ବିଜେପି ରାଜ୍ୟ ସଭାପତି ନିଯୁକ୍ତି ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ : ବଦଳିପାରେ ୪ ଜଣ ମନ୍ତ୍ରୀଙ୍କ ବିଭାଗ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟ ବିଜେପି ସଭାପତି ନିଯୁକ୍ତି, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଏବଂ ନିଗମ, ବୋର୍ଡରେ ନିଯୁକ୍ତି ପ୍ରକ୍ରିୟା ଆବଶ୍ୟକତାଠାରୁ ଅନେକ ବିଳମ୍ବିତ ହେଲାଣି। ରାଜ୍ୟ ବିଜେପି ନେତୃତ୍ୱ ଏ ନେଇ ଏଯାବତ୍‌ ଠୋସ ନିଷ୍ପତ୍ତି ନେଇପାରୁ ନାହାନ୍ତି। ଭୁବନେଶ୍ୱରରୁ ଆରମ୍ଭ କରି ଦିଲ୍ଲୀଯାଏଁ ଦଳୀୟ ନେତାଏ ଅଙ୍କ କଷା ଜାରି ରଖିଥିବା ବେଳେ ଏଯାଏଁ ସମାଧାନର ସୂତ୍ର ବାହାରି ପାରି ନାହିଁ। ତେବେ ମିଳିଥିବା ସୂଚନା ଅନୁଯାୟୀ ଚଳିତ ସପ୍ତାହରେ ସଭାପତି ଚୟନ ଏବଂ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ […]

ଭୁବନେଶ୍ୱର : ରାଜ୍ୟ ବିଜେପି ସଭାପତି ନିଯୁକ୍ତି, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଏବଂ ନିଗମ, ବୋର୍ଡରେ ନିଯୁକ୍ତି ପ୍ରକ୍ରିୟା ଆବଶ୍ୟକତାଠାରୁ ଅନେକ ବିଳମ୍ବିତ ହେଲାଣି। ରାଜ୍ୟ ବିଜେପି ନେତୃତ୍ୱ ଏ ନେଇ ଏଯାବତ୍‌ ଠୋସ ନିଷ୍ପତ୍ତି ନେଇପାରୁ ନାହାନ୍ତି। ଭୁବନେଶ୍ୱରରୁ ଆରମ୍ଭ କରି ଦିଲ୍ଲୀଯାଏଁ ଦଳୀୟ ନେତାଏ ଅଙ୍କ କଷା ଜାରି ରଖିଥିବା ବେଳେ ଏଯାଏଁ ସମାଧାନର ସୂତ୍ର ବାହାରି ପାରି ନାହିଁ। ତେବେ ମିଳିଥିବା ସୂଚନା ଅନୁଯାୟୀ ଚଳିତ ସପ୍ତାହରେ ସଭାପତି ଚୟନ ଏବଂ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ କିଛି ଠୋସ୍‌ ନିଷ୍ପତ୍ତି ନିଆଯିବ। ବିଜେପିର ଦଳୀୟ ରାଜନୀତି ଦୃଷ୍ଟିକୋଣରୁ ଚଳିତ ସପ୍ତାହ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଏହାକୁ ବିଜେପି କର୍ମୀ ଏନେଇ ବେଶ୍‌ ଆଶା ଓ ଆଶଙ୍କାରେ ରହିଛନ୍ତି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସଭାପତିଙ୍କ ନାମ ଘୋଷଣାର ୧୫ ଦିନ ମଧ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ । ରାଜ୍ୟ ମନ୍ତ୍ରିମଣ୍ଡଳରୁ ୪ଜଣ ମନ୍ତ୍ରୀଙ୍କୁ ବାଦ ଦିଆଯାଇପାରେ ଓ ୯ ଜଣ ନୂଆ ମୁହଁକୁ ମନ୍ତ୍ରୀ ପରିଷଦରେ ସାମିଲ କରାଯାଇପାରେ। ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଗଞ୍ଜାମ, ମୟୂରଭଞ୍ଜରୁ ଜଣେଜଣେ ମନ୍ତ୍ରୀ ହୋଇ ପାରନ୍ତି ଓ ଏମାନଙ୍କ ମଧ୍ୟରେ ଜଣେ ମହିଳାଙ୍କୁ ସ୍ଥାନ ମିଳିପାରେ ବୋଲି କୁହାଯାଉଛି । ସେହିପରି ୪ ଜଣ ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ ହୋଇପାରେ ଓ ୨ ଜଣ ମନ୍ତ୍ରୀଙ୍କ ହାତରୁ ୪ଟି ବିଭାଗ କାଢ଼ି ନିଆଯାଇ ନୂଆ ମନ୍ତ୍ରୀଙ୍କ କାନ୍ଧରେ ନ୍ୟସ୍ତ କରାଯାଇପାରେ। ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ବୋର୍ଡ, ନିଗମ ଏବଂ ଅକାଦେମୀ ପଦରେ ଥଇଥାନ ପ୍ରକ୍ରିୟା ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ଗତ ଜାନୁଆରୀ ମାସରୁ ସଭାପତି ଚୟନ ନେଇ ତାରିଖ ପରେ ତାରିଖ ବଦଳି ଚାଲିଛି। ମାତ୍ର ଏଯାଏଁ କୌଣସି ଠୋସ୍‌ ନିଷ୍ପତ୍ତି ନିଆଯାଇ ପାରୁନାହିଁ। ସେହିପରି ମୋହନ ସରକାରକୁ ୧୦ ମାସ ପୂରିଥିଲେ ହେଁ ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳ ଗଢ଼ିବାକୁ ମୁଖ୍ୟମନ୍ତ୍ରୀ ସାହସ ଜୁଟାଇ ପାରୁନାହାନ୍ତି। ଦଳ ମଧ୍ୟରେ ଅନ୍ତଃକନ୍ଦଳ ଏବଂ ଛକାପଞ୍ଝା ଉଭୟ ସରକାର ଏବଂ ସଂଗଠନର ରାସ୍ତା ରୋକୁଥିବା ବେଳେ ଦିଲ୍ଲୀଠାରୁ ଭୁବନେଶ୍ୱର ଯାଏଁ ଘନଘନ ବୈଠକ ବସୁଛି। ପୂର୍ବ ସପ୍ତାହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀ ଯାଇ ଶୀର୍ଷ ନେତୃ୍‌ତ୍ୱଙ୍କ ସହ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବାବଦରେ ଆଲୋଚନା କରିଥିଲେ। ସେହିପରି ଗତ ୧୨ ତାରିଖରେ ବିଜେପିର ପ୍ରଶିକ୍ଷଣ ଶିବିରରେ ଗୋଷ୍ଠୀକନ୍ଦଳକୁ ନେଇ ଜାତୀୟ ସଭାପତି ଦଳୀୟ ନେତାଙ୍କୁ ବେଶ୍‌ କିଛି ଶୁଣାଇଥିବା ବେଳେ ସରକାର ଏବଂ ସାଂଗଠନିକ ବିସ୍ତାର ନେଇ ରାଜ୍ୟ ନେତୃତ୍ୱଙ୍କ ସହ ଆଲୋଚନା କରି ଫେରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟ ସଭାପତି ନିର୍ବାଚନ ସରିବା ପରେ ସମ୍ବଲପୁର ଜିଲ୍ଲା ସଭାପତି ନିଯୁକ୍ତ କରାଯିବ। ଯେଉଁ ଗୋଷ୍ଠୀର ନେତା ରାଜ୍ୟ ସଭାପତି ଆସନରେ ବସିବେ, ସେ ହିଁ ନିଜ ଗୋଷ୍ଠୀର ନେତାଙ୍କୁ ସମ୍ବଲପୁର ଜିଲ୍ଲା ସଭାପତି ଆସନରେ ଥଇଥାନ କରିବେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର