ଜୁଲାଇ ୨୬ରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ଦ୍ରୌପଦୀ ମୁର୍ମୁ

The Sakala Picture
Published On

କଟକ: ଜୁଲାଇ ୨୬ରେ ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଯୋଗଦେବେ। ଏହାସହ କଟକର ୬ଟି ସ୍ଥାନ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ମହାମହିମ ମା’ କଟକ ଚଣ୍ଡୀଙ୍କ ଦର୍ଶନ ସହିତ ଗୋରାକବର, ଏସସିବି ମେଡିକାଲ, ନେତାଜୀ ସୁବାସ ବୋଷଙ୍କ ଜନ୍ମ ସ୍ଥାନ ଓ ନ୍ୟାସନାଲ ଆଇନ ବିଶ୍ଵବିଦ୍ୟାଳୟ ଯିବାର କାଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ମ୍ୟାଡାମ ପ୍ରେସିଡେଣ୍ଟଙ୍କ ଗସ୍ତକୁ ନେଇ ପ୍ରଶାସନ […]

କଟକ: ଜୁଲାଇ ୨୬ରେ ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଯୋଗଦେବେ। ଏହାସହ କଟକର ୬ଟି ସ୍ଥାନ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ମହାମହିମ ମା’ କଟକ ଚଣ୍ଡୀଙ୍କ ଦର୍ଶନ ସହିତ ଗୋରାକବର, ଏସସିବି ମେଡିକାଲ, ନେତାଜୀ ସୁବାସ ବୋଷଙ୍କ ଜନ୍ମ ସ୍ଥାନ ଓ ନ୍ୟାସନାଲ ଆଇନ ବିଶ୍ଵବିଦ୍ୟାଳୟ ଯିବାର କାଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ମ୍ୟାଡାମ ପ୍ରେସିଡେଣ୍ଟଙ୍କ ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାପରେ ୨୭ ତାରିଖରେ ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟର ହିରକ ଜୟନ୍ତୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର