କେନ୍ଦ୍ର ବନ୍ଦ କରିଛି ପୁରୁଣା ବିହନ ରିଆତି, ଚାଷୀଙ୍କ ଉପରେ ଲଦି ଦିଆଯାଉଛି ନୂଆ ବିହନ

The Sakala Picture
Published On

ଭୁବନେଶ୍ୱର : ବିହନ ଯୋଗାଣ ସଂକ୍ରାନ୍ତରେ କେନ୍ଦ୍ରର ନୀତି ଚାଷୀଙ୍କ ପାଇଁ ସୃଷ୍ଟି କରିଛି ନୂଆ ସମସ୍ୟା। ଚାଷୀଙ୍କ ପସନ୍ଦ ଓ ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ଆଧାରିତ ବିହନ ପରିବର୍ତ୍ତେ ନୂଆ କିସମ ବିହନ ଯୋଗାଣ ତ ସମସ୍ୟା ସୃଷ୍ଟି କରିଛି, ଅନ୍ୟ ପକ୍ଷରେ ବିହନ ନିମନ୍ତେ ରିଆତି ବ୍ୟବସ୍ଥା ବନ୍ଦ କରି ଦିଆଯିବା ପରେ ଚାଷୀଙ୍କ ପାଇଁ ଅଧିକ ପୀଡ଼ାଦାୟକ ହୋଇଛି। କେନ୍ଦ୍ର ସରକାରଙ୍କ ନୂଆ ନିୟମ ଅନୁସାରେ ୧୦ ବର୍ଷରୁ ପୁରୁଣା ବିହନ ଯୋଗାଣ […]

ଭୁବନେଶ୍ୱର : ବିହନ ଯୋଗାଣ ସଂକ୍ରାନ୍ତରେ କେନ୍ଦ୍ରର ନୀତି ଚାଷୀଙ୍କ ପାଇଁ ସୃଷ୍ଟି କରିଛି ନୂଆ ସମସ୍ୟା। ଚାଷୀଙ୍କ ପସନ୍ଦ ଓ ସ୍ଥାନୀୟ ଅଞ୍ଚଳର ଆବଶ୍ୟକତା ଆଧାରିତ ବିହନ ପରିବର୍ତ୍ତେ ନୂଆ କିସମ ବିହନ ଯୋଗାଣ ତ ସମସ୍ୟା ସୃଷ୍ଟି କରିଛି, ଅନ୍ୟ ପକ୍ଷରେ ବିହନ ନିମନ୍ତେ ରିଆତି ବ୍ୟବସ୍ଥା ବନ୍ଦ କରି ଦିଆଯିବା ପରେ ଚାଷୀଙ୍କ ପାଇଁ ଅଧିକ ପୀଡ଼ାଦାୟକ ହୋଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ସନ୍ଦିଗ୍ଧ ସ୍କ୍ରବ୍ ଟାଇଫସ୍ ମାମଲା: ଭୟଭୀତ ନହେବାକୁ ପରାମର୍ଶ, ସ୍ଥିତି ଉପରେ ସ୍ୱାସ୍ଥ୍ୟ ବିଭାଗର କଡ଼ା ନଜର

କେନ୍ଦ୍ର ସରକାରଙ୍କ ନୂଆ ନିୟମ ଅନୁସାରେ ୧୦ ବର୍ଷରୁ ପୁରୁଣା ବିହନ ଯୋଗାଣ ପାଇଁ ଆଉ ଆର୍ଥିକ ପ୍ରୋତ୍ସାହନ ଦିଆଯିବ ନାହିଁ। ପରିଣାମ ସ୍ୱରୂପ ପୂର୍ବାପେକ୍ଷା ବିହନ ବିକ୍ରି ପ୍ରାୟ ୫୦% ହ୍ରାସ ପାଇଛି। କେନ୍ଦ୍ର ସରକାରଙ୍କ ଧାନ ଗବେଷଣା ଅନୁଷ୍ଠାନ ଯେଉଁ କିସମର ବିହନ ଯୋଗାଣ ପାଇଁ ସବୁଜ ସଙ୍କେତ ଦେଇଛନ୍ତି ତାହା ଚାଷୀମାନଙ୍କ ଦ୍ୱରା ଗ୍ରହଣୀୟ ହୋଇପାରୁ ନାହିଁ। ଅଧିକ ଅମଳକ୍ଷମ, ସ୍ୱାଦଯୁକ୍ତ ଆଉ ପ୍ରତିକୂଳ ପରିସ୍ଥିତି ସହ ଲଢ଼ି ପାରୁଥିବା ପୁରୁଣା ବିହନକୁ ଚାଷୀ ପସନ୍ଦ କରୁଛନ୍ତି। ଏହି ଧରଣ ବିହନ ଯୋଗାଇବାକୁ ରାଜ୍ୟ ସରକାର ପ୍ରସ୍ତୁତ ଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ନିୟମ ଯୋଗୁଁ ତାହା ସମ୍ଭବ ହୋଇ ପାରୁନାହିଁ। ବିହନ ସମସ୍ୟା ଚାଷୀଙ୍କ ନିକଟର ଆସି ବିଧାନସଭାରେ ପହଞ୍ଚି ସାରିଛି।

ଆହୁରି ପଢ଼ନ୍ତୁ: ସାମ୍ବାଦିକଙ୍କ ପାଇଁ ଖୁସି ଖବର: ଆୟୁଷ୍ମାନ ଭାରତ ସହ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା

ଗତକାଲି ବିଧାନସଭାରେ ଦଳମତ ନିର୍ବିଶେଷରେ ବିଭିନ୍ନ ଦଳର ସଦସ୍ୟମାନେ ବିହନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିହନ ନିଗମ ଯୋଗାଉଥିବା ବିହନକୁ ନେଇ ସଦସ୍ୟମାନେ ଉଦବେଗ ପ୍ରକାଶ କରିଛନ୍ତି। ନୂଆ ବିହନ ଗଜା ହେଉନାହିଁ, ଅମଳ ପରିମାଣ ହ୍ରାସ ପାଉଛି, ରୋଗ ପୋକ ସମସ୍ୟା ଲାଗି ରହୁଥିବା ନେଇ ସଦସ୍ୟମାନେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଚାଷୀମାନେ ନୂଆ ବିହନ ଅପେକ୍ଷା ପୁରୁଣା ବିହନକୁ ଅଧିକ ପସନ୍ଦ କରୁଛନ୍ତି। ଏଥିପାଇଁ ଅବଶ୍ୟ ରାଜ୍ୟ ସରକାର ନିଜ ହାତରୁ ଆର୍ଥିକ ପ୍ରୋତ୍ସାହନ ଦେଇ କିଛି ପୁରୁଣା ବିହନ ଯୋଗାଉଛନ୍ତି। ମାତ୍ର ଏହା ପର୍ଯ୍ୟାପ୍ତ ହେଉନଥିବା ଅଭିଯୋଗ ହେଉଛି। କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ଦ୍ୱାରା ସ୍ୱୀକୃତିପ୍ରାପ୍ତ ସ୍ୱର୍ଣ୍ଣ, ପୂଜା, ୧୦୦୧, ୧୦୧୦, ୧୦୦୯ ବିହନର ଚାହିଦା ରହିଛି। ସେହିପରି କଲଚର୍‍-୨୦ ବିହନ ମଧ୍ୟ ଆଦୃତି ପାଇଛି। ୫୦/୬୦ ଦିନ ମଧ୍ୟରେ ଅମଳ ହେଉଥିବା ଏହି ଧାନରୁ ପ୍ରସ୍ତୁତ ଚାଉଳ ସୁଆଦିଆ ହେବା ସହିତ ଏଥିରେ ପୁଷ୍ଟିକର ତତ୍ତ୍ୱ ଭରି ରହିଛି। ଏଥିସହ ୧୦୧୪, ଧୋତିଆ, ଚନ୍ଦା ଭଳି କିସମ ଚାଷୀଙ୍କ ଦ୍ୱାରା ବେଶ୍‍ ଗ୍ରହଣୀୟ ହୋଇପାରୁଥିଲା। ନୂଆ କିସମରେ ପୁଞ୍ଜି ବିନିଯୋଗ ପୁରୁଣା କିସମ ତୁଳନାରେ ଢ଼େର ଅଧିକ ରହୁଛି। ଅଧିକାଂଶ ଧାନ ଅମଳ ହେବାରେ ବିଳମ୍ବ ହେଉଛି।

ଓୟୁଏଟିର ପୂର୍ବତନ ଗବେଷକ ପ୍ରଫେସର ଜି ବସ୍ତିଆଙ୍କ ମତରେ ପୁରୁଣା କିସମ ବିହନରେ ଗୁଣବତ୍ତା ଅଧିକ। ନୂଆ ବିହନକୁ ମଞ୍ଜୁରୀ ମିଳିବା ପରେ ତାହା ଚାଷୀଙ୍କୁ ଯୋଗାଇ ଦିଆଯାଉଛି। ଏହା ମଧ୍ୟ ଭଲ; କିନ୍ତୁ ପୁରୁଣା ବିହନରେ ଥିବା ଗୁଣବତ୍ତା ନୂଆ ବିହନରେ ରହୁନାହିଁ। ଚାଷୀମାନେ ଚାହିଁଲେ ପୁରୁଣା ବିହନ ଆଣି ଚାଷ କରିପାରିବେ। କିନ୍ତୁ ସରକାରୀ ପ୍ରୋତ୍ସାହନ ଅଭାବରେ ଚାଷୀଙ୍କ ପକ୍ଷରେ ଏହା ସମ୍ଭବ ହେଉ ନାହିଁ।

ରାଜ୍ୟ ବିହନ ନିଗମ ସୂଚନା ଅନୁସାରେ ସାଧାରଣତଃ ଖରିଫ୍‍ ଋତୁରେ ବିହନର ଚାହିଦା ଅଧିକ ରହିଥାଏ। ଗତବର୍ଷ ନିଗମ ପକ୍ଷରୁ ୪ ଲକ୍ଷ ୨୧ ହଜାର ବିହନ ବିକ୍ରି ହୋଇଥିଲା ବେଳେ ଚଳିତ ବର୍ଷ ଏହା ୨.୪୦ ଲକ୍ଷରେ ସୀମିତ ରହିଛି। ପସନ୍ଦ ମୁତାବକ ବିହନ ନ ମିଳିବାରୁ ଏହି ସମସ୍ୟା ଦେଖା ଦେଇଛି ବୋଲି କୁହାଯାଉଛି। ଅପରପକ୍ଷେ ବିହନ ସବ୍‍ସିଡି ପ୍ରଦାନ ପାଇଁ ଡିବିଟି ବ୍ୟବସ୍ଥା କରାଯାଇଛି। ହେଲେ ଏଥିରେ ଓଟିପି ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇ ଥିବାରୁ ଚାଷୀମାନେ ସମସ୍ୟା ଭୋଗୁଛନ୍ତି। ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ୍‍ ନଥିବା ବେଳେ ବୈଷୟିକ ଜ୍ଞାନର ଅଭାବ ଯୋଗୁଁ ଚାଷୀମାନେ ଏଥିରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି।

ଏ ସମ୍ପର୍କରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ ୧୦ ବର୍ଷରୁ ଅଧିକ ପୁରୁଣା ବିହନ ଉପରେ କେନ୍ଦ୍ର ସରକାର ସବ୍‍ସିଡି ଦେଉ ନାହାନ୍ତି। ତେଣୁ ନୂଆ କିସମ ବିହନ ଯୋଗାଇ ଦିଆଯାଉଛି। କେନ୍ଦ୍ର ସରକାର ଗତ ବର୍ଷରୁ ବ୍ରିଙ୍ଗିଙ୍ଗ୍‍ ଗ୍ରୀନ୍‍ ରିଭୋଲ୍ୟୁସନ୍‍ ଟୁ ଦି ଇଷ୍ଟର୍ଣ୍ଣ ଇଣ୍ଡିଆ (ବିଜିଆରଇଆଇ) ଯୋଜନାରେ ଆର୍ଥିକ ପ୍ରୋତ୍ସାହନକୁ ବନ୍ଦ କରି ଦେଇଛନ୍ତି। ଏଥିରେ କୃଷି ବିକାଶ ସହିତ ବିହନ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ମିଳୁଥିଲା। ବିହନ ଉତ୍ପାଦନ, ଇନପୁଟ ସବ୍‍ସିଡି, ବିହନ ସଂରକ୍ଷଣ, ବିହନ ପ୍ରକ୍ରିୟାକରଣ ପ୍ଲାଣ୍ଟ, ବିତରଣ ପାଇଁ ପ୍ରୋତ୍ସାହନ ମିଳୁଥିଲା। ହେଲେ ଏହାକୁ ବନ୍ଦ କରିଦେବା ଦ୍ୱାରା ଚାଷ କାର୍ଯ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି ବୋଲି ଶ୍ରୀ ସ୍ୱାଇଁ ମତ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର