ମନୋରଞ୍ଜନ
ଓଡ଼ିଶା
'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ' ଯୋଜନା ଶୁଭାରମ୍ଭ, ବିବାହ ପାଇଁ ଆର୍ଥିକ ସହାୟତା ଯୋଗାଇଦେବେ ସରକାର
ଗଞ୍ଜାମ: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଶୁଭାରମ୍ଭ । ଗଞ୍ଜାମର ତାରାତାରିଣୀ ପୀଠରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତାରାତାରିଣୀ ପୀଠରେ ୨୦୦ରୁ ଅଧିକ କନ୍ୟାଙ୍କ ସାମୂହିକ ବିବାହ ଚାଲିଛି । ପ୍ରତ୍ୟେକ ବିବାହ ପାଇଁ ସରକାର ବ୍ୟୟ କରିବେ ୬୦ ହଜାର ଟଙ୍କା । ବିଶେଷ କରି ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଓ ଅନୁସୂଚିତ ଜାତି-ଜନଜାତି ପରିବାରର ପିତାମାତାଙ୍କ ପାଇଁ କନ୍ୟା ବିବାହ ଯେପରି ସମସ୍ୟା ହୋଇ ରହିବ ନାହିଁ, ସେଥିପାଇଁ ଏହି ଯୋଜନା ଆର୍ଥିକ ସହାୟତାର ଏକ ସୁଦୃଢ଼ ମାଧ୍ୟମ ସାଜିବ ।
ତେବେ ଏହି ଯୋଜନାରେ ବାଲ୍ୟ ବିବାହ ରୋକା ଯିବ । ଏଥିସହି ଯୌତୁକ ପ୍ରଥା ରୋକିବ ଏହି ଯୋଜନା । ମହିଳା ଓ ଶିଶୁକଲ୍ୟାଣ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ୧୮ରୁ ୩୫ ବର୍ଷ ବୟସ ପର୍ଯ୍ୟନ୍ତ ଝିଅ ଓ ୨୧ରୁ ୩୫ ବର୍ଷ ପର୍ଯ୍ୟନ୍ତ ପୁଅ ସାମିଲ ହୋଇଛନ୍ତି ।
ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ବୋମା ବିସ୍ଫୋରଣ ଘଟଣାର ତଦନ୍ତ କରିବ NIA





