ରହୁଥିବା ଦେଖାଯାଉଛି। ଉଭୟ ପ୍ରଜାତିର ମଶା ସକାଳ ଓ ସଂଧ୍ୟା ସମୟରେ କାମୁଡିଥାନ୍ତି। ମଶା କାମୁଡାରୁ ରକ୍ଷା ପାଇବା ପାଇଁ ବହୁ ଲୋକ ମଶାରି, ମଶାଧୂପ କିମ୍ବା ଅନ୍ୟ ଉପାୟ ଅବଲମ୍ବନ କରୁଛନ୍ତି। କିନ୍ତୁ ଆଲ୍ବୋପିକ୍ଟସ୍ ବାସଗୃହ ବାହାରେ ରହୁଥିବାରୁ ଏହା କାମୁଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ନୂଆ ପ୍ରଜାତିର ମଶା କେବଳ ଭୁବନେଶ୍ୱର ନୁହେଁ; ରାଜ୍ୟର ବିଭିନ୍ନ ସ୍ଥାନରେ ଥିବାର ପ୍ରମାଣ ମିଳିଛି। ଭୁବନେଶ୍ୱରରେ ଅଧିକ ସଂଖ୍ୟକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବାରୁ ଏଠାରେ ଆଲ୍ବୋପିକ୍ଟସ୍ ସଂଖ୍ୟା ଅଧିକ ଥିବା ଅନୁମାନ କରାଯାଉଛି। ମଶା ପ୍ରଜାତିରେ ଭିନ୍ନତା ଆସିଥିବା ବେଳେ ଡେଙ୍ଗୁ ରୋଗୀଙ୍କ ଠାରେ ଲକ୍ଷଣ ମଧ୍ୟ ବଦଳୁଛି। ଡେଙ୍ଗୁରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ମଧ୍ୟ ତାହାର କୁପ୍ରଭାବ ଲାଗି ରହୁଛି। ବିଶେଷକରି ବୟସ୍କ ଓ ରୋଗ ଗ୍ରସ୍ତ ଲୋକଙ୍କ ପାଇଁ ଏହା ବହୁତ କ୍ଷତିକାରକ ସାବ୍ୟସ୍ତ ହେଉଛି ବୋଲି ସେ କହିଛନ୍ତି। ନୂଆ ହେଉ ଅବା ପୁରୁଣା ପ୍ରଜାତିର ମଶା, ଉପଯୁକ୍ତ ପରିମଳ ବ୍ୟବସ୍ଥା ହିଁ ଡେଙ୍ଗୁର ମୂଳୋତ୍ପାଟନ କରିପାରିବ ବୋଲି ମତ ପ୍ରକାଶ ପାଇଛି।
ଚଳିତ ବର୍ଷ ରାଜ୍ୟରେ ପ୍ରାୟ ୮ ହଜାର ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଗତ ୫ ବର୍ଷ ମଧ୍ୟରେ ଏହା ସର୍ବାଧିକ ବୋଲି କୁହାଯାଉଛି। ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ପୁରୀ, ବାଲେଶ୍ୱର, ଯାଜପୁରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ରହୁଛି। ଯଦିଓ ଡେଙ୍ଗୁ ମୃତ୍ୟୁ ପୂର୍ବାପେକ୍ଷା ବହୁତ ହ୍ରାସ ପାଇଛି; ତଥାପି ପ୍ରଶାସନ ପାଇଁ ଏହା ସବୁଠାରୁ ବଡ଼ ଆହ୍ୱାନ ଭାବେ ଉଭା ହୋଇଛି।