ପଦ୍ମଶ୍ରୀ କମଳା ପୂଜାରୀଙ୍କ କାନ୍ଧରେ ହାତ ରଖି ନଚାଇଲେ ମହିଳା, ଭିଡିଓ ଭାଇରାଲ୍‌ ପରେ ବିବାଦ

The Sakala Picture
Published On

କଟକ ପଦ୍ମଶ୍ରୀ କମଳା ପୂଜାରୀ ଏସସିବି ମେଡିସିନ ଆଇସିୟୁରେ ଚିକିତ୍ସା ହେଉଥିବା ସମୟରେ ତାଙ୍କ ନିକଟରେ ଥିବା ଜୈନେକ ମହିଳା ନିଜେ ନାଚିବା ସହିତ କମଳାଙ୍କୁ ନୃତ୍ୟ କରିବାକୁ ଚେଷ୍ଟା କରିବାର ଭିଡ଼ିଓ ଭାଇରାଲ ହେବା ପରେ ବିବାଦ ବଢ଼ିବାରେ ଲାଗିଛି । ଏନେଇ ଏସସିବି ଜରୁରୀକାଳୀନ ଅଧିକାରୀ ଫୋନ୍ ଯୋଗେ ତାଙ୍କ ପତିକ୍ରିୟା ଦେଇଛନ୍ତି। ଏ ସମ୍ପର୍କରେ ସେମାନଙ୍କ ନିକଟରେ ସୂଚନା ନଥିଲା । କମଳାଙ୍କ ଦେଖାଶୁଣା କରିବା ପାଇଁ ସେ ମହିଳା ଜନକ ତାଙ୍କ […]

କଟକ ପଦ୍ମଶ୍ରୀ କମଳା ପୂଜାରୀ ଏସସିବି ମେଡିସିନ ଆଇସିୟୁରେ ଚିକିତ୍ସା ହେଉଥିବା ସମୟରେ ତାଙ୍କ ନିକଟରେ ଥିବା ଜୈନେକ ମହିଳା ନିଜେ ନାଚିବା ସହିତ କମଳାଙ୍କୁ ନୃତ୍ୟ କରିବାକୁ ଚେଷ୍ଟା କରିବାର ଭିଡ଼ିଓ ଭାଇରାଲ ହେବା ପରେ ବିବାଦ ବଢ଼ିବାରେ ଲାଗିଛି । ଏନେଇ ଏସସିବି ଜରୁରୀକାଳୀନ ଅଧିକାରୀ ଫୋନ୍ ଯୋଗେ ତାଙ୍କ ପତିକ୍ରିୟା ଦେଇଛନ୍ତି। ଏ ସମ୍ପର୍କରେ ସେମାନଙ୍କ ନିକଟରେ ସୂଚନା ନଥିଲା । କମଳାଙ୍କ ଦେଖାଶୁଣା କରିବା ପାଇଁ ସେ ମହିଳା ଜନକ ତାଙ୍କ ସହିତ ଥିଲେ। ତେବେ ସେ କେତେବେଳେ ଏପରି କରିଛନ୍ତି ,କାହାକୁ ଜଣାନାହିଁ । ମେଡ଼ିକାଲ ପ୍ରଶାସନ ଗଣମାଧ୍ୟମରୁ ଏହା ଜାଣିବାକୁ ପାଇଲେ। ତେବେ କିପରି ଓ କେଉଁ ପରିସ୍ଥିତିରେ ଏହା ଘଟିଲା ସେ ନେଇ ତଦନ୍ତ କରାଯିବ । ଆଗକୁ ଏହି ବିଷୟ ପ୍ରତି ମଧ୍ୟ ଅଧିକ କଡାକଡି ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଡାକ୍ତର ମହାରଣା କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର