କଟକରୁ ଜବତ ହେଲା ବିପୁଳ ପରିମାଣ ଘୋଳ ବା ପଚା ଅଣ୍ଡା

The Sakala Picture
Published On

କଟକ: କଟକରୁ ନକଲି ଖାଦ୍ୟ ସାମଗ୍ରୀ ପରେ ଏବେ ଜବତ ହୋଇଛି ବିପୁଳ ପରିମାଣ ଘୋଳ ବା ପଚା ଅଣ୍ଡା । କଟକରୁ ୧୦ ପେଟି ପଚା ଅଣ୍ଡା ଜବତ କଲା କଟକ ମହାନଗର ନିଗମ । ଆଠଗଡ଼ରୁ କଟକ ସାଆନ୍ତ ସାହି ଚାଲାଣ ବେଳେ ଏହି ପଚା ଅଣ୍ଡା ପେଟି ଜବତ ହୋଇଛି । ସାଆନ୍ତ ସାହି ବେକେରି ଫ୍ୟାକ୍ଟ୍ରିକୁ ଚାଲାଣ ବେଳେ ଜବତ କରିଛି ସିଏମସି । ପାଉଁରୁଟି, କେକ୍ ଭଳି ଖାଦ୍ୟ ସାମଗ୍ରୀ […]

କଟକ: କଟକରୁ ନକଲି ଖାଦ୍ୟ ସାମଗ୍ରୀ ପରେ ଏବେ ଜବତ ହୋଇଛି ବିପୁଳ ପରିମାଣ ଘୋଳ ବା ପଚା ଅଣ୍ଡା । କଟକରୁ ୧୦ ପେଟି ପଚା ଅଣ୍ଡା ଜବତ କଲା କଟକ ମହାନଗର ନିଗମ । ଆଠଗଡ଼ରୁ କଟକ ସାଆନ୍ତ ସାହି ଚାଲାଣ ବେଳେ ଏହି ପଚା ଅଣ୍ଡା ପେଟି ଜବତ ହୋଇଛି । ସାଆନ୍ତ ସାହି ବେକେରି ଫ୍ୟାକ୍ଟ୍ରିକୁ ଚାଲାଣ ବେଳେ ଜବତ କରିଛି ସିଏମସି । ପାଉଁରୁଟି, କେକ୍ ଭଳି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେବା ଲାଗି ପଚା ଅଣ୍ଡାଗୁଡ଼ିକ ଆସିଥିବା କୁହାଯାଉଛି ।

ଆହୁରି ପଢ଼ନ୍ତୁ: କାଠଯୋଡି ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଓ ଖାଦ୍ୟ ସୁରକ୍ଷା ସ୍କ୍ବାଡ୍ ଘୋଳ ଅଣ୍ଡା ବୋଝେଇ ଗାଡି ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛନ୍ତି । ଗାଡିଟି କଟକ ସାଆନ୍ତସାହିରେ ଥିବା ବେକରୀ ଫ୍ୟାକଟ୍ରିକୁ ଯାଉଥିବା ଜଣାପଡିଛି । ଘୋଳଅଣ୍ଡାରୁ କେକ୍ ଓ ଅନ୍ୟ ବେକରୀ ସାମଗ୍ରୀ ତିଆରି ହୋଇ ସହର ଓ ଆଖପାଖ ମାର୍କେଟ ରେ ବିକ୍ରି ହୋଇଥାନ୍ତା । ତେବେ ଏନେଇ ଅଧିକ ଯାଞ୍ଚ କରୁଛନ୍ତି ସିଏମସି ଖାଦ୍ୟ ନିରାପତ୍ତା ଅଧିକାରୀ ।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

ସୂଚନା ଅନୁଯାୟୀ, ପୂର୍ବରୁ କଟକ ଯୋବ୍ରା ଅଂଚଳରେ ଦୁଇଟି ବେକ୍ରୀ ଫ୍ୟାକଟ୍ରି ଉପରେ ଚଢାଉ ବେଳେ ପଚା ଅଣ୍ଡା ସଂପର୍କରେ ଖବର ମିଳିଥିଲା ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ TPCODL ଲାଇନମ୍ୟାନ୍, ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

06 Oct 2021 By The Sakala

କଟକରୁ ଜବତ ହେଲା ବିପୁଳ ପରିମାଣ ଘୋଳ ବା ପଚା ଅଣ୍ଡା

କଟକ: କଟକରୁ ନକଲି ଖାଦ୍ୟ ସାମଗ୍ରୀ ପରେ ଏବେ ଜବତ ହୋଇଛି ବିପୁଳ ପରିମାଣ ଘୋଳ ବା ପଚା ଅଣ୍ଡା । କଟକରୁ ୧୦ ପେଟି ପଚା ଅଣ୍ଡା ଜବତ କଲା କଟକ ମହାନଗର ନିଗମ । ଆଠଗଡ଼ରୁ କଟକ ସାଆନ୍ତ ସାହି ଚାଲାଣ ବେଳେ ଏହି ପଚା ଅଣ୍ଡା ପେଟି ଜବତ ହୋଇଛି । ସାଆନ୍ତ ସାହି ବେକେରି ଫ୍ୟାକ୍ଟ୍ରିକୁ ଚାଲାଣ ବେଳେ ଜବତ କରିଛି ସିଏମସି । ପାଉଁରୁଟି, କେକ୍ ଭଳି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହେବା ଲାଗି ପଚା ଅଣ୍ଡାଗୁଡ଼ିକ ଆସିଥିବା କୁହାଯାଉଛି ।

ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଓ ଖାଦ୍ୟ ସୁରକ୍ଷା ସ୍କ୍ବାଡ୍ ଘୋଳ ଅଣ୍ଡା ବୋଝେଇ ଗାଡି ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛନ୍ତି । ଗାଡିଟି କଟକ ସାଆନ୍ତସାହିରେ ଥିବା ବେକରୀ ଫ୍ୟାକଟ୍ରିକୁ ଯାଉଥିବା ଜଣାପଡିଛି । ଘୋଳଅଣ୍ଡାରୁ କେକ୍ ଓ ଅନ୍ୟ ବେକରୀ ସାମଗ୍ରୀ ତିଆରି ହୋଇ ସହର ଓ ଆଖପାଖ ମାର୍କେଟ ରେ ବିକ୍ରି ହୋଇଥାନ୍ତା । ତେବେ ଏନେଇ ଅଧିକ ଯାଞ୍ଚ କରୁଛନ୍ତି ସିଏମସି ଖାଦ୍ୟ ନିରାପତ୍ତା ଅଧିକାରୀ ।

ସୂଚନା ଅନୁଯାୟୀ, ପୂର୍ବରୁ କଟକ ଯୋବ୍ରା ଅଂଚଳରେ ଦୁଇଟି ବେକ୍ରୀ ଫ୍ୟାକଟ୍ରି ଉପରେ ଚଢାଉ ବେଳେ ପଚା ଅଣ୍ଡା ସଂପର୍କରେ ଖବର ମିଳିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର