ବିଜୁ ଲିଗାସୀ ନୁହେଁ; ଟଙ୍କା ପାଇଁ କ୍ରସ୍‌ ଭୋଟିଂ: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ  ସ୍ୱାଧୀନ ପ୍ରାର୍ଥୀଙ୍କ ବିଜୟ ପରେ ରାଜ୍ୟର ଦୁଇ ପୁରୁଖା ନେତା ବିଜୟ ମହାପାତ୍ର ଓ  ପ୍ରଭାତ ତ୍ରିପାଠୀଙ୍କ ଉଲ୍ଲାସକୁ ନେଇ କଟାକ୍ଷ କରିଛି ବିଜେଡି।  ୧୯୯୫ ମସିହାରେ ବିଜୁ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଓ ୧୯୯୬ ମସିହାରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବାର ସୁଯୋଗକୁ ଭଣ୍ଡୁର କରିବାରେ ଯେଉଁ ଚକ୍ରାନ୍ତ ହୋଇଥିଲା, ସେଥିରେ ଏଇ ଦୁଇ ନେତାଙ୍କ ସମ୍ପୃକ୍ତି ଥିଲା ବୋଲି ବିଜେଡି ଅଭିଯୋଗ କରିଛି। ଏହା ସହ ସମ୍ପ୍ରତି ଜନ ଆକ୍ରୋଶରୁ ନିଜକୁ ରକ୍ଷା କରିବାକୁ କଳଙ୍କିତ ନେତାମାନେ ବିଜୁ ଲିଗାସୀକୁ ଢ଼ାଲ କରିଛନ୍ତି ବୋଲି ମଧ୍ୟ ବିଜେଡି କଟାକ୍ଷ କରିଛି। ଶଙ୍ଖ ଭବନରେ ସୋମବାର ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ବିଧାୟକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ବ୍ୟୋମକେଶ ରାୟ ଓ ଧ୍ରୁବ ଚରଣ ସାହୁ ପ୍ରମୁଖ ବିଜୟ ଓ ପ୍ରଭାତଙ୍କ ରାଜନୈତିକ ଇତିହାସ ଗଣମାଧ୍ୟମ ସମ୍ମୁଖରେ ବର୍ଣ୍ଣନା କରିଛନ୍ତି ।   ବ୍ୟୋମକେଶ ରାୟ କହିଛନ୍ତି ଯେ୧୯୯୫ ମସିହାରେ ବିଜୁ ପଟ୍ଟନାୟକଙ୍କ ସପକ୍ଷରେ ହାୱା ଥିବାବେଳେ ଓ ସେ ଲଗାତର ଭାବେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ବୋଲି ବିଚାର କରାଯାଉଥିଲା। ସେତେବେଳେ ନିଜ ଉଚ୍ଚକାଂକ୍ଷା ପୂରଣ ପାଇଁ ବିଜୟ ମହାପାତ୍ର ଓ ତାଙ୍କର ତତ୍‌କାଳୀନ ସହଯୋଗୀ ପ୍ରଭାତ ତ୍ରିପାଠୀ ଅନେକ ସ୍ଥାନରେ ସମାନ୍ତରାଳ ପ୍ରାର୍ଥୀ ଦେଇ ବିଜୁଙ୍କ ଦ୍ୱିତୀୟବାର ମୁଖ୍ୟମନ୍ତ୍ରିତ୍ୱ ପଥରେ ପ୍ରତିବନ୍ଧକ ସାଜିଥିଲେ। ଦଳକୁ ପରାଜୟର ସ୍ୱାଦ ଚଖାଇଥିଲେ। ୧୯୯୬ ମସିହାରେ ବିଜୁ ବାବୁ ଦେଶର ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ସୃଷ୍ଟି ହୋଇଥିଲା; ମାତ୍ର ଓଡ଼ିଶାର କିଛି ନେତା ତାଙ୍କୁ ପ୍ରଧାନମନ୍ତ୍ରୀ କରାଇ ନଦେବା ପାଇଁ ଏକ ଚକ୍ରାନ୍ତ ରଚିଥିଲେ, ସେତେବେଳର ସେହି କୁଚକ୍ରୀ ଗୋଷ୍ଠୀଙ୍କ ମଧ୍ୟରେ ଏହି ଦୁଇ ନେତା ମଧ୍ୟ ସାମିଲ ଥିଲେ ବୋଲି ବ୍ୟୋମକେଶ କହିଛନ୍ତି । 

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି: ୫ଟି ଆଲମିରା ଯାଞ୍ଚ ଶେଷ, ଅତ୍ୟାଧୁନିକ ୩ଡି ମ୍ୟାପିଂରେ ରହିବ ସବୁ ତଥ୍ୟ

 ଧ୍ରୁବ ଚରଣ ସାହୁ କହିଛନ୍ତି ଯେ ବିଜୁ ବାବୁଙ୍କ ବିରୋଧରେ ଚକ୍ରାନ୍ତ ରଚୁଥିବା ନେତାମାନେ ଆଜି ବିଜୁ ଲିଗାସୀ କଥା କହୁଛନ୍ତି । ନବୀନ ନିବାସରେ ପ୍ରଭାତ ବିଶ୍ୱାଳଙ୍କ ବିଶୃଙ୍ଖଳିତ ଆଚରଣ ପ୍ରାୟୋଜନ ପଛରେ ବିଜୟ ମହାପାତ୍ରଙ୍କ ହାତ ଥିଲା ଓ ପ୍ରଭାତ ତ୍ରିପାଠୀ ସେଥିରେ ସାମିଲ ଥିଲେ। ସମ୍ପୂର୍ଣ୍ଣ ଘଟଣାର ନକ୍ସା ବିଜୟ ମହାପାତ୍ର ପ୍ରସ୍ତୁତ କରିଥିଲେ । କ୍ରସ ଭୋଟିଂ ପାଇଁ ବିପୁଳ ଟଙ୍କା କାରବାର ହୋଇଛି ଏବଂ  ଲୋକ ଆକ୍ରୋଶରୁ ରକ୍ଷା ପାଇବା ନିମନ୍ତେ ବିଜୁ ଲିଗାସୀକୁ ଏମାନେ ଢ଼ାଲ କରିଛନ୍ତି । ଯଦି ଏମାନେ ବିଜୁ ଲିଗାସୀକୁ ଏତେ ଆଦର କରନ୍ତି, ତେବେ ଗତ ଦୁଇ ବର୍ଷ ଧରି ବିଜୁ ପଟ୍ଟନାୟକଙ୍କ ନାଁ ଲିଭାଇ ଦେବାକୁ ସରକାରୀସ୍ତରରେ ପ୍ରାୟୋଜିତ ଷଡ଼ଯନ୍ତ୍ର ସମୟରେ ଏମାନେ କାହିଁକି ଚୁପ୍‌ ଥିଲେ ବୋଲି ଧ୍ରୁବ ପ୍ରଶ୍ନ କରିଛନ୍ତି ।  ସେ ଆହୁରି ମଧ୍ୟ କହିଛନ୍ତି ଯେ  ତିନି ମାସ ତଳୁ ବିଜୁ ଜନତା ଦଳକୁ ଭାଙ୍ଗିବା ପାଇଁ ଚକ୍ରାନ୍ତ କରାଯାଇଥିବା ବିଜୟ ମହାପାତ୍ରଙ୍କ ମନ୍ତବ୍ୟରୁ ସ୍ପଷ୍ଟ।  ବିଜୁ ବାବୁଙ୍କ ବିରୋଧରେ ଚକ୍ରାନ୍ତ କରିଥିବା ଲୋକ ନବୀନଙ୍କ ବିରୋଧରେ ଚକ୍ରାନ୍ତ ରଚୁଛନ୍ତି। ୧୯୯୨ ମସିହାରେ ମଦ ମୃତ୍ୟୁ ମାମଲାରେ ମୁଖ୍ୟତଃ ବିଜୟ ମହାପାତ୍ର ଓ ପ୍ରଭାତ ତ୍ରିପାଠୀ ସମ୍ପୃକ୍ତ ଥିଲେ। ମଦ ମୃତ୍ୟୁ ଘଟଣାରେ ନିଜକୁ ରକ୍ଷା କରିବା ପାଇଁ ବିଜୟଙ୍କ ପ୍ରରୋଚନାରେ ପ୍ରଭାତ କ୍ରସ ଭୋଟିଂ କରିଥିଲେ। ବିଜୁ ବାବୁ ଏଥିରେ କ୍ଷୁବ୍ଧ ହୋଇଥିଲେ ଓ ବିଜୟଙ୍କୁ ମୁଖ୍ୟ ସଚେତକ ପଦରୁ ବିଦା କରିଥିଲେ ଓ ପ୍ରଭାତଙ୍କୁ ନିଲମ୍ବିତ କରିଥିଲେ। ଦଳରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ପ୍ରଭାତ ଦୁଇ ଦୁଇ ଥର ନିଲମ୍ବିତ ହୋଇଥିଲେ । ମଦ ମୃତ୍ୟୁର ପାପ  ବୋଝକୁ ଦୁହେଁ ଏଯାଏ ବୋହି ଚାଲିଛନ୍ତି । ତେଣୁ ସଇତାନର ବେଦପାଠ ପରି ଏବେ ଏମାନେ ବିଜୁ ଲିଗାସୀ କଥା କହୁଛନ୍ତି ବୋଲି ଧ୍ରୁବ କହିଛନ୍ତି। 

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

ପ୍ରମିଳା ମଲ୍ଲିକ କହିଛନ୍ତି ଯେ ରାଜ୍ୟସଭା ନିର୍ବାଚନ ପରେ କିଛି ନେତା ବିଜୁ ଲିଗାସୀ ବିଷୟରେ କହୁଛନ୍ତି । 
ଯେଉଁମାନେ ଆଜି ବିଜୁ ବାବୁଙ୍କ ଲିଗାସୀ କଥା କହୁଛନ୍ତି, ସେହିମାନେ ବିଜୁଙ୍କୁ ପ୍ରଧାନମନ୍ତ୍ରୀ କରେଇ ନଦେବା ଚକ୍ରାନ୍ତରେ ସାମିଲ ଥିଲେ। କ୍ରସ ଭୋଟିଂ କରିଥିବା ବିଧାୟକ ମାନେ କେବଳ ଟିକେଟ ନେଇ କ୍ଷମତା ଉପଭୋଗ କରିବା ପାଇଁ ବିଜୁ ଜନତା ଦଳରେ ଥିଲେ। ସେମାନଙ୍କୁ ନିଲମ୍ବିତ କରି ନବୀନ ବାବୁ ଉଚିତ ପଦକ୍ଷେପ ନେଇଛନ୍ତି । ଜନ ଆକ୍ରୋଶରୁ ରକ୍ଷା ପାଇବା ପାଇଁ, ବିଜୁ ଲିଗାସୀ କଥା କହୁଛନ୍ତି। ଯଦି ସେମାନଙ୍କର ସତ ସାହସ ଅଛି, ନିଜ ବିଧାୟକ ପଦରୁ ଇସ୍ତଫା ଦେଇ ସାନି ନିର୍ବାଚନ ଲଢ଼ନ୍ତୁ। ସେମାନଙ୍କ ବିଧାୟକ ପଦକୁ ରଦ୍ଦ କରିବା ପାଇଁ ବିଜୁ ଜନତା ଦଳ ଆଇନଗତ ପଦକ୍ଷେପ ନେବ ବୋଲି ଶ୍ରୀମତୀ ମଲ୍ଲିକ କହିଛନ୍ତି । 

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର