ପୋଲିସ ଏସ୍ଆଇ ପରୀକ୍ଷା ସ୍କାମ୍: ଆଉ କିଛି ଆଶାୟୀ ପରୀକ୍ଷାର୍ଥୀଙ୍କୁ ସିବିଆଇ ସମନ
ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷା ମହାକେଳେଙ୍କାରୀ । ପୁଣି ଆଉ କିଛି ଆଶାୟୀ ପରୀକ୍ଷାର୍ଥୀଙ୍କୁ ସମନ କଲା ସିବିଆଇ । ଖୁବଶୀଘ୍ର ସିବିଆଇ ଅଫିସରେ ହାଜର ହୋଇ ପରୀକ୍ଷାର୍ଥୀମାନେ ପକ୍ଷ ରଖିବେ । ପରୀକ୍ଷାର୍ଥୀ ମାନେ ହାଜର ହେବା ପରେ ସେମାନଙ୍କ ଠାରୁ ତଥ୍ୟ ହାସଲ କରିବ ସିବିଆଇ । ଯେଉଁ ତଥ୍ୟ ମିଳିବ ତା ଆଧାରରେ ତଦନ୍ତର ଦିଗ ଆଗକୁ ବଢାଇବ ସିବିଆଇ । ପୂର୍ବରୁ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା ସିବିଆଇ। ସମନ ପାଇଥିବା ୩ ଜଣ ଆଶାୟୀଙ୍କୁ ସିବିଆଇ କାର୍ଯ୍ୟାଳୟରେ ଜେରା ଚାଲିଥିବା ସୂଚନା । ଖୁବଶୀଘ୍ର ଆଉ କିଛି ଆଶାୟୀଙ୍କୁ ବି ଜେରା ହୋଇପାରେ ବୋଲି ଜଣାପଡିଛି ।





