ବସ୍ ଚଳାଚଳ ସମୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ଘଟଣା, ଆଜି ସନ୍ଧ୍ୟା ସୁଦ୍ଧା ବାରିପଦାରୁ ଗଡ଼ିବ ବସ୍

The Sakala Picture
Published On

ବାରିପଦା: ବାରିପଦା ଘରୋଇ ବସଷ୍ଟାଣ୍ଡରୁ ଏକ ଘରୋଇ ବସ ଚଳାଚଳ ସମୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହଣାକଟା ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ଓ ବସ ମାଲିକ ସଂଘ ମଧ୍ୟରେ ଆଲୋଚନା ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସ୍ଥିତ ମହାତ୍ମା ଗାନ୍ଧୀ ପ୍ରକୋଷ୍ଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର, ଜିଲ୍ଲା ଆରକ୍ଷୀ ଅଧିକ୍ଷୀକା ଏସ ସୁଶ୍ରୀ, ଆଞ୍ଚଳିକ ପରିବହନ ଅଧିକାରୀ ବିଶ୍ଵରାଜ ବେହେରା ସମେତ ବାରିପଦା ବସ ମାଲିକ ସଂଘର ସଭାପତି […]

ବାରିପଦା: ବାରିପଦା ଘରୋଇ ବସଷ୍ଟାଣ୍ଡରୁ ଏକ ଘରୋଇ ବସ ଚଳାଚଳ ସମୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହଣାକଟା ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ଓ ବସ ମାଲିକ ସଂଘ ମଧ୍ୟରେ ଆଲୋଚନା ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସ୍ଥିତ ମହାତ୍ମା ଗାନ୍ଧୀ ପ୍ରକୋଷ୍ଠରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର, ଜିଲ୍ଲା ଆରକ୍ଷୀ ଅଧିକ୍ଷୀକା ଏସ ସୁଶ୍ରୀ, ଆଞ୍ଚଳିକ ପରିବହନ ଅଧିକାରୀ ବିଶ୍ଵରାଜ ବେହେରା ସମେତ ବାରିପଦା ବସ ମାଲିକ ସଂଘର ସଭାପତି ଅଜୟ କୁମାର ବେହେରାଙ୍କ ନେତୃତ୍ୱରେ ବସ ମାଲିକ ମାନେ ଆଲୋଚନା କରିଥିଲେ। ବସଷ୍ଟାଣ୍ଡରେ ଗଣ୍ଡଗୋଳ ପରେ ଶୁକ୍ରବାର ସନ୍ଧ୍ୟା ଠାରୁ ଜିଲ୍ଲାବ୍ୟାପି ବସ ଚଳାଚଳ ସଂଘ ପକ୍ଷରୁ ବନ୍ଦ କରାଯାଇଥିଲା। ଯାହାକୁ ନେଇ ଯାତ୍ରୀ ମାନେ ହନ୍ତସନ୍ତ ହେଉଥିବା ବେଳେ ବସ ଚଳାଚଳ ପୂର୍ବ ପରି ସ୍ୱାଭାବିକ କରିବା ପାଇଁ ଆଲୋଚନା କରିଥିଲେ। ବସ ମାଲିକ ସମେତ ବସଷ୍ଟାଣ୍ଡରେ ସୁରକ୍ଷା ବ୍ୟବସ୍ଥା କରିବା ସହ ଉକ୍ତ ଘଟଣାରେ ସମ୍ପୃକ୍ତଙ୍କୁ ତୁରନ୍ତ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବସ ମାଲିକ ସଂଘ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିଲା। ବିଭିନ୍ନ ଦାବି ନେଇ ବହୁ ସମୟ ଧରି ଆଲୋଚନା କରିବା ପରେ ନିଷ୍କର୍ଷ ବାହାରିଥିଲା। ଶନିବାର ସନ୍ଧ୍ୟା ସୁଦ୍ଧା ଜିଲ୍ଲାବ୍ୟାପୀ ବସ ଚଳାଚଳ ସ୍ବାଭାବିକ କରିବା ନେଇ ବାରିପଦା ବସ ମାଲିକ ସଂଘ ପକ୍ଷରୁ ସଭାପତି ଅଜୟ କୁମାର ବେହେରା ଜିଲ୍ଲା ପ୍ରଶାସନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ: ଆଜି ହେବ ତିନି ରଥର ଦକ୍ଷିଣ ମୋଡ଼

ତେବେ ଉକ୍ତ ଘଟଣାରେ ପୁଲିସ ପକ୍ଷରୁ ଦୁଇ ଗୋଟି ପୃଥକ ମାମଲା ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଛି ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷୀକା ଏସ ସୁଶ୍ରୀ କହିଛନ୍ତି। ଉଭୟ ପକ୍ଷରୁ ସମୁଦାୟ ୧୦ଜଣଙ୍କୁ ଗିରଫ କରାଯାଇଛି। ବିବାଦୀୟ ବସ ମାଲିକଙ୍କ ଗୋଷ୍ଠୀର ଜ୍ୟୋତିରଞ୍ଜନ ମହାନ୍ତିଙ୍କ ସମେତ ୬ଜଣ ଏବଂ ବସ ମାଲିକ ସଂଘ ପକ୍ଷରୁ ସାଧାରଣ ସମ୍ପାଦକ ସୁନୀଲ କୁମାର ଦାଶ, ସୁରେଶ ଚନ୍ଦ୍ର ସାହୁଙ୍କ ସମେତ ୪ଜଣଙ୍କୁ ଗିରଫ କରାଯାଇ ଶନିବାର କୋର୍ଟ ଚାଲାଣ କରାଯାଇଛି। ଉକ୍ତ ଗଣ୍ଡଗୋଳ ଘଟଣାକୁ ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ଏଥି ସହିତ ପରିବହନ ବିଭାଗ ପକ୍ଷରୁ ବସ ଚଳାଚଳ ସମୟକୁ ନେଇ ମଧ୍ୟ ତଦନ୍ତ କରି ରିପୋର୍ଟ ପ୍ରଦାନ କରାଯିବ ବୋଲି ଏସପି ଶ୍ରୀମତୀ ସୁଶ୍ରୀ କହିଛନ୍ତି। ବସଷ୍ଟାଣ୍ଡ ତଥା ବାରିପଦା ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ପୁଲିସ ପକ୍ଷରୁ ଫୋର୍ସ ମୁତୟନ କରାଯିବା ସହ ଆଲର୍ଟ ରହିବେ। ଜିଲ୍ଲାରେ ବସ ଚଳାଚଳ ସ୍ବାଭାବିକ ହେବା ପର୍ଯ୍ୟନ୍ତ ଯାତ୍ରୀ ମାନଙ୍କ ନିମନ୍ତେ ସରକାରୀ ବସ ଚଳାଯିବ ବୋଲି ଏସପି କହିଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅପାରଗତା ଯୋଗୁଁ ସଂକଟରେ ସ୍କୁଲ ଶିକ୍ଷା : ବିଜେଡି

ସୂଚନା ଅନୁଯାୟୀ, ବାରିପଦା ଘରୋଇ ବସଷ୍ଟାଣ୍ଡରୁ ଏକ ଘରୋଇ ବସ ଚଳାଚଳ ସମୟକୁ ନେଇ ଗୋଟିଏ ଗୋଷ୍ଠୀ ପକ୍ଷରୁ ଅନ୍ୟ ଗୋଷ୍ଠୀକୁ ମାରଣାସ୍ତ୍ର ଧରି ଶୁକ୍ରବାର ସନ୍ଧ୍ୟାରେ ଆକ୍ରମଣରେ ୬ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ରାଇରଙ୍ଗପୁରରୁ ବ୍ରହ୍ମପୁର ଯାଉଥିବା ମା’ ଦୁର୍ଗା ନାମକ ଘରୋଇ ବସ ଚଳାଚଳ ସମୟକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଉକ୍ତ ବସଟି ରାଇରଙ୍ଗପୁରରୁ ଆସୁଥିବା ବେଳେ ସଠିକ ସମୟ ଅନୁସାରେ ବାରିପଦା ବସଷ୍ଟାଣ୍ଡରୁ ଚଳାଚଳ କରୁନଥିଲା। ଯାହାକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ବସଟି ଆସି ବାରିପଦା ଘରୋଇ ବସଷ୍ଟାଣ୍ଡରେ ପହଁଚିବା ପରେ ବସ ମାଲିକ ସଂଘ ଓ ବସ ମାଲିକଙ୍କ ଚଳାଚଳ ସମୟକୁ ନେଇ ଯୁକ୍ତିତର୍କ ହୋଇଥିଲା। ଯାହାକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଏହାପରେ କିଛି ଗୁଣ୍ଡା ପ୍ରବୃତ୍ତି ଦୁର୍ବୁତ୍ତ ମାନେ ଖଣ୍ଡା, ଭୁଜାଲି ଆଦି ମାରଣାସ୍ତ୍ର ଧରି ବସ ମାଲିକ ମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଯେଉଁଥିରେ କି ୬ଜଣରୁ ଉର୍ଦ୍ଧ୍ବ ବସ ମାଲିକ ଆହତ ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ପିଆରଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାରେ ବସ ମାଲିକ ତପନ କୁମାର ପୃଷ୍ଟି, ଶିତିକଣ୍ଠ ନାୟକ ଗୁରୁତର ଭାବେ ଆହତ ହୋଇଛନ୍ତି। ପିଆରଏମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବି ହସ୍ପିଟାଲକୁ ସ୍ଥାନନ୍ତର କରାଯାଇଛି। ଏଥିସହିତ ଅନ୍ୟ ଗୋଷ୍ଠୀକୁ ମାରଣାସ୍ତ୍ର ଧରି ମରଣାନ୍ତକ ଆକ୍ରମଣ କରି ହଣାକଟା କରିଥିବା ନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଛି। ଉକ୍ତ ଘଟଣା ନେଇ ଜିଲ୍ଲାବ୍ୟାପୀ ଘରୋଇ ବସ ଚଳାଚଳ ବନ୍ଦ ରହିଛି। ଯାହାକୁ ନେଇ ଶନିବାର ସକାଳୁ ବାରିପଦା ଘରୋଇ ବସଷ୍ଟାଣ୍ଡ ଖାଁ ଖାଁ ହୋଇ ପଡ଼ିଥିଲା। ଯାତ୍ରୀ ମାନେ ଗନ୍ତବ୍ୟ ସ୍ଥଳକୁ ଯିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଖରାରେ ହନ୍ତସନ୍ତ ହୋଇଛନ୍ତି। ବସଷ୍ଟାଣ୍ଡକୁ ଆସିଥିବା ଦୁରଦୁରାନ୍ତର ଯାତ୍ରୀ ଘଟଣାର ସମାଧାନ କରି ତୁରନ୍ତ ବସ ଚଳାଚଳ ସ୍ବାଭାବିକ କରିବା ପାଇଁ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରଶାସନିକ ବିଫଳତା ଓ ସାର କଳାବଜାରୀ ଯୋଗୁଁ
ଚାଷୀ ହନ୍ତସନ୍ତ: ବିଜେଡି

22 Jun 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର