ଶିମିଳିପାଳ ବନବାସୀଙ୍କୁ ଯମୁନାଙ୍କ ସଞ୍ଜୀବନୀ

The Sakala Picture
Published On

ବାରିପଦା: ପ୍ରତିଦିନ ମଜୁରୀ ଲାଗିଲେ ଏଠି ଚୁଲି ଜଳେ। ଚାଷ ଓ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କଲେ ପରିବାର ଚଳେ। ଯେଉଁଠି ଗମନାଗମନ ଓ ଶିକ୍ଷା ଭଳି ମୌଳିକ ସୁବିଧା ସାତ ସପନ ସେଠି କରୋନା କଥା ପଚାରେ କିଏ। ଏଭଳି ସ୍ଥିତିରେ ଶିମିଳିପାଳ ବନବାସୀଙ୍କ ପାଇଁ ଏକମାତ୍ରା ସାହାରା ହେଲେ ଆଶା କର୍ମୀ ଯମୁନା ବନବାସୀଙ୍କୁ କରୋନା ପାଠ ପଢ଼ାଇବା କଥା ହେଉ କି ସେମାନଙ୍କୁ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ବାବଦରେ […]

ବାରିପଦା: ପ୍ରତିଦିନ ମଜୁରୀ ଲାଗିଲେ ଏଠି ଚୁଲି ଜଳେ। ଚାଷ ଓ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କଲେ ପରିବାର ଚଳେ। ଯେଉଁଠି ଗମନାଗମନ ଓ ଶିକ୍ଷା ଭଳି ମୌଳିକ ସୁବିଧା ସାତ ସପନ ସେଠି କରୋନା କଥା ପଚାରେ କିଏ। ଏଭଳି ସ୍ଥିତିରେ ଶିମିଳିପାଳ ବନବାସୀଙ୍କ ପାଇଁ ଏକମାତ୍ରା ସାହାରା ହେଲେ ଆଶା କର୍ମୀ ଯମୁନା ବନବାସୀଙ୍କୁ କରୋନା ପାଠ ପଢ଼ାଇବା କଥା ହେଉ କି ସେମାନଙ୍କୁ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର ବାବଦରେ ସଚେତନ କରିବା କଥା। ସବୁଥ୍‌ରେ ଖୋଜା ପଡନ୍ତି ଯମୁନା ପାତ୍ର |

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ଘାଟକୁଆଁରୀ ଓ ମଝିଗାଁ ଗ୍ରାମର ଆଶାକର୍ମୀ ଯମୁନା। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ବ୍ରାହ୍ମଣଗାଁ ପଞ୍ଚାୟତ ଅଧୀନରେ ଥିବା ଏହି ଦୁଇଟି ଗାଁର ୧୧୨୦ ଲୋକଙ୍କ ଭାର ଯମୁନାଙ୍କ କାନ୍ଧରେ। ଗାଁ ଲୋକେ ବାହାର ଦୁନିଆ ବାବଦରେ କିଛି ଜାଣୁନଥିବା ବେଳେ କରୋନା ମହାମାରୀର କରୁଣ କାହାଣୀ ତାଙ୍କ ପାଇଁ ଅପହଞ୍ଚ । ଖଟିଲେ ଖାଇବା ବ୍ୟତୀତ ସମାଜର ଭଲ ମନ୍ଦ କ’ଣ ସେମାନେ କିଛି କିଛି ଜାଣନ୍ତି ନାହିଁ । ଏଭଳି ସ୍ଥିତିରେ ଦେବଦୂତ ସାଜିଛନ୍ତି ଅଶାକର୍ମୀ ଯମୁନା |

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ଘରଠାରୁ ୩ କିଲୋମିଟର ଦୂର ଜଙ୍ଗଲିଆ ରାସ୍ତାରେ ଚାଲିଚାଲି ଯାଇ ସେ ଗାଁ ଲୋକଙ୍କୁ କରୋନା ସଚେତନତାର ପାଠ ପଢ଼ାଉଛନ୍ତି। ୨୦୨୦ମସିହାରେ କାରୋନାର ପ୍ରଥମ ଲହରରୁ ହିଁ ସେ ଏହି କାମରେ ନିୟୋଜିତ ଥିବାବେଳେ ଏବେ କରୋନା ଟିକାକରଣରେ ନିଜର ଦକ୍ଷତାକୁ ପ୍ରତିପାଦିତ କରି ପାରିଛନ୍ତି। ଅଗମ୍ୟ ଅଞ୍ଚଳରେ ଟିକାକରଣ ପାଇଁ ସେ ଏକ ୬ଦିନିଆ ଶିବିର ଆୟୋଜନ କରି ଗାଁର ୪୫ବର୍ଷରୁ ଉର୍ଦ୍ଧ୍ବ ୮୫% ଲୋକଙ୍କୁ ଟିକାରଣ କରାଇ ପାରିଛନ୍ତି। ବନବାସୀଙ୍କୁ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ବାବଦରେ ସଚେତନ କରି ପାରିଛନ୍ତି । କେବଳ ସେତିକି ନୁହେଁ, ଘରକୁ ଘର ଯାଇ କରୋନା ଟିକା ନେବାକୁ ଲୋକଙ୍କୁ ମନାଉଛନ୍ତି | ଚାଷ କାମ ସାରି ଘରକୁ ଫେରୁଥିବା ବନବାସୀଙ୍କୁ ସାନିଟାଇଜର ବା ସାବୁନ ବ୍ୟବହାର ସମ୍ପର୍କରେ ବି ବୁଝାଉଛନ୍ତି।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

ଭୋରରୁ ଉଠି ଯମୁନା ନିଜ ପରିବାର ଭଲମନ୍ଦ ବୁଝିବା ପରେ ବାହାରି ଯାଆନ୍ତି ନିଜ ଦାୟିତ୍ବ ତୁଲାଇବା ପାଇଁ । ଘର ଘର ବୁଲି ଆଦିବାସୀଙ୍କୁ ସଚେତନ କରିବାରେ ବେଶ୍ ଆନନ୍ଦ ମିଳୁଥିବା କହନ୍ତି ଯମୁନା। ଖାଲି ସେତିକି ନୁହେଁ ଅର୍ଥ ଅଭାବରୁ କରୋନାରୁ ରକ୍ଷା ପାଇବାକୁ ଗାମୁଛା ଏବଂ ଲୁଗା ମୁହଁରେ ବାନ୍ଧୁ ଥିବା ଆଦିବାସୀଙ୍କୁ ନିଜେ କିଛି ମାସ୍କ ତିଆରି କରି ବି ଯମୁନା ମାଗଣାରେ ବାଣ୍ଟୁଛନ୍ତି। ବୟସ୍କ ଏବଂ କୋମଳମତି ଶିଶୁମାନଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ ଦେଉଥିବା ବେଳେ ଗର୍ଭବତୀ ଓ ପ୍ରସୂତିଙ୍କ ଯତ୍ନ ନିଜେ ନେଉଛନ୍ତି । ଗାଁରେ ମେଲେରିଆ ହେବାର ସମ୍ଭାବନା ବେଶୀ ଥିବାରୁ ଲୋକମାନଙ୍କୁ ମଶାରି ବ୍ୟବହାର କରିବାକୁ ବି ସଚେତନ କରୁଛନ୍ତି। କେବଳ ଯମୁନା ନୁହନ୍ତି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ(ଏସଟିଆର) ଅଧୀନରେ ଥିବା ୬୪ଟି ଗାଁର ବନବାସୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ଯମୁନାଙ୍କ ଭଳି ଆଉ ୨୯ ଜଣ ଆଶାକର୍ମୀ। ପାହାଡିଆ ଅଞ୍ଚଳରେ ୨ଚକିଆ ଯାନ ପହଞ୍ଚି ପାରୁ ନଥିବା ବେଳେ ସେଠାରେ ଏହି ଆଶାକର୍ମୀମାନେ ଚାଲିଚାଲି ଯାଇ କରୋନା ସଚେତନତା କାର୍ଯ୍ୟ ସହିତ ଟିକାକରଣ କାମକୁ ଆଗକୁ ନେଉଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର