ବାତ୍ୟା ‘ୟସ୍’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

The Sakala Picture
Published On

ଭୁବନେଶ୍ୱର: ବାତ୍ୟା ୟସ୍‌ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଧାମରାଠୁ ଦୂରେଇ ବାଲେଶ୍ବର ଆଡ଼କୁ ମୁହାଁଇଛି ବାତ୍ୟା । ଧାମରାଠୁ ୪୫ ଓ ବାଲେଶ୍ବରଠୁ ୫୦ କିମି ଦୂରରେ ୟଶ୍‌ । ପ୍ରାୟ ୩ ରୁ ୪ ଘଣ୍ଟା ଲାଗିବ ଲ୍ୟାଣ୍ଡଫଲ ପ୍ରକ୍ରିୟା। ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ୟସ୍। ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଆଜି ଦ୍ୱିପହରରେ […]

ଭୁବନେଶ୍ୱର: ବାତ୍ୟା ୟସ୍‌ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ଧାମରାଠୁ ଦୂରେଇ ବାଲେଶ୍ବର ଆଡ଼କୁ ମୁହାଁଇଛି ବାତ୍ୟା । ଧାମରାଠୁ ୪୫ ଓ ବାଲେଶ୍ବରଠୁ ୫୦ କିମି ଦୂରରେ ୟଶ୍‌ । ପ୍ରାୟ ୩ ରୁ ୪ ଘଣ୍ଟା ଲାଗିବ ଲ୍ୟାଣ୍ଡଫଲ ପ୍ରକ୍ରିୟା। ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ୟସ୍। ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଆଜି ଦ୍ୱିପହରରେ ସ୍ଥଳଭାଗ ଅତିକ୍ରମ କରିବ। ଲ୍ୟାଣ୍ଡଫଲ ସମୟରେ ପବନର ବେଗ ବଢିବ। ବାତ୍ୟା ଯୋଗୁଁ ବାଲେଶ୍ୱର ଓ ଭଦ୍ରକରେ ଅଧିକ କ୍ଷତି ହେବ ବୋଲି ଆଇଏମଡ଼ି ଡିଜି କହିଛନ୍ତି। ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୩୦ରୁ ୧୪୦ କିଲୋମିଟର ରହିବ। ୧୫୫ କିଲୋମିଟର ଝଟକା ଦେଇପାରେ ।

ଆହୁରି ପଢ଼ନ୍ତୁ: ଯକୃତ ଦାନ କରି ଅମର ହୋଇଗଲେ ମହିଳା ଡାକ୍ତର; ନୂତନ ଜୀବନ ପାଇଲେ ୪୬ ବର୍ଷୀୟ ବ୍ୟକ୍ତି

ଲାଣ୍ଡଫଲ୍ ପ୍ରକ୍ରିୟା ସରିବା ପରେ ବାତ୍ୟା ମୟୁରଭଞ୍ଜ ଓ କେନ୍ଦୁଝର ଦେଇ ଝାଡ଼ଖଣ୍ଡ ମୁହାଁ ହେବ ବୋଲି କହିଛି ପାଣିପାଗ ବିଭାଗ । ଏତିକିବେଳେ ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଓ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଓ ହାଟଡିହି ଅଞ୍ଚଳରେ ପ୍ରକୋପ ଛାଡ଼ିପାରେ ୟାସ । ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ବାରିପଦା ଓ ମୟୁରଭଞ୍ଜରେ ସର୍ବାଧିକ ବର୍ଷା ରେକର୍ଡ଼ କରାଯାଇଛି । କୁସୁମିରେ ୩୦୦ ମିମି, ରାଜନଗର ୨୭୫ ଓ  ଏରସମା ୨୭୧ ମିମି ବର୍ଷା ରେକର୍ଡ଼ ହୋଇଛି।

ଆହୁରି ପଢ଼ନ୍ତୁ: ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନ ଗଣନା, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗର ନିଷ୍ପତ୍ତି

26 May 2021 By The Sakala

ବାତ୍ୟା ‘ୟସ୍’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ବାତ୍ୟା ୟସ୍‌ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

ଧାମରାଠୁ ଦୂରେଇ ବାଲେଶ୍ବର ଆଡ଼କୁ ମୁହାଁଇଛି ବାତ୍ୟା । ଧାମରାଠୁ ୪୫ ଓ ବାଲେଶ୍ବରଠୁ ୫୦ କିମି ଦୂରରେ ୟଶ୍‌ । ପ୍ରାୟ ୩ ରୁ ୪ ଘଣ୍ଟା ଲାଗିବ ଲ୍ୟାଣ୍ଡଫଲ ପ୍ରକ୍ରିୟା। ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ଅତି ଭୀଷଣ ବାତ୍ୟା ୟସ୍। ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଆଜି ଦ୍ୱିପହରରେ ସ୍ଥଳଭାଗ ଅତିକ୍ରମ କରିବ। ଲ୍ୟାଣ୍ଡଫଲ ସମୟରେ ପବନର ବେଗ ବଢିବ। ବାତ୍ୟା ଯୋଗୁଁ ବାଲେଶ୍ୱର ଓ ଭଦ୍ରକରେ ଅଧିକ କ୍ଷତି ହେବ ବୋଲି ଆଇଏମଡ଼ି ଡିଜି କହିଛନ୍ତି। ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି ୧୩୦ରୁ ୧୪୦ କିଲୋମିଟର ରହିବ। ୧୫୫ କିଲୋମିଟର ଝଟକା ଦେଇପାରେ ।

ଲାଣ୍ଡଫଲ୍ ପ୍ରକ୍ରିୟା ସରିବା ପରେ ବାତ୍ୟା ମୟୁରଭଞ୍ଜ ଓ କେନ୍ଦୁଝର ଦେଇ ଝାଡ଼ଖଣ୍ଡ ମୁହାଁ ହେବ ବୋଲି କହିଛି ପାଣିପାଗ ବିଭାଗ । ଏତିକିବେଳେ ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଓ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଓ ହାଟଡିହି ଅଞ୍ଚଳରେ ପ୍ରକୋପ ଛାଡ଼ିପାରେ ୟାସ । ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ବାରିପଦା ଓ ମୟୁରଭଞ୍ଜରେ ସର୍ବାଧିକ ବର୍ଷା ରେକର୍ଡ଼ କରାଯାଇଛି । କୁସୁମିରେ ୩୦୦ ମିମି, ରାଜନଗର ୨୭୫ ଓ  ଏରସମା ୨୭୧ ମିମି ବର୍ଷା ରେକର୍ଡ଼ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର