ଭୁବନେଶ୍ଵରରେ ଆଇବିଏମ ଡେଭଲପମେଣ୍ଟ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ଜନସେବାରେ ୨୫ ବର୍ଷ ଉତ୍ସର୍ଗ କରିଥିବା ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଜନ୍ମଦିନ ମଧ୍ୟ ଅନ୍ୟଦିନ ପରି ଏକ ସାଧାରଣ ଦିନ । ସବୁଦିନ ପରି ଆଜି ବି ଏକ କର୍ମମୟ ଦିନ । ଜନ୍ମଦିନ ନିଜେ ନ ମନାଇବା ସହ ତାଙ୍କ ଜନ୍ମ ଦିନରେ କେହି ଶୁଭେଚ୍ଛା ଜଣାଇବା ପାଇଁ ମଧ୍ୟ ନବୀନ ନିବାସ ନଆସିବା ପାଇଁ କାଲିଠୁ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହ ଓଡ଼ିଶାବାସୀଙ୍କ […]

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ଜନସେବାରେ ୨୫ ବର୍ଷ ଉତ୍ସର୍ଗ କରିଥିବା ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଜନ୍ମଦିନ ମଧ୍ୟ ଅନ୍ୟଦିନ ପରି ଏକ ସାଧାରଣ ଦିନ । ସବୁଦିନ ପରି ଆଜି ବି ଏକ କର୍ମମୟ ଦିନ । ଜନ୍ମଦିନ ନିଜେ ନ ମନାଇବା ସହ ତାଙ୍କ ଜନ୍ମ ଦିନରେ କେହି ଶୁଭେଚ୍ଛା ଜଣାଇବା ପାଇଁ ମଧ୍ୟ ନବୀନ ନିବାସ ନଆସିବା ପାଇଁ କାଲିଠୁ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହ ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ପାଇଁ ସେ ସର୍ବଦା ଋଣୀ ରହିବେ ବୋଲି କରିଥିଲେ। ତେବେ ଆଜି ଜନ୍ମ ଦିନରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ଟେକ୍ ଜିଆଣ୍ଟ ଆଇବିଏମର ଡେଭଲପମେଣ୍ଟ ସେଣ୍ଟର ଉଦଘାଟନ କରିବା ପରେ ହାଇଦ୍ରାବାଦରେ ଆସନ୍ତାକାଲି ହେବାକୁ ଥିବା ଓଡ଼ିଶା ଇନଭେଷ୍ଟର୍ସ ମିଟରେ ଯୋଗ ଦେବା ପାଇଁ ଯାଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ରାଜଧାନୀ ଭୁବନେଶ୍ୱରର ଚନ୍ଦକା ଶିଳ୍ପାଞ୍ଚଳରେ ଆଇବିଏମର ଭୁବନେଶ୍ୱର କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି । ଦେଶର ପୂର୍ବ ଭାଗରେ ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ଆଇବିଏମର ଏହ ପ୍ରଥମ ଶାଖା କାର୍ଯ୍ୟାଳୟ । କାର୍ଯ୍ୟାଳୟ ଉଦଘାଟନ ସମୟରେ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଆଇଟି ସଚିବ ମଧ୍ୟ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ମେକ୍ ଇନ୍ ଓଡ଼ିଶା ଉପକ୍ରମ କ୍ରମରେ ଆଇବିଏମ୍ ଓଡ଼ିଶା ଆସିଛି । ସେପ୍ଟେମ୍ବର ମାସରେ ଆଇବିଏମ୍ ଓଡ଼ିଶାରେ ତା’ର କାର୍ଯ୍ୟାଳୟ ଖୋଲିବା ପାଇଁ ଘୋଷଣା କରିଥିଲା । ଘୋଷଣାର ମାତ୍ର ମାସକ ପରେ ଓଡ଼ିଶାରେ ଆଇବିଏମ୍ ତା’ର କାର୍ଯ୍ୟାଳୟ ଖୋଲିଛି । ଓଡ଼ିଶା ସରକାରଙ୍କ ଶିଳ୍ପନୀତିକୁ ଏଥିପାଇଁ ପ୍ରଶଂସା କରାଯାଉଛି । ସୂଚନାଯୋଗ୍ୟ ଯେ, ଇନଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମ ଅନ୍ତର୍ଗତରେ ମୁଖ୍ୟମନ୍ତ୍ରୀ ଦେଶର ବିଭିନ୍ନ ମହାନଗରୀକୁ ଯାଇ ଓଡ଼ିଶାରେ ପୁଞ୍ଜି ବିନିଯୋଗ ପାଇଁ ଶିଳ୍ପପତି ମାନଙ୍କୁ ଆମନ୍ତ୍ରଣ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ସୂଚନାଯୋଗ୍ୟ ଯେ ଖ୍ୟାତାନାମା ଶିଳ୍ପଦ୍ୟୋଗୀଙ୍କୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆକୃଷ୍ଟ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଦୁବାଇରୁ ପ୍ରଥମ ନିବେଶକ ସମ୍ମିଳନୀ ଆରମ୍ଭ କରିବା ପରେ ଅହମ୍ମଦାବାଦ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁରେ ପରେ ହାଇଦ୍ରାବାଦ ଠାରେ ଷଷ୍ଠ ନିବେଶକ ସମ୍ମିଳନୀ କରିବାକୁ ଯାଉଛନ୍ତି।ଏହି ସମ୍ମିଳନୀରେ ମୁଖ୍ୟତଃ ହେଲ୍ଥ୍‌‌ ଏବଂ ଫାର୍ମା, ଆଇଟି, ମେଟାଲ ଏବଂ ମେଟାଲ ଡାଉନଷ୍ଟ୍ରିମ, ଟେକ୍ସଟାଇଲ, ଫୁଡ ପ୍ରୋସେସିଂ, ମାଇନିଂ ମେସିନାରୀ ଏବଂ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ପ୍ରମୁଖ କମ୍ପାନୀଙ୍କର ମୁଖ୍ୟମାନଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ପୂର୍ବରୁ ଏହି ଉପରୋକ୍ତ ୬ ଟି ନିବେଶକ ସମ୍ମିଳନୀ ଦ୍ୱାରା ରାଜ୍ୟକୁ ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ପଥ ପରିଷ୍କାର ହୋଇଥିବା ବେଳେ ହାଇଦ୍ରାବାଦଠାରେ ହେବା ଯାଉଥିବା ସମ୍ମେଳନ ମଧ୍ୟ ରାଜ୍ୟରେ ଚାଲିଥିବା ଶିଳ୍ପାନୟନ କ୍ଷେତ୍ରରେ ପ୍ରମୁଖ ଅଂଶ ଗ୍ରହଣ କରିବ ବୋଲି ଆଶା କରାଯାଉଛି। ସବୁଠି ମୁଖ୍ୟମନ୍ତ୍ରୀ ନିଜେ ଶିଳ୍ପପତି, ନିବେଶକମାନଙ୍କ ସହ ଆଲୋଚନା କରୁଛନ୍ତି। ଏହା ଦ୍ୱାରା ସେମାନଙ୍କୁ ଏକ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ମିଳୁଛି ଯାହାର ପରିଣାମ ମେକ୍‌‌ ଇନ୍‌‌ ଓଡ଼ିଶା କନକ୍ଲେଭ୍‌‌ ଏବଂ ପରବର୍ତ୍ତି ସମୟରେ ଦେଖିବାକୁ ମିଳିବ ବୋଲି କୁହାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର