ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ଯମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର: ଆଜି ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି।  ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମୁଖ୍ଯମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କର ଉଦ୍ୟମ ପ୍ରଶଂସନୀୟ ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି। ଆଶାତୀତ ଫଳାଫଳ ପାଇ ନ ଥିବା ଛାତ୍ରଛାତ୍ରୀ  ସର୍ବଦା ଆଗକୁ ବଢିବାର ଇଚ୍ଛା ନେଇ ଆତ୍ମବିଶ୍ବାସର ସହ କଠୋର ପରିଶ୍ରମ ଜାରି ରଖିବାକୁ ମୁଖ୍ଯମନ୍ତ୍ରୀ ପରମାର୍ଶ ଦେଇଛନ୍ତି। ଚଳିତ ବର୍ଷ ପାସ୍ ହାର ୯୦.୫୫% ରହିଛି। ମୋଟ୫ ଲକ୍ଷ […]

ଭୁବନେଶ୍ବର: ଆଜି ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି।  ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମୁଖ୍ଯମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କର ଉଦ୍ୟମ ପ୍ରଶଂସନୀୟ ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି। ଆଶାତୀତ ଫଳାଫଳ ପାଇ ନ ଥିବା ଛାତ୍ରଛାତ୍ରୀ  ସର୍ବଦା ଆଗକୁ ବଢିବାର ଇଚ୍ଛା ନେଇ ଆତ୍ମବିଶ୍ବାସର ସହ କଠୋର ପରିଶ୍ରମ ଜାରି ରଖିବାକୁ ମୁଖ୍ଯମନ୍ତ୍ରୀ ପରମାର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଗଛରେ ବାନ୍ଧି ଯୁବକଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ

ଚଳିତ ବର୍ଷ ପାସ୍ ହାର ୯୦.୫୫% ରହିଛି। ମୋଟ୫ ଲକ୍ଷ ୨୬ ହଜାର ୮୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫, ୧୭, ୮୪୭ ଜଣ ପାସ୍‌ କରିଥିବା ବେଳେ ୮,୬୯୯ ଜଣ ଫେଲ୍‌ ହୋଇଛନ୍ତି। ମୋଟ ପାସ୍ ହୋଇଥିବା ପିଲାଙ୍କ ମଧ୍ୟରୁ A-୧ରେ ୮ ହଜାର ୧୧୯ ଛାତ୍ରଛାତ୍ରୀ ପାସ୍ କରିଥିବାବେଳେ । A-୨ରେ ୫୪ ହଜାର ୮୮୯ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେହପରି B-୧ରେ ୧୨୦୨୦୩ ଛାତ୍ରଛାତ୍ରୀ ପାସ କରିଥିବା ବେଳେ B-୨ରେ ୧୪୨୨୬୬ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳରୁ ହତ୍ୟାକାଣ୍ଡ: ନ୍ୟାୟ ଦାବିରେ ସାଇକେଲରେ ୧୫କି.ମି ବୁହାହେଲା ମୃତଦେହ

ଛାତ୍ରଛାତ୍ରୀମାନେ ୨ଟି ବୋର୍ଡ ୱେବସାଇଟ ମାଧ୍ୟମରେ ନିଜର ରେଜଲ୍ଟ ସମ୍ପର୍କରେ ଜାଣିପାରିବେ। ଏଥି ପାଇଁ ବୋର୍ଡ଼ www.bseodisha.ac.in ଓ www.bseodisha.nic.in ୱେବସାଇଟ୍‍ ଜାରି କରିଛି। ଯଦି କୌଣସି ଅଞ୍ଚଳରେ ନେଟୱର୍କର ସମସ୍ୟା ରହିଛି ତାହେଲେ ସମ୍ପୃକ୍ତ ଅଞ୍ଚଳର ପରୀକ୍ଷାର୍ଥୀମାନେ ଏସଏମଏସ ଜରିଆରେ ମଧ୍ୟ ନିଜର ରେଜଲ୍ଟ ପାଇ ପାରିବେ। ଏଥିପାଇଁ ଛାତ୍ରଛାତ୍ରୀ OR10<ROLL NO> ଟାଇପ କରି ୫୬୭୬୭୫୦ ନମ୍ବରକୁ ଏକ ଏସଏମସ ପଠାଇବେ।

ଆହୁରି ପଢ଼ନ୍ତୁ: ନିଜକୁ ପୋଲିସ କହି ଲୋକଙ୍କୁ ଲଗାଉଥଲା ଚୂନ, ବାନ୍ଧିଲା ଅସଲି ପୋଲିସ

06 Jul 2022 By The Sakala

ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ଯମନ୍ତ୍ରୀ

ଭୁବନେଶ୍ବର: ଆଜି ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି।  ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମୁଖ୍ଯମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କର ଉଦ୍ୟମ ପ୍ରଶଂସନୀୟ ବୋଲି ମୁଖ୍ଯମନ୍ତ୍ରୀ କହିଛନ୍ତି। ଆଶାତୀତ ଫଳାଫଳ ପାଇ ନ ଥିବା ଛାତ୍ରଛାତ୍ରୀ  ସର୍ବଦା ଆଗକୁ ବଢିବାର ଇଚ୍ଛା ନେଇ ଆତ୍ମବିଶ୍ବାସର ସହ କଠୋର ପରିଶ୍ରମ ଜାରି ରଖିବାକୁ ମୁଖ୍ଯମନ୍ତ୍ରୀ ପରମାର୍ଶ ଦେଇଛନ୍ତି।

ଚଳିତ ବର୍ଷ ପାସ୍ ହାର ୯୦.୫୫% ରହିଛି। ମୋଟ୫ ଲକ୍ଷ ୨୬ ହଜାର ୮୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫, ୧୭, ୮୪୭ ଜଣ ପାସ୍‌ କରିଥିବା ବେଳେ ୮,୬୯୯ ଜଣ ଫେଲ୍‌ ହୋଇଛନ୍ତି। ମୋଟ ପାସ୍ ହୋଇଥିବା ପିଲାଙ୍କ ମଧ୍ୟରୁ A-୧ରେ ୮ ହଜାର ୧୧୯ ଛାତ୍ରଛାତ୍ରୀ ପାସ୍ କରିଥିବାବେଳେ । A-୨ରେ ୫୪ ହଜାର ୮୮୯ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେହପରି B-୧ରେ ୧୨୦୨୦୩ ଛାତ୍ରଛାତ୍ରୀ ପାସ କରିଥିବା ବେଳେ B-୨ରେ ୧୪୨୨୬୬ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି।

ଛାତ୍ରଛାତ୍ରୀମାନେ ୨ଟି ବୋର୍ଡ ୱେବସାଇଟ ମାଧ୍ୟମରେ ନିଜର ରେଜଲ୍ଟ ସମ୍ପର୍କରେ ଜାଣିପାରିବେ। ଏଥି ପାଇଁ ବୋର୍ଡ଼ www.bseodisha.ac.in ଓ www.bseodisha.nic.in ୱେବସାଇଟ୍‍ ଜାରି କରିଛି। ଯଦି କୌଣସି ଅଞ୍ଚଳରେ ନେଟୱର୍କର ସମସ୍ୟା ରହିଛି ତାହେଲେ ସମ୍ପୃକ୍ତ ଅଞ୍ଚଳର ପରୀକ୍ଷାର୍ଥୀମାନେ ଏସଏମଏସ ଜରିଆରେ ମଧ୍ୟ ନିଜର ରେଜଲ୍ଟ ପାଇ ପାରିବେ। ଏଥିପାଇଁ ଛାତ୍ରଛାତ୍ରୀ OR10<ROLL NO> ଟାଇପ କରି ୫୬୭୬୭୫୦ ନମ୍ବରକୁ ଏକ ଏସଏମସ ପଠାଇବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର