ଏଏନ୍‌ଏମ୍‌ଙ୍କ ହାତରେ ୩୨ ଡଙ୍ଗରିଆ କନ୍ଧ ଗାଁର ଭାର

The Sakala Picture
Published On

ଭୁବନେଶ୍ୱର: ଯେଉଁଠି ସରକାର ଓ ସରକାରୀ କଳ ପହଞ୍ଚିପାରୁନି, ସେଠି ଏମାନେ ସାଜିଛନ୍ତି ତ୍ରାଣକର୍ତ୍ତା । ଅପାଠୁଆ ଗରିବ ଗାଁ ଲୋକଙ୍କ ସାହାଭରସା କରୋନା ଭଳି ମହାମାରୀରୁ ବଞ୍ଚାଇବାର ଢାଲ। ଅଳ୍ପ କିଛି ଦିନର ସମ୍ପର୍କ ଭିତରେ ଏମାନଙ୍କ ଛାପ ଏତେ ମଜଭୂତ ଯେ ପଦିଏ କଥାରେ ରୁଣ୍ଡ ହୋଇଯାଉଛନ୍ତି ଗାଁଟା ଯାକର ବୟସ୍କ । ଏସବୁ ସମ୍ଭବ ହୋଇପାରିଛି ରାୟଗଡ଼ା ଜିଲ୍ଲା ବିଷମ କଟକ ଅଞ୍ଚଳରେ ନୂଆକରି ଏଏନ୍ଏମ୍ ଦାୟିତ୍ୱ ନେଇଥିବା ନନ୍ଦିନୀ ଗୌଡ଼, ଅର୍ଜନା […]

ଭୁବନେଶ୍ୱର: ଯେଉଁଠି ସରକାର ଓ ସରକାରୀ କଳ ପହଞ୍ଚିପାରୁନି, ସେଠି ଏମାନେ ସାଜିଛନ୍ତି ତ୍ରାଣକର୍ତ୍ତା । ଅପାଠୁଆ ଗରିବ ଗାଁ ଲୋକଙ୍କ ସାହାଭରସା କରୋନା ଭଳି ମହାମାରୀରୁ ବଞ୍ଚାଇବାର ଢାଲ। ଅଳ୍ପ କିଛି ଦିନର ସମ୍ପର୍କ ଭିତରେ ଏମାନଙ୍କ ଛାପ ଏତେ ମଜଭୂତ ଯେ ପଦିଏ କଥାରେ ରୁଣ୍ଡ ହୋଇଯାଉଛନ୍ତି ଗାଁଟା ଯାକର ବୟସ୍କ । ଏସବୁ ସମ୍ଭବ ହୋଇପାରିଛି ରାୟଗଡ଼ା ଜିଲ୍ଲା ବିଷମ କଟକ ଅଞ୍ଚଳରେ ନୂଆକରି ଏଏନ୍ଏମ୍ ଦାୟିତ୍ୱ ନେଇଥିବା ନନ୍ଦିନୀ ଗୌଡ଼, ଅର୍ଜନା ଚୌଧୁରୀ, ରଶ୍ମୀ ବେହେରା, କୁମାରୀ କୌଶଳିଆଙ୍କ ଯୋଗୁଁ।

ଆହୁରି ପଢ଼ନ୍ତୁ: ସାମ୍ବାଦିକତାରୁ ମାଓନେତ୍ରୀ : ୩୨ ସହଯୋଗୀଙ୍କ ସହ ଆତ୍ମସମର୍ପଣ କଲେ ଦୁର୍ଦାନ୍ତ ମାଓନେତ୍ରୀ ଚାଲାସାନି ନଭତା

ଯେଉଁଠି ଜିଲ୍ଲା ପ୍ରଶାସନର ବୋଲ ହାକ ଚାଲେନି, ସେଠି ଏହି ଏଏନ୍‌ଏମ୍‌ମାନଙ୍କ ପଦିଏ କଥାରେ ଟିକାକରଣ ପାଇଁ ଛିଡ଼ା ହୋଇଯାଆନ୍ତି ନିରୀହ ଡଙ୍ଗରିଆ ଜନଜାତି। କେତେବେଳେ ଗାଡ଼ି ସାହାଯ୍ୟରେ, ତ ଆଉ କେତେବେଳେ ୩ ରୁ ୪ କିଲୋମିଟର ପାହାଡ଼ ଚଢ଼ି ଏମାନେ ଯାଇ ପହଞ୍ଚନ୍ତି ଡଙ୍ଗରିଆ କନ୍ଧ ଜନଜାତିଙ୍କ ଗାଁରେ। ଘରକୁ ଘର ବୁଲି ଲୋକଙ୍କୁ କରୋନା ବାବଦରେ ସଚେତନ କରିବା ସହ ମାସ୍କ ବ୍ୟବହାର, ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବାର ବିଭିନ୍ନ ଅଭ୍ୟାସ ଓ ସରକାରୀ ନିୟମ ବାବଦରେ ବୁଝାନ୍ତି। କରୋନା ଟିକା ଦେବାର ଏକ ସପ୍ତାହ ପୂର୍ବରୁ ଆରମ୍ଭ ହୁଏ ଏହି ପ୍ରୟାସ | ଗାଁର ନାପିତଙ୍କ ସହାୟତାରେ ସକାଳେ ଓ ସନ୍ଧ୍ୟାରେ ବାଜା ବଜାଇ ଲୋକଙ୍କୁ ଏ ବାବଦରେ ସଚେତନ କରାଯିବା ସହ କରୋନା ଟିକା ଦେବାର ତାରିଖ ଓ ସମୟ ବାବଦରେ ଅବଗତ କରାଯାଏ | ଟିକାକରଣ ଦିନ ସକାଳୁ ବି ଲୋକଙ୍କୁ ବାଜା ବଜାଇ ଡକାଯାଇ ଏକାଠି କରାଯାଏ | ଦେଢ଼ ମାସରୁ ଅଧିକ ସମୟ ହେବ ନିରନ୍ତର ଭାବେ ଏହି ପ୍ରକ୍ରିୟା ଚାଲୁ ରଖୁଛନ୍ତି ଏହି ଏଏନ୍ଏମ୍ ଦିଦିମାନେ I
covid-warriors-anm

ଆହୁରି ପଢ଼ନ୍ତୁ: କାଶୀପୁରରେ ଛତୁ ଚାଷ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ

କେବଳ ସେତିକି ନୁହେଁ; କିପରି ଲୋକମାନେ କରୋନା ସଞ୍ଜୀବନୀ ପାଇବା ପାଇଁ ପଞ୍ଜିକୃତ ହେବେ, ସେଥ୍ପାଇଁ ମଧ୍ୟ ସେମାନେ ଡାଟା ଏଣ୍ଟ୍ରି ଅପରେଟରମାନଙ୍କ ସହାୟତାରେ ହିତାଧ୍ୟାକାରୀଙ୍କ ନାମ ସଂଗ୍ରହ କରି ଲେଖି ରଖୁଛନ୍ତି ଓ ପରବର୍ତ୍ତୀ ସମୟରେ ଏହା କିପରି ପୋର୍ଟାଲରେ ରହିବ ସେ ଉପରେ ବି ଧ୍ୟାନ ଦେଉଛନ୍ତି। ଆଦିମ ଜନଜାତି ଗାଁରେ କରୋନା ବ୍ୟାପିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟିକାକରଣକୁ ପ୍ରାଥମିକତା ଦିଆଗଲା ପରେ ଏମାନଙ୍କ ଦାୟିତ୍ଵ ବଢ଼ିଥିଲା । ବିଷମ କଟକ ବ୍ଲକ୍‌ର ନିୟମଗିରି ଅଞ୍ଚଳରେ କିପରି ଅଧିକ ଲୋକ ସଚେତନ ହେବେ ସେଥିପାଇଁ କରୋନା ସଚେତନତା ରଥ ଚଲାଯାଇ ଓଡ଼ିଆ ଓ କୁଇ ଭାଷାରେ ଲୋକଙ୍କୁ ସଚେତନ କରାଗଲା। ଚାଟିକୋଣା ଡଙ୍ଗରିଆ ଉନ୍ନୟନ ସଂସ୍ଥା ସହଯୋଗରେ ସ୍ବାସ୍ଥ୍ୟ ବିଭାଗର କର୍ମୀ, ଆଶା ଦିଦି, ଅଙ୍ଗନବାଡ଼ି ଦିଦି ମିଳିତ ହୋଇ ଜନଜାତି ଗାଁଗୁଡ଼ିକୁ କରୋନାମୁକ୍ତ କରିବାକୁ ସଙ୍କଳ୍ପ ନେଲେ ଓ ସେହି ହିସାବରେ ଯୋଜନା ପ୍ରସ୍ତୁତ କଲେ। ଆଉ ଆଜି ଏହି ଏନ୍ଏମ୍ ଦିଦିମାନେ ୫ଟି ଦଳରେ ଭାଗ ହୋଇ ବିଷମ କଟକ ଅଞ୍ଚଳର ୩୨ଟି ଜନଜାତି ଗାଁରେ ଘରକୁ ଘର ବୁଲି ସର୍ଭେ କରି ଲୋକଙ୍କୁ ଟିକାକରଣ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ନିକଟରେ ସେମାନେ ବିଷମ କଟକ ବ୍ଲକ୍‌ର କୁର୍ଲା ଓ ଡାଲିଆକୁଜି ପଞ୍ଚାୟତ ଅଧୀନରେ ଥିବା ନିୟମଗିରିର ଦୁର୍ଗମ ଅଞ୍ଚଳରେ ପାହାଡ଼ ଶିଖର ଗାଁଗୁଡ଼ିକୁ ଚାଲି ଚାଲି ଯାଇ ଟିକାରଣ କରିଛନ୍ତି। କୁର୍ଲା ପଞ୍ଚାୟତର ପାହାଡ଼ ଉପରେ ଥିବା ହିଙ୍ଗାବଡ଼ି ଗାଁକୁ ୪ କିଲୋମିଟର ଚାଲି ଏଏନ୍ଏମ୍ ଦିଦି ପହଞ୍ଚି ସେଠାରେ ୧୩ ଜଣ ଡଙ୍ଗରିଆଙ୍କୁ ଟିକା ଦେଇଥିବା ବେଳେ ଡାଲିଆ କୁଜି ପଞ୍ଚାୟତ ଅଧୀନରେ ଥିବା ପୁଶୁଗୁଡ଼ା ଗାଁରେ ପହଞ୍ଚି ୨୯ ଜଣ ଡଙ୍ଗରିଆଙ୍କୁ ଟିକା ଦେଇଛନ୍ତି। କେବଳ ସେତିକି ନୁହେଁ; ‘ଭେକ୍‌ସିନ୍ ଅନ୍ ଡ୍ରିଲ୍‌’ର ଆୟୋଜନ କରି ଉପରଗୁମ୍ମା, କଡ଼ରାଗୁମ୍ମା, ଖାମ୍ପେସି, କୁଡୁବାଲି ପଦର ଆଦି ଗାଁରେ ୪୫ ବର୍ଷରୁ ଅଧିକ ବୟସର ହିତାଧ୍ୟାକାରୀଙ୍କୁ ଟିକା ଦେଇ ପାରିଛନ୍ତି।

ମା’ ହିଁ ପରିବାରର ରକ୍ଷାକର୍ତ୍ତା। ପରିବାରକୁ ବିପଦ ପଡ଼ିଲେ ମା’ ସମ୍ମୁଖରେ ଛିଡ଼ାହୋଇ ସୁରକ୍ଷା ଦେବାରେ ଗୁରୁତ୍ଵପୂର୍ଣ ଭୂମିକା ନିଭାଏ । ଏଭଳି ଦାୟିତ୍ୱବୋଧକୁ ହୃଦୟଙ୍ଗମ କରି ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ମା’ ମାନଙ୍କ ହାତରେ କରୋନା ହଟାଇବାର ଭାର ଲଦିଥିବା ବେଳେ ଏହି ଆହ୍ୱାନକୁ ଗୁରୁତ୍ବର ସହ ନେଇ ଆମେ କାମ କରୁଛୁ ବୋଲି କହନ୍ତି ରଶ୍ମୀ ବେହେରା । ତାଙ୍କ କହିବା କଥାହେଲା, ପୂର୍ବରୁ ଏମିତି ଦୁର୍ଗମ ଗାଁକୁ ଆସି କାମ କରିବାର ଅଭ୍ୟାସ ବା ଅନୁଭୂତି ନ ଥିଲା । କରୋନା ଯୋଗୁଁ ଆମେ ଏହି ସୁଯୋଗ ପାଇଲୁ | ପାହାଡ଼ ରାସ୍ତାରେ ଚଢ଼ି ଗାଁଗୁଡ଼ିକୁ ଆସିବାକୁ ପଡୁଥିବା ବେଳେ ଶାରୀରିକ କଷ୍ଟ ତ ଅଛି; ହେଲେ ଏଠାକାର ନିରୀହ ଲୋକଙ୍କୁ କରୋନା ଟିକା ଦେଇ ସାରିବା ପରେ ଓ ସେମାନଙ୍କୁ କରୋନା ପାଇଁ ପ୍ରତିଷେଧକ ବ୍ୟବହାର ବାବଦରେ ବୁଝାଇଲା ପରେ କଷ୍ଟ ଲାଘବ ହେଲା ଭଳି ଅନୁଭବ ହେଉଛି।

06 Jun 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର