ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

The Sakala Picture
Published On

ଭୁବନେଶ୍ବର : ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ବାବା ହରେକୃଷ୍ଣ ସେଠୀ ହେଲେ କଂଗ୍ରେସର ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ।ରାଜ୍ୟ ନେତୃତ୍ୱ ହରେକୃଷ୍ଣଙ୍କ ନାଁ ସୁପାରିଶ କରିଥିବା ବେଳେ ଏଥିରେ ମୋହର ମାରିଛନ୍ତି ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ପ୍ରାର୍ଥୀ ଘୋଷଣା ସହ ଧାମନଗର ଉପ-ନିର୍ବାଚନ ପାଇଁ ମୈଦାନକୁ ଓହ୍ଲାଇଛି କଂଗ୍ରେସ । କଂଗ୍ରେସ ପୂର୍ବରୁ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିଥିଲା । ଦିବଙ୍ଗତ ବିଜେପି ନେତା ବିଷ୍ଣୁ […]

ଭୁବନେଶ୍ବର : ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ବାବା ହରେକୃଷ୍ଣ ସେଠୀ ହେଲେ କଂଗ୍ରେସର ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ।ରାଜ୍ୟ ନେତୃତ୍ୱ ହରେକୃଷ୍ଣଙ୍କ ନାଁ ସୁପାରିଶ କରିଥିବା ବେଳେ ଏଥିରେ ମୋହର ମାରିଛନ୍ତି ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ପ୍ରାର୍ଥୀ ଘୋଷଣା ସହ ଧାମନଗର ଉପ-ନିର୍ବାଚନ ପାଇଁ ମୈଦାନକୁ ଓହ୍ଲାଇଛି କଂଗ୍ରେସ ।

ଆହୁରି ପଢ଼ନ୍ତୁ: ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ IED ବ୍ଲାଷ୍ଟ, ଯବାନ ଗୁରୁତର

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅତିରିକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ

କଂଗ୍ରେସ ପୂର୍ବରୁ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିଥିଲା । ଦିବଙ୍ଗତ ବିଜେପି ନେତା ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଛି ଦଳ । ଏପରିକି ସୂରଜ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ମଧ୍ୟ ଗତକାଲି ଦାଖଲ କରିସାରିଛନ୍ତି। ଅନ୍ୟପଟେ ଶାସକ ବିଜୁ ଜନତା ଦଳ ଆଜି ସନ୍ଧ୍ୟାରେ ନିଜର ପ୍ରାର୍ଥୀ ଘୋଷଣା କରିବ ବୋଲି ଜଣାପଡିଛି। ଧାମନଗର ଉପନିର୍ବାଚନ ପାଇଁ ଆଜି ବିଜେଡି ପକ୍ଷରୁ ବିଭିନ୍ନ ନେତାଙ୍କୁ ଦାୟିତ୍ବ ବଣ୍ଟା ଯାଇଛି। ତିହିଡ଼ି ଓ ଧାମନଗର ବ୍ଲକ ପାଇଁ ନେତାମାନଙ୍କୁ ଦାୟିତ୍ବ ଦେଇଛି ବିଜେଡ଼ି । ତିହିଡ଼ି ବ୍ଲକ ପାଇଁ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜ୍ୟୋତି ପାଣିଗ୍ରାହୀ ଓ ପର୍ଶୁରାମ ଧଡ଼ାଙ୍କୁ ବିଜେଡି ଦାୟିତ୍ୱ ଦେଇଛି । ସେହିପରି ଧାମନଗର ବ୍ଲକ ପାଇଁ ମନ୍ତ୍ରୀ ପ୍ରୀତି ରଞ୍ଜନ ଘେଡ଼େଇ, ସାଂସଦ ମଞ୍ଜୁଲତା ମଣ୍ଡଳ, ଅଶୋକ ବଳ, ପ୍ରଫୁଲ୍ଲ ସାମଲ, ଅମର ଶତପଥୀ, ସୁନନ୍ଦା ଦାସଙ୍କୁ ଦାୟିତ୍ୱ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ବାଧ୍ୟତାମୂଳକ, ଉଲ୍ଲଂଘନ କଲେ ଜରିମାନା

12 Oct 2022 By The Sakala

ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ବର : ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ବାବା ହରେକୃଷ୍ଣ ସେଠୀ ହେଲେ କଂଗ୍ରେସର ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ।ରାଜ୍ୟ ନେତୃତ୍ୱ ହରେକୃଷ୍ଣଙ୍କ ନାଁ ସୁପାରିଶ କରିଥିବା ବେଳେ ଏଥିରେ ମୋହର ମାରିଛନ୍ତି ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ପ୍ରାର୍ଥୀ ଘୋଷଣା ସହ ଧାମନଗର ଉପ-ନିର୍ବାଚନ ପାଇଁ ମୈଦାନକୁ ଓହ୍ଲାଇଛି କଂଗ୍ରେସ ।

କଂଗ୍ରେସ ପୂର୍ବରୁ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିଥିଲା । ଦିବଙ୍ଗତ ବିଜେପି ନେତା ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଛି ଦଳ । ଏପରିକି ସୂରଜ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ମଧ୍ୟ ଗତକାଲି ଦାଖଲ କରିସାରିଛନ୍ତି। ଅନ୍ୟପଟେ ଶାସକ ବିଜୁ ଜନତା ଦଳ ଆଜି ସନ୍ଧ୍ୟାରେ ନିଜର ପ୍ରାର୍ଥୀ ଘୋଷଣା କରିବ ବୋଲି ଜଣାପଡିଛି। ଧାମନଗର ଉପନିର୍ବାଚନ ପାଇଁ ଆଜି ବିଜେଡି ପକ୍ଷରୁ ବିଭିନ୍ନ ନେତାଙ୍କୁ ଦାୟିତ୍ବ ବଣ୍ଟା ଯାଇଛି। ତିହିଡ଼ି ଓ ଧାମନଗର ବ୍ଲକ ପାଇଁ ନେତାମାନଙ୍କୁ ଦାୟିତ୍ବ ଦେଇଛି ବିଜେଡ଼ି । ତିହିଡ଼ି ବ୍ଲକ ପାଇଁ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଜ୍ୟୋତି ପାଣିଗ୍ରାହୀ ଓ ପର୍ଶୁରାମ ଧଡ଼ାଙ୍କୁ ବିଜେଡି ଦାୟିତ୍ୱ ଦେଇଛି । ସେହିପରି ଧାମନଗର ବ୍ଲକ ପାଇଁ ମନ୍ତ୍ରୀ ପ୍ରୀତି ରଞ୍ଜନ ଘେଡ଼େଇ, ସାଂସଦ ମଞ୍ଜୁଲତା ମଣ୍ଡଳ, ଅଶୋକ ବଳ, ପ୍ରଫୁଲ୍ଲ ସାମଲ, ଅମର ଶତପଥୀ, ସୁନନ୍ଦା ଦାସଙ୍କୁ ଦାୟିତ୍ୱ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର