ଦିଗହରା କ୍ୟାରିୟର କାଉନ୍ସେଲିଂ ସେଲ୍‌, ଉଚ୍ଚଶିକ୍ଷା ପରେ ପିଲାଙ୍କୁ ମିଳୁନି ନିଯୁକ୍ତି ସୁଯୋଗ

The Sakala Picture
Published On

ଭୁବନେଶ୍ୱର: ବଢ଼଼ୁଛି ଶିକ୍ଷିତ ବେକାରୀଙ୍କ ସଂଖ୍ୟା। ଉତ୍କଟ ହେଉଛି ବେକାରୀ ସମସ୍ୟା। ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜରୁ ସ୍ୱାତକ ଏବଂ ସ୍ନାତକୋତ୍ତର ଡିଗ୍ରି ହାସଲ କରି ମଧ୍ୟ ଚାକିରିଟିଏ ପାଇବାରେ ଛାତ୍ରଛାତ୍ରୀ ସକ୍ଷମ ହେଉ ନାହାନ୍ତି। ଯାହାର ପ୍ରମୁଖ କାରଣ ହେଉଛି ଶିକ୍ଷାନୁଷ୍ଠାନଗୁଡ଼ିକରେ କ୍ୟାରିୟର କାଉନସେଲିଂ ଓ ପ୍ଲେସମେଣ୍ଟ ସେଲ୍‌ର ନିଷ୍କ୍ରିୟତା। ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ କ୍ୟାରିୟର କାଉନସେଲିଂ ଓ ପ୍ଲେସମେଣ୍ଟ ସେଲ୍‌ ନାମକୁ ମାତ୍ର ଥିବାବେଳେ ସରକାରୀ ଡିଗ୍ରି କଲେଜରେ ଏହାକୁ ବିଗତ ବର୍ଷ […]

ଭୁବନେଶ୍ୱର: ବଢ଼଼ୁଛି ଶିକ୍ଷିତ ବେକାରୀଙ୍କ ସଂଖ୍ୟା। ଉତ୍କଟ ହେଉଛି ବେକାରୀ ସମସ୍ୟା। ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜରୁ ସ୍ୱାତକ ଏବଂ ସ୍ନାତକୋତ୍ତର ଡିଗ୍ରି ହାସଲ କରି ମଧ୍ୟ ଚାକିରିଟିଏ ପାଇବାରେ ଛାତ୍ରଛାତ୍ରୀ ସକ୍ଷମ ହେଉ ନାହାନ୍ତି। ଯାହାର ପ୍ରମୁଖ କାରଣ ହେଉଛି ଶିକ୍ଷାନୁଷ୍ଠାନଗୁଡ଼ିକରେ କ୍ୟାରିୟର କାଉନସେଲିଂ ଓ ପ୍ଲେସମେଣ୍ଟ ସେଲ୍‌ର ନିଷ୍କ୍ରିୟତା। ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ କ୍ୟାରିୟର କାଉନସେଲିଂ ଓ ପ୍ଲେସମେଣ୍ଟ ସେଲ୍‌ ନାମକୁ ମାତ୍ର ଥିବାବେଳେ ସରକାରୀ ଡିଗ୍ରି କଲେଜରେ ଏହାକୁ ବିଗତ ବର୍ଷ ଫେବୃଆରୀ ମାସରୁ ବନ୍ଦ କରାଯାଇଛି। ବିଶ୍ୱବିଦ୍ୟାଳୟଗୁଡ଼ିକରେ କାଉନ୍ସେଲିଂ ସେଲ୍‌ କାର୍ଯ୍ୟକ୍ଷମ ହେଉ ନଥିବାରୁ ନାକ୍‍ ମାନ୍ୟତା ମଧ୍ୟ ପ୍ରଭାବିତ ହେଉଛି।

ଆହୁରି ପଢ଼ନ୍ତୁ: ନିର୍ମାଣାଧୀନ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୬ ଜୀବନ, ଜଣେ ଗୁରୁତର

ଉଚ୍ଚଶିକ୍ଷା କ୍ଷେତ୍ରରେ ପିଲାଙ୍କ ମାର୍ଗଦର୍ଶନ କରିବା, ପାଠପଢ଼଼ା ପରେ ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ୨୦୧୮ ମସିହା ଜୁନ୍‍ ମାସରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ୫୨ଟି ସରକାରୀ ଡିଗ୍ରି କଲେଜ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ ସେଲ୍‌ ଗଠନ କରିଥିଲେ। ପ୍ରତି କଲେଜକୁ ଏଥି ପାଇଁ ତିନି ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର କରାଯାଇଥିଲା। ଶିକ୍ଷାନୁଷ୍ଠାନର ଜଣେ ଯୁବ ଅଧ୍ୟାପକଙ୍କୁ ଏହି ସେଲ୍‌ର ସଂଯୋଜକ ଭାବେ ନିଯୁକ୍ତ କରାଯାଇଥିଲା। ଏହି ସେଲ୍‌ ପିଲାଙ୍କ ଉତ୍ତମ କ୍ୟାରିୟର ପାଇଁ କାଉନସେଲିଂ କରିବା ସହିତ ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରୁଥିଲେ। ହେଲେ ୨ ବର୍ଷ ପରେ ବିଭାଗ ୫୨ଟି ଡିଗ୍ରି କଲେଜରେ ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛି। ୨୦୨୧ ମସିହା ଫେବୃଆରୀ ୪ ତାରିଖରେ ଉଚ୍ଚଶିକ୍ଷା ବିଭାଗ ଏହାକୁ ବନ୍ଦ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା। ଏହି ଯୋଜନା ଲକ୍ଷ୍ୟ ହାସଲ କରି ନଥିବାରୁ ଏହାକୁ ବନ୍ଦ କରାଯାଇଥିବା ଉଚ୍ଚଶିକ୍ଷା ବିଭାଗ ଦର୍ଶାଇଥିଲା।

ଆହୁରି ପଢ଼ନ୍ତୁ: ଓଡ଼ିଶା ପୁଲିସରେ ବଡ଼ ନିଯୁକ୍ତି ସୁଯୋଗ: ୭,୬୬୪ ପଦ ପାଇଁ ପ୍ରକ୍ରିୟା ଆରମ୍ଭ, ଏଥିରେ ରହିଛି ୯୩୩ଟି SI ପଦବୀ

ଅପରପକ୍ଷେ ଭାରତୀୟ ମହାଲେଖାଗାର(ସିଏଜି) ତାଙ୍କ ରିପୋର୍ଟରେ ଉଚ୍ଚଶିକ୍ଷା ବିଭାଗର କ୍ୟାରିୟର କାଉନସେଲିଂ ଓ ପ୍ଲେସମେଣ୍ଟ ସେଲ୍‌କୁ ନେଇ ଆସନ୍ତୋଷ ପ୍ରକାଶ କରିଥିଲେ। ସିଏଜି ଦର୍ଶାଇଥିଲେ ଯେ, ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କର ନିଯୁକ୍ତି ପାଇଁ ଉଭୟ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ଅଧ୍ୟୟନର ଅଗ୍ରଗତି ଦୃଢ ହେବା ଆବଶ୍ୟକ ବୋଲି କହିଥିଲେ। ତଥ୍ୟ ଅନୁଯାୟୀ ୨୦୧୪ରୁ ୨୦୧୯ ମସିହା ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟର ହାରାହାରି ୨୫ ପ୍ରତିଶତ ଛାତ୍ର ଏବଂ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ମାତ୍ର ୩.୭୯% ଛାତ୍ରଛାତ୍ରୀମାନେ ପ୍ଲେସମେଣ୍ଟ ସେଲ୍‌/ଚାକିରି ମେଳା ମାଧ୍ୟମରେ ସ୍ଥାନ ପାଇଛନ୍ତି।

ଆହୁରି ପଢ଼ନ୍ତୁ: 'ନିରୀହଙ୍କୁ ଟାର୍ଗେଟ୍‌ କଲେ ନିସ୍ତାର ନାହିଁ', ଅପରାଧୀଙ୍କୁ ଏପରି କଡ଼ା ଚେତାବନୀ ଦେଲେ ପୋଲିସ କମିଶନର

ସେହିପରି ରାଜ୍ୟରେ ଅନେକ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକରେ କ୍ୟାରିୟର କାଉନସେଲିଂ ସେଲ୍‌ଗୁଡିକ ଠିକ୍‍ ଭାବରେ କାର୍ଯ୍ୟକ୍ଷମ ନ ଥିଲା। ଅନେକ କ୍ଷେତ୍ରରେ କ୍ୟାରିୟର କାଉନସେଲିଂ ଓ ନିୟୋଜନ ମେଳାର ସମ୍ପୂର୍ଣ୍ଣ ଅଭାବ ରହିଛି ବୋଲି ସେ ଦର୍ଶାଇଥିଲେ। ହେଲେ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ କ୍ୟାରିୟର କାଉନସେଲିଂ ଓ ପ୍ଲେସମେଣ୍ଟ ସେଲ୍‌ ନାମକୁ ମାତ୍ର ଖୋଲିଛି। ସେଲ୍‌ ଦ୍ୱାରା ପିଲାଙ୍କୁ ନିଯୁକ୍ତି ପାଇଁ କୌଣସି ସୁଯୋଗ ପ୍ରଦାନ କରାଯାଉ ନଥିବା ଏବଂ କ୍ୟାରିୟର କାଉନସେଲିଂ କ୍ଷେତ୍ରରେ ସେଭଳି ଉଲ୍ଲେଖଯୋଗ୍ୟ ପଦକ୍ଷେପ ଗ୍ରହଣ କରୁ ନଥିବା ଛାତ୍ରଛାତ୍ରୀମାନେ କହିଛନ୍ତି। ତେବେ ଶିକ୍ଷାବିତ୍‍ ଡ. ଜୟଶ୍ରୀ ମିଶ୍ର କହନ୍ତି ବିଶ୍ୱବିଦ୍ୟାଳୟଗୁଡ଼ିକ ପ୍ରଥମେ ଗୁଣାତ୍ମକ ଶିକ୍ଷା ପ୍ରତି ଧ୍ୟାନ ଦେବା ଦରକାର। ଏଥି ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଶିକ୍ଷକ ଆବଶ୍ୟକ। ହେଲେ ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜଗୁଡ଼ିକରେ ଅଧାରୁ ଅଧିକ ଶିକ୍ଷକ ପଦ ଖାଲି ପଡ଼ିଛି। ଶିକ୍ଷକ ନିଯୁକ୍ତି ପାଇଁ ସରକାରୀସ୍ତରରେ ଧ୍ୟାନ ଦେବା ଜରୁରୀ। ଏଥିପାଇଁ ନାକ୍‍ ମାନ୍ୟତା ମଧ୍ୟ ପ୍ରଭାବିତ ହୋଇଥାଏ। ତେବେ ଅନଲାଇନ୍‍ ବ୍ୟବସ୍ଥାରେୟ ପିଲାଙ୍କ କ୍ୟାରିୟର କାଉନସେଲିଂ ପାଇଁ ବିଭାଗ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

06 Jun 2022 By The Sakala

ଦିଗହରା କ୍ୟାରିୟର କାଉନ୍ସେଲିଂ ସେଲ୍‌, ଉଚ୍ଚଶିକ୍ଷା ପରେ ପିଲାଙ୍କୁ ମିଳୁନି ନିଯୁକ୍ତି ସୁଯୋଗ

ଭୁବନେଶ୍ୱର: ବଢ଼଼ୁଛି ଶିକ୍ଷିତ ବେକାରୀଙ୍କ ସଂଖ୍ୟା। ଉତ୍କଟ ହେଉଛି ବେକାରୀ ସମସ୍ୟା। ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜରୁ ସ୍ୱାତକ ଏବଂ ସ୍ନାତକୋତ୍ତର ଡିଗ୍ରି ହାସଲ କରି ମଧ୍ୟ ଚାକିରିଟିଏ ପାଇବାରେ ଛାତ୍ରଛାତ୍ରୀ ସକ୍ଷମ ହେଉ ନାହାନ୍ତି। ଯାହାର ପ୍ରମୁଖ କାରଣ ହେଉଛି ଶିକ୍ଷାନୁଷ୍ଠାନଗୁଡ଼ିକରେ କ୍ୟାରିୟର କାଉନସେଲିଂ ଓ ପ୍ଲେସମେଣ୍ଟ ସେଲ୍‌ର ନିଷ୍କ୍ରିୟତା। ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ କ୍ୟାରିୟର କାଉନସେଲିଂ ଓ ପ୍ଲେସମେଣ୍ଟ ସେଲ୍‌ ନାମକୁ ମାତ୍ର ଥିବାବେଳେ ସରକାରୀ ଡିଗ୍ରି କଲେଜରେ ଏହାକୁ ବିଗତ ବର୍ଷ ଫେବୃଆରୀ ମାସରୁ ବନ୍ଦ କରାଯାଇଛି। ବିଶ୍ୱବିଦ୍ୟାଳୟଗୁଡ଼ିକରେ କାଉନ୍ସେଲିଂ ସେଲ୍‌ କାର୍ଯ୍ୟକ୍ଷମ ହେଉ ନଥିବାରୁ ନାକ୍‍ ମାନ୍ୟତା ମଧ୍ୟ ପ୍ରଭାବିତ ହେଉଛି।

ଉଚ୍ଚଶିକ୍ଷା କ୍ଷେତ୍ରରେ ପିଲାଙ୍କ ମାର୍ଗଦର୍ଶନ କରିବା, ପାଠପଢ଼଼ା ପରେ ଛାତ୍ରଛାତ୍ରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉଦ୍ଦେଶ୍ୟରେ୨୦୧୮ ମସିହା ଜୁନ୍‍ ମାସରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ୫୨ଟି ସରକାରୀ ଡିଗ୍ରି କଲେଜ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ ସେଲ୍‌ ଗଠନ କରିଥିଲେ। ପ୍ରତି କଲେଜକୁ ଏଥି ପାଇଁ ତିନି ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର କରାଯାଇଥିଲା। ଶିକ୍ଷାନୁଷ୍ଠାନର ଜଣେ ଯୁବ ଅଧ୍ୟାପକଙ୍କୁ ଏହି ସେଲ୍‌ର ସଂଯୋଜକ ଭାବେ ନିଯୁକ୍ତ କରାଯାଇଥିଲା। ଏହି ସେଲ୍‌ ପିଲାଙ୍କ ଉତ୍ତମ କ୍ୟାରିୟର ପାଇଁ କାଉନସେଲିଂ କରିବା ସହିତ ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରୁଥିଲେ। ହେଲେ ୨ ବର୍ଷ ପରେ ବିଭାଗ ୫୨ଟି ଡିଗ୍ରି କଲେଜରେ ଏହି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛି। ୨୦୨୧ ମସିହା ଫେବୃଆରୀ ୪ ତାରିଖରେ ଉଚ୍ଚଶିକ୍ଷା ବିଭାଗ ଏହାକୁ ବନ୍ଦ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା। ଏହି ଯୋଜନା ଲକ୍ଷ୍ୟ ହାସଲ କରି ନଥିବାରୁ ଏହାକୁ ବନ୍ଦ କରାଯାଇଥିବା ଉଚ୍ଚଶିକ୍ଷା ବିଭାଗ ଦର୍ଶାଇଥିଲା।

ଅପରପକ୍ଷେ ଭାରତୀୟ ମହାଲେଖାଗାର(ସିଏଜି) ତାଙ୍କ ରିପୋର୍ଟରେ ଉଚ୍ଚଶିକ୍ଷା ବିଭାଗର କ୍ୟାରିୟର କାଉନସେଲିଂ ଓ ପ୍ଲେସମେଣ୍ଟ ସେଲ୍‌କୁ ନେଇ ଆସନ୍ତୋଷ ପ୍ରକାଶ କରିଥିଲେ। ସିଏଜି ଦର୍ଶାଇଥିଲେ ଯେ, ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କର ନିଯୁକ୍ତି ପାଇଁ ଉଭୟ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ଅଧ୍ୟୟନର ଅଗ୍ରଗତି ଦୃଢ ହେବା ଆବଶ୍ୟକ ବୋଲି କହିଥିଲେ। ତଥ୍ୟ ଅନୁଯାୟୀ ୨୦୧୪ରୁ ୨୦୧୯ ମସିହା ମଧ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟର ହାରାହାରି ୨୫ ପ୍ରତିଶତ ଛାତ୍ର ଏବଂ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ମାତ୍ର ୩.୭୯% ଛାତ୍ରଛାତ୍ରୀମାନେ ପ୍ଲେସମେଣ୍ଟ ସେଲ୍‌/ଚାକିରି ମେଳା ମାଧ୍ୟମରେ ସ୍ଥାନ ପାଇଛନ୍ତି।

ସେହିପରି ରାଜ୍ୟରେ ଅନେକ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକରେ କ୍ୟାରିୟର କାଉନସେଲିଂ ସେଲ୍‌ଗୁଡିକ ଠିକ୍‍ ଭାବରେ କାର୍ଯ୍ୟକ୍ଷମ ନ ଥିଲା। ଅନେକ କ୍ଷେତ୍ରରେ କ୍ୟାରିୟର କାଉନସେଲିଂ ଓ ନିୟୋଜନ ମେଳାର ସମ୍ପୂର୍ଣ୍ଣ ଅଭାବ ରହିଛି ବୋଲି ସେ ଦର୍ଶାଇଥିଲେ। ହେଲେ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ କ୍ୟାରିୟର କାଉନସେଲିଂ ଓ ପ୍ଲେସମେଣ୍ଟ ସେଲ୍‌ ନାମକୁ ମାତ୍ର ଖୋଲିଛି। ସେଲ୍‌ ଦ୍ୱାରା ପିଲାଙ୍କୁ ନିଯୁକ୍ତି ପାଇଁ କୌଣସି ସୁଯୋଗ ପ୍ରଦାନ କରାଯାଉ ନଥିବା ଏବଂ କ୍ୟାରିୟର କାଉନସେଲିଂ କ୍ଷେତ୍ରରେ ସେଭଳି ଉଲ୍ଲେଖଯୋଗ୍ୟ ପଦକ୍ଷେପ ଗ୍ରହଣ କରୁ ନଥିବା ଛାତ୍ରଛାତ୍ରୀମାନେ କହିଛନ୍ତି। ତେବେ ଶିକ୍ଷାବିତ୍‍ ଡ. ଜୟଶ୍ରୀ ମିଶ୍ର କହନ୍ତି ବିଶ୍ୱବିଦ୍ୟାଳୟଗୁଡ଼ିକ ପ୍ରଥମେ ଗୁଣାତ୍ମକ ଶିକ୍ଷା ପ୍ରତି ଧ୍ୟାନ ଦେବା ଦରକାର। ଏଥି ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଶିକ୍ଷକ ଆବଶ୍ୟକ। ହେଲେ ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜଗୁଡ଼ିକରେ ଅଧାରୁ ଅଧିକ ଶିକ୍ଷକ ପଦ ଖାଲି ପଡ଼ିଛି। ଶିକ୍ଷକ ନିଯୁକ୍ତି ପାଇଁ ସରକାରୀସ୍ତରରେ ଧ୍ୟାନ ଦେବା ଜରୁରୀ। ଏଥିପାଇଁ ନାକ୍‍ ମାନ୍ୟତା ମଧ୍ୟ ପ୍ରଭାବିତ ହୋଇଥାଏ। ତେବେ ଅନଲାଇନ୍‍ ବ୍ୟବସ୍ଥାରେୟ ପିଲାଙ୍କ କ୍ୟାରିୟର କାଉନସେଲିଂ ପାଇଁ ବିଭାଗ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର