ସୀମା ଟପିଲା ନୃଶଂସତା , ୩ ବର୍ଷର ଶିଶୁକୁ କଟୁରିରେ ହାଣି ହତ୍ୟା

The Sakala Picture
Published On

ପୋଲସରା : ସୀମା ଟପିଲା ନୃଶଂସତା। ପାରିବାରିକ ଶତ୍ରୁତାକୁ ନେଇ ଜଣେ ନିଷ୍ପାପ ୩ ବର୍ଷର ଶିଶୁକୁ କଟୁରୀରେ ହାଣି ହତ୍ୟା କରିଛି ପଡୋଶୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଭାବରଡା ପଞ୍ଚାୟତରେ। ମୃତ ଶିଶୁ ଜଣକ ହେଲେ ବୁଲୁ ସାହୁଙ୍କ ପୁଅ ଆଦର୍ଶ। ପୁଅକୁ ପଡୋଶୀର କଟୁରୀ ଚୋଟରୁ ବଞ୍ଚାଇବାକୁ ଯାଇ ବାପା ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି […]

ପୋଲସରା : ସୀମା ଟପିଲା ନୃଶଂସତା। ପାରିବାରିକ ଶତ୍ରୁତାକୁ ନେଇ ଜଣେ ନିଷ୍ପାପ ୩ ବର୍ଷର ଶିଶୁକୁ କଟୁରୀରେ ହାଣି ହତ୍ୟା କରିଛି ପଡୋଶୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଭାବରଡା ପଞ୍ଚାୟତରେ। ମୃତ ଶିଶୁ ଜଣକ ହେଲେ ବୁଲୁ ସାହୁଙ୍କ ପୁଅ ଆଦର୍ଶ। ପୁଅକୁ ପଡୋଶୀର କଟୁରୀ ଚୋଟରୁ ବଞ୍ଚାଇବାକୁ ଯାଇ ବାପା ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତକୁ ଗ୍ରାମବାସୀ କାବୁ କରି ନିସ୍ତୁକ ପିଟିଛନ୍ତି। ତାଙ୍କୁ ମଧ୍ୟ ମେଡିକାଲରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ପଞ୍ଚୁଦଣ୍ଡ ଚାଲିଥିବା ବେଳେ ଦୁଇ ଦଳର ଦଣ୍ଡୁଆଙ୍କ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ଓ ମାରପିଟ

ପୂର୍ବ ଶତ୍ରୁତା ଓ ଘରର ଫାଉଣ୍ଡେସନ ନିର୍ମାଣକୁ ନେଇ ଏହି ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତା ଓ ଘର ମଝିରେ ଥିବା ଫାଉଣ୍ଡେସନ ନିର୍ମାଣକୁ ନେଇ ଉଭୟ ପଡୋଶୀ ବୁଲୁ ସାହୁ ଏବଂ ବୁଲୁ ସେଠୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ତିକ୍ତତା ଲାଗି ରହୁଥିଲା। ମଙ୍ଗଳବାର ସକାଳେ ଅଭିଯୁକ୍ତ ବୁଲୁ ସେଠୀ ବୁଲୁ ସାହୁଙ୍କ ଘର ବାରିପଟେ ପଶି ଅତର୍କିତ ଭାବେ ୩ ବର୍ଷର ଶିଶୁ ଆଦର୍ଶକୁ କଟୁରୀରେ ହାଣି ଅତି ନିର୍ମମଭାବେ ହତ୍ୟା କରିଥିଲା। କଟୁରୀ ମୁହଁରୁ ନିଜ ପୁଅକୁ ବଞ୍ଚାଇବାକୁ ବୁଲୁ ସାହୁ ଆଗକୁ ଆସିଥିବାବେଳେ ଆକ୍ରମଣର ଶିକାର ହୋଇଥିଲେ। ଆଦର୍ଶର ମୁଣ୍ଡରେ କଟୁରୀ ଚୋଟ ବାଜିଥିବାରୁ ପ୍ରବଳ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।

ଆହୁରି ପଢ଼ନ୍ତୁ: ଏପ୍ରିଲ ୧୪ରେ କାହିଁକି ପାଳନ କରାଯାଏ ଓଡ଼ିଆ ନବବର୍ଷ? ଜାଣନ୍ତୁ ପଣା ସଂକ୍ରାନ୍ତିର ଇତିହାସ ଓ ମହତ୍ତ୍ୱ

ପାଟିତୁଣ୍ଡ ଶୁଣି ଗ୍ରାମବାସୀ ବୁଲୁ ସାହୁଙ୍କ ଘରକୁ ଯାଇ ପ୍ରଥମେ ହତ୍ୟାକାରୀ ବୁଲୁ ସେଠୀକୁ କାବୁକରି ନେଇଥିଲେ। ଏହାପରେ ନିସ୍ତୁକ ମାଡ଼ମାରି ପୋଲସରା ପୁଲିସ ଜିମା ଦେଇଥିଲେ। ସାମାନ୍ୟ ଘରୋଇ କଳିରୁ ନିଷ୍ପାପ ୩ ବର୍ଷର ଶିଶୁକୁ ହତ୍ୟା ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ବୁଲୁ ସାହୁଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରି ପ୍ରଥମେ ପୋଲସରା ମେଡ଼ିକାଲ ଏବଂ ପରେ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଇଥିଲେ। ଖବର ପାଇ ଭାବରଡା ଗ୍ରାମରେ ଏସଡିପିଓ ଓ ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଥିଲେ। ଏନେଇ ପୋଲସରା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।

ଆହୁରି ପଢ଼ନ୍ତୁ: ବୈତରଣୀ ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ସନ୍ଦେହ: ଗେମନ ବ୍ରିଜ୍ ଉପରୁ ମିଳିଲା ମୋବାଇଲ୍ ଓ ଜୋତା

02 Jun 2021 By The Sakala

ସୀମା ଟପିଲା ନୃଶଂସତା , ୩ ବର୍ଷର ଶିଶୁକୁ କଟୁରିରେ ହାଣି ହତ୍ୟା

ପୋଲସରା : ସୀମା ଟପିଲା ନୃଶଂସତା। ପାରିବାରିକ ଶତ୍ରୁତାକୁ ନେଇ ଜଣେ ନିଷ୍ପାପ ୩ ବର୍ଷର ଶିଶୁକୁ କଟୁରୀରେ ହାଣି ହତ୍ୟା କରିଛି ପଡୋଶୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଭାବରଡା ପଞ୍ଚାୟତରେ। ମୃତ ଶିଶୁ ଜଣକ ହେଲେ ବୁଲୁ ସାହୁଙ୍କ ପୁଅ ଆଦର୍ଶ। ପୁଅକୁ ପଡୋଶୀର କଟୁରୀ ଚୋଟରୁ ବଞ୍ଚାଇବାକୁ ଯାଇ ବାପା ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତକୁ ଗ୍ରାମବାସୀ କାବୁ କରି ନିସ୍ତୁକ ପିଟିଛନ୍ତି। ତାଙ୍କୁ ମଧ୍ୟ ମେଡିକାଲରେ ଭର୍ତ୍ତି କରାଯାଇଛି।

ପୂର୍ବ ଶତ୍ରୁତା ଓ ଘରର ଫାଉଣ୍ଡେସନ ନିର୍ମାଣକୁ ନେଇ ଏହି ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତା ଓ ଘର ମଝିରେ ଥିବା ଫାଉଣ୍ଡେସନ ନିର୍ମାଣକୁ ନେଇ ଉଭୟ ପଡୋଶୀ ବୁଲୁ ସାହୁ ଏବଂ ବୁଲୁ ସେଠୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ତିକ୍ତତା ଲାଗି ରହୁଥିଲା। ମଙ୍ଗଳବାର ସକାଳେ ଅଭିଯୁକ୍ତ ବୁଲୁ ସେଠୀ ବୁଲୁ ସାହୁଙ୍କ ଘର ବାରିପଟେ ପଶି ଅତର୍କିତ ଭାବେ ୩ ବର୍ଷର ଶିଶୁ ଆଦର୍ଶକୁ କଟୁରୀରେ ହାଣି ଅତି ନିର୍ମମଭାବେ ହତ୍ୟା କରିଥିଲା। କଟୁରୀ ମୁହଁରୁ ନିଜ ପୁଅକୁ ବଞ୍ଚାଇବାକୁ ବୁଲୁ ସାହୁ ଆଗକୁ ଆସିଥିବାବେଳେ ଆକ୍ରମଣର ଶିକାର ହୋଇଥିଲେ। ଆଦର୍ଶର ମୁଣ୍ଡରେ କଟୁରୀ ଚୋଟ ବାଜିଥିବାରୁ ପ୍ରବଳ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।

ପାଟିତୁଣ୍ଡ ଶୁଣି ଗ୍ରାମବାସୀ ବୁଲୁ ସାହୁଙ୍କ ଘରକୁ ଯାଇ ପ୍ରଥମେ ହତ୍ୟାକାରୀ ବୁଲୁ ସେଠୀକୁ କାବୁକରି ନେଇଥିଲେ। ଏହାପରେ ନିସ୍ତୁକ ମାଡ଼ମାରି ପୋଲସରା ପୁଲିସ ଜିମା ଦେଇଥିଲେ। ସାମାନ୍ୟ ଘରୋଇ କଳିରୁ ନିଷ୍ପାପ ୩ ବର୍ଷର ଶିଶୁକୁ ହତ୍ୟା ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ବୁଲୁ ସାହୁଙ୍କୁ ଗ୍ରାମବାସୀମାନେ ଉଦ୍ଧାର କରି ପ୍ରଥମେ ପୋଲସରା ମେଡ଼ିକାଲ ଏବଂ ପରେ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଇଥିଲେ। ଖବର ପାଇ ଭାବରଡା ଗ୍ରାମରେ ଏସଡିପିଓ ଓ ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଥିଲେ। ଏନେଇ ପୋଲସରା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର