ରାଜ୍ୟସଭାରେ ସାଂସଦ ମାନସଙ୍କ ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତର: ରାଜ୍ୟରେ ସାରର କୌଣସି ଅଭାବ ନାହିଁ

Madhusudan Das Picture
Published On

ନୂଆଦିଲ୍ଲୀ: ଓଡ଼ିଶାରେ ଚଳିତ ଖରିଫ ଋତୁରେ କୃଷକଙ୍କ ପାଇଁ ୟୁରିଆ, ଡିଏପି ଏବଂ ଏନପିକେଏସ୍‌ ସାରର କୌଣସି ଅଭାବ ନଥିବା କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ରାଜ୍ୟସଭାରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ପଚାରିଥିବା ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟର ରାଜ୍ୟମନ୍ତ୍ରୀ ଅନୁପ୍ରିୟା ପଟେଲ ଏହି ସୂଚନା ଦେଇଛନ୍ତି। ସାଂସଦ ଶ୍ରୀ ମଙ୍ଗରାଜ ଓଡ଼ିଶା ପାଇଁ ୟୁରିଆ, ଡିଏପି ଏବଂ ଏନପିକେ ସାରର ବଣ୍ଟନ, ରାଜ୍ୟର ଚାହିଦା ପୂରଣ ହୋଇଛି କି ନାହିଁ, କୌଣସି ଅଭାବ ରିପୋର୍ଟ ହୋଇଛି କି ନାହିଁ ଏବଂ ଧାର୍ଯ୍ୟ ସମୟରେ ସାର ଯୋଗାଣ ପାଇଁ ସରକାର କେଉଁ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ପ୍ରଶ୍ନ କରିଥିଲେ।

ଆହୁରି ପଢ଼ନ୍ତୁ: କାନପୁର ଜଳସେଚନ ପ୍ରକଳ୍ପକୁ ନେଇ ପ୍ରଶାସନର ସ୍ପଷ୍ଟୀକରଣ: ଅସ୍ଥାୟୀ ଭାବେ ନିର୍ମିତ କଫର ଡ୍ୟାମ ଉପର ଦେଇ ପାଣି ପ୍ରବାହିତ, ମୁଖ୍ୟ ଡ୍ୟାମ ସମ୍ପୂର୍ଣ ସୁରକ୍ଷିତ

କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ପଟେଲ୍‌  ସଂସଦରେ ଦେଇଥିବା ତଥ୍ୟ ଅନୁଯାୟୀ, ୧ ଏପ୍ରିଲ୍‌ ୨୦୨୬ରୁ ୨୯ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଓଡ଼ିଶାରେ ସମସ୍ତ ପ୍ରମୁଖ ସାରର ଉପଲବ୍ଧତା ରାଜ୍ୟର ଆବଶ୍ୟକତାଠାରୁ ଅଧିକ ରହିଛି। ୟୁରିଆର ଆବଶ୍ୟକତା ୩.୧୧ ଲକ୍ଷ ମେଟ୍ରିକ ଟନ୍‌ ଥିବା ବେଳେ ୪.୪୭ ଲକ୍ଷ ମେଟ୍ରିକ ଟନ୍‌ ସାରା ଉପଲବ୍ଧ କରାଯାଇଛି। ଏହାସହିତ ଡିବିଟି ମାଧ୍ୟମରେ ୨.୦୮ ଲକ୍ଷ ମେଟ୍ରିକ ଟନ୍‌ ବିକ୍ରି କରାଯାଇଥିବା ବେଳଏ ୨୯ ଜୁଲାଇ ସୁଦ୍ଧା  ଅବଶିଷ୍ଟ ୨.୪୦ ଲକ୍ଷ ମେଟ୍ରିକ ଟନ୍‌ ମହଜୁଦ୍‌ ରହିଛି। ସେହିପରି ଡିଏପିର ଆବଶ୍ୟକତା ୧.୩୯ ଲକ୍ଷ ମେଟ୍ରିକ ଟନ୍‌ ଓ ଉପଲବ୍ଧ ପରିମାଣ ୧.୬୨ ଲକ୍ଷ ମେଟ୍ରିକ ଟନ୍‌ ରହିଛି। ୦.୯୬ ଲକ୍ଷ ମେଟ୍ରିକ ଟନ୍‌ ବିକ୍ରି ହେବା ସହ ୦.୬୬ ଲକ୍ଷ ମେଟ୍ରିକ ଟନ୍‌ ମହଜୁଦ ଅଛି। ଏନପିକେଏସ୍‌ର ଆବଶ୍ୟକତା ୧.୯୦ ଲକ୍ଷ ମେଟ୍ରିକ ଟନ ଥିବା ବେଳେ ୨.୨୯ ଲକ୍ଷ ମେଟ୍ରିକ ଟନ ଉପଲବ୍ଧ ରହିଛି। ୧.୦୧ ଲକ୍ଷ ମେଟ୍ରିକ ଟନ୍‌ ବିକ୍ରି ହୋଇ ସାରିଥିବା ବେଳେ ଅବଶିଷ୍ଟ ୧.୨୯ ଲକ୍ଷ ମେଟ୍ରିକ ଟନ୍‌ ମହଜୁଦ୍‌ ରହିଛି। 

ଆହୁରି ପଢ଼ନ୍ତୁ: ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କମ୍ପୁଛି ଲୋୟର ପିଏମଜି, ଆହୋରତ୍ର ଧାରଣାରେ ହଜାର ହଜାର ଯୁବ-ଛାତ୍ର

କେନ୍ଦ୍ର ସରକାର କହିଛନ୍ତି, ସାରର ଉପଲବ୍ଧତା ଆବଶ୍ୟକତାଠାରୁ ଅଧିକ ଥିବା ଏବଂ ଉପଲବ୍ଧତା ବିକ୍ରିଠାରୁ ମଧ୍ୟ ଅଧିକ ରହିଛି। ଓଡ଼ିଶାରେ ସାରର ସ୍ଥିତି ସନ୍ତୋଷଜନକ ରହିଛି ଓ କୌଣସି ଅଭାବର ରିପୋର୍ଟ ନାହିଁ ବୋଲି କୁହାଯାଇଛି। ଏହା ବ୍ୟତୀତ ଚାଷୀଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ସମୟସୀମା ଅନୁଯାୟୀ ପର୍ଯ୍ୟାପ୍ତ ସାର ଯୋଗାଇ ଦିଆଯାଇଛି। ସମୟମତେ ସାର ଯୋଗାଣ ପାଇଁ କେନ୍ଦ୍ର ସରକାର ୬ଟି ପ୍ରମୁଖ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଚାହିଦା ଅନୁଯାୟୀ ସାର ଯୋଗାଣ ସୁନିଶ୍ଚିତ କରାଯାଇଥିବାରୁ କୃଷକମାନେ ସାର ଅଭାବର ସମ୍ମୁଖୀନ ହୋଇନାହାନ୍ତି ବୋଲି ସଂସଦରେ ସରକାର ସ୍ପଷ୍ଟ କରିଛନ୍ତି। ଏହା ସହ ଆଗାମୀ ଦିନରେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱରେ ସାର ଯୋଗାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ରଖାଯିବ ବୋଲି ସରକାର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପୁରୀ ରଥଯାତ୍ରାକୁ UNESCO ତାଲିକାରେ ସାମିଲ୍ ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

04 Aug 2026 By Madhusudan Das

ରାଜ୍ୟସଭାରେ ସାଂସଦ ମାନସଙ୍କ ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତର: ରାଜ୍ୟରେ ସାରର କୌଣସି ଅଭାବ ନାହିଁ

ନୂଆଦିଲ୍ଲୀ: ଓଡ଼ିଶାରେ ଚଳିତ ଖରିଫ ଋତୁରେ କୃଷକଙ୍କ ପାଇଁ ୟୁରିଆ, ଡିଏପି ଏବଂ ଏନପିକେଏସ୍‌ ସାରର କୌଣସି ଅଭାବ ନଥିବା କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ରାଜ୍ୟସଭାରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ପଚାରିଥିବା ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟର ରାଜ୍ୟମନ୍ତ୍ରୀ ଅନୁପ୍ରିୟା ପଟେଲ ଏହି ସୂଚନା ଦେଇଛନ୍ତି। ସାଂସଦ ଶ୍ରୀ ମଙ୍ଗରାଜ ଓଡ଼ିଶା ପାଇଁ ୟୁରିଆ, ଡିଏପି ଏବଂ ଏନପିକେ ସାରର ବଣ୍ଟନ, ରାଜ୍ୟର ଚାହିଦା ପୂରଣ ହୋଇଛି କି ନାହିଁ, କୌଣସି ଅଭାବ ରିପୋର୍ଟ ହୋଇଛି କି ନାହିଁ ଏବଂ ଧାର୍ଯ୍ୟ ସମୟରେ ସାର ଯୋଗାଣ ପାଇଁ ସରକାର କେଉଁ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ପ୍ରଶ୍ନ କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ପଟେଲ୍‌  ସଂସଦରେ ଦେଇଥିବା ତଥ୍ୟ ଅନୁଯାୟୀ, ୧ ଏପ୍ରିଲ୍‌ ୨୦୨୬ରୁ ୨୯ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଓଡ଼ିଶାରେ ସମସ୍ତ ପ୍ରମୁଖ ସାରର ଉପଲବ୍ଧତା ରାଜ୍ୟର ଆବଶ୍ୟକତାଠାରୁ ଅଧିକ ରହିଛି। ୟୁରିଆର ଆବଶ୍ୟକତା ୩.୧୧ ଲକ୍ଷ ମେଟ୍ରିକ ଟନ୍‌ ଥିବା ବେଳେ ୪.୪୭ ଲକ୍ଷ ମେଟ୍ରିକ ଟନ୍‌ ସାରା ଉପଲବ୍ଧ କରାଯାଇଛି। ଏହାସହିତ ଡିବିଟି ମାଧ୍ୟମରେ ୨.୦୮ ଲକ୍ଷ ମେଟ୍ରିକ ଟନ୍‌ ବିକ୍ରି କରାଯାଇଥିବା ବେଳଏ ୨୯ ଜୁଲାଇ ସୁଦ୍ଧା  ଅବଶିଷ୍ଟ ୨.୪୦ ଲକ୍ଷ ମେଟ୍ରିକ ଟନ୍‌ ମହଜୁଦ୍‌ ରହିଛି। ସେହିପରି ଡିଏପିର ଆବଶ୍ୟକତା ୧.୩୯ ଲକ୍ଷ ମେଟ୍ରିକ ଟନ୍‌ ଓ ଉପଲବ୍ଧ ପରିମାଣ ୧.୬୨ ଲକ୍ଷ ମେଟ୍ରିକ ଟନ୍‌ ରହିଛି। ୦.୯୬ ଲକ୍ଷ ମେଟ୍ରିକ ଟନ୍‌ ବିକ୍ରି ହେବା ସହ ୦.୬୬ ଲକ୍ଷ ମେଟ୍ରିକ ଟନ୍‌ ମହଜୁଦ ଅଛି। ଏନପିକେଏସ୍‌ର ଆବଶ୍ୟକତା ୧.୯୦ ଲକ୍ଷ ମେଟ୍ରିକ ଟନ ଥିବା ବେଳେ ୨.୨୯ ଲକ୍ଷ ମେଟ୍ରିକ ଟନ ଉପଲବ୍ଧ ରହିଛି। ୧.୦୧ ଲକ୍ଷ ମେଟ୍ରିକ ଟନ୍‌ ବିକ୍ରି ହୋଇ ସାରିଥିବା ବେଳେ ଅବଶିଷ୍ଟ ୧.୨୯ ଲକ୍ଷ ମେଟ୍ରିକ ଟନ୍‌ ମହଜୁଦ୍‌ ରହିଛି। 

କେନ୍ଦ୍ର ସରକାର କହିଛନ୍ତି, ସାରର ଉପଲବ୍ଧତା ଆବଶ୍ୟକତାଠାରୁ ଅଧିକ ଥିବା ଏବଂ ଉପଲବ୍ଧତା ବିକ୍ରିଠାରୁ ମଧ୍ୟ ଅଧିକ ରହିଛି। ଓଡ଼ିଶାରେ ସାରର ସ୍ଥିତି ସନ୍ତୋଷଜନକ ରହିଛି ଓ କୌଣସି ଅଭାବର ରିପୋର୍ଟ ନାହିଁ ବୋଲି କୁହାଯାଇଛି। ଏହା ବ୍ୟତୀତ ଚାଷୀଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ସମୟସୀମା ଅନୁଯାୟୀ ପର୍ଯ୍ୟାପ୍ତ ସାର ଯୋଗାଇ ଦିଆଯାଇଛି। ସମୟମତେ ସାର ଯୋଗାଣ ପାଇଁ କେନ୍ଦ୍ର ସରକାର ୬ଟି ପ୍ରମୁଖ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ଚାହିଦା ଅନୁଯାୟୀ ସାର ଯୋଗାଣ ସୁନିଶ୍ଚିତ କରାଯାଇଥିବାରୁ କୃଷକମାନେ ସାର ଅଭାବର ସମ୍ମୁଖୀନ ହୋଇନାହାନ୍ତି ବୋଲି ସଂସଦରେ ସରକାର ସ୍ପଷ୍ଟ କରିଛନ୍ତି। ଏହା ସହ ଆଗାମୀ ଦିନରେ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱରେ ସାର ଯୋଗାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ରଖାଯିବ ବୋଲି ସରକାର ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର