ଏସ୍‌ସିବିରେ ପୂର୍ବ ଭାରତର ସବୁଠାରୁ ବଡ ସରକାରୀ ଇକମୋ ୟୁନିଟ୍ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

The Sakala Picture
Published On

କଟକ : ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯୋଡି ହେବ ଏକ ନୂଆ ଅଧ୍ୟାୟ । ଆଜିଠାରୁ କଟକ ବଡ ମେଡିକାଲରେ ଆରମ୍ଭ ହେବ ବ୍ୟୟବହୁଳ ଇକମୋ ଚିକିତ୍ସା । ଏସସିବି ମେଡିକାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇକମୋ ଚିକିତ୍ସା ସେବାର ଲୋକାର୍ପଣ କରିବେ । ଦିନ ୧୨ଟା ୫ରେ ମୁଖ୍ୟମନ୍ତ୍ରୀ ଇକମୋ ୟୁନିଟର ଲୋକାର୍ପଣ କରିବେ । ପୂର୍ବ ଭାରତରେ ସରକାରୀ ଭାବେ ଇକମୋ ଚିକିତ୍ସା ଯୋଗାଉଥିବା ଏହା ସବୁଠାରୁ ବଡ ୟୁନିଟ୍ ହେବ । […]

କଟକ : ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯୋଡି ହେବ ଏକ ନୂଆ ଅଧ୍ୟାୟ । ଆଜିଠାରୁ କଟକ ବଡ ମେଡିକାଲରେ ଆରମ୍ଭ ହେବ ବ୍ୟୟବହୁଳ ଇକମୋ ଚିକିତ୍ସା । ଏସସିବି ମେଡିକାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇକମୋ ଚିକିତ୍ସା ସେବାର ଲୋକାର୍ପଣ କରିବେ । ଦିନ ୧୨ଟା ୫ରେ ମୁଖ୍ୟମନ୍ତ୍ରୀ ଇକମୋ ୟୁନିଟର ଲୋକାର୍ପଣ କରିବେ । ପୂର୍ବ ଭାରତରେ ସରକାରୀ ଭାବେ ଇକମୋ ଚିକିତ୍ସା ଯୋଗାଉଥିବା ଏହା ସବୁଠାରୁ ବଡ ୟୁନିଟ୍ ହେବ । କଟକ ବଡ ମେଡିକାଲରେ ମାଗଣାରେ ଏହି ବ୍ୟୟବହୁଳ ଇକମୋ ଚିକିତ୍ସା ଗୁରୁତର ରୋଗୀଙ୍କୁ ମିଳିବ।

ଆହୁରି ପଢ଼ନ୍ତୁ: ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସମଗ୍ର ଶିକ୍ଷା ଅଭିଯାନର ପ୍ରୋଗ୍ରାମର

କଟକ ବଡ଼ ଡାକ୍ତରଖାନାରେ ୯ଟି ଇକମୋ ମେସିନ ସ୍ଥାପନ କରାଯାଇଛି। ସେଥିରୁ ୬ଟି ମେସିନ୍ କରୋନାରୁ ସୁସ୍ଥ ହେବା ପରେ ଗୁରୁତର ରୋଗୀଙ୍କ ପାଇଁ ଓ ଅନ୍ୟ ୩ଟି ସଂକ୍ରମିତଙ୍କ ପାଇଁ ବ୍ୟବହାର କରାଯିବ । ଦୁଇଟି ପର୍ଯ୍ୟାୟରେ ୧୯ଜଣ ଡାକ୍ତର ଓ କର୍ମଚାରୀଙ୍କୁ ଏଥିପାଇଁ ଦିଆଯାଇଛି ତାଲିମ । ପୂର୍ବରୁ ଇକମୋ ଚିକିତ୍ସା ପାଇଁ ରୋଗୀମାନଙ୍କୁ ଏୟାର ଆମ୍ବୁଲାନ୍ସରେ ରାଜ୍ୟ ବାହାରକୁ ଯିବାକୁ ପଡୁଥିଲା । ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରୁ ଏବେ କଟକରେ ବିନାମୂଲ୍ୟରେ ଗୁରୁତର ରୋଗୀଙ୍କୁ ଏହି ଚିକିତ୍ସା ମିଳିପାରିବ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଜନସାଧାରଣ । ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ନଜରରେ ରଖି ଏସସିବି ପରିସର ଓ ହେଲିପ୍ୟାଡ୍ ଅଞ୍ଚଳରେ ସମସ୍ତ ପ୍ରସ୍ତୁତି ସରିଛି ।

ଆହୁରି ପଢ଼ନ୍ତୁ: ଘର ଭିତରେ ଭୟଙ୍କର ବାଣ ବିସ୍ଫୋରଣ; ବାପା ମୃତ, ପୁଅ ସମେତ ୬ ଜଣ ଗୁରୁତର

 

ଆହୁରି ପଢ଼ନ୍ତୁ: ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୬ ହାର୍ଡକୋର ମାଓବାଦୀ; ୪ ଜଣ ଓଡ଼ିଶାରେ ଥିଲେ ସକ୍ରିୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର