ଦୁର୍ବୃତ୍ତଙ୍କ ଯୋଜନା ପଣ୍ଡ: ଆତଙ୍କ ସୃଷ୍ଟି କରିବା ପୂର୍ବରୁ ମାଡ଼ିବସିଲା ପୁଲିସ, ୩ ଗିରଫ ସହ ୫ଟି ବନ୍ଧୁକ ଓ ୩୦ ରାଉଣ୍ଡ ଗୁଳି ଜବତ

The Sakala Picture
Published On

କଟକ: ଟ୍ୱିନ୍‌ ସିଟିରେ ମାତିଛନ୍ତି ଦୁର୍ବୃତ୍ତ। ବିଭିନ୍ନ ପ୍ରକାରର ଭିଡିଓ କରି ସୋସିଆଲ ମିଡିଆରେ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛନ୍ତି। କେତେବେଳେ ବନ୍ଧୁକ ଦେଖାଇ ଲୁଟ କରୁଛନ୍ତି ତ ପୁଣି କେତେବେଳେ ଗାଡ଼ିରେ ଆସି ଚେନ୍‌ ସ୍ନାଚିଂ କରୁଛନ୍ତି ଦୁର୍ବୃତ୍ତ। ଭିଡିଓ ମାଧ୍ୟମରେ ମୁହଁରେ ମୁଖା ପିନ୍ଧି ପୋଲିସକୁ ମଧ୍ୟ ଚ୍ୟାଲେଞ୍ଚ ଦେଉଛନ୍ତି। ଏଭଳି ପରିସ୍ଥିତିରେ କଟକ କମିଶନରେଟ ପୁଲିସ୍‌ ତାର ତଦନ୍ତକୁ ଜୋରଦାର କରିଛି। ଗୋଡ଼ାଇ ଗୋଡ଼ାଇ ଆତଙ୍କ ସୃଷ୍ଟି କରୁଥିବା ଦୁର୍ବୃତ୍ତ ମାନଙ୍କୁ […]

କଟକ: ଟ୍ୱିନ୍‌ ସିଟିରେ ମାତିଛନ୍ତି ଦୁର୍ବୃତ୍ତ। ବିଭିନ୍ନ ପ୍ରକାରର ଭିଡିଓ କରି ସୋସିଆଲ ମିଡିଆରେ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛନ୍ତି। କେତେବେଳେ ବନ୍ଧୁକ ଦେଖାଇ ଲୁଟ କରୁଛନ୍ତି ତ ପୁଣି କେତେବେଳେ ଗାଡ଼ିରେ ଆସି ଚେନ୍‌ ସ୍ନାଚିଂ କରୁଛନ୍ତି ଦୁର୍ବୃତ୍ତ। ଭିଡିଓ ମାଧ୍ୟମରେ ମୁହଁରେ ମୁଖା ପିନ୍ଧି ପୋଲିସକୁ ମଧ୍ୟ ଚ୍ୟାଲେଞ୍ଚ ଦେଉଛନ୍ତି। ଏଭଳି ପରିସ୍ଥିତିରେ କଟକ କମିଶନରେଟ ପୁଲିସ୍‌ ତାର ତଦନ୍ତକୁ ଜୋରଦାର କରିଛି। ଗୋଡ଼ାଇ ଗୋଡ଼ାଇ ଆତଙ୍କ ସୃଷ୍ଟି କରୁଥିବା ଦୁର୍ବୃତ୍ତ ମାନଙ୍କୁ ଧରୁଛି ପୁଲିସ୍।

କିଛିଦିନ ପୂର୍ବରୁ କଟକ ଏବଂ ଭୁବନେଶ୍ୱରରୁ ବନ୍ଧୁକ ଖଣ୍ଡା ଜବତ ହୋଇଥିବା ବେଳେ ଆଜି କଟକରେ ପୁଣି ବନ୍ଧୁକ ଓ ଗୁଳି ଜବତ ହୋଇଛି। ଏହି ସବୁ ବନ୍ଧୁକ ଓ ଗୁଳିକୁ ଜବତ କରିଛି ଲାଲବାଗ ଥାନା ପୁଲିସ। ୫ଟି ବନ୍ଧୁକ ଜବତ ହୋଇଥିବା ବେଳେ ୩୦ରାଉଣ୍ଡ ଗୁଳି ଜବତ ହୋଇଛି। ଏହି ସବୁ ବନ୍ଧୁକ ମାଧ୍ୟମରେ ଆତଙ୍କ ପାଇଁ କରୁଥିଲେ ପ୍ଲାନ୍‌। ତେବେ ପ୍ଲାନ ସଫଳ ହେବା ପୂର୍ବରୁ ମାଡ଼ିବସିଥିଲା ପୁଲିସ। ବନ୍ଧୁକ ଜବତ ହେବା ସହ ୩ଜଣଙ୍କୁ ଗିରଫ କରିଛି ପୁଲିସ।

16 Nov 2021 By The Sakala

ଦୁର୍ବୃତ୍ତଙ୍କ ଯୋଜନା ପଣ୍ଡ: ଆତଙ୍କ ସୃଷ୍ଟି କରିବା ପୂର୍ବରୁ ମାଡ଼ିବସିଲା ପୁଲିସ, ୩ ଗିରଫ ସହ ୫ଟି ବନ୍ଧୁକ ଓ ୩୦ ରାଉଣ୍ଡ ଗୁଳି ଜବତ

କଟକ: ଟ୍ୱିନ୍‌ ସିଟିରେ ମାତିଛନ୍ତି ଦୁର୍ବୃତ୍ତ। ବିଭିନ୍ନ ପ୍ରକାରର ଭିଡିଓ କରି ସୋସିଆଲ ମିଡିଆରେ ଲୋକଙ୍କ ମନରେ ଭୟ ସୃଷ୍ଟି କରୁଛନ୍ତି। କେତେବେଳେ ବନ୍ଧୁକ ଦେଖାଇ ଲୁଟ କରୁଛନ୍ତି ତ ପୁଣି କେତେବେଳେ ଗାଡ଼ିରେ ଆସି ଚେନ୍‌ ସ୍ନାଚିଂ କରୁଛନ୍ତି ଦୁର୍ବୃତ୍ତ। ଭିଡିଓ ମାଧ୍ୟମରେ ମୁହଁରେ ମୁଖା ପିନ୍ଧି ପୋଲିସକୁ ମଧ୍ୟ ଚ୍ୟାଲେଞ୍ଚ ଦେଉଛନ୍ତି। ଏଭଳି ପରିସ୍ଥିତିରେ କଟକ କମିଶନରେଟ ପୁଲିସ୍‌ ତାର ତଦନ୍ତକୁ ଜୋରଦାର କରିଛି। ଗୋଡ଼ାଇ ଗୋଡ଼ାଇ ଆତଙ୍କ ସୃଷ୍ଟି କରୁଥିବା ଦୁର୍ବୃତ୍ତ ମାନଙ୍କୁ ଧରୁଛି ପୁଲିସ୍।

କିଛିଦିନ ପୂର୍ବରୁ କଟକ ଏବଂ ଭୁବନେଶ୍ୱରରୁ ବନ୍ଧୁକ ଖଣ୍ଡା ଜବତ ହୋଇଥିବା ବେଳେ ଆଜି କଟକରେ ପୁଣି ବନ୍ଧୁକ ଓ ଗୁଳି ଜବତ ହୋଇଛି। ଏହି ସବୁ ବନ୍ଧୁକ ଓ ଗୁଳିକୁ ଜବତ କରିଛି ଲାଲବାଗ ଥାନା ପୁଲିସ। ୫ଟି ବନ୍ଧୁକ ଜବତ ହୋଇଥିବା ବେଳେ ୩୦ରାଉଣ୍ଡ ଗୁଳି ଜବତ ହୋଇଛି। ଏହି ସବୁ ବନ୍ଧୁକ ମାଧ୍ୟମରେ ଆତଙ୍କ ପାଇଁ କରୁଥିଲେ ପ୍ଲାନ୍‌। ତେବେ ପ୍ଲାନ ସଫଳ ହେବା ପୂର୍ବରୁ ମାଡ଼ିବସିଥିଲା ପୁଲିସ। ବନ୍ଧୁକ ଜବତ ହେବା ସହ ୩ଜଣଙ୍କୁ ଗିରଫ କରିଛି ପୁଲିସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର