ସହାରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ମିଳିଲା ଭୂମି ଅଧିକାର, ଜାଗା ମିଶନରେ ୬୫ ହଜାର ପରିବାରକୁ ପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର : ସ୍ବାଭିମାନର ସହ ବଞ୍ଚିବେ ବସ୍ତିବାସିନ୍ଦା। ଜାଗା ମିଶନରେ ବସ୍ତିବାସିନ୍ଦାଙ୍କୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଟ୍ଟା ବଣ୍ଟନ କରିଛନ୍ତି। ଭୁବନେଶ୍ୱର, ବ୍ରହ୍ମପୁର, କଟକ, ସମ୍ବଲପୁର ଓ ରାଉରକେଲା ଆଦି ୫ ମହାନଗର ନିଗମର ୮୭୫ ବସ୍ତିରୁ ୬୫ ହଜାର ପରିବାରକୁ ପଟ୍ଟାବଣ୍ଟନ କରାଯାଇଛି। ଏଥିପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଆଜି ମୁଖ୍ୟମନ୍ତ୍ରୀ ପଟ୍ଟା ବଣ୍ଟନ କରିଥିବା ୬୫ ହଜାର ପରିବାର ମଧ୍ୟରୁ କେବଳ ବିଏମସି ଅଞ୍ଚଳରୁ ୫୧ […]

ଭୁବନେଶ୍ବର : ସ୍ବାଭିମାନର ସହ ବଞ୍ଚିବେ ବସ୍ତିବାସିନ୍ଦା। ଜାଗା ମିଶନରେ ବସ୍ତିବାସିନ୍ଦାଙ୍କୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଟ୍ଟା ବଣ୍ଟନ କରିଛନ୍ତି। ଭୁବନେଶ୍ୱର, ବ୍ରହ୍ମପୁର, କଟକ, ସମ୍ବଲପୁର ଓ ରାଉରକେଲା ଆଦି ୫ ମହାନଗର ନିଗମର ୮୭୫ ବସ୍ତିରୁ ୬୫ ହଜାର ପରିବାରକୁ ପଟ୍ଟାବଣ୍ଟନ କରାଯାଇଛି।

ଆହୁରି ପଢ଼ନ୍ତୁ: 'କେବେ ହେବ ପୋଲିସ୍ SI ପରୀକ୍ଷା' ? ଷ୍ଟୁଡେଣ୍ଟ ଏଗେନଷ୍ଟ କରପସନ ପକ୍ଷରୁ ଲୋୟର ପିଏମଜିରେ ଆଶାୟୀଙ୍କ ବିକ୍ଷୋଭ

ଏଥିପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଆଜି ମୁଖ୍ୟମନ୍ତ୍ରୀ ପଟ୍ଟା ବଣ୍ଟନ କରିଥିବା ୬୫ ହଜାର ପରିବାର ମଧ୍ୟରୁ କେବଳ ବିଏମସି ଅଞ୍ଚଳରୁ ୫୧ ହଜାର ପରିବାର ରହିଛନ୍ତି। ପୂର୍ବରୁ କେବଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ମ୍ୟୁନସିପାଲଟିର ବସ୍ତିବାସିନ୍ଦାଙ୍କୁ ଜାଗା ମିଶନରେ ପଟ୍ଟାବଣ୍ଟନ କରାଯାଉଥିବା ବେଳେ ଗତ ବର୍ଷ ମହାନଗର ନିଗମବାସୀଙ୍କୁ ମଧ୍ୟ ପଟ୍ଟାବଣ୍ଟନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ଏହି କ୍ରମରେ ଗତ ନଭେମ୍ବର ୨୦୨୨ରେ ଡ୍ରୋନ୍‌‌ ଯୋଗେ ସର୍ଭେ କରାଯାଇ ଯୋଗ୍ୟ ହିତାଧିକାରୀ ତାଲିକା ପ୍ରସ୍ତୁତ କରାଯାଇ ସୋମବାର ପ୍ରଥମ ପର୍ୟ୍ୟାୟ ପଟ୍ଟାବଣ୍ଟନ କରାଯାଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡର ଶୁଭାରମ୍ଭ

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ୧୧୦ ଟି ପୌର ସଂସ୍ଥାରେ ସହରର ୧ ଲକ୍ଷ ୭୨ ହଜାର ପରିବାକୁ ଜମି ଅଧିକାର ଦିଆଯାଇସାରିଛି। ଆସନ୍ତା ଡିସେମ୍ବର ସୁଦ୍ଧା ରାଜ୍ୟର ଅଢ଼େଇ ଲକ୍ଷ ବସ୍ତି ପରିବାରକୁ ଭୂମି ଅଧିକାର ଦେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ସୋମବାର ଏହି ପଟ୍ଟାବଣ୍ଟନ ସହ ରାଜ୍ୟର ୫ ମହାନଗର ନିଗମ ସମେତ ୧୧୫ ଟି ସହରାଞ୍ଚଳର ୧୦୧୦ ଟି ବିଜୁ ଆଦର୍ଶ କଲୋନୀକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ମହାନଦୀକୁ ବଞ୍ଚାଇବା ପାଇଁ ବିଜେପି ସରକାରଙ୍କ ଇଏ କ'ଣ ଆନ୍ତରିକତା ?: ନବୀନ ପଟ୍ଟନାୟକ

୨୦୧୭ ମସିହାରେ ରାଜ୍ୟ ସରକାର ଜାଗା ମିଶନରେ ରାଜ୍ୟର ପୌରାଞ୍ଚଳଗୁଡ଼ିକରେ ବସ୍ତିବାସିନ୍ଦାଙ୍କୁ ଜମି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ଏଥିରେ ରାଜ୍ୟର ୫ ଟି ମହାନଗର ନିଗମକୁ ସାମିଲ କରାଯାଇ ନ ଥିଲା। ହେଲେ ୨୦୨୧ ଡିସେମ୍ବର ଶେଷ ତାରିଖରେ ଏଥିରେ ସଂଶୋଧନ କରି ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା ଓ ସମ୍ବଲପୁର ମହାନଗର ନିଗମରେ ମଧ୍ୟ ଜମି ପ୍ରଦାନ କରିବାର ପ୍ରାବଧାନ କରିଥିଲେ। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ମହାନଗରନିଗମ ଗୁଡ଼ିକରେ ବାସକରୁଥିବା ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୃହ ନିର୍ମାଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ବ୍ୟବସ୍ଥାରେ ବସ୍ତିବାସିନ୍ଦା ମାନଙ୍କୁ ସର୍ବାଧିକ ୪୫ ବର୍ଗ ମିଟର ପର୍ଯ୍ୟନ୍ତ ଭୂମି ଅଧିକାର ପ୍ରଦାନ କରାଯିବ। ପୂର୍ବରୁ ଜାଗା ମିଶନ ଯୋଜନାରେ ରାଜଧାନୀର ବସ୍ତିଗୁଡ଼ିକୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ବସ୍ତିଗୁଡ଼ିକରେ ଡ୍ରେନ, ଶୌଚାଳୟ, ପାନୀୟ ଜଳ, ବିଦ୍ୟୁତ୍‌‌ ଓ ଷ୍ଟ୍ରିଟ୍‌‌ ଲାଇଟ୍‌‌ ଆଦି ଯୋଗାଇ ଏହାକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଇଛି।ବସ୍ତି ଆଉ ବସ୍ତି ନୁହଁ ବରଂ ସମସ୍ତ ମୌଳିକ ଭିତ୍ତିଭୂମି ସହିତ ଏକ ଆଦର୍ଶ ବସତିରେ ପରିଣତ ହୋଇଛି । ସହରାଞ୍ଚଳ ବିକାଶ ଧାରାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏପରି ଆଭିମୁଖ୍ୟକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚିତ । ୨୦୨୩ ମସିହା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ମିଳିଛି ଜାତିସଂଘ ଓ୍ବାର୍ଲଡ ହାବିଟାଟ୍ ପୁରସ୍କାର ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp