କରୋନା ପରିଚାଳନା ପାଇଁ ୩ ଜିଲ୍ଲାକୁ ୭.୬୨ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ୱର: କୋଭିଡ ପରିଚାଳନା ପାଇଁ ଅତିରିକ୍ତ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ । ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାର ଏହାର ସୁପରିଚାଳନା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ସହାୟତା ରାଶି ପ୍ରଦାନ କରିଛନ୍ତି। ପୁରୀ ପାଇଁ ୨ କୋଟି, ସୁବର୍ଣ୍ଣପୁର ଜିଲ୍ଲା ପାଇଁ ୧ କୋଟି ଏବଂ ସମ୍ବଲପୁର ପାଇଁ ୪ କୋଟି ୬୨ ଲକ୍ଷ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । ରାଜ୍ୟରେ ବର୍ତ୍ତମାନ ଦୈନିକ ସଂକ୍ରମଣ ମାମଲା ୧୦ ହଜାର ଅତିକ୍ରମ […]

ଭୁବନେଶ୍ୱର: କୋଭିଡ ପରିଚାଳନା ପାଇଁ ଅତିରିକ୍ତ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ । ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାର ଏହାର ସୁପରିଚାଳନା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ସହାୟତା ରାଶି ପ୍ରଦାନ କରିଛନ୍ତି। ପୁରୀ ପାଇଁ ୨ କୋଟି, ସୁବର୍ଣ୍ଣପୁର ଜିଲ୍ଲା ପାଇଁ ୧ କୋଟି ଏବଂ ସମ୍ବଲପୁର ପାଇଁ ୪ କୋଟି ୬୨ ଲକ୍ଷ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଲେ ବଢ଼ିପାରେ ଖରାଛୁଟି: ଗଣଶିକ୍ଷା ମନ୍ତ୍ରୀ

ରାଜ୍ୟରେ ବର୍ତ୍ତମାନ ଦୈନିକ ସଂକ୍ରମଣ ମାମଲା ୧୦ ହଜାର ଅତିକ୍ରମ କରିବାରେ ଲାଗିଛି । ସେପଟେ ତଦୁନଯାୟୀ ଆବଶ୍ୟକୀୟ ବେଡ ଏବଂ ମୈଳିକ ସୁବିଧା ମଧ୍ୟ ଆବଶ୍ୟକ ରହିଛି । ଏପରିସ୍ଥିତିରେ କୋଭିଡ ପରିଚାଳନାରେ ଯେମିତି କୈଣସି ତ୍ରୁଟି ପରିଲିଖିତ ନହୁଏ ସେଥିପ୍ରତି ଧ୍ୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ସହୟତା ଅର୍ଥ ପ୍ରଦାନ କରାଯାଇଛି ।

ଆହୁରି ପଢ଼ନ୍ତୁ: ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଧକ୍କା ଦେଲା କଣ୍ଟେନର, ଚାଲିଗଲା ୨ ଜଣଙ୍କ ଜୀବନ

ପୁରୀ ପାଇଁ ପୂର୍ବରୁ ୧୪କୋଟି ୫୯ଲକ୍ଷ ୭୪ହଜାର ୪୦୮ଟଙ୍କା ଘୋଷଣା କରିଥିଲେ । ଏବେ ଆଉ ୨କୋଟିକୁ ମିଶାଇ ଏହା ୧୬ କୋଟି ୫୯ ଲକ୍ଷ ୭୪ ହଜାର ୪୦୮କୁ ବୃଦ୍ଧି ପାଇଛି । କୋଭିଡ ପରିଚାଳନା ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ । ସେହିଭଳି ପୂର୍ବରୁ ସୋନପୁରକୁ ଅଢେଇ କୋଟି ଘୋଷଣା କରିଥିବାବେଳେ ଏବେ ଏହି ପରିମାଣ ସାଢେ ତିନିକୋଟିକୁ ବୃଦ୍ଧି ପାଇଛି ।

ଆହୁରି ପଢ଼ନ୍ତୁ: ଦଳର ବିଧାୟକ ପ୍ରାର୍ଥୀଙ୍କ ସହ ନବୀନଙ୍କ ବୈଠକ: ଏସ୍‌ଆଇଆର୍‌ ସମୟରେ ସତର୍କ ଓ ସଜାଗ ରହିବାକୁ ପରାମର୍ଶ

ସମ୍ବଲପୁରକୁ ଆଜି ୪ କୋଟି ୬୨ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଥିବାବେଳେ ପୂର୍ବ ରାଶିକୁ ମିଶାଇ ଏବେ ଏହା ୧୬ କୋଟି ୧୨ ଲକ୍ଷ ୮୦ ହଜାର ୬୯୨କୁ ବୃଦ୍ଧି ପାଇଛି । ପୂର୍ବରୁ ସମ୍ବଲପୁରକୁ ସାଢେ ୧୧କୋଟି ଗ୍ରାଣ୍ଟ କରିଥିଲେ । ସେହିଭଳି କିଛି ଦିନ ତଳେ ସିଏମସି ୧୦ କୋଟି ଏବଂ ବିଏମସିକୁ ୧୦ କୋଟି ଅନୁଦାନ ଘୋଷଣା କରିଥିଲେ ।

06 May 2021 By The Sakala

କରୋନା ପରିଚାଳନା ପାଇଁ ୩ ଜିଲ୍ଲାକୁ ୭.୬୨ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: କୋଭିଡ ପରିଚାଳନା ପାଇଁ ଅତିରିକ୍ତ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ । ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାର ଏହାର ସୁପରିଚାଳନା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ସହାୟତା ରାଶି ପ୍ରଦାନ କରିଛନ୍ତି। ପୁରୀ ପାଇଁ ୨ କୋଟି, ସୁବର୍ଣ୍ଣପୁର ଜିଲ୍ଲା ପାଇଁ ୧ କୋଟି ଏବଂ ସମ୍ବଲପୁର ପାଇଁ ୪ କୋଟି ୬୨ ଲକ୍ଷ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ ।

ରାଜ୍ୟରେ ବର୍ତ୍ତମାନ ଦୈନିକ ସଂକ୍ରମଣ ମାମଲା ୧୦ ହଜାର ଅତିକ୍ରମ କରିବାରେ ଲାଗିଛି । ସେପଟେ ତଦୁନଯାୟୀ ଆବଶ୍ୟକୀୟ ବେଡ ଏବଂ ମୈଳିକ ସୁବିଧା ମଧ୍ୟ ଆବଶ୍ୟକ ରହିଛି । ଏପରିସ୍ଥିତିରେ କୋଭିଡ ପରିଚାଳନାରେ ଯେମିତି କୈଣସି ତ୍ରୁଟି ପରିଲିଖିତ ନହୁଏ ସେଥିପ୍ରତି ଧ୍ୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ସହୟତା ଅର୍ଥ ପ୍ରଦାନ କରାଯାଇଛି ।

ପୁରୀ ପାଇଁ ପୂର୍ବରୁ ୧୪କୋଟି ୫୯ଲକ୍ଷ ୭୪ହଜାର ୪୦୮ଟଙ୍କା ଘୋଷଣା କରିଥିଲେ । ଏବେ ଆଉ ୨କୋଟିକୁ ମିଶାଇ ଏହା ୧୬ କୋଟି ୫୯ ଲକ୍ଷ ୭୪ ହଜାର ୪୦୮କୁ ବୃଦ୍ଧି ପାଇଛି । କୋଭିଡ ପରିଚାଳନା ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ । ସେହିଭଳି ପୂର୍ବରୁ ସୋନପୁରକୁ ଅଢେଇ କୋଟି ଘୋଷଣା କରିଥିବାବେଳେ ଏବେ ଏହି ପରିମାଣ ସାଢେ ତିନିକୋଟିକୁ ବୃଦ୍ଧି ପାଇଛି ।

ସମ୍ବଲପୁରକୁ ଆଜି ୪ କୋଟି ୬୨ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଥିବାବେଳେ ପୂର୍ବ ରାଶିକୁ ମିଶାଇ ଏବେ ଏହା ୧୬ କୋଟି ୧୨ ଲକ୍ଷ ୮୦ ହଜାର ୬୯୨କୁ ବୃଦ୍ଧି ପାଇଛି । ପୂର୍ବରୁ ସମ୍ବଲପୁରକୁ ସାଢେ ୧୧କୋଟି ଗ୍ରାଣ୍ଟ କରିଥିଲେ । ସେହିଭଳି କିଛି ଦିନ ତଳେ ସିଏମସି ୧୦ କୋଟି ଏବଂ ବିଏମସିକୁ ୧୦ କୋଟି ଅନୁଦାନ ଘୋଷଣା କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର