ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ନବୀନଙ୍କ ଦାବି: ଓଡ଼ିଶା ସରକାରଙ୍କୁ ଦିଆଯାଉ ୯୫ ପ୍ରତିଶତ ଟିକା

The Sakala Picture
Published On

ଭୁବନେଶ୍ୱର : କରୋନା ମୁକାବିଲା ନେଇ ଓଡ଼ିଶା ସହ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ବୈଠକରେ ସାମିଲ ହୋଇଛନ୍ତି ଓଡ଼ିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ କେରଳ ମୁଖ୍ୟମନ୍ତ୍ରୀ । କିଛି ରାଜ୍ୟରେ ସଂକ୍ରମଣ ହାର ଅଧିକ ଥିବାରୁ ଏହା ଚିନ୍ତା ବଢାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକା କରଣ ଉପରେ ନିଜର ମତ ରଖିଛନ୍ତି । ଓଡ଼ିଶାରେ ସଠିକ୍ ଭାବେ ଟିକା କରଣ ହେଉଥିବା କହିଛନ୍ତି । ଓଡ଼ିଶାରେ […]

ଭୁବନେଶ୍ୱର : କରୋନା ମୁକାବିଲା ନେଇ ଓଡ଼ିଶା ସହ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ବୈଠକରେ ସାମିଲ ହୋଇଛନ୍ତି ଓଡ଼ିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ କେରଳ ମୁଖ୍ୟମନ୍ତ୍ରୀ । କିଛି ରାଜ୍ୟରେ ସଂକ୍ରମଣ ହାର ଅଧିକ ଥିବାରୁ ଏହା ଚିନ୍ତା ବଢାଇଛି ।

ଆହୁରି ପଢ଼ନ୍ତୁ: ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକା କରଣ ଉପରେ ନିଜର ମତ ରଖିଛନ୍ତି । ଓଡ଼ିଶାରେ ସଠିକ୍ ଭାବେ ଟିକା କରଣ ହେଉଥିବା କହିଛନ୍ତି । ଓଡ଼ିଶାରେ ଘରୋଇ ଡାକ୍ତରଖାନା କମ୍ ଥିବା ବେଳେ କେନ୍ଦ୍ର ସରକାରଙ୍କ ସହିତ ହୋଇଥିବା ଯୋଗଯୋଗକୁ ଦୋହରାଇଛନ୍ତି । ତେବେ ଆବଣ୍ଟନକୁ ୯୫ ପ୍ରତିଶତ ବୃଦ୍ଧି କରିବାକୁ ଚିଠି କରାଯାିଛି । ସେହିଭଳି ତୃତୀୟ ଲହରରୁ ପିଲା ମାନଙ୍କୁ ବଞ୍ଚାଇବା ସହ ୧୨ରୁ ୧୮ବର୍ଷ ପିଲାମାନଙ୍କ ପାଇଁ ଟିକାକୁ ପ୍ରାଥମିକତା ଦିଆଯାଉଛି ।

ଆହୁରି ପଢ଼ନ୍ତୁ: ଗୁଣି ଗାରେଡି ସନ୍ଦେହରେ ମା-ଝିଅଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କଲେ ପଡୋଶୀ

ତୃତୀୟ ଲହର ମୁକାବିଲା ପାଇଁ ୪ଟି ଫର୍ମୁଲା ଉପରେ ଜୋର ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଟେଷ୍ଟ, ଟ୍ରାକ୍‌, ଟ୍ରିଟ୍‌ ଓ ଟିକା ଉପରେ ରଣନୀତି କରିବାକୁ ଫୋକସ କରିଛନ୍ତି। ସଂକ୍ରମଣ ଅଧିକ ଥିବା ଅଞ୍ଚଳରେ ଟିକାକରଣ ଅତ୍ୟନ୍ତ ଜରୁରୀ। ଏହାସହ ପ୍ରାଥମିକ ସଂକ୍ରମଣ ଚିହ୍ନଟ ପାଇଁ ଆରଟିପିସିଆର ଟେଷ୍ଟ ବଢାଇବାକୁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ଧାମରୁ ହଟିବ 'ଧାମ' ଶବ୍ଦ; ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପିଲାମାନଙ୍କୁ କରୋନାରୁ ବଞ୍ଚାଇବା ପାଇଁ ସମସ୍ତ ପ୍ରସ୍ତୁତି କରିବାକୁ ପଡିବ। ଗତ ଦୁଇ ସପ୍ତାହ ମଧ୍ୟରେ ୟୁରୋପର ଦେଶରେ କରୋନା ବୃଦ୍ଧି ପାଉଛି, ଆମେରିକାରେ ମଧ୍ୟ ମାମଲା ବୃଦ୍ଧି ପାଉଛି। ଏହା ଆମ ପାଇଁ ଏକ ଚେତାବନୀ। ସର୍ବସାଧାରଣ ସ୍ଥାନରେ ଭିଡ଼ ବଢ଼ିବାକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଥିଲେ ଏବଂ ଏହାକୁ ବନ୍ଦ କରିବାକୁ ନିବେଦନ କରିଥିଲେ।

16 Jul 2021 By The Sakala

ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ନବୀନଙ୍କ ଦାବି: ଓଡ଼ିଶା ସରକାରଙ୍କୁ ଦିଆଯାଉ ୯୫ ପ୍ରତିଶତ ଟିକା

ଭୁବନେଶ୍ୱର : କରୋନା ମୁକାବିଲା ନେଇ ଓଡ଼ିଶା ସହ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ବୈଠକରେ ସାମିଲ ହୋଇଛନ୍ତି ଓଡ଼ିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର ଓ କେରଳ ମୁଖ୍ୟମନ୍ତ୍ରୀ । କିଛି ରାଜ୍ୟରେ ସଂକ୍ରମଣ ହାର ଅଧିକ ଥିବାରୁ ଏହା ଚିନ୍ତା ବଢାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକା କରଣ ଉପରେ ନିଜର ମତ ରଖିଛନ୍ତି । ଓଡ଼ିଶାରେ ସଠିକ୍ ଭାବେ ଟିକା କରଣ ହେଉଥିବା କହିଛନ୍ତି । ଓଡ଼ିଶାରେ ଘରୋଇ ଡାକ୍ତରଖାନା କମ୍ ଥିବା ବେଳେ କେନ୍ଦ୍ର ସରକାରଙ୍କ ସହିତ ହୋଇଥିବା ଯୋଗଯୋଗକୁ ଦୋହରାଇଛନ୍ତି । ତେବେ ଆବଣ୍ଟନକୁ ୯୫ ପ୍ରତିଶତ ବୃଦ୍ଧି କରିବାକୁ ଚିଠି କରାଯାିଛି । ସେହିଭଳି ତୃତୀୟ ଲହରରୁ ପିଲା ମାନଙ୍କୁ ବଞ୍ଚାଇବା ସହ ୧୨ରୁ ୧୮ବର୍ଷ ପିଲାମାନଙ୍କ ପାଇଁ ଟିକାକୁ ପ୍ରାଥମିକତା ଦିଆଯାଉଛି ।

ତୃତୀୟ ଲହର ମୁକାବିଲା ପାଇଁ ୪ଟି ଫର୍ମୁଲା ଉପରେ ଜୋର ଦେଇଛନ୍ତି ପ୍ରଧାନମନ୍ତ୍ରୀ। ଟେଷ୍ଟ, ଟ୍ରାକ୍‌, ଟ୍ରିଟ୍‌ ଓ ଟିକା ଉପରେ ରଣନୀତି କରିବାକୁ ଫୋକସ କରିଛନ୍ତି। ସଂକ୍ରମଣ ଅଧିକ ଥିବା ଅଞ୍ଚଳରେ ଟିକାକରଣ ଅତ୍ୟନ୍ତ ଜରୁରୀ। ଏହାସହ ପ୍ରାଥମିକ ସଂକ୍ରମଣ ଚିହ୍ନଟ ପାଇଁ ଆରଟିପିସିଆର ଟେଷ୍ଟ ବଢାଇବାକୁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପିଲାମାନଙ୍କୁ କରୋନାରୁ ବଞ୍ଚାଇବା ପାଇଁ ସମସ୍ତ ପ୍ରସ୍ତୁତି କରିବାକୁ ପଡିବ। ଗତ ଦୁଇ ସପ୍ତାହ ମଧ୍ୟରେ ୟୁରୋପର ଦେଶରେ କରୋନା ବୃଦ୍ଧି ପାଉଛି, ଆମେରିକାରେ ମଧ୍ୟ ମାମଲା ବୃଦ୍ଧି ପାଉଛି। ଏହା ଆମ ପାଇଁ ଏକ ଚେତାବନୀ। ସର୍ବସାଧାରଣ ସ୍ଥାନରେ ଭିଡ଼ ବଢ଼ିବାକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଉଦବେଗ ପ୍ରକାଶ କରିଥିଲେ ଏବଂ ଏହାକୁ ବନ୍ଦ କରିବାକୁ ନିବେଦନ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର