କଳିଙ୍ଗରେ ନୂଆ କୀର୍ତ୍ତିମାନ, ଦେଶର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ କଂପ୍ଲେକ୍ସରେ ଯୋଡି ହେଲା ଆନ୍ତର୍ଜାତୀୟ ମାନର କ୍ରୀଡ଼ା ବିଜ୍ଞାନ କେନ୍ଦ୍ର । କ୍ରୀଡ଼ା ଜଗତରେ ଇତିହାସ ଲେଖିଲା ଓଡ଼ିଶା। କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରି ଓଡ଼ିଶାର କ୍ରୀଡ଼ା କୀର୍ତ୍ତିକୁ ଆହୁରି ଉଜ୍ୱଳ କରିଛନ୍ତି। ଏହି କ୍ରୀଡ଼ା ବିଜ୍ଞାନ କେନ୍ଦ୍ରରେ ଉଭୟ ଦିବ୍ୟାଙ୍ଗ ଓ ସକ୍ଷମଙ୍କ ପାଇଁ ଉଚ୍ଚକୋଟିର ବ୍ୟବସ୍ଥା ରହିଛି । ବିଶେଷକରି ଖେଳାଳିଙ୍କୁ ଫିଟ୍ […]

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ କଂପ୍ଲେକ୍ସରେ ଯୋଡି ହେଲା ଆନ୍ତର୍ଜାତୀୟ ମାନର କ୍ରୀଡ଼ା ବିଜ୍ଞାନ କେନ୍ଦ୍ର । କ୍ରୀଡ଼ା ଜଗତରେ ଇତିହାସ ଲେଖିଲା ଓଡ଼ିଶା। କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରି ଓଡ଼ିଶାର କ୍ରୀଡ଼ା କୀର୍ତ୍ତିକୁ ଆହୁରି ଉଜ୍ୱଳ କରିଛନ୍ତି। ଏହି କ୍ରୀଡ଼ା ବିଜ୍ଞାନ କେନ୍ଦ୍ରରେ ଉଭୟ ଦିବ୍ୟାଙ୍ଗ ଓ ସକ୍ଷମଙ୍କ ପାଇଁ ଉଚ୍ଚକୋଟିର ବ୍ୟବସ୍ଥା ରହିଛି । ବିଶେଷକରି ଖେଳାଳିଙ୍କୁ ଫିଟ୍ ରଖିବାରେ ଏହା ବରଦାନ ସାଜିବ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ଉପରେ ପୁଣି ଉଡିଲା ଡ୍ରୋନ୍, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନବାଚୀ

ଗୋଟିଏ ଛାତ ତଳେ କ୍ରୀଡ଼ାବିତଙ୍କ ପାଇଁ ରହିଛି ସବୁ ସୁବିଧା । ରହିବାଠୁ ଆରମ୍ଭ କରି ପ୍ରଶିକ୍ଷଣ ପର୍ଯ୍ୟନ୍ତ ସବୁ ସୁବିଧା କ୍ରୀଡ଼ା ବିଜ୍ଞାନ କେନ୍ଦ୍ରରେ ଉପଲବ୍ଧ ରହିଛି । ଯାହାକି ଖାଲି ଓଡ଼ିଶା ନୁହେଁ ବରଂ ସାରା ଦେଶର କ୍ରୀଡ଼ାବିତଙ୍କ ପାଇଁ ବରଦାନ ସାଜିବ। ଏଥିରେ ମାଇଣ୍ଡ ଲ୍ୟାବ୍ ସହ ରିହାବିଲିଟେସନ ଲ୍ୟାବ, ରିକୋଭରୀ ଲ୍ୟାବ, ଗେଟ୍ ଲ୍ୟାବ, ଫଙ୍କସ୍ନାଲ ଲ୍ୟାବ, ପୋଷ୍ଟୁରାଲ ଲ୍ୟାବ, ବାୟୋମେକାନିକ୍ସ ଲ୍ୟାବ, ପାରା-ଆଥଲେଟ୍ ପର୍ଫମାନ୍ସ ଲ୍ୟାବ ରହିଛି ।

ଆହୁରି ପଢ଼ନ୍ତୁ: ଘରେ ପଶୁଥିଲା ନାଗ ସାପ, ଦେଖିଦେଲା ପୋଷା କୁକୁର; ଲଢେଇରେ ଚାଲିଗଲା ଉଭୟଙ୍କ ଜୀବନ

ଏହା ସହିତ ବିଶ୍ବସ୍ତରୀୟ ଉପକରଣ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର। ତୃଣମୂଳ ସ୍ତରର ପ୍ରତିଭାଙ୍କୁ ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ପ୍ରସ୍ତୁତ କରିବା ଆହତ କ୍ରୀଡ଼ାବିତଙ୍କୁ ଫିଟ୍ ରଖିବା, କ୍ରୀଡ଼ାବିତଙ୍କ ଶାରୀରିକ ଓ ମାନସିକ ଦକ୍ଷତା ପରଖିବା ଆଦି ଦିଗ ଉପରେ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର କାର୍ଯ୍ୟ କରିବ। ଏଥିପାଇଁ ଉଚ୍ଚ ପ୍ରଶିକ୍ଷିତ ଟ୍ରେନରଙ୍କୁ ନିଯୁକ୍ତି ଦିଆଯାଇଛି। ଫିଜିଓଥେରାପିଷ୍ଟ, ବାୟୋମେକାନିଷ୍ଟ, ଷ୍ଟ୍ରେନ୍ଥ ଆଣ୍ଡିସନିଂ ସ୍ପେଶାଲିଷ୍ଟ, କ୍ରୀଡ଼ା ବିଜ୍ଞାନୀ, କ୍ରୀଡ଼ା ମେଡିସିନ ଡାକ୍ତର ଏବଂ ସ୍ପୋର୍ଟ୍ସ ମସାଜ ଥେରାଫିଷ୍ଟଙ୍କୁ ନିଯୁକ୍ତି ଦିଆଯାଇଛି। କ୍ରୀଡ଼ାବିତଙ୍କ ଭବିଷ୍ୟତ ଗଠନ ଓ ପ୍ରେରଣା ଯୋଗାଇବା ନିମନ୍ତେ ଏହି କ୍ରୀଡ଼ା ବିଜ୍ଞାନକେନ୍ଦ୍ର ପେଣ୍ଠସ୍ଥଳ ସାଜିବ ।

ଆହୁରି ପଢ଼ନ୍ତୁ: ଓଡ଼ିଶା ମାଓମୁକ୍ତ ହେବା ଦିଗରେ ବଡ଼ ପଦକ୍ଷେପ: ମାର୍ଚ୍ଚ ୩୧ ସୁଦ୍ଧା ଲକ୍ଷ୍ୟ ହାସଲ, ବଳକା ଅଛନ୍ତି ମାତ୍ର ୯ରୁ କମ୍ ନକ୍ସଲ

11 Dec 2023 By The Sakala

କଳିଙ୍ଗରେ ନୂଆ କୀର୍ତ୍ତିମାନ, ଦେଶର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ରର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ କଂପ୍ଲେକ୍ସରେ ଯୋଡି ହେଲା ଆନ୍ତର୍ଜାତୀୟ ମାନର କ୍ରୀଡ଼ା ବିଜ୍ଞାନ କେନ୍ଦ୍ର । କ୍ରୀଡ଼ା ଜଗତରେ ଇତିହାସ ଲେଖିଲା ଓଡ଼ିଶା। କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହେଲା ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରି ଓଡ଼ିଶାର କ୍ରୀଡ଼ା କୀର୍ତ୍ତିକୁ ଆହୁରି ଉଜ୍ୱଳ କରିଛନ୍ତି। ଏହି କ୍ରୀଡ଼ା ବିଜ୍ଞାନ କେନ୍ଦ୍ରରେ ଉଭୟ ଦିବ୍ୟାଙ୍ଗ ଓ ସକ୍ଷମଙ୍କ ପାଇଁ ଉଚ୍ଚକୋଟିର ବ୍ୟବସ୍ଥା ରହିଛି । ବିଶେଷକରି ଖେଳାଳିଙ୍କୁ ଫିଟ୍ ରଖିବାରେ ଏହା ବରଦାନ ସାଜିବ।

ଗୋଟିଏ ଛାତ ତଳେ କ୍ରୀଡ଼ାବିତଙ୍କ ପାଇଁ ରହିଛି ସବୁ ସୁବିଧା । ରହିବାଠୁ ଆରମ୍ଭ କରି ପ୍ରଶିକ୍ଷଣ ପର୍ଯ୍ୟନ୍ତ ସବୁ ସୁବିଧା କ୍ରୀଡ଼ା ବିଜ୍ଞାନ କେନ୍ଦ୍ରରେ ଉପଲବ୍ଧ ରହିଛି । ଯାହାକି ଖାଲି ଓଡ଼ିଶା ନୁହେଁ ବରଂ ସାରା ଦେଶର କ୍ରୀଡ଼ାବିତଙ୍କ ପାଇଁ ବରଦାନ ସାଜିବ। ଏଥିରେ ମାଇଣ୍ଡ ଲ୍ୟାବ୍ ସହ ରିହାବିଲିଟେସନ ଲ୍ୟାବ, ରିକୋଭରୀ ଲ୍ୟାବ, ଗେଟ୍ ଲ୍ୟାବ, ଫଙ୍କସ୍ନାଲ ଲ୍ୟାବ, ପୋଷ୍ଟୁରାଲ ଲ୍ୟାବ, ବାୟୋମେକାନିକ୍ସ ଲ୍ୟାବ, ପାରା-ଆଥଲେଟ୍ ପର୍ଫମାନ୍ସ ଲ୍ୟାବ ରହିଛି ।

ଏହା ସହିତ ବିଶ୍ବସ୍ତରୀୟ ଉପକରଣ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର। ତୃଣମୂଳ ସ୍ତରର ପ୍ରତିଭାଙ୍କୁ ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ପ୍ରସ୍ତୁତ କରିବା ଆହତ କ୍ରୀଡ଼ାବିତଙ୍କୁ ଫିଟ୍ ରଖିବା, କ୍ରୀଡ଼ାବିତଙ୍କ ଶାରୀରିକ ଓ ମାନସିକ ଦକ୍ଷତା ପରଖିବା ଆଦି ଦିଗ ଉପରେ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର କାର୍ଯ୍ୟ କରିବ। ଏଥିପାଇଁ ଉଚ୍ଚ ପ୍ରଶିକ୍ଷିତ ଟ୍ରେନରଙ୍କୁ ନିଯୁକ୍ତି ଦିଆଯାଇଛି। ଫିଜିଓଥେରାପିଷ୍ଟ, ବାୟୋମେକାନିଷ୍ଟ, ଷ୍ଟ୍ରେନ୍ଥ ଆଣ୍ଡିସନିଂ ସ୍ପେଶାଲିଷ୍ଟ, କ୍ରୀଡ଼ା ବିଜ୍ଞାନୀ, କ୍ରୀଡ଼ା ମେଡିସିନ ଡାକ୍ତର ଏବଂ ସ୍ପୋର୍ଟ୍ସ ମସାଜ ଥେରାଫିଷ୍ଟଙ୍କୁ ନିଯୁକ୍ତି ଦିଆଯାଇଛି। କ୍ରୀଡ଼ାବିତଙ୍କ ଭବିଷ୍ୟତ ଗଠନ ଓ ପ୍ରେରଣା ଯୋଗାଇବା ନିମନ୍ତେ ଏହି କ୍ରୀଡ଼ା ବିଜ୍ଞାନକେନ୍ଦ୍ର ପେଣ୍ଠସ୍ଥଳ ସାଜିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର