ମନୋରଞ୍ଜନ

ସଲମାନ ଖାନଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହଠାତ୍ ଅଦୃଶ୍ୟ, X ପେଜ୍ ସକ୍ରିୟ ଥିବାରୁ ପ୍ରଶଂସକଙ୍କ ମଧ୍ୟରେ ଛନକା
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଖୁସି କପୁରଙ୍କ ସହ ବ୍ରେକଅପ୍ ପରେ ରାଜେଶ ଖାନ୍ନାଙ୍କ ନାତୁଣୀଙ୍କ ପ୍ରେମରେ ବେଦାଙ୍ଗ ରୈନା! ଥିଏଟର ବାହାରେ ଭିଡିଓ ଭାଇରାଲ
କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅଘଟଣ: ମିସ୍ ଭେନେଜୁଏଲା ୨୦୨୫ ଆଣ୍ଡ୍ରିଆ ଡେଲ୍ ଭାଲ୍‌ଙ୍କୁ ସେଲିବ୍ରିଟି ଷ୍ଟାଇଲିଷ୍ଟଙ୍କ ଆକ୍ରମଣ, ରକ୍ତାକ୍ତ ଭିଡିଓ ଭାଇରାଲ
ପ୍ରସିଦ୍ଧ ଗାୟକଙ୍କୁ ବିବାହ କରିବେ କି କୋଟିପତି କାବ୍ୟା ମାରନ୍? ସ୍ପେନରେ ବାହାଘର ନେଇ ଜୋର ଧରିଛି ଚର୍ଚ୍ଚା

କାୟା ମେଲାଉଛି କରୋନା, ଚିନ୍ତା ବଢାଉଛି ବିମାନବନ୍ଦର ଓ ରେଳ ଷ୍ଟେସନ୍‌

The Sakala Picture
Published On

ଭୁବନେଶ୍ବର : ଚିନ୍ତା ବଢାଇଛି କରୋନାର ଦ୍ବିତୀୟ ଲହରୀ। ଦେଶରେ ପ୍ରତିଦିନ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢିଚାଲି ଥିବା ବେଳେ ରାଜ୍ୟରେ ମଧ୍ୟ ଏବେ କରୋନା ଗ୍ରାଫ ଉପରମୁହାଁ ରହିଛି । ଦିନକୁ ଦିନ ବେକାବୁ ହେଉଛି ମହାମାରୀ କରୋନାର ଦ୍ବିତୀୟ ଲହରୀ। ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଚିନ୍ତା ବଢାଇଛି ବିମାନବନ୍ଦର ଓ ରେଳ ଷ୍ଟେସନ୍‌ । ରବିବାର ଭୁବନେଶ୍ୱର ଏସ୍‌ବିଆଇ ମୁଖ୍ୟ କାର୍ଯ୍ୟାଳୟରୁ ୧୦ ପଜିଟିଭ୍‌ ଚିହ୍ନଟ ହୋଇଥିବା […]

ଭୁବନେଶ୍ବର : ଚିନ୍ତା ବଢାଇଛି କରୋନାର ଦ୍ବିତୀୟ ଲହରୀ। ଦେଶରେ ପ୍ରତିଦିନ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢିଚାଲି ଥିବା ବେଳେ ରାଜ୍ୟରେ ମଧ୍ୟ ଏବେ କରୋନା ଗ୍ରାଫ ଉପରମୁହାଁ ରହିଛି । ଦିନକୁ ଦିନ ବେକାବୁ ହେଉଛି ମହାମାରୀ କରୋନାର ଦ୍ବିତୀୟ ଲହରୀ। ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଚିନ୍ତା ବଢାଇଛି ବିମାନବନ୍ଦର ଓ ରେଳ ଷ୍ଟେସନ୍‌ । ରବିବାର ଭୁବନେଶ୍ୱର ଏସ୍‌ବିଆଇ ମୁଖ୍ୟ କାର୍ଯ୍ୟାଳୟରୁ ୧୦ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏବେ ବିମାନବନ୍ଦରରୁ ଆଉ ୧୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେହିଭଳି ରେଲଓ୍ୱେ ଷ୍ଟେସନ୍‌ରୁ ମଧ୍ୟ ଦୁଇ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଯାହା ଚିନ୍ତା ବଢାଉଛି କାରଣ ବିମାନବନ୍ଦର ଓ ରେଲଓ୍ୱେ ଷ୍ଟେସନରୁ ଆକ୍ରାନ୍ତଙ୍କ ଠାରୁ ଅଧିକ ଲୋକଙ୍କୁ ସଂକ୍ରମିତ ହୋଇପାରନ୍ତି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ାରେ ଲଜ୍ଜ୍ୟା: ମୁଖ୍ୟ ଡାକ୍ତରଖାନାରୁ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ, ମହିଳାଙ୍କ ସମେତ ୩ ଗିରଫ

ତେବେ ସବୁଠୁ ଅଧିକ ଚିନ୍ତା ବଢ଼ାଉଛି ଭୁବନେଶ୍ୱର ବିମାନ ବନ୍ଦର । ରବିବାର ଅପରାହ୍ନ ୩ଟା ସୁଦ୍ଧା ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଲେଣି । ଗତ ୩ ଦିନରେ ୨୫ ଯାତ୍ରୀ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଆଜି ଗୋଟିଏ ଦିନରେ ୧୦ ପଜିଟିଭ୍‌ ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆଜକୁ ମିଶାଇ ବିମାନ ବନ୍ଦରରୁ ମୋଟ ୩୫ ଜଣ ଯାତ୍ରୀ ପଜିଟିଭ୍‌ ଚିହ୍ନଟ ହୋଇସାରିଲେଣି। ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ ଯାତ୍ରୀଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ବିମାନ ବନ୍ଦରରୁ ଚିହ୍ନଟ ସମସ୍ତ ଯାତ୍ରୀ ମହାରାଷ୍ଟ୍ରର ମୁମ୍ବାଇ ଓ ପୁଣେରୁ ଆସିଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶା ତାପଜ ବିଦ୍ୟୁତ୍‌ ନୀତି-୨୦୦୮ରେ ସଂଶୋଧନ: ଗ୍ରାହକଙ୍କୁ ୨୦୦ କୋଟିର ବୋଝ !

ଭୁବନେଶ୍ବର ରେଳ ଷ୍ଟେସନରୁ ପ୍ରଥମ ଥର ପାଇଁ ପଜିଟିଭ ଚିହ୍ନଟ ହେବାପରେ  ଉଭୟ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। କେବଳ ଏତିକି ନୁହେଁ ବରଂ ଉଭୟଙ୍କ କଣ୍ଟା ଟ୍ରେସିଂ ଓ ଟ୍ରାଭେଲ ହିଷ୍ଟ୍ରିର ତନାଘନା ବି ଚାଲିଛି। ରେଳ ଷ୍ଟେସନରେ ପଜିଟିଭ ଚିହ୍ନଟ ପରେ ଟେଷ୍ଟିଂକୁ ତ୍ୱରାନ୍ୱିତ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ 'ଗୁଣ୍ଡାରାଜ': ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ ପଟ୍ଟନାୟକ

ସେହିପରି ଆଗକୁ କରୋନା ଯାଞ୍ଚ ଆହୁରି କଡ଼ାକଡ଼ି ହେବ ବୋଲି କୁହାଯାଇଛି । ବିମାନବନ୍ଦର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମିଳିତ ଭାବେ ସଂକ୍ରମଣ ରୋକିବା ଦିଗରେ ଗୁରୁତ୍ୱ ଦିଆଯାଉଛି । ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ସବୁଙ୍କୁ ପରାମର୍ଶ ଦିଆଯାଉଛି । ତେବେ ଉଭୟ ରେଳଷ୍ଟେସନ ଓ ବିମାନବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା ଲାଗୁ କରିବା ପାଇଁ ଚାଲିଛି ବିଚାର ବିମର୍ଷ  କରାଯାଉଛି।

04 Apr 2021 By The Sakala

କାୟା ମେଲାଉଛି କରୋନା, ଚିନ୍ତା ବଢାଉଛି ବିମାନବନ୍ଦର ଓ ରେଳ ଷ୍ଟେସନ୍‌

ଭୁବନେଶ୍ବର : ଚିନ୍ତା ବଢାଇଛି କରୋନାର ଦ୍ବିତୀୟ ଲହରୀ। ଦେଶରେ ପ୍ରତିଦିନ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢିଚାଲି ଥିବା ବେଳେ ରାଜ୍ୟରେ ମଧ୍ୟ ଏବେ କରୋନା ଗ୍ରାଫ ଉପରମୁହାଁ ରହିଛି । ଦିନକୁ ଦିନ ବେକାବୁ ହେଉଛି ମହାମାରୀ କରୋନାର ଦ୍ବିତୀୟ ଲହରୀ। ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଚିନ୍ତା ବଢାଇଛି ବିମାନବନ୍ଦର ଓ ରେଳ ଷ୍ଟେସନ୍‌ । ରବିବାର ଭୁବନେଶ୍ୱର ଏସ୍‌ବିଆଇ ମୁଖ୍ୟ କାର୍ଯ୍ୟାଳୟରୁ ୧୦ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏବେ ବିମାନବନ୍ଦରରୁ ଆଉ ୧୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେହିଭଳି ରେଲଓ୍ୱେ ଷ୍ଟେସନ୍‌ରୁ ମଧ୍ୟ ଦୁଇ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଯାହା ଚିନ୍ତା ବଢାଉଛି କାରଣ ବିମାନବନ୍ଦର ଓ ରେଲଓ୍ୱେ ଷ୍ଟେସନରୁ ଆକ୍ରାନ୍ତଙ୍କ ଠାରୁ ଅଧିକ ଲୋକଙ୍କୁ ସଂକ୍ରମିତ ହୋଇପାରନ୍ତି।

ତେବେ ସବୁଠୁ ଅଧିକ ଚିନ୍ତା ବଢ଼ାଉଛି ଭୁବନେଶ୍ୱର ବିମାନ ବନ୍ଦର । ରବିବାର ଅପରାହ୍ନ ୩ଟା ସୁଦ୍ଧା ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଲେଣି । ଗତ ୩ ଦିନରେ ୨୫ ଯାତ୍ରୀ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଆଜି ଗୋଟିଏ ଦିନରେ ୧୦ ପଜିଟିଭ୍‌ ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆଜକୁ ମିଶାଇ ବିମାନ ବନ୍ଦରରୁ ମୋଟ ୩୫ ଜଣ ଯାତ୍ରୀ ପଜିଟିଭ୍‌ ଚିହ୍ନଟ ହୋଇସାରିଲେଣି। ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ ଯାତ୍ରୀଙ୍କୁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ବିମାନ ବନ୍ଦରରୁ ଚିହ୍ନଟ ସମସ୍ତ ଯାତ୍ରୀ ମହାରାଷ୍ଟ୍ରର ମୁମ୍ବାଇ ଓ ପୁଣେରୁ ଆସିଛନ୍ତି ।

ଭୁବନେଶ୍ବର ରେଳ ଷ୍ଟେସନରୁ ପ୍ରଥମ ଥର ପାଇଁ ପଜିଟିଭ ଚିହ୍ନଟ ହେବାପରେ  ଉଭୟ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। କେବଳ ଏତିକି ନୁହେଁ ବରଂ ଉଭୟଙ୍କ କଣ୍ଟା ଟ୍ରେସିଂ ଓ ଟ୍ରାଭେଲ ହିଷ୍ଟ୍ରିର ତନାଘନା ବି ଚାଲିଛି। ରେଳ ଷ୍ଟେସନରେ ପଜିଟିଭ ଚିହ୍ନଟ ପରେ ଟେଷ୍ଟିଂକୁ ତ୍ୱରାନ୍ୱିତ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

ସେହିପରି ଆଗକୁ କରୋନା ଯାଞ୍ଚ ଆହୁରି କଡ଼ାକଡ଼ି ହେବ ବୋଲି କୁହାଯାଇଛି । ବିମାନବନ୍ଦର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମିଳିତ ଭାବେ ସଂକ୍ରମଣ ରୋକିବା ଦିଗରେ ଗୁରୁତ୍ୱ ଦିଆଯାଉଛି । ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ସବୁଙ୍କୁ ପରାମର୍ଶ ଦିଆଯାଉଛି । ତେବେ ଉଭୟ ରେଳଷ୍ଟେସନ ଓ ବିମାନବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା ଲାଗୁ କରିବା ପାଇଁ ଚାଲିଛି ବିଚାର ବିମର୍ଷ  କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର