ଚାର୍ଜସିଟ୍ ରିପୋର୍ଟକୁ ନେଇ IIC ଓ ASI ମଧ୍ୟରେ ହାତାହାତି, ଉଭୟଙ୍କୁ ବଦଳି କଲେ ଏସପି
ଯାଜପୁର: IIC ଓ ASI ମଧ୍ୟରେ ପିଟାପିଟି । ଅଳକୁଣ୍ଡ ଥାନାରେ ଚାର୍ଜସିଟ୍ ରିପୋର୍ଟକୁ ନେଇ IIC ଓ ASI ମଧ୍ୟରେ ହାତାହାତି ପରିସ୍ଥିତି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନେଲେ ଯାଜପୁର ଏସପି । ଉଭୟଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କଲେ ଯାଜପୁର ଏସ୍ପି ।
ଆହୁରି ପଢ଼ନ୍ତୁ: ମନ୍ତ୍ରୀ ଆମ ନିଜ ଲୋକ କିନ୍ତୁ ଆମକୁ ଅବହେଳା କରୁଛନ୍ତି, ୫୦ ଥର ଭେଟିଥିଲେ ବି କାମ ହେଉନି: ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା
ସୂଚନା ଅନୁସାରେ, ବାସୁଦେବପୁର ଗାଁର ଜଣେ ମହିଳା ଓ ବଡ଼ଚଣା ଥାନା ଅଂଚଳର ଜଣେ ଯୁବକଙ୍କ ମଧ୍ୟରେ କିଛିଦିନ ପୂର୍ବେ ଏକ ବିବାଦ ହୋଇଥିଲା । ଏହି ବିବାଦରେ ଚାର୍ଜସିଟ ଲେଖାକୁ ନେଇ ASI ପ୍ରକାଶ କୁମାର ସିଂହଙ୍କୁ ଥାନା ଅଧିକାରୀ ଦେବାଶିଷ ଶତପଥୀ ଚାପୁଡ଼ା ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଯାଜପୁର SDPO ପ୍ରଶାନ୍ତ କୁମାର ମାଝୀ ଅଳକୁଣ୍ଡ ଥାନାରେ ପହଁଚି ଥାନାର ସିସିଟିଭି ଚେକ କରିଥିଲେ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଯାଜପୁର ଏସପି । ଉଭୟ IIC ଓ ASIଙ୍କୁ ଯାଜପୁର ପାଣିକୋଇଲି ସ୍ଥିତ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରି ତଦନ୍ତ ଜାରି ରଖିଛନ୍ତି ।





