ଛତିଶଗଡ଼ ଓ ଆନ୍ଧ୍ର ବାଘ ଏବେ ଓଡ଼ିଶା ମୁହାଁ, ଆସୁଥିବା ବାଘଙ୍କ ସୁରକ୍ଷା ବନ ବିଭାଗ ପାଇଁ ଆହ୍ୱାନ

The Sakala Picture
Published On

ଭୁବନେଶ୍ୱର (ପ୍ରଦୀପ ଭାରତୀ): ରାଜ୍ୟର ତିନୋଟି ବନାଞ୍ଚଳରେ ମହାବଳ ବାଘଙ୍କ ଆବିର୍ଭାବ ବନ ବିଭାଗକୁ ଉତ୍ସାହିତ କରିଛି। ଗତ କିଛି ବର୍ଷ ମଧ୍ୟରେ ମହାବଳ ବାଘଙ୍କ ସଂଖ୍ୟା ହ୍ରାସ ନେଇ ବନ ବିଭାଗ ବହୁ ସମାଲୋଚନା ସହିଥିବା ବେଳେ ଏବେ କେନ୍ଦୁଝର, ଡେବ୍ରିଗଡ଼ ଓ ଗଜପତି ଜିଲ୍ଲାର ରାୟଗଡ଼ ଜଙ୍ଗଲ ଏହି ଘାଆରେ ମଲମ ଲଗାଇଛି। ଏହି ୩ଟି ବନାଞ୍ଚଳରେ ନିୟମିତ ଭାବେ ମହାବଳ ବାଘ ଦେଖାଦେଉଛନ୍ତି। ଡେବ୍ରିଗଡ଼ ଓ କେନ୍ଦୁଝରରେ ବାଘ ପାଖାପାଖି ବର୍ଷେ ହେବ […]

ଭୁବନେଶ୍ୱର (ପ୍ରଦୀପ ଭାରତୀ): ରାଜ୍ୟର ତିନୋଟି ବନାଞ୍ଚଳରେ ମହାବଳ ବାଘଙ୍କ ଆବିର୍ଭାବ ବନ ବିଭାଗକୁ ଉତ୍ସାହିତ କରିଛି। ଗତ କିଛି ବର୍ଷ ମଧ୍ୟରେ ମହାବଳ ବାଘଙ୍କ ସଂଖ୍ୟା ହ୍ରାସ ନେଇ ବନ ବିଭାଗ ବହୁ ସମାଲୋଚନା ସହିଥିବା ବେଳେ ଏବେ କେନ୍ଦୁଝର, ଡେବ୍ରିଗଡ଼ ଓ ଗଜପତି ଜିଲ୍ଲାର ରାୟଗଡ଼ ଜଙ୍ଗଲ ଏହି ଘାଆରେ ମଲମ ଲଗାଇଛି। ଏହି ୩ଟି ବନାଞ୍ଚଳରେ ନିୟମିତ ଭାବେ ମହାବଳ ବାଘ ଦେଖାଦେଉଛନ୍ତି। ଡେବ୍ରିଗଡ଼ ଓ କେନ୍ଦୁଝରରେ ବାଘ ପାଖାପାଖି ବର୍ଷେ ହେବ ରହି ଆସୁଥିବା ବେଳେ ଆନ୍ଧ୍ରପ୍ରଦେଶ ସୀମା ଡେଇଁ ଗୋଟିଏ ବାଘ ଗଜପତି ଜଙ୍ଗଲରେ ପଇଁତରା ମାରୁଛି। ସମ୍ଭବତଃ ଏହି ବାଘ ନିଜ ପାଇଁ ଏକ ସୁରକ୍ଷିତ ବାସସ୍ଥାନ ଖୋଜୁଛି ବୋଲି ପ୍ରାଣୀବିଶେଷଜ୍ଞମାନେ କହିଛନ୍ତି। ତେଣୁ ଓଡ଼ିଶା ଜଙ୍ଗଲରେ ଏହି ବାଘକୁ ସୁରକ୍ଷା ଦେଇ ଏଠାରେ ଏହି ବାଘର ସ୍ଥାୟୀ ଠିକଣା କରିବା ପାଇଁ ବନ ବିଭାଗ ପ୍ରୟାସ କରୁଛି। ‌ସେହିପରି ଡେବ୍ରିଗଡ଼ରେ ରହିଥିବା ବାଘଟି ପଡ଼ୋଶୀ ଛତିଶଗଡ଼ରୁ ଆସିଛି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଶିମିଳିପାଳରେ ମଧ୍ୟ ବାଘ ସଂଖ୍ୟା ବୃଦ୍ଧି ହେବା ସହ ଏଠାରୁ ବାଘ କେନ୍ଦୁଝର ସହ ଅନ୍ୟତ୍ର ଯା’ ଆସ କରୁଥିବା ଜଣାପଡ଼ିଛି। ସେହିପରି ସୁନାବେଡ଼ା ଜଙ୍ଗଲରେ ମଧ୍ୟ ବାଘଙ୍କର ଗତିବିଧି ଭଲ ରହିଛି। ୨୦୨୧-୨୨ ମସିହାରେ ରାଜ୍ୟରେ ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌‌ଟିସିଏ) ପକ୍ଷରୁ ବାଘ ଗଣନା କରାଯାଇ ରାଜ୍ୟରେ ୨୦ ଟି ବାଘ ଥିବା କୁହାଯାଇଥିଲା। ହେଲେ ରାଜ୍ୟରେ ଏହାଠାରୁ ଅଧିକ ବାଘ ଅଛନ୍ତି ବୋଲି ରାଜ୍ୟ ସରକାର ଆଶା କରୁଛନ୍ତି। ରାଜ୍ୟ ସରକାର ବର୍ତ୍ତମାନ ନିଜସ୍ୱ ବାଘ ସଂଖ୍ୟା ଜାଣିବା ପାଇଁ ଗଣନା ଜାରି ରଖିଛନ୍ତି। ଗଣନା ପରେ ଆସନ୍ତା ୨୦୨୪ ଜାନୁଆରୀରେ ରାଜ୍ୟରେ ବାଘ ସଂଖ୍ୟାର ତଥ୍ୟ ପ୍ରକାଶ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଅପରପକ୍ଷେ, ୨୦୧୮ରେ ଶିମିଳିପାଳରେ ୮ଟି ବାଘ ଥିବା ବେଳେ ବର୍ତ୍ତମାନ ତାହା ୧୬କୁ ବୃଦ୍ଧି ପାଇଥିବା ଏନ୍‌‌ଟିସିଏ ପକ୍ଷରୁ କୁହାଯାଇଛି। ମାତ୍ର ୨୦୧୮ରେ ରାଜ୍ୟରେ ୨୮ଟି ବାଘ ଥିବା ବେଳେ ଏ ବର୍ଷ ତାହା ୨୦କୁ ଖସି ଆସିଥିବା ଏହି ସଂସ୍ଥା ନିଜର ରିପୋର୍ଟରେ ପ୍ରକାଶ କରିଛି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ; କହିଲେ, ବିଜେପି ସରକାରରେ ନେତୃତ୍ୱ ସଙ୍କଟ, ବଢୁଛି ନାରୀ ନିର୍ଯାତନା

ରାଜ୍ୟର ବିଭିନ୍ନ ଜଙ୍ଗଲରେ ବାଘ ଦେଖାଯିବା ସମ୍ପର୍କରେ ପୂର୍ବତନ ବରିଷ୍ଠ ବନ୍ୟପ୍ରାଣୀ ଗବେଶକ ଲାଲା ଏକେ ସିଂହ କହିଛନ୍ତି ଯେ ଅଧିକ ବାଘ ଦେଖାଯିବା ଏକ ଭଲ ଖବର। ତେବେ ଏହି ବାଘଗୁଡ଼ିକ ଅନ୍ୟ କେଉଁଆଡ଼ୁ ଆସିନାହାନ୍ତି, ବରଂ ସେମାନେ ଓଡ଼ିଶା ଜଙ୍ଗଲରେ ହିଁ ରହୁଥିଲେ। ଏନ୍‌‌ଟିସିଏ ପକ୍ଷରୁ ଯେଉଁ ବାଘ ଗଣନା କରାଯାଉଛି, ସେଥିରେ ଅତ୍ୟଧିକ ମେସିନ୍‌‌ ଉପରେ ଭରସା କରାଯାଉଛି। ମାତ୍ର ବର୍ତ୍ତମାନ ରାଜ୍ୟ ସରକାରଙ୍କ ନିଜସ୍ୱ ବାଘ ଗଣନା ଜାରି ରହିଛି। ଏଥିରେ ଅଧିକ ସଂଖ୍ୟକ ବନ କର୍ମଚାରୀ ସାମିଲ୍‌‌ ହୋଇଛନ୍ତି ଓ ଜଙ୍ଗଲକୁ ଯାଉଛନ୍ତି। ଯାହାଦ୍ୱାରା ଅଧିକ ବାଘଙ୍କ ଗତିବିଧି ନଜରକୁ ଆସୁଛି ବୋଲି ଶ୍ରୀ ସିଂହ କହିଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଅନ୍ୟପଟେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଦେଖାଦେଉଥିବା ମହାବଳଙ୍କ ସୁରକ୍ଷା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅତୀତରେ ରାଜ୍ୟର ଏକାଧିକ ଜଙ୍ଗଲରେ ମହାବଳ ବାଘ ରହୁଥିଲେ। ହେଲେ ଶିକାରୀଙ୍କ ପ୍ରାଦୁର୍ଭାବ ବାଘଙ୍କ ସଂଖ୍ୟାକୁ ଦ୍ରୁତ ଗତିରେ ହ୍ରାସ କରାଇଥିଲା। ତେଣୁ ଏବେ ବନ ବିଭାଗ କିପରି ରଣନୀତି କରିବ ଓ ବାଘଙ୍କୁ ସୁରକ୍ଷା ଦେବ, ତାହା ଏକ ବଡ଼ ଆହ୍ୱାନ ହୋଇଛି। ପିସିସିଏଫ୍‌‌ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ କହିଛନ୍ତି ଯେ ଗୋଟିଏ ଜଙ୍ଗଲରେ ଗୋଟିଏ ଅଣ୍ଡିରା ବାଘ ପ୍ରାପ୍ତ ବୟସ୍କ ହେବା ପରେ ସେ ସେହି ଅଞ୍ଚଳରୁ ବାହାରି ନିଜ ପାଇଁ ଏକ ନୂଆ ସ୍ଥାନ ସୃଷ୍ଟି କରିଥା’ନ୍ତି। ଏହି ଧାରାରେ ଶିମିଳିପାଳରୁ ଗୋଟିଏ ବାଘ ଆସି କେନ୍ଦୁଝରରେ ରହୁଛି। ସମାନ ଭାବେ ଛତିଶଗଡ଼ରୁ ଗୋଟିଏ ବାଘ ଆସି ସମ୍ବଲପୁରରେ ରହିଛି। ଗଜପତିରେ ମଧ୍ୟ ଗୋଟିଏ ବାଘ ଆସିଛି। ସବୁ ବାଘଙ୍କ ସୁରକ୍ଷା ଉପରେ ବନ ବିଭାଗ ଗୁରୁତ୍ୱ ଦେଉଥିବା ଶ୍ରୀ ନନ୍ଦ କହିଛନ୍ତି।

ଅନ୍ୟପଟେ ସୁନା‌ବେଡ଼ା ଜଙ୍ଗଲରେ ବ୍ୟାଘ୍ର ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ମିଳିସାରିଛି। କେବଳ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଜାରି କରିବା ପରେ ଏଠାରେ ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟକାରୀ ହୋଇଯିବ। ସମାନ ଭାବେ ଡେବ୍ରିଗଡ଼ରେ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ ପାଇଁ ଯୋଜନା ରହିଛି। ତେଣୁ ଏନ୍‌‌ଟିସିଏର ଅନୁମତିକୁ ଅପେକ୍ଷା ରହିଛି। ଏହି ଦୁଇ ବ୍ୟାଘ୍ର ପ୍ରକଳ୍ପ ରାଜ୍ୟ ପାଇଁ ଏକ ବଡ଼ ସୁଫଳ ଆଣିବ ବୋଲି ଆଶା କରାଯାଉଛି।
ଏନ୍‌‌ଟିସିଏର ରିପୋର୍ଟ ଅନୁସାରେ, ୨୦୦୬ରେ ରାଜ୍ୟରେ ୪୫ଟି ବାଘ ଥିଲା ବେଳେ ୨୦୧୦ରେ ଏହି ସଂଖ୍ୟା ୩୨କୁ ଖସିଥିଲା। ୨୦୧୪ ଓ ୨୦୧୮ରେ ବାଘ ସଂଖ୍ୟା ୨୮କୁ ହ୍ରାସ ପାଇଥିଲା। ସେହିପରି ରାଜ୍ୟ ସରକାର ଏହି ଗଣନା ପ୍ରକ୍ରିୟାକୁ ଗ୍ରହଣ ନ କରି ନିଜସ୍ୱ ଭାବେ ବାଘ ଗଣନା କିରିଥିଲେ। ଏଥିରେ ୨୦୦୪ରେ ରାଜ୍ୟରେ ୧୯୨ଟି ବାଘ ଥିବା ବେଳେ ୨୦୧୬ରେ ଏହି ସଂଖ୍ୟା ୪୦କୁ ଖସି ଆସିଥିଲା। ଏହା ପରଠାରୁ ରାଜ୍ୟ ସରକାର ନିଜସ୍ୱ ଭାବେ ବାଘ ଗଣନା କରି ନ ଥିବା ବେଳେ ୭ବର୍ଷ ପରେ ପୁଣି ଥରେ ବାଘ ଗଣନା ପ୍ରକ୍ରିୟା ଜାରି ରଖିଛନ୍ତି।

24 Nov 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର