ବରଗଡ଼ ଜିଲା ଝାଞ୍ଜ ରିଜର୍ଭ ଫରେଷ୍ଟରେ ପୁଲିସ ଏନକାଉଣ୍ଟରରେ କ୍ୟାଡ଼ର ମାଓବାଦୀଙ୍କ ମୃତ୍ୟୁ

The Sakala Picture
Published On

ବରଗଡ଼: ଦୀର୍ଘ ଅନ୍ତରାଳ ପରେ ବରଗଡ଼ ଜିଲାରେ ପୁଣିଥରେ ମାଓବାଦୀ ସକ୍ରିୟ ହୋଇଥିବା ଜଣାପଡ଼ିଛି । ଶୁକ୍ରବାର ସକାଳେ ବରଗଡ ଜିଲ୍ଲାର ପଦମପୁର ଉପଖଣ୍ଡର ଗଞ୍ଜାଗୁଡା ଗ୍ରାମ ନିକଟସ୍ଥ ଝାଞ୍ଜ ରିଜର୍ଭ ଫରେଷ୍ଟରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଜଣେ କ୍ୟାଡ଼ର ମାଓବାଦୀଙ୍କ ମୃତ୍ୟୁ ଘଟିଛି । ଦୀର୍ଘ ବର୍ଷ ହେଲା ବରଗଡ଼ ଜିଲାରେ ମାଓ ସଙ୍ଗଠନ ତୃଣମୂଳ ସ୍ତରରେ କାର୍ୟ୍ୟକରୁଛି । ବରଗଡ଼ ସବଡ଼ିଭିଜନର ଅତାବିରା,ଭଟଲି ଓ ଅମ୍ବାଭନା ବ୍ଳକର ବାରପାହାଡ଼ ଜଙ୍ଗଳ ଓ ଡ଼େବ୍ରିଗଡ଼ […]

ବରଗଡ଼: ଦୀର୍ଘ ଅନ୍ତରାଳ ପରେ ବରଗଡ଼ ଜିଲାରେ ପୁଣିଥରେ ମାଓବାଦୀ ସକ୍ରିୟ ହୋଇଥିବା ଜଣାପଡ଼ିଛି । ଶୁକ୍ରବାର ସକାଳେ ବରଗଡ ଜିଲ୍ଲାର ପଦମପୁର ଉପଖଣ୍ଡର ଗଞ୍ଜାଗୁଡା ଗ୍ରାମ ନିକଟସ୍ଥ ଝାଞ୍ଜ ରିଜର୍ଭ ଫରେଷ୍ଟରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଜଣେ କ୍ୟାଡ଼ର ମାଓବାଦୀଙ୍କ ମୃତ୍ୟୁ ଘଟିଛି । ଦୀର୍ଘ ବର୍ଷ ହେଲା ବରଗଡ଼ ଜିଲାରେ ମାଓ ସଙ୍ଗଠନ ତୃଣମୂଳ ସ୍ତରରେ କାର୍ୟ୍ୟକରୁଛି । ବରଗଡ଼ ସବଡ଼ିଭିଜନର ଅତାବିରା,ଭଟଲି ଓ ଅମ୍ବାଭନା ବ୍ଳକର ବାରପାହାଡ଼ ଜଙ୍ଗଳ ଓ ଡ଼େବ୍ରିଗଡ଼ ଅଭୟାରଣ୍ୟ ଅଞ୍ଚଳରେ ଏମାନେ ସକ୍ରିୟ ଥିଲେ ମଧ୍ୟ କିଛି ବର୍ଷ ହେଲା ସେମାନେ କୌଣସି ଅଘଟଣ ଘଟାଉ ନଥିଲେ । ଏହି ଅଞ୍ଚଳ ଛତିଶଗଡ଼ ସୀମାନ୍ତରେ ଥିବାରୁ ସେମାନେ ଛତିଶଗଡ଼ ଅଞ୍ଚଳରେ ହିଂସାକାଣ୍ଡ ଘଟାଇ ବରଗଡ଼ ଜିଲ୍ଲାରେ ଆତ୍ମଗୋପନ କରୁଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ହଙ୍ଗର ଷ୍ଟ୍ରାଇକରେ ବସିଲେ ଓଡ଼ିଶା ଆଶାୟୀ ଶିକ୍ଷକ ସଂଘ; ଲୋୟର ପିଏମଜିରେ ଷଷ୍ଠ ଦିନରେ ଆନ୍ଦୋଳନ

ସେହିପରି ପଦ୍ମପୁର ଉପଖଣ୍ଡର ପାଇକମାଲ, ଝାରବନ୍ଧ, ପଦ୍ମପୁର, ଗାଇସିଲେଟ ସମେତ ସୋହେଲାର କିଛି ଅଞ୍ଚଳରେ ମଧ୍ୟ ସେମାନେ ବିଭିନ୍ନ ସମୟରେ ସେମାନଙ୍କର ଅବସ୍ଥିତି ଜାହିର କରିଆସିଛନ୍ତି । ପଦ୍ମପୁର, ପାଇକମାଲ ଓ ଝାରବନ୍ଧ ଅଞ୍ଚଳରେ ସେମାନେ ବେଶ ସକ୍ରିୟ ଥିବା ଜଣାପଡ଼ିଛି ।ଆଜି ଝାଞ୍ଜ ରିଜର୍ଭ ଫରେଷ୍ଟରେ ସ୍ପେଶାଲ ଅପରେସନ ଗ୍ରୁପ ଓ ଡ଼ିଭିଏଫର ମିଳିତ ଚଢ଼ଉ କରାଯାଇଥିଲା । ଏହି ସମୟରେ ମାଓବାଦୀ ମାନେ ପୁଲିସ ଉପରେ ଆକ୍ରମଣ କରିବାରୁ ଏସଓଜି ଓ ଡ଼ିଭିଏଫ ପକ୍ଷରୁ ଆତ୍ମରକ୍ଷା ପାଇଁ ଗୁଲି ଚାଳନା କରାଯାଇଥିଲା । ଏହା ଫଳରେ ଗଞ୍ଜାଗୁଡ଼ା ଗ୍ରାମ ନିକଟରେ ଥିବା ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ ତେବେ ଜଣେ ଅଜ୍ଞାତ ମାଓବାଦୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ଆହୁରି ପଢ଼ନ୍ତୁ: ରାଉରକେଲାର ସିଲାକୁଟା ସଂରକ୍ଷିତ ଜଙ୍ଗଲରେ ମାଓବାଦୀଙ୍କ ଅସ୍ତ୍ରଶସ୍ତ୍ର ଭଣ୍ଡାର ଠାବ: ବିପୁଳ ପରିମାଣର ବିସ୍ଫୋରକ ଜବତ

ତାଙ୍କ ନିକଟରୁ ଗୋଟିଏ ଏ.କେ.୪୭ ରାଇଫଲ ଏବଂ ତିନୋଟି ଏକେ ୪୭ କ୍ୟାଟ୍ରିଜ ସହ ଅନ୍ୟାନ୍ୟ ସାମଗ୍ରୀ ମିଲିଥିବାରୁ ସମ୍ଭବତଃ ସେ ଜଣେ କ୍ୟାଡ଼ର ମାଓବାଦୀ ହୋଇଥିବା ପୁଲିସ ସନ୍ଦେହ କରୁଛି । ପୁଲିସ ସହ ମୁକାବିଲା ହୋଇଥିବା ଏହି ଅଞ୍ଚଲଟି କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-ମାଓବାଦୀ (ସିପିଆଇ-ମାଓବାଦୀ)ସଙ୍ଗଠନର ବଲାଙ୍ଗିର-ବରଗଡ଼-ମହାସମୁନ୍ଧ (ବିବିଏମ) ଡ଼ିଭିଜନରେ ଆସୁଛି । ଏଣୁ ସନିଗ୍ଧ ମାଓବାଦୀ ଜଣକ ବିବିଏମ ଡ଼ିଭିଜନର କମାଣ୍ଡର ସ୍ତରୀୟ ହୋଇଥାଇ ପାରନ୍ତି ବୋଲି ପୁଲିସ ଆଶଙ୍କା କରୁଛି । ତେବେ ଏ ପର୍ଯ୍ୟନ୍ତ ତାଙ୍କ ପରିଚୟ ସ୍ପଷ୍ଟ ହୋଇ ନାହିଁ ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ରକରି ଶ୍ୱଶୁରକୁ କଟୁରୀରେ ହାଣି ହତ୍ୟା କଲା ନୃଶଂସ ଜ୍ୱାଇଁ

ଏଠାରେ ପ୍ରକାଶ ଯୋଗ୍ୟ ଯେ, ୨୦୨୧ରେ ଏ ପର୍ଯ୍ୟନ୍ତ\ ଓଡ଼ିଶାରେ ମୋଟ ୫ଟି ବାମପନ୍ଥୀ ହିସାକାଣ୍ଡ ଘଟିଥିବା ଜଣାପଡ଼ିଛି । ୩୦ ଜାନୁୟାରୀରେ ରାଜ୍ୟରେ ୨ଟି ମାଓହିଂସା ଘଟିଥିଲା ଏଥିରେ ବଂଶଧାରା-ଘୁମୁସର-ନାଗବାଲି (ବିଜିଏନ୍‌) ଡିଭିଜନର ମାଓବାଦୀ ସଂଘର୍ଷରେଚନ୍ଧମାଲ ଜିଲ୍ଲାରେ ଦୁଇ ଜଣ ସାଧାରଣ ନାଗରିକ ଓ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସମୟରେ ୨୩ ଏପ୍ରିଲ ୨୦୨୧ରେ କଲାହାଣ୍ଡି ଜିଲ୍ଲାରେ ପୁଲିସ ଏନକାଉଣ୍ଟରରେ ଜଣେ ଅଜ୍ଞାତ ମହିଳା ସିପିଆଇ-ମାଓବାଦୀ କ୍ୟାଡରଙ୍କ ମୃତ୍ୟୁ ହୋଇଥିଲା । ମଇ ମାସରେ କୌଣସି ବାମ ୱିଙ୍ଗ୍ ଏକ୍ସଟ୍ରିଜିମ୍ ଘଟଣା ଘଟି ନଥିଲେ ହେଁ ୧୧ ଜୁନ ୨୦୨୧ରେ ବରଗଡ଼ ଜିଲାରେ ପୁଲିସ ଏନକାଉଣ୍ଟରରେ ଜଣେ ଅଜ୍ଞାତ କ୍ୟାଡ଼ର ମାଓବାଦୀଙ୍କ ମୃତ୍ୟୁ ବରଗଡ଼ ଜିଲା ସମେତ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।ଏଠାରେ ପ୍ରକାଶ ଯୋଗ୍ୟ ଯେ ୬ ମାର୍ଚ୍ଚ ୨୦୦୦ରୁ ୧୧ ଜୁନ ୨୦୨୧ ସୁଦ୍ଧା ରାଜ୍ୟରେ ମୋଟ ୪୯୪ଟି ବାମ ୱିଙ୍ଗ୍ ଏକ୍ସଟ୍ରିଜିମ୍ ଘଟଣା ଘଟିଛି ।ଏଥିରେ ୩୬୪ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସମୟରେ ୨୨୪ ଜଣ ସୁରକ୍ଷା କର୍ମଚାରୀ ଓ ୩୧୧ ଜଣ ବାମପନ୍ଥୀ ଉଗ୍ରବାଦୀ ମୃତ୍ୟୁ ବରଣ କରିଛନ୍ତି । ଆଜି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମାଓବାଦୀ ମାନଙ୍କୁ ହିଂସାର ପଥ ପରିହାର କରି ଆତ୍ମସମର୍ପଣ କରିବାକୁ ପରାମର୍ଶ ଦେଇଛନ୍ତି । କାରଣ ଓଡିଶା ସରକାରଙ୍କର ଏକ ଉଦାର ପୁନର୍ବାସ ନୀତି ରହିଛି, ମାଓବାଦୀ ମାନେ ଏହାର ସୁଯୋଗ ନେବାକୁ ପୁଲିସ ମହାନିର୍ଦ୍ଦେଶ ଶ୍ରୀ ଅଭୟ ମାଓବାଦୀଙ୍କୁ ପରାମର୍ଶ ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର