ବଲାଙ୍ଗିରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଖାଇ ଭେଟି : BSKY ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ସହ ୮୨୮ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ନବୀନ

The Sakala Picture
Published On

ବଲାଙ୍ଗିର : ବିକାଶର ନକ୍ସାରେ ଯୋଡି ହୋଇଛି ବଲାଙ୍ଗିର ଜିଲ୍ଲା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଗସ୍ତରେ ଯାଇ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ବଲାଙ୍ଗିର ଜିଲ୍ଲା ପାଇଁ  ୮୨୮ କୋଟି ଟଙ୍କାର ୧୨୮ଟି  ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ପୂର୍ବ ନିର୍ଦ୍ଦାରିତ ସମୟନୁଯାୟୀ ତୁଷୁରା ଏୟାରଷ୍ଟ୍ରୀପରେ ଏକ ସ୍ୱତନ୍ତ୍ର ବିମାନରେ ପହଞ୍ଚିବା ପରେ ସେଠାରୁ ହେଲିକପ୍ଟର ଯୋଗେ ୧୦ଟା ୩୫ମିନିଟ ସମୟରେ ଟିଟିଲାଗଡ଼ […]

ବଲାଙ୍ଗିର : ବିକାଶର ନକ୍ସାରେ ଯୋଡି ହୋଇଛି ବଲାଙ୍ଗିର ଜିଲ୍ଲା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଗସ୍ତରେ ଯାଇ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ବଲାଙ୍ଗିର ଜିଲ୍ଲା ପାଇଁ  ୮୨୮ କୋଟି ଟଙ୍କାର ୧୨୮ଟି  ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ପୂର୍ବ ନିର୍ଦ୍ଦାରିତ ସମୟନୁଯାୟୀ ତୁଷୁରା ଏୟାରଷ୍ଟ୍ରୀପରେ ଏକ ସ୍ୱତନ୍ତ୍ର ବିମାନରେ ପହଞ୍ଚିବା ପରେ ସେଠାରୁ ହେଲିକପ୍ଟର ଯୋଗେ ୧୦ଟା ୩୫ମିନିଟ ସମୟରେ ଟିଟିଲାଗଡ଼ ସଭାସ୍ଥଳରେ ପହଞ୍ଚିଛନ୍ତି । ଟିଟିଲାଗଡ଼ ଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିବା ପରେ ଜନସାଧାରଣଙ୍କୁ ସମ୍ବୋଧନ କରି କହିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଲାଙ୍ଗିର ବାସୀଙ୍କୁ ନୂଆଖାଇ ଜୁହାର ଜଣାଇବା ସହ ସେ ସେଠାକୁ ଆସିଥିବାରୁ ବହୁତ ଖୁସି ଥିବା କହିଥିଲେ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଲେ ବଢ଼ିପାରେ ଖରାଛୁଟି: ଗଣଶିକ୍ଷା ମନ୍ତ୍ରୀ

ଏହି କାର୍ଡ ନୂଆ ରୂପରେ କାର୍ଯ୍ୟକାରୀ କରାଯାଇଛି।  ବଲାଙ୍ଗିର ଜିଲ୍ଲାର ସାଢ଼େ ୪ ଲକ୍ଷ ଓ ରାଜ୍ୟର ସାଢ଼େ ୩ କୋଟି ଲୋକ ଏହି ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ଉପକୃତ ହେବେ । ଦେଶର ୨୦୦ରୁ ଅଧିକ ବଡ଼ ବଡ଼ ହସ୍ପିଟାଲରେ ଚିକିତ୍ସା ପାଇପାରିବେ। ଏହି ସେବା ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ। ଚିକିତ୍ସା ପାଇଁ କିଏ ସୁନା ବିକେ କିଏ ଚୁଡି, ସେଥିପାଇଁ ମତେ ବହୁତ ଦୁଃଖ ଲାଗେ। ଏହି ଦୁଃଖ ଦୂର କରିବାରେ ଏହି କାର୍ଡ ସାହାଯ୍ୟ କରିବ। ସଞ୍ଚୟ କରିଥିବା ଟଙ୍କା ପରିବାରର ବିକାଶ ଓ ପିଲାଙ୍କ ପାଠ ପଢ଼ାରେ ଖର୍ଚ୍ଚ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

ଟିଟିଲାଗଡ଼ ଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିବା ପରେ ମୁଖ୍ୟମନ୍ତ୍ରୀ ପାଟଣାଗଡ଼ ଓ ବଲାଙ୍ଗୀର ଯାଇ ସେଠାରେ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ବଲାଙ୍ଗିରରେ  ୧୧କୋଟି ଟଙ୍କାରେ ନିର୍ମିତ ଅତ୍ୟାଧୁନିକ ବସ ଟର୍ମିନାଲର ଲୋକାର୍ପଣ କରିଛନ୍ତି । ସେହିପରି ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କର-ନୃସିଂହନାଥ ଗନ୍ଧମାର୍ଦ୍ଦନ ପର୍ବତର ଉନ୍ନତିକରଣ ଓ ସୌଦାର୍ଯ୍ୟକରଣ ପାଇଁ ପ୍ୟାକେଜ ଘୋଷଣା ସହ ଶିଳାନ୍ୟାସ କରିଛନ୍ତି । ସେହିପରି ବଲାଙ୍ଗିର ପୋୖରାଞ୍ଚଳରେ ହେବାକୁ ଥିବା ସ୍ମାର୍ଟ ପାର୍କ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଏକାଡେମୀଙ୍କ କୋଠା, ଟିଟିଲାଗଡ଼ ଓ ତୁଷୁରା ଠାରେ ସ୍ମାର୍ଟ ପାର୍କ, ବଲାଙ୍ଗୀର ଠାରେ ଆବର୍ଜନା ପରିଚାଳନା ପାଇଁ ଏସଇଟିସି, ଇଡ଼କୋ ଅଂଚଳରେ ହେବାକୁ ଥିବା ବହୁମୁଖୀ ପାର୍କ, ପ୍ଲାନେଟୋରିୟମ,ବଲାଙ୍ଗିର  ଜିଲ୍ଲାର ଅନେକ ଗୁଡ଼ାଏ ଜଳାଶୟର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ ସହ ଟିଟିଲାଗଡ଼, ବଲାଙ୍ଗିର ଓ ପାଟଣାଗଡ଼ ସମେତ ଅନ୍ୟ ସ୍ଥାନରେ ହେବାକୁ ଥିବା ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପର ମଧ୍ଯ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଜିଲ୍ଲା ଦାୟିତ୍ୱ ପ୍ରସଙ୍ଗ: ବିଜେଡି କହିଲା, 'ପୋଲିସ ଡିଜି ମାନିଲେ, ରାଜ୍ୟରେ ଆଇନଶୃଙ୍ଖଳା ଠିକ୍ ନାହିଁ'

ବଲାଙ୍ଗିର ଜିଲ୍ଲାରେ ୮୨୮ କୋଟି ଟଙ୍କାର ୧୨୮ଟି  ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ ହୋଇଥିବା ବେଳେ ସେଥିରୁ ବଲାଙ୍ଗିର ପାଇଁ ୪୭୮ କୋଟିର ୭୫ଟି ପ୍ରକଳ୍ପ, ପାଟଣାଗଡ଼ରେ ୧୧୫.୭୧ କୋଟିର ୨୩ଟି ପ୍ରକଳ୍ପ ଟିଟିଲାଗଡ଼ରେ ୨୩୩.୧୪ କୋଟିର ୩୦ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନଙ୍କ ଏହି ଐତିହାସିକ ଯୋଜନା ତୃଣମୂଳସ୍ତରରେ ପହଞ୍ଚିବା ପାଇଁ ଜିଲ୍ଲାରେ ୧୧ଜଣ ମନ୍ତ୍ରୀ ଓ ୧୬ଜଣ ପର୍ଯ୍ୟବେକ୍ଷଣ ଦାୟିତ୍ୱ ଦିଆଯାଇଛି।

22 Sep 2021 By The Sakala

ବଲାଙ୍ଗିରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆଖାଇ ଭେଟି : BSKY ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ ସହ ୮୨୮ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ନବୀନ

ବଲାଙ୍ଗିର : ବିକାଶର ନକ୍ସାରେ ଯୋଡି ହୋଇଛି ବଲାଙ୍ଗିର ଜିଲ୍ଲା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଗସ୍ତରେ ଯାଇ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ବଲାଙ୍ଗିର ଜିଲ୍ଲା ପାଇଁ  ୮୨୮ କୋଟି ଟଙ୍କାର ୧୨୮ଟି  ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ପୂର୍ବ ନିର୍ଦ୍ଦାରିତ ସମୟନୁଯାୟୀ ତୁଷୁରା ଏୟାରଷ୍ଟ୍ରୀପରେ ଏକ ସ୍ୱତନ୍ତ୍ର ବିମାନରେ ପହଞ୍ଚିବା ପରେ ସେଠାରୁ ହେଲିକପ୍ଟର ଯୋଗେ ୧୦ଟା ୩୫ମିନିଟ ସମୟରେ ଟିଟିଲାଗଡ଼ ସଭାସ୍ଥଳରେ ପହଞ୍ଚିଛନ୍ତି । ଟିଟିଲାଗଡ଼ ଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିବା ପରେ ଜନସାଧାରଣଙ୍କୁ ସମ୍ବୋଧନ କରି କହିଥିଲେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଲାଙ୍ଗିର ବାସୀଙ୍କୁ ନୂଆଖାଇ ଜୁହାର ଜଣାଇବା ସହ ସେ ସେଠାକୁ ଆସିଥିବାରୁ ବହୁତ ଖୁସି ଥିବା କହିଥିଲେ।

ଏହି କାର୍ଡ ନୂଆ ରୂପରେ କାର୍ଯ୍ୟକାରୀ କରାଯାଇଛି।  ବଲାଙ୍ଗିର ଜିଲ୍ଲାର ସାଢ଼େ ୪ ଲକ୍ଷ ଓ ରାଜ୍ୟର ସାଢ଼େ ୩ କୋଟି ଲୋକ ଏହି ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନାରେ ଉପକୃତ ହେବେ । ଦେଶର ୨୦୦ରୁ ଅଧିକ ବଡ଼ ବଡ଼ ହସ୍ପିଟାଲରେ ଚିକିତ୍ସା ପାଇପାରିବେ। ଏହି ସେବା ଦେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ। ଚିକିତ୍ସା ପାଇଁ କିଏ ସୁନା ବିକେ କିଏ ଚୁଡି, ସେଥିପାଇଁ ମତେ ବହୁତ ଦୁଃଖ ଲାଗେ। ଏହି ଦୁଃଖ ଦୂର କରିବାରେ ଏହି କାର୍ଡ ସାହାଯ୍ୟ କରିବ। ସଞ୍ଚୟ କରିଥିବା ଟଙ୍କା ପରିବାରର ବିକାଶ ଓ ପିଲାଙ୍କ ପାଠ ପଢ଼ାରେ ଖର୍ଚ୍ଚ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଟିଟିଲାଗଡ଼ ଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କରିବା ପରେ ମୁଖ୍ୟମନ୍ତ୍ରୀ ପାଟଣାଗଡ଼ ଓ ବଲାଙ୍ଗୀର ଯାଇ ସେଠାରେ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ବଲାଙ୍ଗିରରେ  ୧୧କୋଟି ଟଙ୍କାରେ ନିର୍ମିତ ଅତ୍ୟାଧୁନିକ ବସ ଟର୍ମିନାଲର ଲୋକାର୍ପଣ କରିଛନ୍ତି । ସେହିପରି ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କର-ନୃସିଂହନାଥ ଗନ୍ଧମାର୍ଦ୍ଦନ ପର୍ବତର ଉନ୍ନତିକରଣ ଓ ସୌଦାର୍ଯ୍ୟକରଣ ପାଇଁ ପ୍ୟାକେଜ ଘୋଷଣା ସହ ଶିଳାନ୍ୟାସ କରିଛନ୍ତି । ସେହିପରି ବଲାଙ୍ଗିର ପୋୖରାଞ୍ଚଳରେ ହେବାକୁ ଥିବା ସ୍ମାର୍ଟ ପାର୍କ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଏକାଡେମୀଙ୍କ କୋଠା, ଟିଟିଲାଗଡ଼ ଓ ତୁଷୁରା ଠାରେ ସ୍ମାର୍ଟ ପାର୍କ, ବଲାଙ୍ଗୀର ଠାରେ ଆବର୍ଜନା ପରିଚାଳନା ପାଇଁ ଏସଇଟିସି, ଇଡ଼କୋ ଅଂଚଳରେ ହେବାକୁ ଥିବା ବହୁମୁଖୀ ପାର୍କ, ପ୍ଲାନେଟୋରିୟମ,ବଲାଙ୍ଗିର  ଜିଲ୍ଲାର ଅନେକ ଗୁଡ଼ାଏ ଜଳାଶୟର ଉନ୍ନତିକରଣ ପ୍ରକଳ୍ପର ଶିଳାନ୍ୟାସ ସହ ଟିଟିଲାଗଡ଼, ବଲାଙ୍ଗିର ଓ ପାଟଣାଗଡ଼ ସମେତ ଅନ୍ୟ ସ୍ଥାନରେ ହେବାକୁ ଥିବା ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପର ମଧ୍ଯ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବଲାଙ୍ଗିର ଜିଲ୍ଲାରେ ୮୨୮ କୋଟି ଟଙ୍କାର ୧୨୮ଟି  ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ ହୋଇଥିବା ବେଳେ ସେଥିରୁ ବଲାଙ୍ଗିର ପାଇଁ ୪୭୮ କୋଟିର ୭୫ଟି ପ୍ରକଳ୍ପ, ପାଟଣାଗଡ଼ରେ ୧୧୫.୭୧ କୋଟିର ୨୩ଟି ପ୍ରକଳ୍ପ ଟିଟିଲାଗଡ଼ରେ ୨୩୩.୧୪ କୋଟିର ୩୦ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନଙ୍କ ଏହି ଐତିହାସିକ ଯୋଜନା ତୃଣମୂଳସ୍ତରରେ ପହଞ୍ଚିବା ପାଇଁ ଜିଲ୍ଲାରେ ୧୧ଜଣ ମନ୍ତ୍ରୀ ଓ ୧୬ଜଣ ପର୍ଯ୍ୟବେକ୍ଷଣ ଦାୟିତ୍ୱ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର