ଅଜବ ତଦନ୍ତ: ମାତ୍ର ୨୦ ହଜାର ଟଙ୍କାର ସାମଗ୍ରୀ ଚୋରି ପାଇଁ ତଦନ୍ତ କରିବ କ୍ରାଇମବ୍ରାଞ୍ଚ

The Sakala Picture
Published On

ଭୁବନେଶ୍ୱର: ୫ଟି ଛୋଟ ଲୁହାପାଇପ୍‌, ଗୋଟିଏ ପାଣିପମ୍ପ୍ ଓ ଲୁହାପ୍ଲେଟ। ନୟାଗଡ଼ ଚିନି କଳରୁ ଗତ ସେପ୍ଟେମ୍ବରରେ ଚୋରି ହୋଇଯାଇଥିଲା। ଏସବୁ ସାମଗ୍ରୀକୁ ମିଶାଇଲେ ୨୦ ହଜାର ଟଙ୍କା ହେବ। କିନ୍ତୁ ଏହାର ତଦନ୍ତ ଦାୟିତ୍ବ ପୁଲିସଠାରୁ କାଢ଼ିନେଇ କ୍ରାଇମବ୍ରାଞ୍ଚକୁ ଦିଆଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସିଆଇଡି ଏହାର ତଦନ୍ତ ଆରମ୍ଭ କରିଛି। ଗତ ବର୍ଷ ସେପ୍ଟେମ୍ବର ମାସ ୧୬/୧୭ ତାରିଖ ରାତିରେ ହୋମ୍‍ ଗାର୍ଡ କିଶୋର ଚନ୍ଦ୍ର ପୃଷ୍ଟି ଏବଂ ସୁରେଶ ଚନ୍ଦ୍ର ସ୍ୱାଇଁ ପାଟ୍ରୋଲିଂ […]

ଭୁବନେଶ୍ୱର: ୫ଟି ଛୋଟ ଲୁହାପାଇପ୍‌, ଗୋଟିଏ ପାଣିପମ୍ପ୍ ଓ ଲୁହାପ୍ଲେଟ। ନୟାଗଡ଼ ଚିନି କଳରୁ ଗତ ସେପ୍ଟେମ୍ବରରେ ଚୋରି ହୋଇଯାଇଥିଲା। ଏସବୁ ସାମଗ୍ରୀକୁ ମିଶାଇଲେ ୨୦ ହଜାର ଟଙ୍କା ହେବ। କିନ୍ତୁ ଏହାର ତଦନ୍ତ ଦାୟିତ୍ବ ପୁଲିସଠାରୁ କାଢ଼ିନେଇ କ୍ରାଇମବ୍ରାଞ୍ଚକୁ ଦିଆଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସିଆଇଡି ଏହାର ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

ଗତ ବର୍ଷ ସେପ୍ଟେମ୍ବର ମାସ ୧୬/୧୭ ତାରିଖ ରାତିରେ ହୋମ୍‍ ଗାର୍ଡ କିଶୋର ଚନ୍ଦ୍ର ପୃଷ୍ଟି ଏବଂ ସୁରେଶ ଚନ୍ଦ୍ର ସ୍ୱାଇଁ ପାଟ୍ରୋଲିଂ କରୁଥିଲେ। ରାତି ପ୍ରାୟ ୧.୩୦ ସମୟରେ ୧୦ରୁ ୧୨ଜଣ ବ୍ୟକ୍ତି ସଦର ଥାନା ଅଞ୍ଚଳରେ ଥିବା ପାଣିପୋଇଲା ସୁଗାର କାରଖାନା ଭିତରକୁ ପଶିଥିଲେ। ପଶିବାର ଅଧ ଘଣ୍ଟା ପରେ ସେମାନେ ଚିନି କାରଖାନାରୁ ଏକାଧିକ ଲୁହା ସାମଗ୍ରୀ ଧରି ବାହାରକୁ ବାହାରିଥିଲେ। ଏହି ସମୟରେ ପାଟ୍ରୋଲିଂ କରୁଥିବା ପୁଲିସ କର୍ମଚାରୀ ଜଣେ ନାବାଳକକୁ କାବୁ କରିଥିବା ବେଳେ ଅନ୍ୟମାନେ ଖସି ଯାଇଥିଲେ। ଏନେଇ ହୋମଗାର୍ଡ କିଶୋର ଚନ୍ଦ୍ର ପୃଷ୍ଟି ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। କିନ୍ତୁ ଏବେ ଗୃହ ବିଭାଗର ନିର୍ଦ୍ଦେଶ ପରେ ଏହି ମାମଲାର ତଦନ୍ତ କରିବାକୁ କ୍ରାଇମ୍‍ବ୍ରାଞ୍ଚକୁ ଦିଆଯାଇଛି। କିନ୍ତୁ ୨୦ ହଜାର ଟଙ୍କାର ଚୋରି ମାମଲାର ତଦନ୍ତ କରି ଯଦି କ୍ରାଇମ୍‍ବ୍ରାଞ୍ଚ ସମୟ ନଷ୍ଟ ହେବ। ତେଣୁ ଏହି ସମୟରେ ଯଦି ରାଜ୍ୟର କିଛି ସଂଗୀନ ମାମଲାର ତଦନ୍ତ କ୍ରାଇମ୍‍ବ୍ରାଞ୍ଚ କରନ୍ତା ତେବେ ଅନେକ ରହସ୍ୟମୟ ମାମଲାର ପର୍ଦ୍ଦାଫାସ ହୋଇ ପାରନ୍ତା।

ଆହୁରି ପଢ଼ନ୍ତୁ: ପୁରୀରେ ତୀର୍ଥଯାତ୍ରୀଙ୍କ ପାଇଁ ନୂଆ ଅତିଥି ଭବନ ‘ପତିତପାବନ ଭକ୍ତ ନିବାସ’ ନିର୍ମାଣ କରିବ ଶ୍ରୀମନ୍ଦିର ପ୍ରଶାସନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର