‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ର ତୃତୀୟ ଦିନ: ୧୮୦ଟି ସଂସ୍ଥାରୁ ୧ ଲକ୍ଷ ୭୦ ହଜାର ୨୬୦ କୋଟି ୮୫ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ଆଗ୍ରହ

The Sakala Picture
Published On

ଭୁବନେଶ୍ବର : ‘ମେକ୍ ଇନ୍ ଓଡ଼ିଶା-୨୦୨୨’ ଅବସରରେ ବର୍ତ୍ତମାନ ସୁଦ୍ଧା ୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ପ୍ରକଳ୍ପର ଉଦଘାଟନ ହୋଇଛି। ଏହି ୮ଟି ପ୍ରକଳ୍ପରେ ୪ ହଜାର ୪୨୩ କୋଟି ୫୧ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ହେବ। ୧୪ ହଜାର ୨୭୦ ଜଣ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ ବୋଲି ଶିଳ୍ପ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି । ଏବେ ସୁଦ୍ଧା ୩୭୫ଟି ଶିଳ୍ପ ସଂସ୍ଥାରୁ ମୋଟ ୮ ଲକ୍ଷ ୯୦ ହଜାର କୋଟି […]

ଭୁବନେଶ୍ବର : ‘ମେକ୍ ଇନ୍ ଓଡ଼ିଶା-୨୦୨୨’ ଅବସରରେ ବର୍ତ୍ତମାନ ସୁଦ୍ଧା ୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ପ୍ରକଳ୍ପର ଉଦଘାଟନ ହୋଇଛି। ଏହି ୮ଟି ପ୍ରକଳ୍ପରେ ୪ ହଜାର ୪୨୩ କୋଟି ୫୧ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ହେବ। ୧୪ ହଜାର ୨୭୦ ଜଣ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ ବୋଲି ଶିଳ୍ପ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି । ଏବେ ସୁଦ୍ଧା ୩୭୫ଟି ଶିଳ୍ପ ସଂସ୍ଥାରୁ ମୋଟ ୮ ଲକ୍ଷ ୯୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଆଗ୍ରହ ଆସିଛି। ଏଥିପାଇଁ ପାଖାପାଖି ୭ ଲକ୍ଷ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ଶିଳ୍ପ ସଚିବ କହିଛନ୍ତି ଯେ, କେବଳ ଆଜି ଗୋଟିଏ ଦିନରେ( ଶୁକ୍ରବାର ) ୧୮୦ଟି ସଂସ୍ଥାରୁ ୧ ଲକ୍ଷ ୭୦ ହଜାର ୨୬୦ କୋଟି ୮୫ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ ଆଗ୍ରହ ଆସିଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୩ ଲକ୍ଷ ୭୮ ହଜାର ୪୪୬ ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ। ଆଜି ୪୬ ମିନେରଲ ମେଟାଲ, ଡାଉନ ଷ୍ଟ୍ରିମ ଶିଳ୍ପ, ୪୩ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ୨୪ଟି ଆଇଟି, ୨୨ଟି ଶକ୍ତି ଓ ଅକ୍ଷୟ ଶକ୍ତି, ୧୭ଟି କ୍ୟାମିକାଲ୍ସ ଓ ପ୍ଲାଷ୍ଟିକ, ୧୪ଟି ଏଗ୍ରି ବିଜନେସ, ୯ଟି ବୟନ ଓ ପୋଷାକ ଶିଳ୍ପ ଏବଂ ୫ଟି ଏଗ୍ରି ମାର୍କେଟିଂ ସଂସ୍ଥା ରାଜ୍ୟରେ ନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତି ବୋଲି ଶିଳ୍ପ ସଚିବ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ ଘୋଷଣା ହୋଇଛି ରାଜ୍ୟର ନୂଆ ବୟନ ଶିଳ୍ପ ନୀତି। କଟକ ଚୌଦ୍ୱାରରେ ଟେକ୍ସଟାଇଲ୍‌ ପାର୍କ କରିବେ ରାଜ୍ୟ ସରକାର। ଏହି ସୂଚନା ଦେଇଛନ୍ତି ଶିଳ୍ପ ସଚିବ।ଏଠାରେ ପ୍ରାୟ ୮୦ଟି ସଂସ୍ଥା ନିଜର ୟୁନିଟ ପ୍ରତିଷ୍ଠା କରିପାରିବେ ବୋଲି ସେ କହିଛନ୍ତି।ନୂଆ ବୟନ ନୀତି ଅନୁସାରେ ପୁଞ୍ଜି ନିବେଶକାରୀଙ୍କୁ ୪୦ ପ୍ରତିଶତ ବା ସର୍ବାଧିକ ୫୦ କୋଟି ଯାଏ ସବ୍‌ସିଡି ଦିଆଯିବ। ଦେଶରେ ଏହା ସର୍ବାଧିକ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଉଛି। ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ତୃତୀୟ ଦିନର ଫୋକସ୍‌ରେ ଥିଲା ଟେକ୍ସଟାଇଲ୍, ପେଟ୍ରୋକେମିକାଲ୍ସ, ପ୍ଲାଷ୍ଟିକ ଓ ଫୁଡ୍ ପ୍ରୋସେସିଂ। ଇଣ୍ଡୋ ରାମା କମ୍ପାନୀ ଓଡ଼ିଶାରେ ସ୍ପିନିଂ ମିଲ୍ ବସାଇ ପ୍ରାୟ ୭ ଶହ କୋଟି ଟଙ୍କା ନିବେଶ କରିବ ବୋଲି କହିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ଜନ୍ମକଲା ପୁଅକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ବାପା

ସେହିପରି ଜକି ବ୍ରାଣ୍ଡର ପେଜ୍‌ ଇଣ୍ଡିଆ ରାମଦାସପୁରରେ ପ୍ରକଳ୍ପ ସଂପ୍ରସାରଣ ପାଇଁ ନିବେଶ କରିବ ୪ ଶହ କୋଟି ଟଙ୍କା। ସେଠାରେ ଜକି ୫୧୦ କୋଟିର ପ୍ରକଳ୍ପ କରୁଛି। ଯାହାକି ଆସନ୍ତା ଏପ୍ରିଲରୁ କାର୍ଯ୍ୟକ୍ଷମ ହେବ। ଏମ୍ଏସ୍ଏମ୍ଇ କ୍ଷେତ୍ରରେ ମଧ୍ୟ ପୁଞ୍ଜି ନିବେଶ ପାଇଁ ବହୁ ସଂସ୍ଥା ଆଗ୍ରହ ଦେଖାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ୱାରି ଗ୍ରୁପର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକ ଶ୍ରୀବାସ୍ତବ କହିଛନ୍ତି, ଚୀନ ପରେ ଓଡ଼ିଶାରେ ବିଶ୍ବର ସର୍ବବୃହତ ସମନ୍ୱିତ ସୋଲାର କମ୍ପ୍ଲେକ୍ସ ନିର୍ମାଣ ହେବ। ଏହି ସୋଲାର କମ୍ପ୍ଲେକ୍ସ ୱାରୀ ଗ୍ରୁପ ସ୍ଥାପନ କରିବ। ଏହି ପ୍ରକଳ୍ପରେ ୨୫ ହଜାର କୋଟି ଟଙ୍କା ପୁଞ୍ଜନିବେଶ ହେବ। କଂପାନି ଏଥିରେ ୧୦ ହଜାର ମେଗୱାଟର ସାଣ୍ଟ ଟୁ ମୋଡୁଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ। ଢେଙ୍କାନାଳରେ ୯୦୦ ଏକର ଜମି ଉପରେ ଏହି ପ୍ଲାଣ୍ଟ ସ୍ଥାପନ ହେବ। ଏହା ଯୋଗୁଁ ୧୪ ହଜାର ପ୍ରତ୍ୟକ୍ଷ ଓ ପ୍ରାୟ ୨୦ରୁ ୨୫ ହଜାର ପରୋକ୍ଷ କର୍ମନିଯୁକ୍ତି ମିଳିବ।

ସେହିପରି ଏମଏସଏମଇ ସଚିବ ଶାଶ୍ବତ ମିଶ୍ର କହିଛନ୍ତି ଯେ, ଫୁଡ୍ ପ୍ରୋସେସିଂ ପଲିସି ଉନ୍ମୋଚନ ହୋଇଛି। ସରକାର ଏହି ପଲିସି ଅଧିନରେ ନିବେଶକଙ୍କୁ ୩୦% ବା ସର୍ବାଧିକ ୩.୫ କୋଟି ଟଙ୍କାର ସବସିଡି ଦେବେ। ନିବେଶକମାନେ ସ୍ଵତନ୍ତ୍ର ବର୍ଗରେ ଆଉ ୫% ରିହାତି ପାଇବେ। ସୋଲାର ପାୱାର ଭିତ୍ତିକ ଶିଳ୍ପ କଲେ ଅତିରିକ୍ତ ୫% ରିହାତି ମିଳିବ। ମେଗା ଫୁଡ ପାର୍କ ଲାଗି ୧୫ କୋଟି ଟଙ୍କା ଯାଏଁ ସବସିଡି ମିଳିବ। ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଅବସରରେ ଫୁଡ୍ ପ୍ରୋସେସିଂ କ୍ଷେତ୍ରରେ ୨୧ଟି ସଂସ୍ଥା ୧୪୪୩ କୋଟି ଟଙ୍କାର ନିବେଶ ଆଗ୍ରହ ଦେଖାଇଛନ୍ତି । ଏହାଯୋଗୁଁ ପାଖାପାଖି ୧୦ ହଜାର ଲୋକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର