ମହଙ୍ଗା ପଡ଼ିଲା ଗୁଗଲ୍‍ ରେ ସର୍ଚ କରି ହେଲ୍ପଲାଇନ୍‍ ନମ୍ବର ଆଣିବା, ଜମାଖାତାରୁ କଟିଗଲା ୨.୩୦ ଲକ୍ଷ

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ଥମୁନି ସାଇବର ଠକଙ୍କ ଉତ୍ପାତ। ସହରରେ ପୁଣି ପଦାକୁ ଆସିଛି ନୂଆଧରଣର ଠକେଇ। ଗୁଗଲ୍‍ ରେ ସର୍ଚ୍ଚ କରି ହେଲ୍ପଲାଇନ୍‍ ନମ୍ବର ଆଣିବା ଜଣେ ଯୁବକ ଲାଗି ମହଙ୍ଗା ପଡ଼ିଛି। ଉକ୍ତ ହେଲ୍ପଲାଇନ୍‍ ନମ୍ବରରେ କଷ୍ଟମର କେୟାରକୁ କଲ୍‍ କରି ଖଣ୍ଡଗିରି ଥାନା ଅଞ୍ଚଳର ଜଣେ ଯୁବକ ସାଇବର ଠକେଇର ଶିକାର ହୋଇଛନ୍ତି। ତାଙ୍କ ଜମାଖାତାରୁ ୨ ଲକ୍ଷ ୨୯ ହଜାର ୯୯୯ ଟଙ୍କା କଟିଯାଇଛି। ଠକେଇର ଶିକାର ହୋଇଥିବା ଯୁବକ ଜଣକ ହେଲେ […]

ଭୁବନେଶ୍ୱର: ରାଜଧାନୀରେ ଥମୁନି ସାଇବର ଠକଙ୍କ ଉତ୍ପାତ। ସହରରେ ପୁଣି ପଦାକୁ ଆସିଛି ନୂଆଧରଣର ଠକେଇ। ଗୁଗଲ୍‍ ରେ ସର୍ଚ୍ଚ କରି ହେଲ୍ପଲାଇନ୍‍ ନମ୍ବର ଆଣିବା ଜଣେ ଯୁବକ ଲାଗି ମହଙ୍ଗା ପଡ଼ିଛି। ଉକ୍ତ ହେଲ୍ପଲାଇନ୍‍ ନମ୍ବରରେ କଷ୍ଟମର କେୟାରକୁ କଲ୍‍ କରି ଖଣ୍ଡଗିରି ଥାନା ଅଞ୍ଚଳର ଜଣେ ଯୁବକ ସାଇବର ଠକେଇର ଶିକାର ହୋଇଛନ୍ତି। ତାଙ୍କ ଜମାଖାତାରୁ ୨ ଲକ୍ଷ ୨୯ ହଜାର ୯୯୯ ଟଙ୍କା କଟିଯାଇଛି। ଠକେଇର ଶିକାର ହୋଇଥିବା ଯୁବକ ଜଣକ ହେଲେ କୋଳଥିଆର ଅକ୍ଷୟ କୁମାର ପାତ୍ର। ଏନେଇ ସେ ଖଣ୍ଡଗିରି ଥାନା ଓ ସାଇବର ହେଲ୍ପଡେସ୍କରେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ଅଭିଯୋଗ ଅନୁସାରେ ଶୁକ୍ରବାର ଏସ୍‍ବିଆଇ କ୍ରେଡିଟ୍‍ କାର୍ଡରେ ୧ହଜାର ଟଙ୍କା ବାକି ଥିବା ଏକ ମେସେଜ୍‍ ଆସିଥିଲା। ତାଙ୍କ କ୍ରେଡିଟ୍‍ କାର୍ଡରେ ଟଙ୍କା ପୈଠ କରିଥିଲେ ମଧ୍ୟ କିଭଳି ବାକି ରହିଲା ତାହା ଜାଣିବା ଲାଗି ଗୁଗଲ୍‍ ରେ ହେଲ୍ପଲାଇନ୍‍ ନମ୍ବର ସର୍ଚ୍ଚ କରିଥିଲେ। ସେଠାରୁ ନମ୍ବର ଆଣି ଯୋଗାଯୋଗ କରିଥିଲେ। ତେବେ କଲ୍‍ କରିବା ପରେ କଲ୍‍ ରିସିଭ୍‍ କରିଥିବା ଠକ ଅକ୍ଷୟଙ୍କ ସବୁ ଗୋପନୀୟ ପରିଚୟ ଦେଇଥିଲେ। ତେଣୁ ଅକ୍ଷୟଙ୍କ ବିଶ୍ୱାସଭାଜନ ହୋଇଯାଇଥିଲା। ଏହାପରେ ଅକ୍ଷୟ ତାଙ୍କ ମୋବାଇଲ୍‍ ଫୋନ୍‍ ନମ୍ବର ଦେଇଥିଲେ। ଫଳରେ ଉକ୍ତ ନମ୍ବର ଜରିଆରେ ଜମାଖାତାରୁ ବିଭିନ୍ନ ପର୍ଯ୍ୟାୟରେ ୨ ଲକ୍ଷ ୨୯ ହଜାର ୯୯୯ ଟଙ୍କା ସାଇବର ଠକ ଠକି ନେଇଯାଇଛି। ଜମାଖାତାରୁ ଟଙ୍କା କଟିବାକୁ ଦେଖି ସେ ଭୟଭୀତ ହୋଇଯାଇଥିଲେ। ତୁରନ୍ତ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

ସେହିପରି ଗତ ୨୦ ଦିନରେ ରାଜଧାନୀରେ ସମାନ ଢଙ୍ଗରେ ୧୦ ଜଣଙ୍କଠାରୁ ୨୫ ଲକ୍ଷ ଟଙ୍କା ଠକେଇ ହୋଇଥିବା ଥାନା ଏବଂ ସାଇବର ହେଲ୍ପଡେସ୍କରେ ଅଭିଯୋଗ ହୋଇଛି। ଗୁଗଲ୍‍ ରେ ହେଲ୍ପଲାଇନ୍‍ ନମ୍ବର ଆଣି ଲୋକେ ଠକକୁ କଲ୍‍ କରି ଗୋପନୀୟ ତଥ୍ୟ ଦେଇ ଠକେଇର ଶିକାର ହୋଇଛନ୍ତି। ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, ସାଇବର ଠକ, ଗୁଗଲ୍‍ର ବିଭିନ୍ନ ୱେବ୍‍ସାଇଟ୍‍ ରେ ନିଜ ନମ୍ବରକୁ କଷ୍ଟମର କେୟାର ନମ୍ବର ଭାବେ ଦେଇ ଲୁଟ୍‍ କରୁଛନ୍ତି। ତେଣୁ କମ୍ପାନୀର କଷ୍ଟମର କେୟାର ଗୁଗଲରେ ସର୍ଚ୍ଚ ନ କରି କମ୍ପାନୀର ୱେବ୍‍ସାଇଟ୍‍ରୁ ନମ୍ବର ଆଣି ଯୋଗାଯୋଗ କରନ୍ତୁ। ପ୍ରାୟ କମ୍ପାନୀର କଷ୍ଟମର କେୟାରର ନମ୍ବର, ମୋବାଇଲ୍‍ ନମ୍ବର ନ ଥାଏ, ୟୁନିକ୍‍ ନମ୍ବର ଥାଏ। ଏଥିସହିତ ସାଇବର ଅପରାଧକୁ ରୋକିବାକୁ ହେଲେ ଲୋକେ ସଚେତନ ହେବା ଆବଶ୍ୟକ ବୋଲି ଡିସିପି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର