ସମିତିସଭ୍ୟ ପ୍ରାର୍ଥୀ ନିଖୋଜ, ପୁସିଂ କାର୍ଡ ଛପାଇବାକୁ ଯାଇ ଫେରି ନାହାନ୍ତି

The Sakala Picture
Published On

ଢେଙ୍କାନାଳ: ପଞ୍ଚାୟତ ନିର୍ବାଚନ ପାରା ବଢ଼ୁଛି । ଗାଁ ଗାଁରେ ପ୍ରଚାର ବି ଜମୁଛି । ଭୋଟରଙ୍କୁ ଆକୃଷ୍ଟ କରାଇବା ଲାଗି ରଣନୀତି ଆପଣାଉଛନ୍ତି ପ୍ରାର୍ଥୀ । ହେଲେ ଢେଙ୍କାନାଳରେ ଭୋଟ୍ ପ୍ରଚାର ପାଇଁ ପୁସିଂ କାର୍ଡ ଛପାଇବାକୁ ଯାଇଥିବା ସମିତିସଭ୍ୟ ପ୍ରାର୍ଥୀ ନିଖୋଜ ହୋଇ ଯାଇଥିବା ଅଭିଯୋଗ ହୋଇଛି । ଏନେଇ କଣ୍ଟାବଣିଆ ଥାନାରେ ଏତଲା ଦେଇଛନ୍ତି ନିଖୋଜ ସମିତିସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରାଙ୍କ ପରିବାର ଲୋକ । ଅଭିଯୋଗ କ୍ରମେ ପୋଲିସ ତଦନ୍ତ କରୁଛି […]

ଢେଙ୍କାନାଳ: ପଞ୍ଚାୟତ ନିର୍ବାଚନ ପାରା ବଢ଼ୁଛି । ଗାଁ ଗାଁରେ ପ୍ରଚାର ବି ଜମୁଛି । ଭୋଟରଙ୍କୁ ଆକୃଷ୍ଟ କରାଇବା ଲାଗି ରଣନୀତି ଆପଣାଉଛନ୍ତି ପ୍ରାର୍ଥୀ । ହେଲେ ଢେଙ୍କାନାଳରେ ଭୋଟ୍ ପ୍ରଚାର ପାଇଁ ପୁସିଂ କାର୍ଡ ଛପାଇବାକୁ ଯାଇଥିବା ସମିତିସଭ୍ୟ ପ୍ରାର୍ଥୀ ନିଖୋଜ ହୋଇ ଯାଇଥିବା ଅଭିଯୋଗ ହୋଇଛି । ଏନେଇ କଣ୍ଟାବଣିଆ ଥାନାରେ ଏତଲା ଦେଇଛନ୍ତି ନିଖୋଜ ସମିତିସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରାଙ୍କ ପରିବାର ଲୋକ । ଅଭିଯୋଗ କ୍ରମେ ପୋଲିସ ତଦନ୍ତ କରୁଛି । ମୋବାଇଲ୍ ଟ୍ରାକିଂ ଓ ପୋଲିସ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଚାଲିଛି । ଚିନ୍ତା ପୋଖରୀ ନିକଟରୁ ସୁବ୍ରତଙ୍କ ଚପଲ ଓ ବାଇକ୍ ମିଳିଛି ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ହେଲେ ସୁବ୍ରତଙ୍କ ପତ୍ତା ମିଳିନି । ଭୋଟ୍ ପୂର୍ବରୁ ସୁବ୍ରତଙ୍କୁ କେହି ପ୍ରତିଦ୍ୱନ୍ଦ୍ୱୀ ଅପହରଣ କରି ନେଇଯାଇଥିବା ଆଲୋଚନା ହେଉଛି । ଅଭିଯୋଗ ଅନୁସାରେ, ୧ ତାରିଖ ଦିନ ୨ଟା ୩୦ରେ ପୁସିଂ କାର୍ଡ ଛପାଇବା ଲାଗି ଘରୁ ବାହାରି ଯାଇଥିଲେ ସୁବ୍ରତ । ହେଲେ ଦିନ ୪ଟା ଯାଏ ଘରକୁ ଫେରି ନଥିଲେ । ଘର ଲୋକ ଫୋନ୍ କରିବାରୁ ନମ୍ବର ସ୍ୱିଚ୍ ଅଫ୍ ଥିଲା । ଘର ଲୋକ ସାଙ୍ଗସାଥୀଙ୍କୁ ପଚାରିଲେ, ଖୋଜୋଖୋଜି କଲେ ବି ସୁବ୍ରତଙ୍କୁ ପାଇନଥିଲେ । ଶେଷରେ ପରିବାର ଲୋକ ଥାନାରେ ସୁବ୍ରତଙ୍କୁ ଅପହରଣ କରା ଯାଇଥିବା ନେଇ ଏତଲା ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp