ଭୁବନେଶ୍ୱର ଆରଟିଓ-୧ର ନୂଆ ବିଲ୍ଡିଂ ଓ ଆଇଟିସି ଗ୍ରୁପର ଷ୍ଟାର୍‌ ହୋଟେଲକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର : ଆଚାର୍ଯ୍ୟ ବିହାରରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର (ଆରଟିଓ-୧)ର ନୂତନ ବିଲ୍ଡିଂ ଓ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ବ୍ୟବସ୍ଥା ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩.୯୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ବିଲଡିଂରେ ତିନୋଟି ମହଲା ରହିଥିବାବେଳେ ଏହାର ପ୍ରତ୍ୟେକ ମହଲା୫ ହଜାର ବର୍ଗଫୁଟ ବିଶିଷ୍ଟ ରହିଛି । ଏହି ବିଲ୍ଡିଂ କାର୍ଯ୍ୟକ୍ଷମ ହେବା ଫଳରେ ଲୋକେ ଉନ୍ନତ ମାନର ସେବା ପାଇବେ । ଡ୍ରାଇଭିଂ ଲାଇସେନ୍ସ କ୍ଷେତ୍ରରେ ଲୋକେ ବେଶ […]

ଭୁବନେଶ୍ବର : ଆଚାର୍ଯ୍ୟ ବିହାରରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର (ଆରଟିଓ-୧)ର ନୂତନ ବିଲ୍ଡିଂ ଓ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ବ୍ୟବସ୍ଥା ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩.୯୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ବିଲଡିଂରେ ତିନୋଟି ମହଲା ରହିଥିବାବେଳେ ଏହାର ପ୍ରତ୍ୟେକ ମହଲା୫ ହଜାର ବର୍ଗଫୁଟ ବିଶିଷ୍ଟ ରହିଛି । ଏହି ବିଲ୍ଡିଂ କାର୍ଯ୍ୟକ୍ଷମ ହେବା ଫଳରେ ଲୋକେ ଉନ୍ନତ ମାନର ସେବା ପାଇବେ । ଡ୍ରାଇଭିଂ ଲାଇସେନ୍ସ କ୍ଷେତ୍ରରେ ଲୋକେ ବେଶ ସୁବିଧା ପାଇପାରିବେ । ଏଥିପାଇଁ ଏକ ସ୍ମାର୍ଟକ୍ୟୁ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଲୋକେ ପୂର୍ବରୁ ଯେଉଁଭଳି ଭାବେ ଠେଲା ପେଲା ହେବା ଦୃଶ୍ୟ ନଜରକୁ ଆସୁଥିଲା, ସେଥିରେ ସୁଧାର ଆଣିବା ପାଇଁ ଏହି ବ୍ୟବସ୍ଥା ହୋଇଛି ।

ଆହୁରି ପଢ଼ନ୍ତୁ: ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଝିଆରୀ ସମେତ ୮ ଗିରଫ

ଡ୍ରାଇଭିଂ ଲାଇସେନ୍ସ ପାଇଁ ‘ସାରଥୀ’ ୱେବସାଇଟ ଜରିଆରେ ଅନଲାଇନରେ ବୁକିଂ ହେଉଛି । ଅନଲାଇନରେ ସ୍ଲଟ ବୁକିଂ ହେଉଛି । ଯଦି କେହି ଅନଲାଇନରେ କରିପାରୁନାହାନ୍ତି, ଆରଟିଓ ଅଫିସ ଆସିଲେ ସ୍ଲଟ ବୁକିଂ ହେଇପାରିବ । ସେହିପରି ‘ବାହାନ’ ସର୍ଭିସ ଜରିଆରେ ଯେଉଁମାନେ ଆରସି ବୁକ୍ , ପରମିଟ୍, ଗାଡି କାଗଜ ପତ୍ର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନେ ମଧ୍ୟ ଆସି ନିଜ କାମ କରିପାରିବେ । କାଉଣ୍ଟରରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି।

ଆହୁରି ପଢ଼ନ୍ତୁ: ଅନୈତିକ କାର୍ଯ୍ୟରେ ଲିପ୍ତ ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ସେବାରୁ ନିଲମ୍ବନ, ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା

୫ଟି ଅନୁକରଣରେ ନାଗରିକ ସେବାକୁ ଆହୁରି ସମୃଦ୍ଧ କରିବା ପାଇଁ ଓଡିଶା ସରକାର ଚେଷ୍ଟିତ । ପୂର୍ବରୁ ମଧ୍ୟ ବହୁ ସଂଖ୍ୟାରେ ଜନସାଧାରଣ ଆରଟିଓ କାର୍ଯ୍ୟାଳୟକୁ ଆସୁଥିଲେ । ବିଭିନ୍ନ ସେବା ପାଇଁ କିନ୍ତୁ ଲୋକଙ୍କୁ ଧାଡିରେ ଠିଆ ହୋଇ ସମୟ ନଷ୍ଟ କରିବାକୁ ପଡୁଥିଲା । ଉଭୟ ଜନସାଧାରଣ ଓ କର୍ମଚାରୀମାନେ ଏଥପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେଣୁ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ଓ ଏକକ ୱିଣ୍ଡୋ ସିଷ୍ଟମ ଏହାର ଏକ ସମାଧାନ ହେବାକୁ ଯାଉଛି । ଟୋକନ ନେବା ପରେ ଲୋକମାନେ ଏବେ ଆରାମରେ ଶୀତତାପ ନିୟନ୍ତ୍ରିତ ରୁମରେ ବସିପାରିବେ । ଟୋକନ ନମ୍ବର ଘୋଷଣା ପରେ ଯେକୌଣସି ୱିଣ୍ଡୋକୁ ଯାଇ ସେବା ପାଇପାରେବ । ଏହାଦ୍ୱାରା ଜନସାଧାରଣଙ୍କୁ ଆଉ ପୂର୍ବଭଳି ଅପେକ୍ଷା କରିବାକୁ ପଡିବନି । ସାରା ରାଜ୍ୟରେ ଭୁବନେଶ୍ୱର ଆରଟିଓ-୧ ରେ ଏହି ବ୍ୟବସ୍ଥାର କରାଯାଇଥିବା ବେଳେ ଆଜି ଏହାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା ଖୁବଶୀଘ୍ର ଗଞ୍ଜାମ, ଭଦ୍ରକ, କଟକ, ପୁରୀ, ବାଲେଶ୍ୱର ଓ କଟକରେ ଆରମ୍ଭ ହେବାକୁ ଯାଉଛି

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ପ୍ରେମ କରୁଥିଲା ଗୋଟେ ଛୁଆର ବାପା, ମିଛ ବିବାହ ଓ ପ୍ରତାରଣା ଅଭିଯୋଗରେ ବାନ୍ଧିଲା ପୋଲିସ

ଅନ୍ୟ ପକ୍ଷରେ ରାଜ୍ୟ ଅତିଥି ଭବନର ମଧ୍ୟ ନୂଆ କୋଠା ଏବଂ ଡୁମ୍‌ଡୁମା ସ୍ଥିତ ଆଇଟିସି ହୋଟେଲକୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ରାଜ୍ୟ ଅତିଥି ଭବନର ନିର୍ମାଣ ନେଇ ୨୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୫୪୮୮ ସ୍କ୍ରୋଏର ମିଟର ଅଞ୍ଚଳରେ ଏହାକୁ ନିର୍ମାଣ କରାଯାଇଛି ।

01 Nov 2021 By The Sakala

ଭୁବନେଶ୍ୱର ଆରଟିଓ-୧ର ନୂଆ ବିଲ୍ଡିଂ ଓ ଆଇଟିସି ଗ୍ରୁପର ଷ୍ଟାର୍‌ ହୋଟେଲକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଚାର୍ଯ୍ୟ ବିହାରରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର (ଆରଟିଓ-୧)ର ନୂତନ ବିଲ୍ଡିଂ ଓ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ବ୍ୟବସ୍ଥା ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୩.୯୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ବିଲଡିଂରେ ତିନୋଟି ମହଲା ରହିଥିବାବେଳେ ଏହାର ପ୍ରତ୍ୟେକ ମହଲା୫ ହଜାର ବର୍ଗଫୁଟ ବିଶିଷ୍ଟ ରହିଛି । ଏହି ବିଲ୍ଡିଂ କାର୍ଯ୍ୟକ୍ଷମ ହେବା ଫଳରେ ଲୋକେ ଉନ୍ନତ ମାନର ସେବା ପାଇବେ । ଡ୍ରାଇଭିଂ ଲାଇସେନ୍ସ କ୍ଷେତ୍ରରେ ଲୋକେ ବେଶ ସୁବିଧା ପାଇପାରିବେ । ଏଥିପାଇଁ ଏକ ସ୍ମାର୍ଟକ୍ୟୁ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଲୋକେ ପୂର୍ବରୁ ଯେଉଁଭଳି ଭାବେ ଠେଲା ପେଲା ହେବା ଦୃଶ୍ୟ ନଜରକୁ ଆସୁଥିଲା, ସେଥିରେ ସୁଧାର ଆଣିବା ପାଇଁ ଏହି ବ୍ୟବସ୍ଥା ହୋଇଛି ।

ଡ୍ରାଇଭିଂ ଲାଇସେନ୍ସ ପାଇଁ ‘ସାରଥୀ’ ୱେବସାଇଟ ଜରିଆରେ ଅନଲାଇନରେ ବୁକିଂ ହେଉଛି । ଅନଲାଇନରେ ସ୍ଲଟ ବୁକିଂ ହେଉଛି । ଯଦି କେହି ଅନଲାଇନରେ କରିପାରୁନାହାନ୍ତି, ଆରଟିଓ ଅଫିସ ଆସିଲେ ସ୍ଲଟ ବୁକିଂ ହେଇପାରିବ । ସେହିପରି ‘ବାହାନ’ ସର୍ଭିସ ଜରିଆରେ ଯେଉଁମାନେ ଆରସି ବୁକ୍ , ପରମିଟ୍, ଗାଡି କାଗଜ ପତ୍ର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନେ ମଧ୍ୟ ଆସି ନିଜ କାମ କରିପାରିବେ । କାଉଣ୍ଟରରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି।

୫ଟି ଅନୁକରଣରେ ନାଗରିକ ସେବାକୁ ଆହୁରି ସମୃଦ୍ଧ କରିବା ପାଇଁ ଓଡିଶା ସରକାର ଚେଷ୍ଟିତ । ପୂର୍ବରୁ ମଧ୍ୟ ବହୁ ସଂଖ୍ୟାରେ ଜନସାଧାରଣ ଆରଟିଓ କାର୍ଯ୍ୟାଳୟକୁ ଆସୁଥିଲେ । ବିଭିନ୍ନ ସେବା ପାଇଁ କିନ୍ତୁ ଲୋକଙ୍କୁ ଧାଡିରେ ଠିଆ ହୋଇ ସମୟ ନଷ୍ଟ କରିବାକୁ ପଡୁଥିଲା । ଉଭୟ ଜନସାଧାରଣ ଓ କର୍ମଚାରୀମାନେ ଏଥପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେଣୁ ସ୍ମାର୍ଟ କ୍ୟୁ ମ୍ୟାନେଜମେଣ୍ଟ ଓ ଏକକ ୱିଣ୍ଡୋ ସିଷ୍ଟମ ଏହାର ଏକ ସମାଧାନ ହେବାକୁ ଯାଉଛି । ଟୋକନ ନେବା ପରେ ଲୋକମାନେ ଏବେ ଆରାମରେ ଶୀତତାପ ନିୟନ୍ତ୍ରିତ ରୁମରେ ବସିପାରିବେ । ଟୋକନ ନମ୍ବର ଘୋଷଣା ପରେ ଯେକୌଣସି ୱିଣ୍ଡୋକୁ ଯାଇ ସେବା ପାଇପାରେବ । ଏହାଦ୍ୱାରା ଜନସାଧାରଣଙ୍କୁ ଆଉ ପୂର୍ବଭଳି ଅପେକ୍ଷା କରିବାକୁ ପଡିବନି । ସାରା ରାଜ୍ୟରେ ଭୁବନେଶ୍ୱର ଆରଟିଓ-୧ ରେ ଏହି ବ୍ୟବସ୍ଥାର କରାଯାଇଥିବା ବେଳେ ଆଜି ଏହାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା ଖୁବଶୀଘ୍ର ଗଞ୍ଜାମ, ଭଦ୍ରକ, କଟକ, ପୁରୀ, ବାଲେଶ୍ୱର ଓ କଟକରେ ଆରମ୍ଭ ହେବାକୁ ଯାଉଛି

ଅନ୍ୟ ପକ୍ଷରେ ରାଜ୍ୟ ଅତିଥି ଭବନର ମଧ୍ୟ ନୂଆ କୋଠା ଏବଂ ଡୁମ୍‌ଡୁମା ସ୍ଥିତ ଆଇଟିସି ହୋଟେଲକୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ରାଜ୍ୟ ଅତିଥି ଭବନର ନିର୍ମାଣ ନେଇ ୨୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୫୪୮୮ ସ୍କ୍ରୋଏର ମିଟର ଅଞ୍ଚଳରେ ଏହାକୁ ନିର୍ମାଣ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର