ହତ୍ୟା ଧମକ ପାଇ କଟକ ଡିସିପିଙ୍କ ଦ୍ୱାରସ୍ଥ ହେଲେ ଅଭିନେତା ସାତ୍ୟକି ମିଶ୍ର

Tapas Ranjan Nanda Picture
Published On

ପାରିବାରିକ ସମ୍ପତ୍ତି ଓ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକାନା ବିବାଦକୁ ନେଇ ଓଲିଉଡ୍‌ର ଜଣାଶୁଣା ଅଭିନେତା ସାତ୍ୟକି ମିଶ୍ର ଓ ତାଙ୍କ ପରିବାରକୁ ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ସୋମବାର ସାତ୍ୟକି କଟକ ଡିସିପିଙ୍କୁ ଭେଟିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଓ ପରିବାରର ସୁରକ୍ଷା ପାଇଁ ଗୁହାରି କରିଛନ୍ତି।

ଆହୁରି ପଢ଼ନ୍ତୁ: ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଅଭିଯୋଗ, ପ୍ରତିବାଦରେ ମାଲକାନଗିରି ଥାନାରେ ଉତ୍ତେଜନା

'କଟକ ଷ୍ଟୁଡେଣ୍ଟ ଷ୍ଟୋର' ମାଲିକାନାକୁ ନେଇ ବିବାଦ

କଟକ ବାଲୁବଜାର ସ୍ଥିତ ପ୍ରତିଷ୍ଠିତ ପୁସ୍ତକ ପ୍ରକାଶନ ଓ ବିକ୍ରୟ କେନ୍ଦ୍ର 'କଟକ ଷ୍ଟୁଡେଣ୍ଟ ଷ୍ଟୋର'ର ମାଲିକାନାକୁ ନେଇ ଏହି ବିବାଦ ଉପୁଜିଛି। ସାତ୍ୟକିଙ୍କ ଅଭିଯୋଗ ଅନୁଯାୟୀ, ଏହି ପ୍ରତିଷ୍ଠାନଟି ତାଙ୍କ ଜେଜେବାପାଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ଏବଂ ପରେ ତାଙ୍କ ବାପାଙ୍କୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ତାଙ୍କର ଦୁଇ ସମ୍ପର୍କୀୟ ଭାଇ ସବ୍ୟସାଚୀ ମିଶ୍ର ଓ ସୌମିତ୍ରୀ ମିଶ୍ର ବେଆଇନ ଭାବେ ଏହି ବ୍ୟବସାୟକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରୁଛନ୍ତି।

ଆହୁରି ପଢ଼ନ୍ତୁ: ଭୟଙ୍କର ରୂପ ନେଉଛି ବାତ୍ୟା 'ଅର୍ଣ୍ଣବ': ଓଡ଼ିଶାରେ ହାଇ ଆଲର୍ଟ ଜାରି, ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି

ଘରେ ପଶି ଆକ୍ରମଣ ଓ ହତ୍ୟା ଧମକ

ଅଭିନେତାଙ୍କ ଅଭିଯୋଗ ଅନୁଯାୟୀ, ଗତ ଫେବୃଆରୀ ୬ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତମାନେ ଜୋରଜବରଦସ୍ତି ତାଙ୍କ ଘରେ ପଶି ୮୪ ବର୍ଷୀୟ ବାପା ନୃସିଂହ ପ୍ରସାଦ ମିଶ୍ରଙ୍କୁ ଗାଳିଗୁଲଜ କରିଥିଲେ। ଏପରିକି ଘରର ମହିଳା ସଦସ୍ୟଙ୍କ ସହ ମଧ୍ୟ ଅଭଦ୍ର ଆଚରଣ କରାଯାଇଥିଲା। ଏହି ଘଟଣା ପରେ ସାତ୍ୟକି ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ପୋଲିସ ପକ୍ଷରୁ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଦର୍ଶାଇ ସେ ଡିସିପିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅର୍ଣ୍ଣବ' ପାଇଁ OCS ମୁଖ୍ୟ ପରୀକ୍ଷା ସୂଚୀରେ ପରିବର୍ତ୍ତନ: ନୂଆ ତାରିଖ ଘୋଷଣା କଲା OPSC

ଭୟରେ ଅଭିନେତାଙ୍କ ପରିବାର

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସାତ୍ୟକି କହିଛନ୍ତି ଯେ, "ମାମଲା ପ୍ରତ୍ୟାହାର କରିବାକୁ ମୋ ଉପରେ ଚାପ ପକାଯାଉଛି। ଆପୋଷ ବୁଝାମଣା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ମୁଁ ପୋଲିସର ଆଶ୍ରୟ ନେଇଛି। ବର୍ତ୍ତମାନ ମୋ ପିଲାମାନଙ୍କ ସୁରକ୍ଷାକୁ ନେଇ ମୁଁ ଚିନ୍ତିତ ଅଛି।" ତେବେ ଏହି ଅଭିଯୋଗ ସମ୍ପର୍କରେ ଅଭିଯୁକ୍ତ ସବ୍ୟସାଚୀ ଓ ସୌମିତ୍ରୀ ମିଶ୍ରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର