ଅଭିଶପ୍ତ ପରିବାର : ଜନ୍ମର କିଛିବର୍ଷ ପରେ ଶିଶୁ ହେଉଛନ୍ତି ଅକର୍ମଣ୍ୟ

The Sakala Picture
Published On

ଅସ୍ତରଙ୍ଗ : ଅଭିଶପ୍ତ ପରିବାର। ସୁସ୍ଥ ସବଳ ଭାବେ ଜନ୍ମ ହେଉଛନ୍ତି ଶିଶୁ। ୪/୫ବର୍ଷ ଯାଏ ହସି ଖେଳି ଅଳି ଅର୍ଦ୍ଦଳି କରି ବାପା, ମାଆଙ୍କ କୋଳରେ ବଢ଼ୁଛନ୍ତି। ମାତ୍ର ଏହାପରେ ଧୀରେ ଧୀରେ ଅକର୍ମଣ୍ୟ ହୋଇ ପଡୁଛନ୍ତି। ଆଉ ଚାଲିବୁଲି ପାରୁ ନାହାଁନ୍ତି, ବିଛଣାରେ କଟୁଛି ଜୀବନ। ଡାକ୍ତର ରୋଗ ଚିହ୍ନି ପାରୁ ନଥିବାବେଳେ ଗୁଣିଗାରେଡି ବି ଫେଲ୍‍ ମାରିଛି। କିଏ କେତେ କଥା କହୁଛି। କିଏ କହୁଛି ବାସ୍ତୁ ଦୋଷ ତ ଆଉ କିଏ […]

ଅସ୍ତରଙ୍ଗ : ଅଭିଶପ୍ତ ପରିବାର। ସୁସ୍ଥ ସବଳ ଭାବେ ଜନ୍ମ ହେଉଛନ୍ତି ଶିଶୁ। ୪/୫ବର୍ଷ ଯାଏ ହସି ଖେଳି ଅଳି ଅର୍ଦ୍ଦଳି କରି ବାପା, ମାଆଙ୍କ କୋଳରେ ବଢ଼ୁଛନ୍ତି। ମାତ୍ର ଏହାପରେ ଧୀରେ ଧୀରେ ଅକର୍ମଣ୍ୟ ହୋଇ ପଡୁଛନ୍ତି। ଆଉ ଚାଲିବୁଲି ପାରୁ ନାହାଁନ୍ତି, ବିଛଣାରେ କଟୁଛି ଜୀବନ। ଡାକ୍ତର ରୋଗ ଚିହ୍ନି ପାରୁ ନଥିବାବେଳେ ଗୁଣିଗାରେଡି ବି ଫେଲ୍‍ ମାରିଛି। କିଏ କେତେ କଥା କହୁଛି। କିଏ କହୁଛି ବାସ୍ତୁ ଦୋଷ ତ ଆଉ କିଏ କହୁଛି ଅଭିଶାପ। ଏଭଳି କଥା ଶୁଣି ଭିଟାମାଟି ଛାଡି ସ୍ତ୍ରୀ ପିଲାଙ୍କୁ ଧରି ଶଶୁର ଘରକୁ ଚାଲିଆସିଛନ୍ତି ସମ୍ପୃକ୍ତ ବ୍ୟକ୍ତି। ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଝାଡ଼ଲିଙ୍ଗ ଗ୍ରାମ ବିଜୟ ସ୍ୱାଇଁଙ୍କ ପରିବାରରେ। ଏକ ଘରୋଇ କମ୍ପାନୀରେ କାମ କରୁଥିବା ବିଜୟ ମାଣ୍ଡୁକି ଗ୍ରାମର ନର୍ମଦାଙ୍କୁ ବିବାହ କରିଥିଲେ।

ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା

ଏକ ଘରୋଇ କମ୍ପାନୀରେ କାମ କରୁଥିବାବେଳେ ହସ ଖୁସିରେ ଗଡ଼ି ଚାଲିଥିଲା ସଂସ୍କାର ରଥ। କିଛିଦିନ ପରେ ନର୍ମଦା ଓ ବିଜୟଙ୍କ ଔରସରୁ ଜନ୍ମନେଲା ଏକ ପୁତ୍ର ସନ୍ତାନ। ଘରେ ଖୁସି କହିଲେ ନସରେ। ତାର ନାଁ ରଖିଲେ ଶିବୁନ। ଚାହୁଁ ଚାହୁଁ ୪ ବର୍ଷ ବିତିଗଲା। ଦିନେ ଶୁବୁନକୁ ମାଆ ନର୍ମଦା ଅଙ୍ଗନବାଡି କେନ୍ଦ୍ରକୁ ନେଇ ଯାଉଥିଳେ। ହଠାତ୍‍ ବାଟରେ ଅଚେତ୍‍ ହୋଇପଡ଼ିଲା ଶିବୁନ। ଖବର ପାଇ ବାପା କାମ ଛାଡି ଆସି ବିଭିନ୍ନ ମେଡିକାଲ ନେଇ ପରୀକ୍ଷା ନିରୀକ୍ଷା କରାଇଲେ। ମାତ୍ର ଡାକ୍ତର ରୋଗ ଚିହ୍ନି ପାରିଲେନି। ଆସ୍ତେ ଆସ୍ତେ ହାତ ଗୋଡ ଅଚଳ ହେବାକୁ ଲାଗିଲା। କିଛିଦିନ ପରେ ସେ ସମ୍ପୂର୍ଣ୍ଣ ଅକର୍ମଣ୍ୟ ହୋଇଗଲା। ଏହାର କିଛିଦିନ ପରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମହେଲା।

ଆହୁରି ପଢ଼ନ୍ତୁ: OUSSSC ପକ୍ଷରୁ ୭୨୬୮ କନେଷ୍ଟବଳ ଏବଂ ଅଗ୍ନିଶମ କର୍ମଚାରୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ତାର ନାମ ରଖିଲେ ସିଆଲି। ପୁଅର ଅବସ୍ଥା ଯେପରି ଝିଅର ନ ହେଉ ସେଥିପାଇଁ ବିଶେଷ ଧ୍ୟାନଦେଇ ଲାଳନପାଳନ କଲେ ନର୍ମଦା ଓ ବିଜୟ। ମାତ୍ର ବିଧିର ନିର୍ଦ୍ଦେଶ ଥିଲା କିଛି ଅଲଗା। ଝିଅକୁ ଠିକ୍‍ ୫ ବର୍ଷ ହେବାବେଳକୁ ସେ ମଧ୍ୟ ଧୀରେ ଧୀରେ ହୋଇଗଲା ଅକର୍ମଣ୍ୟ। ପୁଅ ଝିଅଙ୍କୁ ଭଲ କରିବାକୁ ଯିଏ ଯାହା କହିଲା କଲେ ଏହି ଦମ୍ପତି। ବହୁ ଦେବାଳୟ, ଗୁଣିଆ, ଡାକ୍ତର ପାଖକୁ ନେଇ ନୟାନ୍ତ ହେଲେ ହେଲେ କିଛି ସୁଫଳ ମିଳିଲାନି। ପୁଅ ଝିଅଙ୍କ ଚିକିତ୍ସା ପାଇଁ ଛୁଟିରେ ରହିବାକୁ ବିଜୟଙ୍କ ଚାକିରି ଚାଲିଗଲା। ଏବେ ମୂଲ ଲାଗି ପରିବାର ଚଳାଉଛନ୍ତି। ସୁସ୍ଥ ପିଲାଟିଏ ଆଶାରେ ଆଉ ଏକ କନ୍ୟା ସନ୍ତାନ ଜନ୍ମଦେଲେ ନର୍ମଦା, ନାଁ ରଖିଲେ ଲକ୍ଷ୍ମୀପ୍ରିୟା। ମାତ୍ର ଦେଢ ବର୍ଷରୁ ଲକ୍ଷ୍ମୀପ୍ରିୟାଙ୍କ ଠାରେ ମଧ୍ୟ ପୂର୍ବ ସନ୍ତାନମାନଙ୍କ ଭଳି କିଛି ଲକ୍ଷଣ ଦେଖାଦେଲାଣି।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ୩ପାୱାର ବୋଟ୍‌ ସହ ୮୪ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ, ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ

କିନ୍ତୁ ଅର୍ଥ ଅଭାବରୁ ଚିକିତ୍ସା କରିପାରୁନାହାଁନ୍ତି ବିଜୟ। ବିଭିନ୍ନ ଲୋକଙ୍କ ଠାରୁ ବିଭିନ୍ନ କଥା ଶୁଣି ଏବେ ଗାଁ ଛାଡି ଶଶୁର ଘର ମାଣ୍ଡୁକିରେ ସ୍ତ୍ରୀ ପିଲାଙ୍କୁ ଧରି ରହୁଛନ୍ତି ବିଜୟ। ଦୁର୍ଭାଗ୍ୟ ପିଛା ଛାଡୁନି, ମାତ୍ର ତଥାପି ଆଶା ହରାଇ ନାହାଁନ୍ତି ନର୍ମଦା ଓ ବିଜୟ। ଅପେକ୍ଷା କରିଛନ୍ତି ସରକାରୀ ସହାୟତା କିମ୍ୱା କୌଣସି ବଦାନ୍ୟ ବ୍ୟକ୍ତିଙ୍କ କୃପାଦୃଷ୍ଟି ପଡ଼ିଲେ ପିଲାମାନଙ୍କ ଚିକିତ୍ସା କରି ସୁସ୍ଥ କରନ୍ତେ। ଯଦି କୌଣସି ବଦାନ୍ୟ ବ୍ୟକ୍ତି ବିଜୟଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି ତାଙ୍କ ପତ୍ନୀ ନର୍ମଦା ସ୍ୱାଇଁଙ୍କ ଏସ୍‍ବିଆଇ ଆକାଉଣ୍ଟ ନଂ.୩୩୨୯୩୦୩୯୩୩୫ରେ ସହାୟତା କରିବାକୁ ଏହି ଦମ୍ପତି ନିବେଦନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର