ଆସିଲେନି ୨ ପୁଅ: ଆଇଆଇସି କରାଇଲେ ଶେଷକୃତ୍ୟ, ଘର ମାଲିକଙ୍କ ମାନବିକତା ଯୋଗୁଁଁ ବଞ୍ଚିଥିଲେ ବୃଦ୍ଧ

The Sakala Picture
Published On

କଟକ : ବାଦାମବାଡ଼ି ଥାନା ଅନ୍ତର୍ଗତ ଝାଞ୍ଜିରୀମଙ୍ଗଳା ବସ୍ତିଆ ସାହିରେ ଗତକାଲି ଘଟିଛି ଏକ ଅଭାବନୀୟ ଘଟଣା। ନିଜର ଅସହାୟତା ଯୋଗୁଁଁ ଭଡ଼ାଘର ସମ୍ମୁଖସ୍ଥ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ବୃଦ୍ଧ ଶଶିକାନ୍ତ ସାହୁ(୮୦)। ଗୋପାଳପୁରର ମୂଳବାସିନ୍ଦା ଶିଶିକାନ୍ତଙ୍କ ପତ୍ନୀ ବିୟୋଗ ପରେ ଏକା ହୋଇଯାଇଥିଲେ। ୨ପୁଅ ପଚାରୁ ନଥିବାରୁ ନିଃସଙ୍ଗ ଜୀବନ ବିତାଉଥିଲେ। ପରିସ୍ଥିତି ଏଭଳି ହୋଇଥିଲା ଯେ ଶଶିକାନ୍ତ ଦୁଇ ଓଳି ଖାଇବାକୁ ଯୋଗାଡ଼ କରି ପାରୁ ନଥିଲେ। ଘର ମାଲିକର ମାନବିକତା ଯୋଗୁଁଁ […]

କଟକ : ବାଦାମବାଡ଼ି ଥାନା ଅନ୍ତର୍ଗତ ଝାଞ୍ଜିରୀମଙ୍ଗଳା ବସ୍ତିଆ ସାହିରେ ଗତକାଲି ଘଟିଛି ଏକ ଅଭାବନୀୟ ଘଟଣା। ନିଜର ଅସହାୟତା ଯୋଗୁଁଁ ଭଡ଼ାଘର ସମ୍ମୁଖସ୍ଥ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ବୃଦ୍ଧ ଶଶିକାନ୍ତ ସାହୁ(୮୦)। ଗୋପାଳପୁରର ମୂଳବାସିନ୍ଦା ଶିଶିକାନ୍ତଙ୍କ ପତ୍ନୀ ବିୟୋଗ ପରେ ଏକା ହୋଇଯାଇଥିଲେ। ୨ପୁଅ ପଚାରୁ ନଥିବାରୁ ନିଃସଙ୍ଗ ଜୀବନ ବିତାଉଥିଲେ। ପରିସ୍ଥିତି ଏଭଳି ହୋଇଥିଲା ଯେ ଶଶିକାନ୍ତ ଦୁଇ ଓଳି ଖାଇବାକୁ ଯୋଗାଡ଼ କରି ପାରୁ ନଥିଲେ। ଘର ମାଲିକର ମାନବିକତା ଯୋଗୁଁଁ ତାଙ୍କୁ ଖାଇବାକୁ ମିଳୁଥିଲା। ତେବେ ସେ ସ୍ୱାଭିମାନୀ ହୋଇଥିବାରୁ ମାଗିକରି ଖାଇବାକୁ ଚାହୁଁ ନଥିବା ସ୍ଥାନୀୟ ଲୋକଙ୍କଠାରୁ ଜଣାପଡ଼ିଛି।

ଜୀବନ ବଞ୍ଚାଇବାକୁ ସେ ଘର ମାଲିକ ଦେଉଥିବା ଖାଦ୍ୟ ଖାଉଥିଲେ କିନ୍ତୁ ଧିରେ ଧିରେ ମାନସିକ ଭାବେ ଦୁର୍ବଳ ହୋଇଯାଇଥିଲେ। ଘରୁ ବାହାରକୁ ବାହରୁନଥିଲେ। କାମ କରିବାକୁ ମଧ୍ୟ ବାର୍ଦ୍ଧକ୍ୟ ଦାଉ ସାଧିଥିଲା। ଶେଷରେ ସ୍ୱାଭିମାନ ସାମ୍ନାରେ ହାରିଯାଇଥିଲା ଜୀବନ। ଘର ମାଲିକଙ୍କଠାରୁ ଖାଇବା ମାଗି ନଖାଇବାକୁ ଦୃଢ଼ ନିଷ୍ପତ୍ତି ନେଇଥିଲେ। ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇ ଏକ ଦଉଡ଼ିରେ ଘର ସାମ୍ନା ଗଛରେ ଝୁଲି ପଡ଼ିଥିଲେ। ପରିବାର ଲୋକ କେହି ନଆସିବାରୁ ବାଦାମବାଡ଼ି ଥାନା ଆଇଆଇସି ଅଜୟ କୁମାର ରାଉଳ ମୃତଦେହକୁ ବ୍ୟବଚ୍ଛେଦ କରାଇ ଖାନ୍‌‌ନଗର ଗ୍ୟାସ୍‌‌ ଚୁଲାରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ୨ପୁଅ ନଆସିବାରୁ ଆଇଆଇସି ଶ୍ରୀ ରାଉଳ ମାନବିକତା ଦେଖାଇ ପୁଅର କର୍ତ୍ତବ୍ୟ କରିଥିବା ବେଳେ ତାଙ୍କୁ ବିଭାଗ ପକ୍ଷରୁ ପ୍ରଶଂସା ମିଳିଛି।

ପୁଲିସ ସୂଚନା ଅନୁସାରେ, ଶଶିକାନ୍ତ ସାହୁ ଓ ପତ୍ନୀ ରାଧାରାଣୀ ସାହୁ ପ୍ରାୟ ୩୦ ବର୍ଷ ପୂର୍ବେ ଘରୁ ଆସି ଝାଞ୍ଜିରୀମଙ୍ଗଳା ଅଞ୍ଚଳରେ ଏକ ଛୋଟ ଘର ଭଡ଼ା ନେଇ ରହିଥିଲେ। ପାରିବାରିକ ସମସ୍ୟା ପାଇଁ ଦୁହେଁ ଏଠାକୁ ଆସିଥିବା କୁହାଯାଉଛି। ବାର୍ଦ୍ଧକ୍ୟ ଆସିବା ପୂର୍ବରୁ ଶଶିକାନ୍ତ କାମଧନ୍ଦା କରି ଗୁଜୁରାଣ ମେଣ୍ଟାଉଥିଲେ। ବାର୍ଦ୍ଧକ୍ୟ ହେବାରୁ କାମ ନକରିପାରିବାରୁ ଘର ଚଳିବା ଅସୁବିଧା ହୋଇଥିଲା। ବାଧ୍ୟହୋଇ ପତ୍ନୀ ପର ଘରେ କାମଧନ୍ଦା କରି ପରିବାର ଚଳାଉଥିଲେ। ଏହି ସମୟରେ ପରିବାର ଲୋକ କିମ୍ବା ସମ୍ପର୍କୀୟ କୌଣସି ପ୍ରକାର ସହଯୋଗ କରି ନଥିଲେ। ଗତ ୩ ମାସ ପୂର୍ବେ ହଠାତ୍‌‌ ପତ୍ନୀ ରାଧାରାଣୀଙ୍କ ଦେହାନ୍ତ ହୋଇଯାଇଥିଲା। ଶଶି ଏକୁଟିଆ ହୋଇଯାଇଥିଲେ। କୌଣସି ଉପାୟ ନଥିବାରୁ ଘର ମାଲିକ ମଧ୍ୟ ଆଉ ଘର ଭଡ଼ା ପଇସା ନେଉ ନଥିଲେ। ମାନବିକତା ଦେଖାଇ ୨ ଓଳି ଖାଇବାକୁ ଦେଉଥିଲେ। ସମସ୍ତ ଭଲମନ୍ଦ ବୁଝୁଥିଲେ।

ଏତେସବୁ ପରେ ବି ପରିବାର କି ସମ୍ପର୍କୀୟ ଆସି ଶଶିଙ୍କୁ ପଚାରୁନ ଥିଲେ। ଦିନକୁ ଦିନ ସେ ନିଜକୁ ଅସହାୟ ମଣିବାକୁ ଲାଗିଥିଲେ। ଗତକାଲି ସକାଳେ ଘର ମାଲିକ ପ୍ରାୟ ସାଢ଼େ ଆଠଟା ବେଳେ ଜଳଖିଆ ଖାଇବାକୁ ଦେଇଥିଲେ। ସେ ସେହି ଖାଦ୍ୟ ଖାଇ ନଥିଲେ। ଏହାର କିଛି ସମୟ ପରେ ପଡ଼ୋଶୀ ଛାତି ଥରାଇବା ଭଳି ଦୃଶ୍ୟ ଦେଖିବାକୁ ପାଇଥିଲେ। ଘର ସମ୍ମୁଖରେ ଥିବା ଏକ ଗଛରେ ଦଉଡ଼ି ବେକରେ ଲଗାଇ ସେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୁଲିସ ଆସି ପହଞ୍ଚିଥିଲେ। ପୁଲିସ ଖୋଜଖବର ନେଇ ଗୋପାଳପୁରରେ ରହୁଥିବା ପରିବାରକୁ ଜଣାଇଥିଲା। ସେଠାରେ ରହୁଥିବା ପୁଅ ଆସି ନଥିଲେ। ଆଉ ଜଣେ ପୁଅ ଦିଲ୍ଲୀରେ ରହୁଥିବା ବେଳେ ତାଙ୍କର ବାପା ଓ ମା’ଙ୍କ ସହିତ ସମ୍ପର୍କ ନଥିଲା। ପରିବାରର ଆର୍ଥିକ ସ୍ଥିତ ଭଲ ନଥିବାରୁ ଅନ୍ୟ କେହି ଆସିବା ସମ୍ଭବ ହୋଇ ନଥିଲା। ଖାନ୍‌‌ନଗରସ୍ଥିତ ଗ୍ୟାସ୍‌‌ ଚୁଲାରେ ପୁଲିସ ଓ ସମ୍ପର୍କୀୟ ଭଣଜା ଉପସ୍ଥିତିରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର