ପୁଣିଥରେ ଅସୁସ୍ଥ ହୋଇ ଏସ୍‌‌ସିବିରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ

The Sakala Picture
Published On

କଟକ : ପୁଣିଥରେ ଅସୁସ୍ଥ ହୋଇ ଏସ୍‌‌ସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ। ଏକାଧିକ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହୋଇଥିବା ପଦ୍ମଶ୍ରୀ ପୂଜାରୀଙ୍କର ଭେଷଜ ବିଭାଗ ଆଇସିୟୁରେ ଚିକିତ୍ସା ଆରମ୍ଭ ହୋଇଛି। ତାଙ୍କ ଚିକିତ୍ସା ନିମନ୍ତେ ଏସ୍‌‌ସିବି ମେଡିକାଲ କର୍ତ୍ତୃପକ୍ଷ ଏକ ଡାକ୍ତରୀ ଦଳ ଗଠନ କରିଛନ୍ତି। ପ୍ରଫେସର୍‌ ଡାକ୍ତର ଜୟନ୍ତ ପଣ୍ଡା, ପ୍ରଫେସର ଡାକ୍ତର ବିଜୟ ବେହେରା, ଡାକ୍ତର ଅରୁଣା ଆଚାର୍ଯ୍ୟ ଏବଂ ପ୍ରଫେସର୍‌ ଡାକ୍ତର ଅଶୋକ ମଲ୍ଲିକ ଏହି ଦଳରେ ରହିଛନ୍ତି। […]

କଟକ : ପୁଣିଥରେ ଅସୁସ୍ଥ ହୋଇ ଏସ୍‌‌ସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ। ଏକାଧିକ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହୋଇଥିବା ପଦ୍ମଶ୍ରୀ ପୂଜାରୀଙ୍କର ଭେଷଜ ବିଭାଗ ଆଇସିୟୁରେ ଚିକିତ୍ସା ଆରମ୍ଭ ହୋଇଛି। ତାଙ୍କ ଚିକିତ୍ସା ନିମନ୍ତେ ଏସ୍‌‌ସିବି ମେଡିକାଲ କର୍ତ୍ତୃପକ୍ଷ ଏକ ଡାକ୍ତରୀ ଦଳ ଗଠନ କରିଛନ୍ତି। ପ୍ରଫେସର୍‌ ଡାକ୍ତର ଜୟନ୍ତ ପଣ୍ଡା, ପ୍ରଫେସର ଡାକ୍ତର ବିଜୟ ବେହେରା, ଡାକ୍ତର ଅରୁଣା ଆଚାର୍ଯ୍ୟ ଏବଂ ପ୍ରଫେସର୍‌ ଡାକ୍ତର ଅଶୋକ ମଲ୍ଲିକ ଏହି ଦଳରେ ରହିଛନ୍ତି।

ପୂର୍ବରୁ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବା ପଦ୍ମଶ୍ରୀ ପୂଜାରୀଙ୍କର ମୂତ୍ରାଶୟ ସଂକ୍ରମଣ ହୋଇଛି। ସେ ରକ୍ତହୀନତାର ମଧ୍ୟ ଶିକାର ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ପ୍ରଫେସର୍‌ ଡାକ୍ତର ପଣ୍ଡା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ମେୟର ସୁବାସ ସିଂହ ଏସ୍‌‌ସିବିରେ ପଦ୍ମଶ୍ରୀ ପୂଜାରୀଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।

ପ୍ରକାଶଥାଉକି, ସୋମବାର ପଦ୍ମଶ୍ରୀ ପୂଜାରୀ ହଠାତ୍‌‌ ଅଚେତ ହୋଇପଡ଼ିବା ଯୋଗୁଁ ତାଙ୍କୁ ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ କଟକ ବଡ଼ ମେଡିକାଲ ଅଣାଯାଇଥିଲା। ମଙ୍ଗଳବାର ସକାଳେ ସେ ଏସ୍‌‌ସିବିରେ ପହଞ୍ଚିଥିଲେ। ଏସସିବି କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ କରିବା ସହ ପଦ୍ମଶ୍ରୀ ପୂଜାରୀଙ୍କ ଚିକିତ୍ସା ନିମନ୍ତେ ସମସ୍ତ ବନ୍ଦୋବସ୍ତ କରିଥିଲେ। ତେବେ ଗତ ଜାନୁଆରୀ ପ୍ରଥମ ସପ୍ତାହରେ ସେ ଅସୁସ୍ଥ ହୋଇ ଏସ୍‌‌ସିବିକୁ ଆସିଥିଲେ। ୪ ଦିନ ଧରି ଏଠାରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଫେରିଥିଲେ।

13 Mar 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର