ପୁଣି ଲୋଡ଼ା ପଡ଼ିଲା ଶଗଡ଼ ଗାଡ଼ି: ଶୁଣିଲେନି କୋଭିଡ୍‍ କେୟାର ସେଣ୍ଟର କର୍ମଚାରୀ, ୯ ଘଣ୍ଟା ପରେ ଶଗଡ଼ରେ ବୁହାହେଲା ମୃତଦେହ

The Sakala Picture
Published On

ଦେବଗଡ: ଗୁରୁତର ସଂକ୍ରମିତଙ୍କୁ ଚିକିତ୍ସା ପାଇଁ କୋଭିଡ କେୟାର ସେଣ୍ଟରକୁ ଡାକରା ଦେଲେ ପରିବାର ଲୋକେ। ମାତ୍ର ଡାକରାର ୩ ଘଣ୍ଟା ପରେ ପହଞ୍ଚିଲେ କୋଭିଡ କେୟାର କର୍ମଚାରୀ। ମାତ୍ର ସେତେବେଳକୁ ରୋଗୀ ମୃତ୍ୟୁ ହୋଇସାରିଥିଲା। ତେବେ କାନ୍ଧଦେବାକୁ କେହି ରାଜି ନହେବାରୁ ଦୀର୍ଘ ୯ ଘଣ୍ଟା ପଡ଼ିରହିଲା ଶବ। ପରେ ଶଗଡରେ ବୁହା ହୋଇ ଶ୍ମଶାନରେ ଦାହ କରାଗଲା ମୃତଦେହ। ଏଭଳି ଏକ ଦୁର୍ଭାଗ୍ୟ ଜନକ ତଥା ହୃହୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଦେବଗଡ […]

ଦେବଗଡ: ଗୁରୁତର ସଂକ୍ରମିତଙ୍କୁ ଚିକିତ୍ସା ପାଇଁ କୋଭିଡ କେୟାର ସେଣ୍ଟରକୁ ଡାକରା ଦେଲେ ପରିବାର ଲୋକେ। ମାତ୍ର ଡାକରାର ୩ ଘଣ୍ଟା ପରେ ପହଞ୍ଚିଲେ କୋଭିଡ କେୟାର କର୍ମଚାରୀ। ମାତ୍ର ସେତେବେଳକୁ ରୋଗୀ ମୃତ୍ୟୁ ହୋଇସାରିଥିଲା। ତେବେ କାନ୍ଧଦେବାକୁ କେହି ରାଜି ନହେବାରୁ ଦୀର୍ଘ ୯ ଘଣ୍ଟା ପଡ଼ିରହିଲା ଶବ। ପରେ ଶଗଡରେ ବୁହା ହୋଇ ଶ୍ମଶାନରେ ଦାହ କରାଗଲା ମୃତଦେହ। ଏଭଳି ଏକ ଦୁର୍ଭାଗ୍ୟ ଜନକ ତଥା ହୃହୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ ସୁଗୁଡା ଗ୍ରାମପଞ୍ଚାୟତ ସଦର ମହକୁମାରେ।

ମିଳିଥିବା ସୂଚନା ଅନୁଯାୟୀ, ସୁଗୁଡା ଗ୍ରାମର ଚନ୍ଦ୍ରଶେଖର ସାହୁ (୬୪) କିଛି ଦିନ ପୂର୍ବେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗୃହ ସଂଗରୋଧରେ ରହି ଚିକିତ୍ସିତ ହେଉଥିଲେ। ତେବେ ଗତରାତି ପ୍ରାୟ ୩ଟା ୩୦ ମିନିଟ ସମୟରେ ତାଙ୍କର ଅବସ୍ଥା ଉଦ୍‍ବେଗଜନକ ହୋଇପଡ଼ିବାରୁ ଚିକିତ୍ସା ସହାୟତା ନିମନ୍ତେ ପରିବାର ଲୋକେ ଫୋନ ଯୋଗେ ଦେବଗଡ ସ୍ଥିତ କୋଭିଡ କେୟାର ସେଣ୍ଟରର ସହାୟତା ଲୋଡିଥିଲେ। ମାତ୍ର କୋଭିଡ କେୟାର ସେଣ୍ଟରର କର୍ମଚାରୀ ଦୀର୍ଘ ସାଢେ ୩ ଘଣ୍ଟା ପରେ ଅର୍ଥାତ ସକାଳ ପ୍ରାୟ ୭ଟା ସମୟରେ ସେଠାରେ ପହଞ୍ଚିଥିଲେ। ମାତ୍ର ଏହା ପୂର୍ବରୁ ସକାଳ ପ୍ରାୟ ୬ଟା ସମୟରେ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ହୋଇଯାଇଥିଲା। ପରିବାର ଲୋକେ ଚନ୍ଦ୍ରଶେଖରଙ୍କ ଶବ ସଂସ୍କାର ସମ୍ପର୍କରେ କୋଭିଡ କେୟାର ସେଣ୍ଟରର କର୍ମଚାରୀମାନଙ୍କ ସହ ଆଲୋଚନା କରିବାରୁ ଏନେଇ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିବାକୁ ସେମାନେ ପରିବାର ଲୋକଙ୍କୁ ପରାମର୍ଶ ଦେଇଥିଲେ। ପରାମର୍ଶ ଅନୁଯାୟୀ ପରିବାର ଲୋକେ ତିଲେଇବଣି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ କୃଷ୍ଣଚନ୍ଦ୍ର ଦଳପତି ଓ ଆସିଷ୍ଟାଣ୍ଟ କଲେକ୍ଟର କୈବଲ୍ୟ କରଙ୍କୁ ଯୋଗାଯୋଗ କରିଥିଲେ। ଏପରିକି ସହାୟତା ଯୋଗାଇ ଦେବାକୁ ସୁଗୁଡା ପଞ୍ଚାୟତ ସରପଞ୍ଚ ଦେବକୀ ଅଢା ମଧ୍ୟ ଫୋନ ଯୋଗେ ଉଭୟ ଅଧିକାରୀଙ୍କୁ ନିବେଦନ କରିଥିଲେ। ମାତ୍ର ସେମାନେ ଏ ଘଟଣାକୁ ବିଶେଷ ଗୁରୁତ୍ୱ ନଦେଇ ସମୟ ଗଡାଇ ଚାଲିଥିଲେ। ଏଣେ ସଂକ୍ରମଣ ଭୟରେ ଗ୍ରାମବାସୀ ଚନ୍ଦ୍ରଶେଖରଙ୍କ ଶବ ଛୁଇଁବାକୁ କିମ୍ବା କାନ୍ଧ ଦେବାକୁ ମନା କରିବାରୁ ପରିବାର ଲୋକେ ଚିନ୍ତିତ ହୋଇ ପଡ଼ିଥିଲେ। ବାରମ୍ବାର ଫୋନ କରିବା ପରେ ପ୍ରଶାସନର ପରାମର୍ଶ କ୍ରମେ ଦେବଗଡ ପୌରପରିଷଦର ନିର୍ବାହୀ ଅଧିକାରୀ ଅତସୀ ପରିଡ଼ା ପୌର ପରିଷଦର ୪ ଜଣ କର୍ମଚାରୀ (ସ୍ୱିପର)ଙ୍କୁ ସେଠାକୁ ପଠାଇଥିଲେ। ଦିନ ପ୍ରାୟ ୩ଟା ସମୟରେ ଚନ୍ଦ୍ରଶେଖରଙ୍କୁ ଶଗଡଗାଡିରେ ବୋହି ଗାଁ ମଶାଣିକୁ ନିଆଯାଇଥିଲା। ସେଠାରେ ଚନ୍ଦ୍ରଶେଖରଙ୍କ ପୁଅ ସଚ୍ଚିନ ସାହୁ ମୁଖାଗ୍ନି ଦେଇଥିଲେ। ତେବେ ପ୍ରଶାସନର ଏଭଳି ଦାୟିତ୍ୱହୀନତା ସମ୍ପର୍କରେ ଆସିଷ୍ଟାଣ୍ଟ କଲେକ୍ଟର କୈବଲ୍ୟ କରଙ୍କ ମତାମତ ଲୋଡିବାରୁ ବିଡିଓ ଭୁଲ ସୂଚନା ଦେବାରୁ ସେଠାକୁ ଲୋକ ପଠାଇବାରେ ବିଳମ୍ବ ହୋଇଥିବା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ତିଲେଇବଣି ବିଡିଓ ଶ୍ରୀ ଦଳପତିଙ୍କ ମତାମତ ଲୋଡିବାରୁ କୌଣସି ସନ୍ତୋଷ ଜନକ ଉତ୍ତର ଦେଇନପାରି ଭିସି (ଭିଡିଓ କନଫରେନ୍ସିଂ) ଯୋଗୁଁ ଟିକିଏ ବିଳମ୍ବ ହୋଇଗଲା ବୋଲି ଉତ୍ତର ଦେଇଛନ୍ତି।

28 Apr 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର