ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୧୪ ଦିନିଆ ମାସ୍କ ଅଭିଯାନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ର ପ୍ରଶଂସା

The Sakala Picture
Published On

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୧୪ ଦିନିଆ ମାସ୍କ ଅଭିଯାନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ପ୍ରଶଂସା କରିଛି । ମାସ୍କ ଆମକୁ କରୋନାରୁ ରକ୍ଷା କରିପାରିବ । ମୁଖ୍ୟମନ୍ତ୍ରୀଙ୍କ ଅପିଲ ଅନେକ ଗୁରୁତ୍ୱ ବହନ କରୁଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଓଡ଼ିଶା ଟିମ୍‌ ଲିଡର ଡକ୍ଟର ନିହାର ରାୟ କହିଛନ୍ତି । କରୋନାର ଦ୍ବିତୀୟ ପ୍ରବାହକୁ ବିନା ଲକଡାଉନରେ ହରାଇବାକୁ ମୁଖ୍ୟମନ୍ତ୍ରୀ ଗତକାଲି ଆହ୍ବାନ ଦେଇଥିଲେ । ଆମେ କୋଭିଡ୍ ନିୟମ ମାନି ମାସ୍କ […]

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୧୪ ଦିନିଆ ମାସ୍କ ଅଭିଯାନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ପ୍ରଶଂସା କରିଛି । ମାସ୍କ ଆମକୁ କରୋନାରୁ ରକ୍ଷା କରିପାରିବ । ମୁଖ୍ୟମନ୍ତ୍ରୀଙ୍କ ଅପିଲ ଅନେକ ଗୁରୁତ୍ୱ ବହନ କରୁଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଓଡ଼ିଶା ଟିମ୍‌ ଲିଡର ଡକ୍ଟର ନିହାର ରାୟ କହିଛନ୍ତି । କରୋନାର ଦ୍ବିତୀୟ ପ୍ରବାହକୁ ବିନା ଲକଡାଉନରେ ହରାଇବାକୁ ମୁଖ୍ୟମନ୍ତ୍ରୀ ଗତକାଲି ଆହ୍ବାନ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

ଆମେ କୋଭିଡ୍ ନିୟମ ମାନି ମାସ୍କ ଠିକ୍ ଭାବରେ ପିନ୍ଧିଲେ ଆମେ ବିନା ଲକଡାଉନରେ କରୋନା ସଂକ୍ରମଣକୁ ରୋକି ପାରିବା । ଏଥିପାଇଁ ୧୪ ଦିନ ପର୍ଯ୍ଯନ୍ତ ଆମେ ସମସ୍ତେ ମିଶ ମାସ୍କ ଅଭିଯାନ ଆରମ୍ଭ କରିବା । ୧୪ ଦିନ ଲାଗି ଆମେ କୌଣସି ଜିନିଷକୁ ଆରମ୍ଭ କଲେ ତାହା ଅଭ୍ୟାସରେ ପରିଣତ ହୋଇଯିବ । ଆମେ ସମସ୍ତେ ଆଜିଠାରୁ ସଂକଳ୍ପ ନେଇ ଠିକ୍ ଭାବେର ମାସ୍କ ପିନ୍ଧିବା । ବେକରେ ଝୁଲାଇ ନୁହେଁ ପୂରା ମୁହଁ ଓ ନାକକୁ ଘୋଡ଼ାଇ ମାସ୍କ ପିନ୍ଧିବା ବୋଲି ମୁଖ୍ୟମନ୍ତ୍ରୀ ଗତକାଲି ରାଜ୍ୟବାସୀଙ୍କ କହିଥିଲେ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'

କରୋନାକୁ ଚେକ ଦେବାକୁ ୧୪ ଦିନିଆ ମାସ୍କ ଡ୍ରାଇଭ ସହ ପୂରା ପରିବାରକୁ ମାସ୍କ ପିନ୍ଧାଇବାକୁ ମାଆମାନଙ୍କୁ ଗୁରୁଦାୟିତ୍ବ ଦେଇଛନ୍ତି ନବୀନ । ଝୁଲାଇକି ନୁହେଁ, ପୂରା ନାକ ଓ ମୁହଁ କରିବା କଭର କରିବା ଭଳି ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ପରେ ରାଜ୍ୟରେ ୧୪ଦିନିଆ ମାସ୍କ ଅଭିଯାନ ଆରମ୍ଭ ହୋଇଛି । କରୋନା ମୁକାବିଲାରେ ମାସ୍କ ମୁଖ୍ୟ କବଚ ସାଜିଥିବାରୁ ରାଜ୍ୟବାସୀଙ୍କୁ ଆଜିଠାରୁ ମାସ୍କ ପିନ୍ଧିବା ପାଇଁ ମୁଖ୍ୟମନ୍ତ୍ରୀ ଅପିଲ୍ କରିଥିଲେ । କରୋନାର ଦ୍ବିତୀୟ ଲହରୀରେ ଦ୍ରୁତଗତିରେ ସଂକ୍ରମଣ ହେଉଥିବାରୁ ମାସ୍କ ପିନ୍ଧିବା ଜରୁରୀ । ମାସ୍କ ଅଭିଯାନର ମୁଖ୍ୟ ସୂତ୍ରଧର ସାଜିବେ ମାଆ । ଏଥିଲାଗି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଗୁରୁଦାୟିତ୍ବ ଦେଇଛନ୍ତି । ରାଜ୍ୟ ସରକାର ବାହାରେ ଜଗୁଛନ୍ତି, ମାଆମାନେ ଘରେ ଜଗନ୍ତୁ । ମାଆମାନେ ସତର୍କ ହେଲେ କରୋନା କେବେବି ଆମ ଘର ଭିତରକୁ ଆସିପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ମାସ୍କ ଅଭିଯାନକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର