କୃତକାର୍ଯ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସକଲା ଓପିଏସ୍‌‌ସି, ନିଯୁକ୍ତି ପାଇବେ ୧୨୦୫ ସ୍ୱାସ୍ଥ୍ୟ ଅଧିକାରୀ

The Sakala Picture
Published On

କଟକ : ଖୁବ୍‌‌ଶୀଘ୍ର ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୧୨୦୫ ଜଣ ସ୍ୱାସ୍ଥ୍ୟ ଅଧିକାରୀ (ଆସିଷ୍ଟାଣ୍ଟ ସର୍ଜନ) ନିଯୁକ୍ତି ପାଇବେ। ନିଯୁକ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ପରୀକ୍ଷାର୍ଥୀକୁ ନିଯୁକ୍ତି ଦେବାକୁ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ସୁପାରିସ କରାଯାଇଛି। ଏହି ପ୍ରାର୍ଥୀଙ୍କ ମଧ୍ୟରୁ ୪୨୯ ଜଣ ମହିଳା ରହିଛନ୍ତି। ସାଧାରଣ ବର୍ଗରେ ୧୦୦୦ ପ୍ରାର୍ଥୀରୁ ୩୭୧ ଜଣ ମହିଳା, ପଛୁଆବର୍ଗରେ ୭୪ରୁ ୧୬ଜଣ ମହିଳା, ଅନୁସୂଚିତ ଜାତି ବର୍ଗରେ ୬୭ରୁ […]

କଟକ : ଖୁବ୍‌‌ଶୀଘ୍ର ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୧୨୦୫ ଜଣ ସ୍ୱାସ୍ଥ୍ୟ ଅଧିକାରୀ (ଆସିଷ୍ଟାଣ୍ଟ ସର୍ଜନ) ନିଯୁକ୍ତି ପାଇବେ। ନିଯୁକ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ପରୀକ୍ଷାର୍ଥୀକୁ ନିଯୁକ୍ତି ଦେବାକୁ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ସୁପାରିସ କରାଯାଇଛି। ଏହି ପ୍ରାର୍ଥୀଙ୍କ ମଧ୍ୟରୁ ୪୨୯ ଜଣ ମହିଳା ରହିଛନ୍ତି। ସାଧାରଣ ବର୍ଗରେ ୧୦୦୦ ପ୍ରାର୍ଥୀରୁ ୩୭୧ ଜଣ ମହିଳା, ପଛୁଆବର୍ଗରେ ୭୪ରୁ ୧୬ଜଣ ମହିଳା, ଅନୁସୂଚିତ ଜାତି ବର୍ଗରେ ୬୭ରୁ ୧୬ ଜଣ ମହିଳା ଏବଂ ଅନୁସୂଚିତ ଜନଜାତି ବର୍ଗରେ ୬୪ରୁ ୨୬ ଜଣ ମହିଳା ନିଯୁକ୍ତି ପାଇବେ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ଅନୁସୂଚିତ ଜାତି ଓ ଜନଜାତି ବର୍ଗରେ ପ୍ରାର୍ଥୀଙ୍କ ଅଭାବ ଯୋଗୁଁ ସେହି ବର୍ଗର ବହୁ ପଦ ପୂରଣ କରାଯାଇପାରି ନ ଥିବା ଓପିଏସ୍‌‌ସି ପକ୍ଷରୁ ସୂଚନା ଦିଆଯାଇଛି। ଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୩୪୮୧ ସ୍ୱାସ୍ଥ୍ୟ ଅଧିକାରୀ ପଦ ପୂରଣ ନିମନ୍ତେ ଓପିଏସ୍‌‌ସିକୁ ପ୍ରସ୍ତାବ ଦିଆଯାଇଥିଲା। ସାଧରଣ ବର୍ଗରେ ୧୦୦୦ (୩୩୩ ମହିଳା), ପଛୁଆବର୍ଗରେ ୨୨୫ (୭୫ ମହିଳା), ଅନୁସୂଚିତ ଜନଜାତି ବର୍ଗରେ ୮୫୨ (୨୮୪ ମହିଳା), ଅନୁସୂଚିତ ଜନଜାତି ବର୍ଗରେ ୧୪୦୪ (୪୬୮ ମହିଳା) ପଦ ସଂରକ୍ଷିତ ରହିଥିଲା। ଏହି ପଦଗୁଡ଼ିକରେ ପରୀକ୍ଷା ଦେବାକୁ ୨୫୮୨ ଜଣ ଅନ୍‌‌ଲାଇନ୍‌‌ରେ ଆବେଦନ କରିଥିଲେ। ସେଥିରେ ୯୪୫ ଜଣ ମହିଳା ରହିଥିଲେ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ଆବେଦନ ସମୟରେ ୨ଜଣ ପ୍ରାର୍ଥୀଙ୍କର ପ୍ରାର୍ଥିତ୍ୱକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଗତ ଫେବୃଆରୀ ୨୦ ତାରିଖରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୨୨୮୧ (୮୪୩ ମହିଳା) ପ୍ରାର୍ଥୀ ଏହି ପରୀକ୍ଷା ଦେଇଥିଲେ। ସ୍ୱାସ୍ଥ୍ୟ ଅଧିକାରୀ ପଦ ଲିଖିତ ପରୀକ୍ଷା, ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ, ନିର୍ଦ୍ଧାରିତ ଶିକ୍ଷାଗତ ମାନଦଣ୍ଡ ଓ ଯୋଗ୍ୟତା ଅନୁସାରେ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିଲା। ଲିଖିତ ପରୀକ୍ଷାରେ ୧୪୮୯ ଜଣ ପ୍ରାର୍ଥୀ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ଗତ ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟା କରାଯାଇଥିଲା। ଏଥିରେ ୧୪୩୬ ଜଣ ପ୍ରାର୍ଥୀ ଯୋଗଦେଇଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

30 Mar 2023 By The Sakala

କୃତକାର୍ଯ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସକଲା ଓପିଏସ୍‌‌ସି, ନିଯୁକ୍ତି ପାଇବେ ୧୨୦୫ ସ୍ୱାସ୍ଥ୍ୟ ଅଧିକାରୀ

କଟକ : ଖୁବ୍‌‌ଶୀଘ୍ର ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ୧୨୦୫ ଜଣ ସ୍ୱାସ୍ଥ୍ୟ ଅଧିକାରୀ (ଆସିଷ୍ଟାଣ୍ଟ ସର୍ଜନ) ନିଯୁକ୍ତି ପାଇବେ। ନିଯୁକ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ପରୀକ୍ଷାର୍ଥୀକୁ ନିଯୁକ୍ତି ଦେବାକୁ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ସୁପାରିସ କରାଯାଇଛି। ଏହି ପ୍ରାର୍ଥୀଙ୍କ ମଧ୍ୟରୁ ୪୨୯ ଜଣ ମହିଳା ରହିଛନ୍ତି। ସାଧାରଣ ବର୍ଗରେ ୧୦୦୦ ପ୍ରାର୍ଥୀରୁ ୩୭୧ ଜଣ ମହିଳା, ପଛୁଆବର୍ଗରେ ୭୪ରୁ ୧୬ଜଣ ମହିଳା, ଅନୁସୂଚିତ ଜାତି ବର୍ଗରେ ୬୭ରୁ ୧୬ ଜଣ ମହିଳା ଏବଂ ଅନୁସୂଚିତ ଜନଜାତି ବର୍ଗରେ ୬୪ରୁ ୨୬ ଜଣ ମହିଳା ନିଯୁକ୍ତି ପାଇବେ।

ଅନୁସୂଚିତ ଜାତି ଓ ଜନଜାତି ବର୍ଗରେ ପ୍ରାର୍ଥୀଙ୍କ ଅଭାବ ଯୋଗୁଁ ସେହି ବର୍ଗର ବହୁ ପଦ ପୂରଣ କରାଯାଇପାରି ନ ଥିବା ଓପିଏସ୍‌‌ସି ପକ୍ଷରୁ ସୂଚନା ଦିଆଯାଇଛି। ଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୩୪୮୧ ସ୍ୱାସ୍ଥ୍ୟ ଅଧିକାରୀ ପଦ ପୂରଣ ନିମନ୍ତେ ଓପିଏସ୍‌‌ସିକୁ ପ୍ରସ୍ତାବ ଦିଆଯାଇଥିଲା। ସାଧରଣ ବର୍ଗରେ ୧୦୦୦ (୩୩୩ ମହିଳା), ପଛୁଆବର୍ଗରେ ୨୨୫ (୭୫ ମହିଳା), ଅନୁସୂଚିତ ଜନଜାତି ବର୍ଗରେ ୮୫୨ (୨୮୪ ମହିଳା), ଅନୁସୂଚିତ ଜନଜାତି ବର୍ଗରେ ୧୪୦୪ (୪୬୮ ମହିଳା) ପଦ ସଂରକ୍ଷିତ ରହିଥିଲା। ଏହି ପଦଗୁଡ଼ିକରେ ପରୀକ୍ଷା ଦେବାକୁ ୨୫୮୨ ଜଣ ଅନ୍‌‌ଲାଇନ୍‌‌ରେ ଆବେଦନ କରିଥିଲେ। ସେଥିରେ ୯୪୫ ଜଣ ମହିଳା ରହିଥିଲେ।

ଆବେଦନ ସମୟରେ ୨ଜଣ ପ୍ରାର୍ଥୀଙ୍କର ପ୍ରାର୍ଥିତ୍ୱକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଗତ ଫେବୃଆରୀ ୨୦ ତାରିଖରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୨୨୮୧ (୮୪୩ ମହିଳା) ପ୍ରାର୍ଥୀ ଏହି ପରୀକ୍ଷା ଦେଇଥିଲେ। ସ୍ୱାସ୍ଥ୍ୟ ଅଧିକାରୀ ପଦ ଲିଖିତ ପରୀକ୍ଷା, ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ, ନିର୍ଦ୍ଧାରିତ ଶିକ୍ଷାଗତ ମାନଦଣ୍ଡ ଓ ଯୋଗ୍ୟତା ଅନୁସାରେ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିଲା। ଲିଖିତ ପରୀକ୍ଷାରେ ୧୪୮୯ ଜଣ ପ୍ରାର୍ଥୀ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ଗତ ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟା କରାଯାଇଥିଲା। ଏଥିରେ ୧୪୩୬ ଜଣ ପ୍ରାର୍ଥୀ ଯୋଗଦେଇଥିଲେ।

https://www.thesakala.in/latest-odisha-news/cuttack/opsc-recommends-the-state-government-for-recruitment-of-successful-candidates/article-20262
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର